Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା କଣ ପାଇଁ ରାଜ୍ୟପାଳଙ୍କୁ କଲେ ସାକ୍ଷାତ, ବଢୁଛି ସନ୍ଦେହ
ଜାତୀୟ ଖବର

ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା କଣ ପାଇଁ ରାଜ୍ୟପାଳଙ୍କୁ କଲେ ସାକ୍ଷାତ, ବଢୁଛି ସନ୍ଦେହ

September 28, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା କଣ ପାଇଁ ରାଜ୍ୟପାଳଙ୍କୁ ସାକ୍ଷାତ କଲେ, ବଢୁଛି ସନ୍ଦେହ

ଭୁବନେଶ୍ବର: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ଇତିମଧ୍ୟରେ ଓଡିଶା ରାଜ୍ୟପାଳ ରଘୁବର ଦାସଙ୍କୁ ସାକ୍ଷାତ କରିଛନ୍ତି। ହଠାତ ତାଙ୍କର କୌଣସି ଦଳୀୟ କିମ୍ବା ସରକାରୀ କାର୍ଯ୍ୟକ୍ରମ ନ ଥିବା ବେଳେ ସେ ରଘୁବର ଦାସଙ୍କୁ ସାକ୍ଷାତ କରି ଫେରିଯିବାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଚାଲିଛି। ସେ ସିଧା ବିମାନ ବନ୍ଦରରୁ ରାଜଭବନ ଏବଂ ବିମାନ ବନ୍ଦର ଯାଇ ଝାଡଖଣ୍ଡ ଯାଇଥିଲେ।

ତେବେ ସେ ରଘୁବର ଦାସଙ୍କ ସହିତ କଣ କଥା ହେଲେ ଆଉ ଏହା କଣ ଏତେ ଜରୁରୀ ଥିଲା କି ବୋଲି ସ୍ବାଭାବିକ ପ୍ରଶ୍ନ ଉଠିବ। ତେବେ ପୂର୍ବରୁ ରଘୁବର ଦାସ ଝାଡଖଣ୍ଡରେ ସକ୍ରିୟ ରାଜନୀତିକୁ ଫେରିବେ ବୋଲି ଚର୍ଚ୍ଚା ଚାଲିଛି। ଅନ୍ୟପଟେ ହିମନ୍ତ ଝାଡଖଣ୍ଡ ବିଜେପିର ପ୍ରଭାରୀ ଅଛନ୍ତି। ତେଣୁ ରଘୁବରଙ୍କ ସକ୍ରିୟ ରାଜନୀତିକୁ ଫେରିବା ଚର୍ଚ୍ଚାକୁ ଆହୁରି ଜୋରଦାର କରିଛି।

ଆଉ ଦୁଇ ମାସ ପରେ ଝାଡଖଣ୍ଡ ନିର୍ବାଚନ ହେବ। ସେଥିପାଇଁ ସେଠାକାର ରାଜନୀତି ସରଗରମ ହେବାରେ ଲାଗିଛି। ଗୋଟିଏ ପରେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଜେଲଯିବା ଏବଂ ତାଙ୍କର ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପେଇ ସୋରେନ ଜେଏମଏମରୁ ଇସ୍ତଫା ଦେବା ଘଟଣା ଘଟିଯାଇଛି। ଏପରି ପରିସ୍ଥିତିରେ ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନ ଓଡିଶାର ରାଜ୍ୟପାଳ ରଘୁବର ଦାସ ସକ୍ରିୟ ରାଜନୀତିକୁ ଫେରିବାର ସମ୍ଭାବନା ଦେଖାଦେଇଛି।

ପୂର୍ବରୁ ରଘୁବର ଦାସ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ସାକ୍ଷାତ କରି କୁଆଡେ ଝାଡଖଣ୍ଡ ରାଜନୀତିକୁ ଫେରିବେ ବୋଲି ଜଣାଇଥିବାର କୁହାଯାଉଛି। ପୁଣି ଝାଡଖଣ୍ଡ ବିଜେପି ଦାୟିତ୍ବରେ ଥିବା ବିଶ୍ବଶର୍ମାଙ୍କ ରଘୁବରଙ୍କୁ ସାକ୍ଷାତ ଏହି ଚର୍ଚ୍ଚାକୁ ଖୋରାକ ଯୋଗାଇଛି। ଅନ୍ୟପଟେ ରଘୁବର କୁଆଡେ ପୁଣି ରାଜନୀତିକୁ ଫେରିବାର ବହୁ ଆଗ୍ରହ ରହିଛି ବୋଲି ଅନୁମାନ କରାଯାଇଛି।

