Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଅଗ୍ନିବୀର ସର୍ଟଲିଷ୍ଟ ପ୍ରାର୍ଥୀଙ୍କ ନିଯୁକ୍ତି, ଜାଣନ୍ତୁ ଓଡିଶାର କେଉଁଠି ଏବଂ କେବେ ହେବ ଚୟନ ପକ୍ରିୟା
ଜାତୀୟ ଖବର

ଅଗ୍ନିବୀର ସର୍ଟଲିଷ୍ଟ ପ୍ରାର୍ଥୀଙ୍କ ନିଯୁକ୍ତି, ଜାଣନ୍ତୁ ଓଡିଶାର କେଉଁଠି ଏବଂ କେବେ ହେବ ଚୟନ ପକ୍ରିୟା

October 15, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link
ଅଗ୍ନିପଥ ସର୍ଟଲିଷ୍ଟ ପ୍ରାର୍ଥୀଙ୍କ ନିଯୁକ୍ତି, ଜାଣନ୍ତୁ ଓଡିଶାର କେଉଁଠି ଏବଂ କେବେ ହେବ ଚୟନ ପକ୍ରିୟା

ଭୁବନେଶ୍ୱର: ଅଗ୍ନିପଥ ଯୋଜନାରେ ଚୟନ (ସର୍ଟଲିଷ୍ଟ) ହୋଇଥିବା ପ୍ରାର୍ଥୀଙ୍କ ପାଇଁ ଚଳିତ ମାସ ୧୮ରୁ ୨୬ ତାରିଖ ପର୍ଯ୍ୟନ୍ତ ପୁରୀ ତାଳବଣିଆସ୍ଥିତ ଜିଲ୍ଲା ସ୍ପୋର୍ଟସ୍‌ କମ୍ପ୍ଲେକ୍ସ ଏବଂ ଇନଡୋର ଷ୍ଟାଡିୟମ ଠାରେ ନିଯୁକ୍ତି ଶିବିର (ରାଲି) ଅନୁଷ୍ଠିତ ହେବ।

ଏଥିରେ କଟକ, ପୁରୀ, ବାଲେଶ୍ୱର, ମୟୂରଭଞ୍ଜ, ଭଦ୍ରକ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାରୁ ଚୟନ ହୋଇଥିବା ପ୍ରାର୍ଥୀ ଏବଂ ନିୟମିତ ସୈନିକ (କେବଳ ଜେସିଓ ବର୍ଗର ସିପାହୀ ଫାର୍ମା, ସୈନିକ ଟେକ୍‌, ନର୍ସିଂ ସହାୟକ ଓ ଧାର୍ମିକ ଶିକ୍ଷକ) ଏବଂ ପଶ୍ଚିମବଙ୍ଗ, ଓଡ଼ିଶା ଓ ସିକ୍କିମର ମହିଳା ମିଲିଟାରୀ ପୁଲିସ ପାଇଁ ସର୍ଟଲିଷ୍ଟ ହୋଇଥିବା ପ୍ରାର୍ଥୀମାନେ ଅଂଶଗ୍ରହଣ କରିପାରିବେ।

ଅନଲାଇନରେ ସାଧାରଣ ପ୍ରବେଶିକ ପରୀକ୍ଷା (ସିଇଇ)ରେ ଉତ୍ତୀର୍ଣ୍ଣ ହୋଇ ସର୍ଟଲିଷ୍ଟ ହୋଇଥିବା ପ୍ରାର୍ଥୀଙ୍କୁ ଶାରୀରିକ ପରୀକ୍ଷା ଏବଂ ମେଡ଼ିକାଲ ପରୀକ୍ଷା ପାଇଁ ଡକାଯାଇଛି। ପଞ୍ଜୀକୃତ ଇମେଲ୍‌ ଆଇଡିରେ ପ୍ରାର୍ଥୀମାନଙ୍କୁ ଆଡମିଟ୍‌ କାର୍ଡ ପଠାଇ ଦିଆଯାଇଛି। ପ୍ରାର୍ଥୀମାନେ ଭାରତୀୟ ସେନାର ୱେବସାଇଟ୍‌ www.joinindianarmy.nic.in ୱେବସାଇଟ୍‌ରେ ଥିବା ସେମାନଙ୍କ ପ୍ରୋଫାଇଲରେ ଲଗଇନ କରି ନିଯୁକ୍ତି ଶିବିର ପାଇଁ ଆଡମିଟ୍‌ କାର୍ଡ ଡାଉନ ଲୋଡ୍‌ କରିପାରିବେ। ଏ ନେଇ କୌଣସି ସନ୍ଦେହ ଥିଲେ, ପ୍ରାର୍ଥୀମାନେ 0671-2305280 ଏବଂ 9437162280 ନମ୍ବରରେ କଟକ ଏଆରଓଙ୍କ ସହିତ ଯୋଗାଯୋଗ କରିପାରିବେ।

