Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»କ୍ୱାଡ ନେତାମାନଙ୍କର କ୍ୟାନ୍ସର ମୁନ୍‌ଶଟ୍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିବୃତ୍ତି
ଜାତୀୟ ଖବର

କ୍ୱାଡ ନେତାମାନଙ୍କର କ୍ୟାନ୍ସର ମୁନ୍‌ଶଟ୍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିବୃତ୍ତି

September 22, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୩ ଦିନିଆ ଆମେରିକାରେ ଗସ୍ତରେ ଅଛନ୍ତି। ଏହି ସମୟରେ କ୍ୱାଡ ନେତାମାନଙ୍କର କ୍ୟାନ୍ସର ମୁନ୍‌ଶଟ୍ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି। ଏହି ଅବସରରେ ଶ୍ରୀ ମୋଦୀ କହିଛନ୍ତି ଯେ, ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମର ଆୟୋଜନ ପାଇଁ ମୁଁ ରାଷ୍ଟ୍ରପତି ବାଇଡେନ୍‌ଙ୍କୁ ହୃଦୟରୁ ଅଭିନନ୍ଦନ ଜଣାଉଛି। ଏହି ସୁଲଭ, ସୁଗମ ଏଂବ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଆମର ଦୃଢ଼ ସହଭାଗିତାକୁ ପ୍ରତିଫଳିତ କରୁଛି। କୋଭିଡ୍ ମହାମାରୀ ସମୟରେ, ଆମେ ଇଣ୍ଡୋ-ପାସିଫିକ୍ ପାଇଁ “କ୍ୱାଡ ଭ୍ୟାକ୍ସିନ୍ ଇନିସିଏଟିଭ୍‌” (କ୍ୱାଡ୍ ଟିକା ପଦକ୍ଷେପ) ଗ୍ରହଣ କରିଥିଲୁ ଏବଂ ମୁଁ ଖୁସି ଯେ କ୍ୱାଡରେ ଆମେ ଗର୍ଭାଶୟ କର୍କଟ ପରି ଆହ୍ୱାନକୁ ମିଳିତ ଭାବେ ସମ୍ମୁଖୀନ ହେବାକୁ ନିଷ୍ପତ୍ତି ନେଇଛୁ।

କର୍କଟ ରୋଗର ଯତ୍ନ ଏବଂ ଆରୋଗ୍ୟ ପାଇଁ ସହଯୋଗ ଜରୁରୀ। କର୍କଟ ରୋଗର ଭାର କମାଇବା ପାଇଁ ପ୍ରତିରୋଧ, ସ୍କ୍ରିନିଂ, ନିରାକରଣ ଏବଂ ଚିକିତ୍ସାର ଏକ ସମନ୍ୱିତ ଉପାୟ ଆବକଶ୍ୟକ। ଭାରତରେ ଏକ ବହୁମୂଲ୍ୟ ପ୍ରଭାବଶାଳୀ ଗର୍ଭାଶୟ କର୍କଟ ସ୍କ୍ରିନିଂ ପ୍ରୋଗ୍ରାମ ଚାଲିଛି। ସମସ୍ତଙ୍କୁ ସୁଲଭ ମୂଲ୍ୟରେ ଔଷଧ ଯୋଗାଇବା ପାଇଁ ସ୍ୱତନ୍ତ୍ର କେନ୍ଦ୍ର ମଧ୍ୟ ସୃଷ୍ଟି କରାଯାଇଛି। ଗର୍ଭାଶୟ କର୍କଟ ପାଇଁ ଭାରତ ମଧ୍ୟ ନିଜର ଟିକା ପ୍ରସ୍ତୁତ କରିଛି ଏବଂ ଏଆଇ ସାହାଯ୍ୟରେ ନୂଆ ଚିକିତ୍ସା ପ୍ରୋଟୋକଲ୍ ମଧ୍ୟ ଆରମ୍ଭ କରାଯାଉଛି।

ଭାରତ ନିଜର ଅଭିଜ୍ଞତା ଏବଂ ବିଶେଷଜ୍ଞତା ବାଣ୍ଟିବାକୁ ପ୍ରସ୍ତୁତ ଅଛି। ଆଜି ଏହି କାର୍ଯ୍ୟକ୍ରମରେ କର୍କଟ ଚିକିତ୍ସା କ୍ଷେତ୍ରରେ କାର୍ଯ୍ୟ କରୁଥିବା ଭାରତର ବହୁ ବିଶେଷଜ୍ଞ ଆମ ସହ ଯୋଗ ଦେଇଛନ୍ତି। ଭାରତର ଦୃଷ୍ଟିକୋଣ ହେଉଛି, “ଗୋଟିଏ ପୃଥିବୀ, ଗୋଟିଏ ସ୍ୱାସ୍ଥ୍ୟ”। ଏହି ଚିନ୍ତାଧାରା ସହ ମୁଁ ମୁନ୍‌ସୁଟ୍ ପଦକ୍ଷେପ ଅର୍ନ୍ତଗତ ୭.୫ ମିଲିୟନ୍ ଡଲାରର ସାମ୍ପଲିଂ କିଟ୍ସ, ଡିଟେକ୍ସନ୍ କିଟ୍ସ ଏବଂ ଟିକାର ସହଯୋଗ ଦେବା ପାଇଁ ଘୋଷଣା କରୁଛି। ରେଡିଓଥେରାପି ଚିକିତ୍ସା ପଦ୍ଧତି ଏବଂ ଦକ୍ଷତା ବୃଦ୍ଧି କ୍ଷେତ୍ରରେ ମଧ୍ୟ ଭାରତ ସହଯୋଗ ଦେବ।

