Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ବିଜେଡି କଂଗ୍ରେସ ସହ ମିଶି କଣ ସରକାର କରିପାରିବ ? ଏମିତି କାହିଁକି କହିଲେ ସାଂସଦ ଦେବାଶିଷ ସାମନ୍ତରାୟ
ଜାତୀୟ ଖବର

ବିଜେଡି କଂଗ୍ରେସ ସହ ମିଶି କଣ ସରକାର କରିପାରିବ ? ଏମିତି କାହିଁକି କହିଲେ ସାଂସଦ ଦେବାଶିଷ ସାମନ୍ତରାୟ

September 22, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ବିଜେଡିର ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟଙ୍କ ବକ୍ତବ୍ୟକୁ ନେଇ ଏବେ ସାରା ରାଜ୍ୟରେ ଚର୍ଚ୍ଚା। କାରଣ ସେ ଗତକାଲି କୁଜଙ୍ଗର ଏକ କର୍ମି ସମ୍ମିଳନୀରେ କହିଛନ୍ତି ଯେ, ବିଜେଡି ଖୁବ ଶିଘ୍ର କଂଗ୍ରେସ ସହିତ ମିଶି ରାଜ୍ୟରେ ସରକାର ଗଠନ କରିବ। ଏହା ଅନେକଙ୍କୁ ଅସମ୍ଭବ ଲାଗୁଥିଲେ ମଧ୍ୟ ରାଜନୀତିରେ ସବୁ ସମ୍ଭବ ହୋଇପାରେ। ସେଥିପାଇଁ ଦେବାଶିଷଙ୍କ ଏହି ବାଣୀ ବର୍ତ୍ତମାନ ରାଜ୍ୟ ରାଜନୀତିରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି।

ଦେବାଶିଷଙ୍କ ଗଣିତ ଅନୁସାରେ ବର୍ତ୍ତମାନ କୋର୍ଟରେ ପ୍ରାୟ ୩୦ଟି ନିର୍ବାଚନ ଅନିୟମିତତା ମାମଲା ଋଜୁ ହୋଇଛି। ସେଥିମଧ୍ୟରୁ ପ୍ରାୟ ୨୦ଟିକୁ କୋର୍ଟ କୁଆଡେ ଗ୍ରହଣ କରିସାରିଛନ୍ତି। ସେଥିମଧ୍ୟରୁ ୭ଟି କିମ୍ବା ୮ ଟିରେ ଆମେ ଜିତିବା ନିଶ୍ଚିତ। ଆଉ ଜିତିବା ପରେ ସେଠାରେ ଉନିର୍ବାଚନ ହେବ। ଉପନିର୍ବାଚନରେ ବିଜେଡି ଜିତି କଂଗ୍ରେସ ସହିତ ହାତ ମିଳାଇ ସରକାର କରିବ। ଏହା ହେଲା ଦେବାଶିଷଙ୍କ ହିସାବ।

ଯଦି ପ୍ରକୃତ ଗଣତି ଦେଖାଯିବ ତେବେ ବିଜେଡି ସରକାର କରିବା କି ନାହିଁ ତାହା ଭିନ୍ନ କଥା କିନ୍ତୁ ମୋହନ ସରକାରକୁ ବିପଦ ନିଶ୍ଚିତ ଆଣିପାରିବ। କାରଣ ବର୍ତ୍ତମାନ ବିଧାନସଭାର ଆସନ ସ୍ଥିତି ଦେଖିଲେ ବିଜେପି-୭୮, ବିଜେଡି-୫୧, କଂଗ୍ରେସ-୧୪, ସିପିଆଇ-୧ ଏବଂ ସ୍ବାଧୀନ-୦୩ ଜଣ ଅଛନ୍ତି। ଆଉ ସଂଖ୍ୟା ଗରିଷ୍ଠତା ହେଉଛି ୭୪। ତେବେ ଏମାନଙ୍କ ମଧ୍ୟରୁ  ୩ ସ୍ବାଧୀନ ବିଧାୟକ ବିଜେପି ସହିତ ସାମିଲ ହୋଇ ସାରିଲେଣି। ଫଳରେ ବିଜେପିର ସଂଖ୍ୟା ବର୍ତ୍ତମାନ ୮୧ ରେ ପହଁଚିଛି।

ଦେବାଶିଷଙ୍କ ହିସାବରେ ଉପନିର୍ବାଚନ ହେଲେ ୭ଟି ଆସନରେ ସେମାନେ ଜିତିବେ। ତାହାକୁ ହିସାବକୁ ନେଲେ ବିଜେପିର ୭ଟି ଆସନ ହ୍ରାସ ପାଇବ ଆଉ ତାହା ବିଜେଡିରେ ମିଶିବ। ଫଳରେ ବିଜେପିର ୮୧ ରୁ ୭ ଗଲେ ଆଉ ରହିଲେ ୭୪, ଯାହା ପୁରା ସଂଖ୍ୟା ଗରିଷ୍ଠତାର ମାଇଲ ଖୁଣ୍ଟ ଉପରେ ବିଜେପି ରହିବ।