ନିଯୁକ୍ତି ପ୍ରକ୍ରିୟା ସମୟରେ କୌଣସି ବ୍ୟକ୍ତିଙ୍କୁ ନିଜର ଅସଲି ପ୍ରମାଣପତ୍ର ନଦେବା ଏବଂ ଠକ/ଏଜେଣ୍ଟଙ୍କ ପ୍ରଲୋଭନର ବଶବର୍ତ୍ତୀ ନହେବା ଲାଗି ପ୍ରାର୍ଥୀମାନଙ୍କୁ ପରାମର୍ଶ ଦିଆଯାଉଛି। ଏପରି କୌଣସି ଘଟଣା କ୍ଷେତ୍ରରେ ପ୍ରାଥୀମାନେ ତୁରନ୍ତ ସ୍ଥାନୀୟ ପୁଲିସ ଏବଂ କଟକସ୍ଥିତ ସେନା ନିଯୁକ୍ତି କାର୍ଯ୍ୟାଳୟରେ ତୁରନ୍ତ ଅଭିଯୋଗ କରାଯାଇପାରିବ। ଏଭଳି ଠକ/ଏଜେଣ୍ଟଙ୍କୁ ଗିରଫ କରିବା ଲାଗି ଏବଂ ନିଯୁକ୍ତି ଶିବିର ସମୟରେ ଠକାମି ନିମନ୍ତେ ସ୍ଥାନୀୟ ପୁଲିସ ଓ ନାଗରିକ ପ୍ରଶାସନ ଜରିଆରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

'ଅଗ୍ନିବୀର ଅଗ୍ନିପଥ ଅଗ୍ନିପଥ ଯୋଜନା
Share. Facebook Twitter LinkedIn Email WhatsApp Copy Link

Related Posts

ରେଢ଼ାଖୋଲରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସହ ଅନେକ ଉନ୍ନୟନମୂଳକ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ

December 25, 2025

ଆସନ୍ତାକାଲିଠାରୁ ଯାତ୍ରୀ ଭଡ଼ା ଢାଞ୍ଚାର ପରିବର୍ତ୍ତନ: ଜାଣନ୍ତୁ କେତେ ବଢିଲା ଦର?

December 25, 2025

ସାନ୍ତାଳୀ ଭାଷାରେ ଭାରତର ସମ୍ବିଧାନକୁ ଉନ୍ମୋଚନ କଲେ ରାଷ୍ଟ୍ରପତି

December 25, 2025

ବାଂଲାଦେଶରେ ଆଉ ଜଣେ ହିନ୍ଦୁ ଯୁବକଙ୍କୁ ପିଟି ପିଟି ହତ୍ୟା, ପୋଲିସର ଆଶ୍ଚର୍ଯ୍ୟଜନକ ଦାବି

December 25, 2025
Latest News

ରେଢ଼ାଖୋଲରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସହ ଅନେକ ଉନ୍ନୟନମୂଳକ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ

December 25, 2025

ଆସନ୍ତାକାଲିଠାରୁ ଯାତ୍ରୀ ଭଡ଼ା ଢାଞ୍ଚାର ପରିବର୍ତ୍ତନ: ଜାଣନ୍ତୁ କେତେ ବଢିଲା ଦର?

December 25, 2025

ସାନ୍ତାଳୀ ଭାଷାରେ ଭାରତର ସମ୍ବିଧାନକୁ ଉନ୍ମୋଚନ କଲେ ରାଷ୍ଟ୍ରପତି

December 25, 2025

ବାଂଲାଦେଶରେ ଆଉ ଜଣେ ହିନ୍ଦୁ ଯୁବକଙ୍କୁ ପିଟି ପିଟି ହତ୍ୟା, ପୋଲିସର ଆଶ୍ଚର୍ଯ୍ୟଜନକ ଦାବି

December 25, 2025

ନକ୍ସଲମୁକ୍ତ ଭାରତ ଦିଗରେ ଗୁରୁତ୍ୱପୂର୍ଣ୍ଣ ସଫଳତା: କନ୍ଧମାଳରେ ହେଲେ ୬ ନକ୍ସଲ

December 25, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.