Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ବିଜେଡି କାହିଁକି ହାରିଲା, ବରିଷ୍ଠ ନେତା ପ୍ରଦୀପ ମାଝୀଙ୍କ ବିସ୍ପୋରକ ବୟାନ, କହିଲେ ଏହି ତିନିଟି କାରଣ
ଜାତୀୟ ଖବର

ବିଜେଡି କାହିଁକି ହାରିଲା, ବରିଷ୍ଠ ନେତା ପ୍ରଦୀପ ମାଝୀଙ୍କ ବିସ୍ପୋରକ ବୟାନ, କହିଲେ ଏହି ତିନିଟି କାରଣ

September 24, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
କାହିଁକି ହାରିଲା ବିଜେଡି, ବରିଷ୍ଠ ନେତା ପ୍ରଦୀପ ମାଝୀଙ୍କ ବିସ୍ପୋରକ ବୟାନ, କହିଲେ ଏହି ତିନିଟି କାରଣ

ଭୁବନେଶ୍ବର: ଓଡିଶା ବିଧାନସଭା ଓ ଲୋକସଭା ନିର୍ବାଚନରେ ବିଜେଡିର କଣ ପାଇଁ ବିପର୍ଯ୍ୟୟ ହେଲା। ଏହାକୁ ନେଇ ଆଜି ପର୍ଯ୍ୟନ୍ତ ତର୍କ ବିତର୍କ ଚାଲିଛି। ଏ ନେଇ ଖୋଦ ବିଜେଡି ମନ୍ଥନ କରିବ ବୋଲି କହିଥିଲେ ମଧ୍ୟ ତାହା ମଧ୍ୟ ହୋଇପାରୁ ନାହିଁ। ଫଳରେ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ କଥା ପ୍ରକାଶ ପାଇବାରେ ଲାଗିଛି।

ଠିକ ସେହିପରି ଗତକାଲି ଶଙ୍ଖ ଭବନରେ ହୋଇଥିବା କଳାହାଣ୍ଡି ଓ ନବରଂଗପୁର ଜିଲ୍ଲା ବିଜେଡିର ସମୀକ୍ଷା ବୈଠକରେ ମଧ୍ୟ ଏହି କଥା ଆଲୋଚନା ହୋଇଥିଲା। ବିଭିନ୍ନ ଲୋକେ ଭିନ୍ନ ଭିନ୍ନ ମତ ଦେଇଥିଲେ ମଧ୍ୟ ବିଜେଡି ହାରିବାର କାରଣ କଣ କେହି କହୁ ନ ଥିଲେ। ହେଲେ ଦଳର ବରିଷ୍ଠ ନେତା ପ୍ରଦୀପ ମାଝୀ ଖୁଲମଖୋଲା ନବୀନଙ୍କ ଆଗରେ ବିଜେଡି ହାରିବାର କାରଣ କହିଦେଲେ।

ଗତକାଲି ସେହି ସମୀକ୍ଷା ବୈଠକରେ ଖୋଦ ସଭାପତି ତଥା ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ଉପସ୍ଥିତ ଥିଲେ। ତାଙ୍କ ସହିତ ଦଳର ଅନ୍ୟ ବରିଷ୍ଠ ନେତାମାନେ ମଧ୍ୟ ଉପସ୍ଥିତ ଥିଲେ। ସେଥିରେ ସବୁ ନେତା ଜଣେ ଜଣେ କରି ସେମାନଙ୍କର ମତ ପ୍ରକାଶ କରୁଥାନ୍ତି। ଦଳ ଭିତରେ ଯେଉଁ ଆଭ୍ୟନ୍ତରଣୀ ମତଭେଦକୁ ସମସ୍ତେ ପ୍ରକାଶ କରୁଥାନ୍ତି।

ହେଲେ ବିଜେଡିର ବରିଷ୍ଠ ନେତା ପ୍ରଦୀପ ମାଝୀ କହିବାକୁ ଆସିବା ପରେ ସେ ବିଜେଡି ହାରିବାର ତିନୋଟି ପ୍ରମୁଖ କାରଣ ନବୀନ ପଟ୍ଟନାୟକଙ୍କୁ କହିଥିଲେ। ସେ ପ୍ରଥମେ କହିଥିଲେ ଯେ, ବିଜେଡି ବିଜେପି ମେଣ୍ଟ ପ୍ରଚାର ଆମ ପାଇଁ ଏକ କାଳ ହେଲା। ଏହି ମେଣ୍ଟ ଚର୍ଚ୍ଚା ଦୀର୍ଘଦିନ ଧରି ଲାଗି ରହିବାରୁ ଆମର ସଂଖ୍ୟାଲଘୁ ଭୋଟ ମାଡ ଖାଇଗଲା। ସେମାନେ ବିଜେଡିରୁ ମୁହଁ ବୁଲେଇ ନେଲେ।

