Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ନବୀନ ପଟ୍ଟନାୟକଙ୍କ ପ୍ରଶ୍ନର ଗୋଟିଗୋଟି ଜବାବ ଦେଲେ ବିଜେପି ବିଧାୟକ ଜୟନାରାୟଣ ମିଶ୍ର
ଜାତୀୟ ଖବର

ନବୀନ ପଟ୍ଟନାୟକଙ୍କ ପ୍ରଶ୍ନର ଗୋଟିଗୋଟି ଜବାବ ଦେଲେ ବିଜେପି ବିଧାୟକ ଜୟନାରାୟଣ ମିଶ୍ର

September 11, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ନବୀନ ପଟ୍ଟନାୟକଙ୍କ ପ୍ରଶ୍ନର ଗୋଟିଗୋଟି ଜବାବ ଦେଲେ ବିଜେପି ବିଧାୟକ ଜୟନାରାୟଣ ମିଶ୍ର

ଭୁବନେଶ୍ବର: ଗତକାଲି ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ତାଙ୍କର ସାମାଜିକ ଗଣ ମାଧ୍ୟମରେ ଉଠାଇଥିବା ପ୍ରଶ୍ନର ଗୋଟିଗୋଟି ଜବାବ ଦେଇଛନ୍ତି ବିଧାୟକ ଜୟନାରାୟଣ ମିଶ୍ର। ରେଭେନ୍ସା ବିଶ୍ବବିଦ୍ୟାଳୟ ନାମ ପରିବର୍ତ୍ତନ ନେଇ ନବୀନ ପରୋକ୍ଷରେ କେତେକ ପ୍ରଶ୍ନ ଉଠାଇଛନ୍ତି। ଯାହାର ଜବାବ ଦେଇଛନ୍ତି ବିଜେପି ବିଧାୟକ ଜୟନାରାୟଣ।

ଗତକାଲି ନବୀନ ତାଙ୍କ ସାମାଜିକ ଗଣ ମାଧ୍ୟମରେ ଯେଉଁ ପ୍ରଶ୍ନ ଉଠାଇଥିଲେ ତାହା ହେଲା..

“ଏହା କ’ଣ ଓଡ଼ିଆ ଅସ୍ମିତା? ମହାପୁରୁଷମାନଙ୍କ ପ୍ରତି ସମ୍ମାନ, କୃତଜ୍ଞ ରହିବା ଜାତିର ନୈତିକ ଦାୟିତ୍ୱ। ମହାପୁରୁଷମାନଙ୍କ ତ୍ୟାଗ, ସାଧନା ଓ ଦୂରଦୃଷ୍ଟି ଦ୍ୱାରା ଗଢ଼ି ଉଠିଥିବା ଉତ୍କର୍ଷ ଅନୁଷ୍ଠାନ ଜାତିର ଅକ୍ଷୟ କୀର୍ତ୍ତି।”

“ଓଡ଼ିଆ ଭାଷା ଓ ସାହିତ୍ୟର ଉନ୍ନତିରେ ବ୍ୟାସକବି ଫକୀରମୋହନ ସେନାପତିଙ୍କ ଅତୁଳନୀୟ ଅବଦାନ ରହିଛି। ଓଡ଼ିଶାର ସାମଗ୍ରିକ ବିକାଶରେ ମୟୂରଭଞ୍ଜ ରାଜପରିବାରର ଅବଦାନ ସମସ୍ତେ ଜାଣନ୍ତି। ସାହିତ୍ୟ, ଶିକ୍ଷା, ସ୍ୱାସ୍ଥ୍ୟ, ସଂସ୍କୃତି ଆଦି ସବୁ କ୍ଷେତ୍ରରେ ସେମାନଙ୍କ ଅବଦାନ ଅସୀମ।”

“ଇତିହାସକୁ ବିକୃତ କରିବା ପାଇଁ କିଛି ଲୋକ ଅପଚେଷ୍ଟା କରୁଛନ୍ତି। ଆଗାମୀ ପୀଢ଼ି ପାଇଁ ଏହା କି ବାର୍ତ୍ତା ଦେବ?”