ଏପଟେ ବିଜେଡିର ୫୧ ଆସନରେ ୭ ମିଶାଇଲେ ୫୮ ଏବଂ ସେଥିରେ କଂଗ୍ରେସର ୧୪ ମିଶାଇଲେ ୭୨ ହେଉଛି। ଏହା ସଂଖ୍ୟା ଗରିଷ୍ଠତାରୁ ଦୁଇ କମ ରହୁଛି। ଯଦିଓ ସିପିଆଇର ଗୋଟିଏ ଆସନ ମିଶାଯାଏ ତେବେ ବି ଆହୁରି ଗୋଟିଏ ଆସନ କମ ରହିବ। ଫଳରେ ବିଜେଡି କଂଗ୍ରେସ ସହିତ ମିଶି କିପରି ସରକାର କରିବ ସେ ନେଇ ପ୍ରଶ୍ନ ଉଠିଛି। ସେପଟେ ବିଜେପି ମଧ୍ୟ ସରକାରରେ ରହିପାରିବ ନାହିଁ। ଯାହାଦ୍ବାରା ଓଡିଶାରେ ଏକ ଝୁଲା ବିଧାନସଭାର ପରିସ୍ଥିତି ସୃଷ୍ଟି ହେବ।

ହଁ ଏହା ନିଶ୍ଚିତ ଯେ ଯଦି ସାମ୍ଭବ୍ୟ ଉପନିର୍ବାଚନରେ ବିଜେଡି ୭ ପରିବର୍ତ୍ତେ ୮ଟି ଆସନ ଆଣିପାରିବ ତେବେ ଯାଇ ଏହା ସମ୍ଭବ ହୋଇପାରିବ। ହେଲେ ଏପରି ଛକାପଞ୍ଚା ଭିତରେ ସରକାର ଆୟୁଶ କେତେଦିନ ରହିବ ତାହା ନିଶ୍ଚିତ ଆଶଙ୍କା ସୃଷ୍ଟି କରିବ। ହେଲେ ଦେବାଶିଷଙ୍କ ଏତେ ସପନକୁ ରାତି କାହିଁ ନ୍ୟାୟରେ ଏବେ ତାହା ଆକଳନ କରିବା ଭୁଲ। ଯେ ପର୍ଯ୍ୟନ୍ତ କୋର୍ଟ ରାୟ ନ ଆସିଛି ସେ ପର୍ଯ୍ୟନ୍ତ ଏପରି ଆକଳନ କରିବା ନିଶ୍ଚିତ ଭୁଲ ହେବ।

BJD ଦେବାଶିଷ ସାମନ୍ତରାୟ ବିଜେଡି ବିଜେଡି ସରକାର
Share. Facebook Twitter LinkedIn Email WhatsApp Copy Link

Related Posts

Konark Dance & Music Festival: ବେଶ ଆକର୍ଷଣୀୟ କାର୍ଯ୍ୟକ୍ରମ ସହ ଶେଷ ହୋଇଛି କୋଣାର୍କ ନୃତ୍ୟ ଉତ୍ସବ

February 23, 2026

ମଣିଶଙ୍କର ଆୟାରଙ୍କ ଉପରେ ବର୍ଷିଲେ ଉଦିତ ରାଜ: ଟିଏମସିରେ ଯୋଗଦେବା ପାଇଁ ଦେଲେ ପରାମର୍ଶ

February 23, 2026

ଦିଲ୍ଲୀର ଆର୍ମି ପବ୍ଲିକ୍ ସ୍କୁଲ୍ ଏବଂ ଏୟାର ଫୋର୍ସ ସ୍କୁଲ୍ କୁ ବୋମା ଧମକ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

February 23, 2026

“ଗାନ୍ଧୀ ଜୀ ଭାରତର ନୁହଁନ୍ତି, ବରଂ ପାକିସ୍ତାନର…”: ବିଜେପି ବିଧାୟକଙ୍କ ବିବାଦୀୟ ବିବୃତ୍ତି

February 23, 2026
Latest News

Konark Dance & Music Festival: ବେଶ ଆକର୍ଷଣୀୟ କାର୍ଯ୍ୟକ୍ରମ ସହ ଶେଷ ହୋଇଛି କୋଣାର୍କ ନୃତ୍ୟ ଉତ୍ସବ

February 23, 2026

ମଣିଶଙ୍କର ଆୟାରଙ୍କ ଉପରେ ବର୍ଷିଲେ ଉଦିତ ରାଜ: ଟିଏମସିରେ ଯୋଗଦେବା ପାଇଁ ଦେଲେ ପରାମର୍ଶ

February 23, 2026

ଦିଲ୍ଲୀର ଆର୍ମି ପବ୍ଲିକ୍ ସ୍କୁଲ୍ ଏବଂ ଏୟାର ଫୋର୍ସ ସ୍କୁଲ୍ କୁ ବୋମା ଧମକ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

February 23, 2026

“ଗାନ୍ଧୀ ଜୀ ଭାରତର ନୁହଁନ୍ତି, ବରଂ ପାକିସ୍ତାନର…”: ବିଜେପି ବିଧାୟକଙ୍କ ବିବାଦୀୟ ବିବୃତ୍ତି

February 23, 2026

ଆଜି ମଧ୍ୟ ବଢିଲା ସୁନା ମୂଲ୍ୟ: ୩ ଲକ୍ଷରେ ପହଞ୍ଚିଲା ରୂପା

February 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.