Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»୩ଟି ‘ଏଆଇ ଉତ୍କର୍ଷ କେନ୍ଦ୍ର’ ଘୋଷଣା କରିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଜାତୀୟ ଖବର

୩ଟି ‘ଏଆଇ ଉତ୍କର୍ଷ କେନ୍ଦ୍ର’ ଘୋଷଣା କରିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

October 14, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link
୩ଟି 'ଏଆଇ ଉତ୍କର୍ଷ କେନ୍ଦ୍ର' ଘୋଷଣା କରିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅକ୍ଟୋବର ୧୫ ତାରିଖରେ ନୂଆଦିଲ୍ଲୀଠାରେ ସ୍ୱାସ୍ଥ୍ୟସେବା, କୃଷି ଏବଂ ସ୍ଥାୟୀ ସହର ଉପରେ ତିନୋଟି ଏଆଇ ସେଣ୍ଟର ଅଫ୍ ଏକ୍ସଲେନ୍ସ (ସିଓଇ) ଘୋଷଣା କରିବେ।

‘ବିକଶିତ ଭାରତ’ର ସ୍ୱପ୍ନକୁ ସାକାର କରିବା ପାଇଁ ଏହି ତିନୋଟି ଉତ୍କର୍ଷ କେନ୍ଦ୍ରକୁ ଶୀର୍ଷ ଶିକ୍ଷାନୁଷ୍ଠାନ, ଶିଳ୍ପ ଅଂଶୀଦାର ଏବଂ ଷ୍ଟାର୍ଟଅପ୍ ମାନେ ନେତୃତ୍ୱ ପ୍ରଦାନ କରିବେ। ସେମାନେ ଆନ୍ତଃବିଭାଗୀୟ ଗବେଷଣା କରିବେ, ଅତ୍ୟାଧୁନିକ ଆପ୍ଲିକେସନ୍ ବିକଶିତ କରିବେ ଏବଂ ଏହି ତିନୋଟି କ୍ଷେତ୍ରରେ ଅଧିକ ସମାଧାନ ସୃଷ୍ଟି କରିବେ।

ଏହି ପଦକ୍ଷେପର ଉଦ୍ଦେଶ୍ୟ ହେଉଛି ଏକ ପ୍ରଭାବଶାଳୀ ଏଆଇ ଇକୋସିଷ୍ଟମକୁ ବିକଶିତ କରିବା ଏବଂ ଏହିସବୁ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଗୁଣାତ୍ମକ ମାନବ ସମ୍ବଳକୁ ପ୍ରସ୍ତୁତ କରିବା।

୨୦୨୩-୨୪ ବଜେଟ୍ ଘୋଷଣାର ପାରା ୬୦ ଅଧୀନରେ “ଭାରତରେ ଏଆଇ ତିଆରି କରିବା ଏବଂ ଭାରତ ପାଇଁ ଏଆଇ କାର୍ଯ୍ୟ କରିବା ଲକ୍ଷ୍ୟର ଏକ ଅଂଶ ଭାବରେ ଏହି କେନ୍ଦ୍ରଗୁଡ଼ିକ ପ୍ରତିଷ୍ଠା କରିବାକୁ ଘୋଷଣା କରାଯାଇଥିଲା।

ଏହାକୁ ଦୃଷ୍ଟିରେ ରଖି ସରକାର ୨୦୨୩-୨୪ ଆର୍ଥିକ ବର୍ଷରୁ ୨୦୨୭-୨୮ ଆର୍ଥିକ ବର୍ଷ ମଧ୍ୟରେ ମୋଟ ୯୯୦.୦୦ କୋଟି ଟଙ୍କାର ଆର୍ଥିକ ବ୍ୟୟବରାଦ ସହିତ ତିନୋଟି ଏଆଇ ସେଣ୍ଟର ଅଫ୍ ଏକ୍ସଲେନ୍ସ ଗଠନ କୁ ମଞ୍ଜୁରୀ ଦେଇଛନ୍ତି।