“କଥାରେ କୋଣାର୍କ ହୁଏ ନାହିଁ। ଅନୁଷ୍ଠାନ ଟିଏ ଗଢ଼ିବା ସହଜ ନୁହେଁ। ଦରକାର ଅନେକ ତ୍ୟାଗ ଓ ତପସ୍ୟା।”

“ସାମୟିକ ସଫଳତାର ଉଲ୍ଲାସରେ ମଦମତ୍ତ ନେତାମାନେ ଆଜି ନୂଆ ଇତିହାସ ଲେଖିବା ଆରମ୍ଭ କରିଛନ୍ତି। ସେମାନେ ମନେ ରଖିବା ଉଚିତ, ହିମାଳୟ ପରି ଉତ୍ତୁଙ୍ଗ ବରପୁତ୍ରମାନଙ୍କ ବ୍ୟକ୍ତିତ୍ୱକୁ ମଳିନ କରିବାକୁ ଚେଷ୍ଟା କଲେ ନିଜର ଅସ୍ତିତ୍ୱ ହରାଇ ବସିବେ।”

ତେବେ ନବୀନଙ୍କ ଗୋଟିଗୋଟି ପ୍ରଶ୍ନର ଉତ୍ତର ଦେଇଛନ୍ତି ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର। ସେ ଉଲ୍ଲେଖ କରି କହିଛନ୍ତି ଯେ,

“ନବୀନବାବୁ, ଓଡ଼ିଆ ଅସ୍ମିତାର ମର୍ମ ବୁଝିବା ପାଇଁ ଆପଣଙ୍କୁ ଆହୁରି ଗୋଟିଏ ଜନ୍ମ ଲାଗିବ । 25 ବର୍ଷରେ ଓଡ଼ିଆ ଅସ୍ମିତାକୁ ଆପଣ ଯେଉଁ ଅବସ୍ଥାରେ ଛାଡି ଯାଇଛନ୍ତି, ଓଡ଼ିଶାର ଜନତା ତା’କୁ ବୁଝି ଠିକଣା ଜବାବ୍ ଦେଇଛନ୍ତି, ସେଥିପାଇଁ ଆପଣଙ୍କ ନେତୃତ୍ୱାଧୀନ ସରକାରକୁ ବିଦା କରିଛନ୍ତି ।

ପୁରୀର ମଠ, ମନ୍ଦିର, ରଘୁନନ୍ଦନ ଲାଇବ୍ରେରୀ ସହ ଓଡ଼ିଆ ଅସ୍ମିତାର ଚିହ୍ନ ଥିବା ଐତିହ୍ୟ ପ୍ରମାଣକୁ ଧୂଳିସାତ୍ କଲା ବେଳେ ଆପଣଙ୍କ ଐତିହ୍ୟ ଥିଲା କେଉଁଠି ? ରାଜଧାନୀରେ ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତ ସିଂହାରଙ୍କ ନାମରେ ନାମିତ ରାସ୍ତାର ନାମକରଣ ପରିବର୍ତ୍ତନ କରିବା ଆପଣଙ୍କ ଭାଷା ପ୍ରୀତିକୁ ପ୍ରମାଣିତ କରୁଛି ।

ଆପଣ ଓ ଆପଣଙ୍କ ଦଳର ନେତୃବୃନ୍ଦମାନେ ଇତିହାସକୁ ବିକୃତ କରିବାର ଅପଚେଷ୍ଟା କରୁଛନ୍ତି, ଯେଉଁଥି ପାଇଁ ଚଳିତ ନିର୍ବାଚନରେ ଓଡ଼ିଶାବାସୀ ଠିକ୍ ଭାବେ ଜବାବ୍ ଦେଇଛନ୍ତି । କଥାରେ କୋଣାର୍କ ଆପଣ ହିଁ କରୁଥିଲେ । ନରହନ୍ତା ଇଂରେଜ ଅଫିସର ଟି.ଇ ରେଭେନ୍ସାଙ୍କ ପାଇଁ ଦରଦ କାହିଁକି ? ଏହି ଇଂରେଜ ଅଫିସରଙ୍କ ଚରିତ୍ର କଣ, ତାହାର ମୁକସାକ୍ଷୀ ହେଉଛି ଉତ୍କଳ ଦୀପିକା ।

ଇତିହାସକୁ ଠିକ୍ କରିବା କାମରେ ନରେନ୍ଦ୍ର ମୋଦୀଙ୍କ ଡବଲ ଇଞ୍ଜିନ ସରକାର ସଂକଳ୍ପବଦ୍ଧ । ଆଜି ଯେଉଁ ମହାପୁରୁଷମାନଙ୍କର ଉଦାହରଣ ନେଇ ଆପଣ କଥାଟି ଲେଖିଛନ୍ତି, ସେ ମହାପୁରୁଷମାନଙ୍କ ପ୍ରତି ଆପଣଙ୍କ ସରକାର କେତେ ଯଥୋଚିତ ସମ୍ମାନ ଦେଇଥିଲା, ଆପଣ ଥରେ ନିଜକୁ ପଚାରନ୍ତୁ ।

