Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଦିଲ୍ଲୀ ବିଧାନସଭାରେ ଆପ ଦଳରୁ ତିନି ଏବଂ ବିଜେପିର ଜଣେ ବିଧାୟକଙ୍କ ସଂଖ୍ୟା ଖସିଲା
ଜାତୀୟ ଖବର

ଦିଲ୍ଲୀ ବିଧାନସଭାରେ ଆପ ଦଳରୁ ତିନି ଏବଂ ବିଜେପିର ଜଣେ ବିଧାୟକଙ୍କ ସଂଖ୍ୟା ଖସିଲା

September 26, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link
delhiassembly
ତିନି ଦିନ ମଧ୍ୟରେ ଲଗାତାର ତୃତୀୟ ଥର ପାଇଁ ଦିଲ୍ଲୀ ବିଧାନସଭାକୁ ବୋମା ଧମକ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭାରେ ମୋଟ 70 ଟି ଆସନରୁ ବର୍ତ୍ତମାନ 4ଟି ଆସନ ଖାଲିପଡିଲା। କାରଣ ଆଜି ଦିଲ୍ଲୀ ବିଧାନସଭାର ସ୍ବତନ୍ତ୍ର ଅଧିବେସନରେ ଏହି ଘୋଷଣା କରିଛନ୍ତି ବାଚସ୍ପତି ରାମ ନିୱାସ ଗୋଏଲ। ସେ କହିଛନ୍ତି ଯେ, ବର୍ତ୍ତମାନ ବିଧାନସଭାର 4 ଟି ଆସନ ଖାଲି ହେଲା। ସେ ନେଇ ଭାରତ ନିର୍ବାଚନ କମିସନରଙ୍କୁ ଅବଗତ କରାଯାଇଛି।

ଖାଲି ପଡିଥିବା ମୋଟ 4 ଟି ଆସନରୁ ତିନୋଟି ଆମ ଆଦମୀ ପାର୍ଟିର ହୋଇଥିବା ବେଳେ 1 ଟି ବିଜେପି ଦଳର। ଫଳରେ ଆପ ଦଳ ବର୍ତ୍ତମାନ 59 ସଂଖ୍ୟାକୁ ଖସି ଆସିଥିବା ବେଳେ ବିଜେପି ମୋଟ 7 ଜଣ ସଦସ୍ୟ ରହିଲେ।

ଆପର ବିଧାୟକ ରାଜ କୁମାର ଆନନ୍ଦ ଏବଂ କରତାର ସିଂ ତନୱାରଙ୍କୁ ବିଧାନସଭା ସଦସ୍ୟ ଭାବେ ଅଯୋଗ୍ୟ କରାଯାଇଛି। ଏହି ଦୁଇ ଜଣ ଆପ ଦଳ ଛାଡି ବିଜେପିରେ ଯୋଗ ଦେଇଛନ୍ତି। ଆଜି ସେହି ଦୁଇଜଣଙ୍କୁ ଅଯୋଗ୍ୟ ଘୋଷଣା କରାଯାଇ ତାଙ୍କ ଆସନ ଖାଲି ରହିଲା ବୋଲି କୁହାଯାଇଛି।

ସେହିପରି ପୂର୍ବରୁ ରାମଭୀର ସିଂ ବିଧୁରୀ ଏବଂ ରାଜେନ୍ଦ୍ର ପାଲ ଗୌତମ ବିଧାୟକ ଭାବରେ ଇସ୍ତଫା ଦେଇଛନ୍ତି ଏବଂ ସେମାନଙ୍କୁ ଗ୍ରହଣ କରାଯାଇଛି। ରାଜପାଲ ଗୌତମ ଆପ ବିଧାୟକ ତଥା ମନ୍ତ୍ରୀ ଥିଲେ। ହେଲେ ସେ ମନ୍ତ୍ରୀ, ବିଧାୟକ ପଦରୁ ଇସ୍ତଫା ଦେଇ କଂଗ୍ରେସରେ ସାମିଲ ହୋଇଛନ୍ତି।

ସେହିପରି ବିଜେପିର ଶ୍ରୀ ବିଧୁରୀ ଲୋକସଭାରେ ଲଢେଇ କରି ଜିତିବା ପରେ ସେ ବିଧାନସଭାରୁ ଇସ୍ତଫା ଦେଇଛନ୍ତି।

delhiassembly ଆପ ବିଧାୟକ ଦିଲ୍ଲୀ ବିଧାନସଭା
Share. Facebook Twitter LinkedIn Email WhatsApp Copy Link

Related Posts

ବ୍ରିକ୍ସ ସମ୍ମିଳନୀର ଐତିହାସିକ ସଫଳତା ଲାଗି ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ବ୍ରହ୍ମପୁର ସାଂସଦ

September 13, 2026

ୟୁଏସ୍ ଓପନ୍‌ ଫାଇନାଲ୍‌: ଟାଇଟଲ୍‌ ଲଢ଼େଇରେ ମୁହାଁମୁହିଁ ହେବେ ଜ୍ୱେରେଭ୍‌ ଏବଂ ଶେଲ୍ଟନ୍‌

September 13, 2026

ATMରୁ ଫଟା ନୋଟ୍ ବାହାରିଲେ ଚିନ୍ତା ନାହିଁ! ବ୍ୟାଙ୍କ ଦେବ ଟଙ୍କା, ଜାଣନ୍ତୁ ବଦଳାଇବାର ସମ୍ପୂର୍ଣ୍ଣ ନିୟମ

September 13, 2026

Ganesh Puja 2026: ଆସନ୍ତାକାଲି ଗଣେଷ ପୂଜା, ପ୍ରଭୃଙ୍କ ପାଖରେ ଲାଗି କରନ୍ତୁ ଏହି ଭୋଗ

September 13, 2026
Latest News

ବ୍ରିକ୍ସ ସମ୍ମିଳନୀର ଐତିହାସିକ ସଫଳତା ଲାଗି ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ବ୍ରହ୍ମପୁର ସାଂସଦ

September 13, 2026

ଆଜିଠୁ କମିବ ବର୍ଷାର ପ୍ରକୋପ: କିଛି ଜିଲ୍ଲାରେ ବର୍ଷା ସମ୍ଭାବନା

September 13, 2026

ୟୁଏଇ ଗସ୍ତ ଶେଷ: ଆଜି ଓଡ଼ିଶା ଫେରୁଛନ୍ତି ମୁଖ୍ୟମନ୍ତ୍ରୀ

September 13, 2026

ପୁଲିସ ପେଟ୍ରୋଲିଂ ଗାଡ଼ିକୁ ଆକ୍ରମଣ: କନେଷ୍ଟବଳ ଗୁରୁତର, ୨ ଡ୍ରଗ୍ସ ମାଫିଆ ଗିରଫ

September 13, 2026

ୟୁଏସ୍ ଓପନ୍‌ ଫାଇନାଲ୍‌: ଟାଇଟଲ୍‌ ଲଢ଼େଇରେ ମୁହାଁମୁହିଁ ହେବେ ଜ୍ୱେରେଭ୍‌ ଏବଂ ଶେଲ୍ଟନ୍‌

September 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.