ଏହି ପଦକ୍ଷେପର କାର‌୍ୟ୍ୟକାରିତା ତଦାରଖ କରିବା ପାଇଁ ଜୋହୋ କର୍ପୋରେସନର ପ୍ରତିଷ୍ଠାତା ତଥା ସିଇଓ ଡ. ଶ୍ରୀଧର ଭେମ୍ବୁଙ୍କ ଅଧ୍ୟକ୍ଷତାରେ ଏକ ଶୀର୍ଷ କମିଟି ଗଠନ କରାଯାଇଛି।

ଏହି ଅବସରରେ ସଚିବ ଶ୍ରୀ କେ.ସଞ୍ଜୟ ମୂର୍ତ୍ତିଙ୍କ ସମେତ ଆଇଆଇଟିର ନିର୍ଦ୍ଦେଶକ, ଉଚ୍ଚ ଶିକ୍ଷାନୁଷ୍ଠାନର ମୁଖ୍ୟ (ଏଚ୍ଇଆଇ), ଶିଳ୍ପନେତା, ଷ୍ଟାର୍ଟଅପ୍ ପ୍ରତିଷ୍ଠାତା ଏବଂ ଭାରତ ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଯୋଗଦେବେ।

ଧର୍ମେନ୍ଦ୍ର ପ୍ରଧାନ
Share. Facebook Twitter LinkedIn Email WhatsApp Copy Link

Related Posts

ଷ୍ଟାର୍ଟଅପଗୁଡ଼ିକର ସାହସ, ଆତ୍ମବିଶ୍ୱାସ ଏବଂ ନବସୃଜନ ଭାରତର ଭବିଷ୍ୟତକୁ ଗଢ଼ି ତୋଳିଛି: ପ୍ରଧାନମନ୍ତ୍ରୀ

January 16, 2026

ଓଡ଼ିଶାରେ ନୂତନ ପାଠ୍ୟପୁସ୍ତକ ଏବଂ ଶିକ୍ଷକ ପ୍ରଶିକ୍ଷଣ ଉପରେ ମାଷ୍ଟ୍ରର ଟ୍ରେନରଙ୍କ ସହ ଆଲୋଚନା

January 16, 2026

IND-NZ ତୃତୀୟ ODI ପୂର୍ବରୁ ମହାକାଳେଶ୍ୱର ମନ୍ଦିର ଦର୍ଶନ କଲେ KL ରାହୁଲ: ନନ୍ଦୀଙ୍କୁ କଲେ ପୂଜା

January 16, 2026

ମହାରାଷ୍ଟ୍ର ନଗର ନିଗମ ନିର୍ବାଚନ: ଆଶ୍ଚର୍ଯ୍ୟ କଲା ଫଳାଫଳ, ଜାଣନ୍ତୁ କେଉଁ ଦଳକୁ କେତେ ଆସନ?

January 16, 2026
Latest News

ଷ୍ଟାର୍ଟଅପଗୁଡ଼ିକର ସାହସ, ଆତ୍ମବିଶ୍ୱାସ ଏବଂ ନବସୃଜନ ଭାରତର ଭବିଷ୍ୟତକୁ ଗଢ଼ି ତୋଳିଛି: ପ୍ରଧାନମନ୍ତ୍ରୀ

January 16, 2026

ଓଡ଼ିଶାରେ ନୂତନ ପାଠ୍ୟପୁସ୍ତକ ଏବଂ ଶିକ୍ଷକ ପ୍ରଶିକ୍ଷଣ ଉପରେ ମାଷ୍ଟ୍ରର ଟ୍ରେନରଙ୍କ ସହ ଆଲୋଚନା

January 16, 2026

ବିଶିଷ୍ଟ ଶିକ୍ଷାବିତ୍ ପ୍ରଫେସର ସରାପଙ୍କ ପରଲୋକ

January 16, 2026

ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ଇଡି ପକ୍ଷରୁ ଚଢାଉ: ବ୍ୟବସାୟୀଙ୍କ ଘରୁ ମିଳିଲା ବିଡ଼ା ବିଡ଼ା ଟଙ୍କା

January 16, 2026

ଚିଲିକାରେ ଆସନ୍ତା ୧୮ ରେ ପକ୍ଷୀ ଓ ୨୦ ରେ ଡ଼ଲଫିନ ଗଣନା

January 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.