ସେହିପରି ଦ୍ବିତୀୟ କାରଣରେ ପ୍ରଦୀପ କହିଲେ ଯେ, ବିଜେଡି ହାରିବାର ଅନ୍ୟତମ କାରଣ ହେଲା ଆମ ଭିତରେ ଅନ୍ତଃକନ୍ଦଳ। ଏହା ଏତେ ଜୋରରେ ରହିଥିଲା ଯେ, ଜଣେ ପ୍ରାର୍ଥୀ ଜିତିବା କାଠିକର ପାଠ ହୋଇଗଲା। ଏହି କାରଣ ପାଇଁ ଦଳର ବହୁ ନେତା ହାରିବାକୁ ବାଧ୍ୟ ହୋଇଛନ୍ତି। ସେମାନେ ଭିତିରିଆ ଗୋଡ ଟାଣି ଆମକୁ ଅସ୍ତବ୍ୟସ୍ତ କରିପକାଇଛନ୍ତି ବୋଲି ପ୍ରଦୀପ କହିଥିଲେ।

ଶେଷ ବା ତୃତୀୟ କାରଣରେ ପ୍ରଦୀପ ମାଝୀ କହିଥିଲେ ଯେ, ଏଥର ସବୁଠାରୁ ଖରାପ ନିର୍ବାଚନ ପରିଚାଳନା କରାଗଲା। ପ୍ରଚାର ସମୟରେ ଯେପରି ଭାବେ ନିର୍ବାଚନ ପରିଚାଳନ କରାଗଲା ତାହା ବଡ ଭୁଲ ଥିଲା। ଫଳରେ ଭୋଟରମାନେ ସେହି ପ୍ରଚାରରେ ଆକୃଷ୍ଟ ହେଲେ ନାହିଁ। ଯାହାଫଳରେ ବିଜେଡିର ବଡ ବିପର୍ଯ୍ୟୟ ଘଟିଲା ବୋଲି ପ୍ରଦୀପ କହିଥିଲେ।

ତେବେ ଏହି କାରଣ କହିବା ପରେ ବିଜେଡିର ଅନ୍ୟ ନେତାମାନଙ୍କଠାରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ। ସେହିପରି ସଭାପତି ନବୀନ ପଟ୍ଟନାୟକ କେବଳ ପ୍ରଦୀପଙ୍କ କଥା ଶୁଣିଥିଲେ ସିନା ତାହା ଉପରେ ମଧ୍ୟ କୌଣସି ଟିପ୍ପଣୀ ପ୍ରଦାନ କରି ନାହାଁନ୍ତି। ତେବେ ବିଜେଡି ହାରିବା ନେଇ ପ୍ରଦୀପଙ୍କ ଏହି ତିନୋଟି କାରଣ ନେଇ ରାଜ୍ୟ ରାଜନୀତିରେ ବେଶ ଚର୍ଚ୍ଚା ଚାଲିଛି।

ନବରଂଗପୁର ନବରଂଗପୁର ବିଜେଡି ପୂର୍ବତନ ସାଂସଦ ପ୍ରଦୀପ ମାଝୀ ପ୍ରଦୀପ ମାଝୀ ବିଜେଡି ହାରିବା କାରଣ
Share. Facebook Twitter LinkedIn Email WhatsApp Copy Link

Related Posts

ଫ୍ରାନ୍ସ ରାଷ୍ଟ୍ରପତିଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

March 19, 2026

ଏକ ଦଶନ୍ଧିରେ ଟ୍ରେନ ଦୁର୍ଘଟଣାରେ ୬୦% ଓ ମୃତ୍ୟୁ ୧୭% ହ୍ରାସ: ଅଶ୍ଵିନୀ ବୈଷ୍ଣବ

March 19, 2026

ଓମାନର ସୁଲତାନଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

March 19, 2026

ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଦ୍ୱାରା ରାୟଗଡା ଡିଭିଜନ ନିରୀକ୍ଷଣ

March 19, 2026
Latest News

ଫ୍ରାନ୍ସ ରାଷ୍ଟ୍ରପତିଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

March 19, 2026

ଏକ ଦଶନ୍ଧିରେ ଟ୍ରେନ ଦୁର୍ଘଟଣାରେ ୬୦% ଓ ମୃତ୍ୟୁ ୧୭% ହ୍ରାସ: ଅଶ୍ଵିନୀ ବୈଷ୍ଣବ

March 19, 2026

ଓମାନର ସୁଲତାନଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

March 19, 2026

ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଦ୍ୱାରା ରାୟଗଡା ଡିଭିଜନ ନିରୀକ୍ଷଣ

March 19, 2026

୭୦ କେଜି ଗଞ୍ଜେଇ ଜବତ: ୩ ଅଭିଯୁକ୍ତ ଗିରଫ

March 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.