Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଏଣିକି ମାଗଣା ଯୋଜନା ଉପରେ ଲାଗିବ କଟକଣା, ସୁପ୍ରିମକୋର୍ଟଙ୍କ ରାୟକୁ ଅପେକ୍ଷା
ଜାତୀୟ ଖବର

ଏଣିକି ମାଗଣା ଯୋଜନା ଉପରେ ଲାଗିବ କଟକଣା, ସୁପ୍ରିମକୋର୍ଟଙ୍କ ରାୟକୁ ଅପେକ୍ଷା

September 19, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ନିର୍ବାଚନ ସମୟରେ ରାଜନୈତିକ ଦଳଗୁଡିକ ଘୋଷଣା କରୁଥିବା ମାଗଣା ଯୋଜନା ଉପରେ ଲାଗିବ ଅଙ୍କୁଶ। ଏ ନେଇ ସୁପ୍ରିମକୋର୍ଟରେ କରାଯାଇଥିବା ଜନସ୍ବାର୍ଥ ମାମଲାର ରାୟକୁ ଅପେକ୍ଷା କରାଯାଇଛି। ଯଦି କୌଣସି ଦଳ ନିର୍ବାଚନ ପ୍ରଚାରରେ ଭୋଟ ହାତେଇବା ପାଇଁ ମାଗଣା ଯୋଜନା ଘୋଷଣା କରେ ତେବେ ସେ ଦଳର ଚିହ୍ନକୁ ବାତିଲ କରାଯାଉ ବୋଲି କୋର୍ଟରେ ଆବେଦନ କରାଯାଇଛି।

ଗତକାଲି ସୁପ୍ରିମକୋର୍ଟରେ ଏହି ଜନସ୍ବାର୍ଥ ମାମଲା ଉପରେ ଶୁଣାଣି ହୋଇଥିଲା। ମୁଖ୍ୟ ବିଚାରପତିଙ୍କ କୋର୍ଟରେ ଏହା ପଡିବା ପରେ ଅନ୍ୟ କାର୍ଯ୍ୟରେ ବ୍ୟସ୍ତ ରହିଥିବାରୁ ଶୁଣାଣି ହୋଇପାରିଲା ନାହିଁ। ହେଲେ ମୁଖ୍ୟ ବିଚାରପତି ଏହି ମାମଲାକୁ ତାଲିକାରୁ ହଟାଯିବ ନାହିଁ ଏବଂ ପରବର୍ତ୍ତି ସମୟରେ ଶୁଣାଣି କରିବେ ବୋଲି କହିଥିଲେ। ଫଳରେ ଯେତେବେଳେ ଏହି ମାମଲାର ଶୁଣାଣି ହେବ ସେତେବେଳେ ରାଜନୈତିକ ଦଳର ଏହି ଫନ୍ଦିଫାନ୍ଦି ଘୋଷଣାର ଏକ ବିରାମ ଲାଗିବ ବୋଲି ଆଶା କରାଯାଉଛି।

ସାଧାରଣତଃ ନିର୍ବାଚନ ସମୟରେ ପ୍ରାୟ ସବୁ ରାଜନୈତିକ ଦଳ ଭୋଟ ହାତେଇବା ପାଇଁ ବିଭିନ୍ନ ଲୋଭନୀୟ ଯୋଜନା ବା ମାଗଣା ଯୋଜନାର ଘୋଷଣା କରିଥାନ୍ତି। ନିର୍ବାଚନରେ ବିଜୟ ଲାଭ କରିବା ପରେ ସେମାନେ ଦେଇଥିବା ପ୍ରତିଶୃତି ପୂରଣ କରିବା ପାଇଁ ଚେଷ୍ଠା କରନ୍ତି। ଫଳରେ ରାଜ୍ୟ ବା ଦେଶ ରାଜକୋଷରୁ କୋଟିକୋଟି ଟଙ୍କା ବରବାଦ ହୁଏ। ଏହାକୁ ରୋକିବା ପାଇଁ ସୁପ୍ରିମକୋର୍ଟର ବରିଷ୍ଠ ଓକିଲ ଶ୍ରୀ ଅଶ୍ବିନୀ ଉପାଧ୍ୟାୟ ଏକ ଜନସ୍ବାର୍ଥ ମାମଲା ଋଜୁ କରିଛନ୍ତି।

ଶ୍ରୀ ଉପାଧ୍ୟାୟ ତାଙ୍କ ଆବେଦନରେ ଉଲ୍ଲେଖ କରିଛନ୍ତି ଯେ, ଯେଉଁ ରାଜନୈତିକ ଦଳ ଭୋଟ ପାଇଁ ମାଗଣା ଯୋଜନା ଘୋଷଣା କରୁଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ସେହି ଦଳର ଚିହ୍ନକୁ କିମ୍ବା ତାଙ୍କ ପଂଜିକରଣକୁ ରଦ୍ଦ କରାଯାଉ। ସେହିଦଳ ଯେପରି ଆଗାମୀ ନିର୍ବାଚନରେ ଅଂଶ ଗ୍ରହଣ କରିପାରିବ ନାହିଁ ସେହିପରି ପଦକ୍ଷେପ ଗ୍ରହଣ କରାଯାଉ ବୋଲି ସେ କୋର୍ଟକୁ ନିବେଦନ କରିଛନ୍ତି।