ତେବେ ଏହି ପରିସ୍ଥିତିରେ ଆସାମ ମୁଖ୍ୟମନ୍ତ୍ରୀଙ୍କ ଗଣମାଧ୍ୟମକୁ ଯେଉଁ ବିବୃତି ଦେଇଛନ୍ତି ତାହା ମଧ୍ୟ ସନ୍ଦେହ ଘେରକୁ ଆସିଛି। ସେ ମାତ୍ର ଦୁଇ ଘଣ୍ଟା ରାଜଭବନରେ ରହି ଫେରିଯାଇଥିଲେ ଆଉ ତାଙ୍କର ଗସ୍ତ ବ୍ୟକ୍ତିଗତ ଥିଲା ବୋଲି କହିଥିଲେ। ଫଳରେ କଣ ଏପରି ବ୍ୟକ୍ତିଗତ ଥିଲା ଯେ, ସେ ଅଳ୍ପ ସମୟ ପାଇଁ ଆସି ଚାଲିଗଲେ। ତେବେ ତାଙ୍କର ଗସ୍ତର ପ୍ରକୃତ ରହସ୍ୟ ଖୁବ ଶିଘ୍ର ଜଣାପଡିବ ବୋଲି କୁହାଯାଉଛି।

jharkhand election ଆସାମ ମୁଖ୍ୟମନ୍ତ୍ରୀ ଝାଡଖଣ୍ଡ ନିର୍ବାଚନ ରଘୁବର ଦାସ ହିମନ୍ତ ବିଶ୍ବଶର୍ମା
Share. Facebook Twitter LinkedIn Email WhatsApp Copy Link

Related Posts

ଆଡମିଟ୍ କାର୍ଡ ଜାରି କଲା CBSE: ଦଶମ ଏବଂ ଦ୍ୱାଦଶ ଛାତ୍ରଛାତ୍ରୀମାନେ ତୁରନ୍ତ କରନ୍ତୁ ଡାଉନଲୋଡ୍

February 3, 2026

ଅଗ୍ନିବୀରମାନଙ୍କ ପାଇଁ ବଡ଼ ଘୋଷଣା କରିବେ ସରକାର?: ପ୍ରସ୍ତୁତି ଆରମ୍ଭ କଲା ଗୃହ ମନ୍ତ୍ରାଳୟ

February 3, 2026

୫୦୦% ଶୁଳ୍କ ଧମକ ଦେଇଥିବା ଆମେରିକା ନେତା, ଏବେ ଭାରତ ଉପରେ କହିଲେ…

February 3, 2026

U19 ବିଶ୍ୱକପ୍ ସେମିଫାଇନାଲ୍‌ରେ ଆଫଗାନିସ୍ତାନକୁ ଭେଟିବ ଭାରତ: କେଉଁଠାରେ ଦେଖିବେ ଲାଇଭ୍ ଷ୍ଟ୍ରିମିଂ

February 3, 2026
Latest News

ଆଡମିଟ୍ କାର୍ଡ ଜାରି କଲା CBSE: ଦଶମ ଏବଂ ଦ୍ୱାଦଶ ଛାତ୍ରଛାତ୍ରୀମାନେ ତୁରନ୍ତ କରନ୍ତୁ ଡାଉନଲୋଡ୍

February 3, 2026

ଅଗ୍ନିବୀରମାନଙ୍କ ପାଇଁ ବଡ଼ ଘୋଷଣା କରିବେ ସରକାର?: ପ୍ରସ୍ତୁତି ଆରମ୍ଭ କଲା ଗୃହ ମନ୍ତ୍ରାଳୟ

February 3, 2026

୫୦୦% ଶୁଳ୍କ ଧମକ ଦେଇଥିବା ଆମେରିକା ନେତା, ଏବେ ଭାରତ ଉପରେ କହିଲେ…

February 3, 2026

U19 ବିଶ୍ୱକପ୍ ସେମିଫାଇନାଲ୍‌ରେ ଆଫଗାନିସ୍ତାନକୁ ଭେଟିବ ଭାରତ: କେଉଁଠାରେ ଦେଖିବେ ଲାଇଭ୍ ଷ୍ଟ୍ରିମିଂ

February 3, 2026

ଇଣ୍ଡିଆ ଏଆଇ ଇମ୍ପାକ୍ଚ ସମିଟ୍ ୨୦୨୬: ୩୫,୦୦୦ ଟପିଲା ପଞ୍ଜୀକରଣ ସଂଖ୍ୟା

February 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.