ମୁଁ ଖୁସି ଯେ ଭାରତ-ପ୍ରଶାନ୍ତ ମହାସାଗରୀୟ ଦେଶମାନଙ୍କ ପାଇଁ ଜିଏଭିଆଇ ଏବଂ କ୍ୱାଡ ପଦକ୍ଷେପ ଅନୁଯାୟୀ, ଭାରତରୁ ୪୦ ନିୟୁତ ଟିକା ଡୋଜ୍ ଯୋଗାଇ ଦିଆଯିବ। ଏହି ୪୦  ନିୟୁତ ଟିକା ଡୋଜ୍ କୋଟି କୋଟି ଲୋକଙ୍କ ଜୀବନରେ ଆଶାର କିରଣରେ ପରିଣତ ହେବ। ଯେହେତୁ ଆପଣ ଦେଖିଥିବେ, ଯେତେବେଳେ କ୍ୱାଡ କାର୍ଯ୍ୟ କରେ, ଏହା କେବଳ ରାଷ୍ଟ୍ରମାନଙ୍କ ପାଇଁ ନୁହେଁ –  ଏହା ଲୋକଙ୍କ ପାଇଁ। ଏହା ହେଉଛି ଆମର ମାନବ କୈନ୍ଦ୍ରୀକ ଆଭିମୁଖ୍ୟର ପ୍ରକୃତ ମହତ୍ତ୍ୱ।

america kwad narendramodi
Share. Facebook Twitter LinkedIn Email WhatsApp Copy Link

Related Posts

ଇଣ୍ଡିଗୋ ବିମାନରେ ବୋମା ଧମକ, ଲକ୍ଷ୍ନୌରେ ଜରୁରୀକାଳୀନ ଅବତରଣ

January 18, 2026

ଗ୍ରୀନଲ୍ୟାଣ୍ଡ ଉପରେ କ୍ରୋଧିତ ହୋଇ ୮ ଟି ଦେଶ ଉପରେ ଶୁଳ୍କ ଲଗାଇଲେ ଟ୍ରମ୍ଫ: ବଡ଼ ପଦକ୍ଷେପ ନେଲା EU

January 18, 2026

କେଦାରନାଥ ମନ୍ଦିରରେ ରିଲ୍ ମନା: ଚାରିଧାମ ଯାତ୍ରାରେ ମୋବାଇଲ୍ ଫୋନ୍ ଉପରେ କଟକଣା

January 18, 2026

ଆଜି ସାନ୍ତ୍ରାଗାଛି-ତାମ୍ବରମ୍ ଅମୃତ ଭାରତ ଏକ୍ସପ୍ରେସକୁ ପତାକା ଦେଖାଇ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ 

January 18, 2026
Latest News

ଇଣ୍ଡିଗୋ ବିମାନରେ ବୋମା ଧମକ, ଲକ୍ଷ୍ନୌରେ ଜରୁରୀକାଳୀନ ଅବତରଣ

January 18, 2026

ଗ୍ରୀନଲ୍ୟାଣ୍ଡ ଉପରେ କ୍ରୋଧିତ ହୋଇ ୮ ଟି ଦେଶ ଉପରେ ଶୁଳ୍କ ଲଗାଇଲେ ଟ୍ରମ୍ଫ: ବଡ଼ ପଦକ୍ଷେପ ନେଲା EU

January 18, 2026

କେଦାରନାଥ ମନ୍ଦିରରେ ରିଲ୍ ମନା: ଚାରିଧାମ ଯାତ୍ରାରେ ମୋବାଇଲ୍ ଫୋନ୍ ଉପରେ କଟକଣା

January 18, 2026

ନାରୀ ଅଦାଲତରେ ନ୍ୟାୟସଖୀ ନିଯୁକ୍ତିର ପ୍ରକ୍ରିୟା ଆରମ୍ଭ: ଆଇନ ମନ୍ତ୍ରୀ

January 18, 2026

ସୁମିତ କୁମାରଙ୍କୁ ଶୁଭେଚ୍ଛା ଜଣାଇଲେ କ୍ରୀଡ଼ା ମନ୍ତ୍ରୀ: ୪୮ ଘଣ୍ଟା ଦୌଡ଼ି ଅତିକ୍ରମ କରିଥିଲେ ୨୦୨ କିମି ଦୂରତା

January 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.