ଗତକାଲି ମୁଖ୍ୟ ବିଚାରପତି ଜଷ୍ଟିସ ଡି ୱାଇ ଚନ୍ଦ୍ରଚୁଡ, ବିଚାରପତି ଜଷ୍ଟିସ ଜେବି ପାର୍ଦିୱାଲ ଏବଂ ବିଚାରପତି ଜଷ୍ଟିସ ମନୋଜ ମିଶ୍ର ଖଣ୍ଡପୀଠରେ ଏହା ଶୁଣାଣି ପାଇଁ ଥିଲା। ଏ ନେଇ ଆବେଦନକାରୀ ଖଣ୍ଡପୀଠଙ୍କୁ ଏହି ମାମଲା ପୂର୍ବରୁ ତାଲିକା ଭୁକ୍ତ ହୋଇଛି ଆଜି ଶୁଣାଣି କରାଯିବ ବୋଲି କହିଥିଲେ। ହେଲେ ମୁଖ୍ୟ ବିଚାରପତି ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ  କାର୍ଯ୍ୟ ଥିବାରୁ ମାମଲାର ଶୁଣାଣି ପରେ କରାଯିବ ବୋଲି କହିଥିଲେ। ତେବେ ଏହି ମାମଲା ତାଲିକାରୁ କଟାଯିବ ନାହିଁ ବୋଲି ମୁଖ୍ୟ ବିଚାରପତି କୋର୍ଟକୁ ଜଣାଇଥିଲେ। ଫଳରେ ଅନ୍ୟ ଏକ ଦିନ ଧାର୍ଯ୍ୟ କରାଯାଇ ଏହି ଜନସ୍ବାର୍ଥ ମାମାଲର ଶୁଣାଣି କରାଯିବ।

ନିର୍ବାଚନ ମାଗଣା ଯୋଜନା ସୁପ୍ରିମକୋର୍ଟ
Share. Facebook Twitter LinkedIn Email WhatsApp Copy Link

Related Posts

ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାଙ୍କୁ ୯୯ କୋଟି ଟଙ୍କା ସୁଧ ପ୍ରଦାନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା

October 6, 2026

ଭୂସ୍ଖଳନ ଯୋଗୁଁ ଟ୍ରେନ୍ ସେବା ପ୍ରଭାବିତ: ବାତିଲ ହେଲା ଟ୍ରେନ

October 6, 2026

‘ଏସ୍ଏମ୍ଇ ଗ୍ରୋଥ୍ ଫଣ୍ଡ’ ଗଠନ ପାଇଁ ୧୦,୦୦୦ କୋଟି ନିବେଶକୁ କ୍ୟାବିନେଟ୍‌ର ମଞ୍ଜୁରୀ

October 6, 2026

ସମନ୍ୱିତ ପରିବହନ ଓ ଲଜିଷ୍ଟିକ୍ସ ପ୍ରାଧିକରଣ ଗଠନକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ

October 6, 2026
Latest News

ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାଙ୍କୁ ୯୯ କୋଟି ଟଙ୍କା ସୁଧ ପ୍ରଦାନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା

October 6, 2026

ବଚସାରୁ ରକ୍ତପାତ, ଗୁଳିମାଡ଼ରେ ଯୁବକ ମୃତ; ବନ୍ଧୁକ ଛାଡ଼ି ଫେରାର ଅଭିଯୁକ୍ତ

October 6, 2026

ମୟୂରଭଞ୍ଜରେ ସିରିଜ୍ ବାଇକ୍ ଦୁର୍ଘଟଣା: ବୃଦ୍ଧାଙ୍କ ମୃତ୍ୟୁ, ୬ ଜଣ ଗୁରୁତର

October 6, 2026

ଲୋକଙ୍କ ପାଖରେ ପହଂଚିବା ପାଇଁ ଦାୟିତ୍ୱବାନ ଏବଂ ତଥ୍ୟଭିତ୍ତିକ ସଞ୍ଚାର ଗୁରୁତ୍ୱପୂର୍ଣ୍ଣ: ଅଖିଳ କୁମାର ମିଶ୍ର

October 6, 2026

ଭୂସ୍ଖଳନ ଯୋଗୁଁ ଟ୍ରେନ୍ ସେବା ପ୍ରଭାବିତ: ବାତିଲ ହେଲା ଟ୍ରେନ

October 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.