ଆମ ମହାପୁରୁଷମାନଙ୍କ ଠାରୁ ଆପଣ କ’ଣ ଅନୁପ୍ରାଣିତ ହୋଇଛନ୍ତି, ପୂର୍ବ ଦିନ ମାନଙ୍କରେ ସମଗ୍ର ରାଜ୍ୟବାସୀ ଦେଖିସାରିଛନ୍ତି । ଓଡ଼ିଶାର ମହାପୁରୁଷମାନଙ୍କ ପ୍ରତି ତ୍ୟାଗ, ସାଧନା ଓ ଆଦର୍ଶରେ ଭାରତୀୟ ଜନତା ପାର୍ଟିର ନେତୃବୃନ୍ଦ ସର୍ବୋପରି ଅନୁପ୍ରାଣିତ ହୋଇଛନ୍ତି ।

ନବୀନ ବାବୁ, ସାମୟିକ ସଫଳତାରେ ଉଲ୍ଲାସ ଆପଣ ହିଁ ନେଉଥିଲେ। ବିଜେପି କହିବା ଆଉ କରିବାରେ ବିଶ୍ୱାସ ରଖେ, ସେଥିପାଇଁ ରାଜ୍ୟବାସୀ ଭୋଟ୍ ଦେଇ ସରକାର ଗଠନରେ ସହାୟକ ହୋଇଛନ୍ତି। ଆପଣ ରିଲ୍ କୁ ଭାଇରାଲ୍ କରାଇବାରେ ବିଶ୍ୱାସ କରନ୍ତି ଆମେ ଆଉ ଆମ ଦଳ ବ୍ରାଣ୍ଡକୁ ପ୍ରତିଷ୍ଠିତ କରାଇବାରେ ଦୃଢ ବିଶ୍ୱାସ ରଖେ।”

ଜୟନାରାୟଣ ମିଶ୍ର ନବୀନ ପଟ୍ଟନାୟକ ରେଭେନ୍ସା ବିଶ୍ବବିଦ୍ୟାଳୟ
Share. Facebook Twitter LinkedIn Email WhatsApp Copy Link

Related Posts

ବେଲଗୁଣ୍ଠାରେ ମାନବିକତା: ହଜିଯାଇଥିବା ୨ ଭରି ସୁନା ମଙ୍ଗଳସୂତ୍ର ଫେରାଇଲେ ଔଷଧ ଦୋକାନୀ

August 22, 2026

ମହାକାଶ ଷ୍ଟାର୍ଟଅପ୍‌ଗୁଡ଼ିକର ସିଇଓ ଓ ପ୍ରତିଷ୍ଠାତାମାନଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

August 22, 2026

ପାରାଦୀପ ବନ୍ଦରରେ ୪୨୭ କୋଟିର ପ୍ରକଳ୍ପ ଉଦ୍‌ଘାଟନ କଲେ ସର୍ବାନନ୍ଦ ସୋନୋୱାଲ

August 22, 2026

ରାଶିଫଳ: ଅଗଷ୍ଟ ୨୨ ତାରିଖ ଶନିବାରରେ କଣ ରହିବ ଆପଣଙ୍କ ଭାଗ୍ୟରେ ପଢନ୍ତୁ

August 22, 2026
Latest News

ବେଲଗୁଣ୍ଠାରେ ମାନବିକତା: ହଜିଯାଇଥିବା ୨ ଭରି ସୁନା ମଙ୍ଗଳସୂତ୍ର ଫେରାଇଲେ ଔଷଧ ଦୋକାନୀ

August 22, 2026

ମହାକାଶ ଷ୍ଟାର୍ଟଅପ୍‌ଗୁଡ଼ିକର ସିଇଓ ଓ ପ୍ରତିଷ୍ଠାତାମାନଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

August 22, 2026

ପାରାଦୀପ ବନ୍ଦରରେ ୪୨୭ କୋଟିର ପ୍ରକଳ୍ପ ଉଦ୍‌ଘାଟନ କଲେ ସର୍ବାନନ୍ଦ ସୋନୋୱାଲ

August 22, 2026

ରାଶିଫଳ: ଅଗଷ୍ଟ ୨୨ ତାରିଖ ଶନିବାରରେ କଣ ରହିବ ଆପଣଙ୍କ ଭାଗ୍ୟରେ ପଢନ୍ତୁ

August 22, 2026

ମହାନଦୀ ଜଳ ବିବାଦରେ ବଡ଼ ପଦକ୍ଷେପ, CWC ଗଠନ କଲା ବୈଷୟିକ କମିଟି

August 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.