Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ପ୍ରତ୍ୟେକ ଜିଲ୍ଲାରେ ୫୦ଟି ପ୍ରକୃତି ଶିବିରର ଆୟୋଜିତ କରିବାକୁ ରାଜ୍ୟ ସରକାର ନେଲେ ନିଷ୍ପତି
ଜାତୀୟ ଖବର

ପ୍ରତ୍ୟେକ ଜିଲ୍ଲାରେ ୫୦ଟି ପ୍ରକୃତି ଶିବିରର ଆୟୋଜିତ କରିବାକୁ ରାଜ୍ୟ ସରକାର ନେଲେ ନିଷ୍ପତି

October 15, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ପ୍ରତ୍ୟେକ ଜିଲ୍ଲାରେ ୫୦ଟି ପ୍ରକୃତି ଶିବିରର ଆୟୋଜିତ କରିବାକୁ ରାଜ୍ୟ ସରକାର ନେଲେ ନିଷ୍ପତି

ଭୁବନେଶ୍ବର: ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ ଅଧୀନସ୍ଥ ସେଣ୍ଟର ଫର୍‌ ଏନ୍‌ଭର୍ଣ୍ଣମେଣ୍ଟାଲ ଷ୍ଟଡିଜ୍‌ର ୧୮ତମ ପରିଚାଳନା କମିଟି ବୈଠକ ଆଜି ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ ଶ୍ରୀ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଗୃହ ବିଭାଗର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି।

ଏହି ବୈଠକରେ ନିର୍ଦ୍ଦେଶକ, ପରିବେଶ ତଥା-ସ୍ୱତନ୍ତ୍ର ଶାସନ ସଚିବ, ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ ଶ୍ରୀ ପ୍ରେମ କୁମାର ଝା, ନିର୍ଦ୍ଦେଶକ, ସେଣ୍ଟର ଫର୍‌ ଏନ୍‌ଭର୍ଣ୍ଣମେଣ୍ଟାଲ ଷ୍ଟଡିଜ୍‌ ଡକଫର କେ. ମୁରୁଗେସନ୍‌, ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଏସ୍‌ପିସିବି) ଏବଂ କନ୍‌ଫେଡେରେସନ୍‌ ଅଫ୍‌ ଇଣ୍ଡିଆନ୍‌ ଇଣ୍ଡଷ୍ଟି୍ରର ଅଧିକାରୀମାନେ ଉପସ୍ଥିତ ଥିଲେ।

ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସାହୁ ମିଶନ୍‌ ଲାଇଫ ସମ୍ବନ୍ଧୀୟ ୭ଟି ବିଷୟବସ୍ତୁ ଉପରେ ଗୁରୁତ୍ୱାରୋପ କରିଥିଲେ । ଇକୋ-କ୍ଲବ୍‌ର ସଦସ୍ୟମାନେ ମିଶନ୍‌ ଲାଇଫ ଅନ୍ତର୍ଗତ କାର୍ଯ୍ୟକ୍ରମଗୁଡ଼ିକୁ ନିଜର ଦୈନନ୍ଦିନ ଜୀବନରେ ସାମିଲ କରିବା ଏବଂ ପ୍ରକୃତି ଶିବିର ଆୟୋଜନକୁ ଗୁରୁତ୍ୱ ଦେବାପାଇଁ ସେ କହିଥିଲେ।

ପ୍ରତ୍ୟେକ ପ୍ରକୃତି ଶିବିରରେ ୪୦-୫୦ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିବେ ଏବଂ ପ୍ରତ୍ୟେକ ଜିଲ୍ଲାରେ ୫୦ଟି ପ୍ରକୃତି ଶିବିରର ଆୟୋଜନ ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି। ପ୍ରକୃତି ସହିତ ଛାତ୍ରଛାତ୍ରୀମାନଙ୍କୁ ଓତପ୍ରୋତ ଭାବେ ଜଡ଼ିତ କରି ପରିବେଶ ପ୍ରତି ତାଙ୍କର ଦାୟିତ୍ୱବୋଧ ଭାବନା ସୃଷ୍ଟି କରିବା ପାଇଁ ଏହି ପଦକ୍ଷେପଟି ଉଦ୍ଦିଷ୍ଟ । ଏହି ଶିବିରଗୁଡ଼ିକର ଅଭିଜ୍ଞତା ଜୈବ ବିବିଧତା ଏବଂ ଏହାର ସଂରକ୍ଷଣ ପ୍ରୟାସ ସହିତ ସିଧାସଳଖ ଜଡ଼ିତ।

“ଏକ ପେଡ ମା କେ ନାମ’’ ଅଭିଯାନକୁ ଅକୁଣ୍ଠ ସମର୍ଥନ ଜଣାଇ ଛାତ୍ରଛାତ୍ରୀମାନେ ସେମାନଙ୍କ ମା’ଙ୍କ ସମ୍ମାନାର୍ଥେ ବହୁଳ ଭାବରେ ବୃକ୍ଷରୋପଣ କରି ଏହାର ଯନି ନେବାକୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସାହୁ ପରାମର୍ଶ ଦେଇଥିଲେ। ଦେଶର ଯଶସ୍ୱୀ ପ୍ରଧାନମନ୍ତ୍ରୀ ମାନ୍ୟବର ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀଙ୍କ ବିକଶିତ ଭାରତର ସ୍ୱପ୍ନକୁ ପୂରଣ କରିବା ଉଦ୍ଦେଶ୍ୟରେ ଏହିସବୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପଗୁଡ଼ିକୁ କାର୍ଯ୍ୟକାରୀ କରି ବିକଶିତ ଓଡ଼ିଶା ନିର୍ମାଣ କରିବା ଦିଗରେ ଯୁବପିଢ଼ିକୁ ଜଡ଼ିତ କରିବାକୁ ସେ ନିର୍ଦ୍ଦେଶକ ଡଃ କେ. ମୁରୁଗେସନଙ୍କୁ ପରାମର୍ଶ ଦେଇଥିଲେ।

ବୈଠକରେ ଉପସ୍ଥିତ ସଦସ୍ୟମାନେ ସାରା ରାଜ୍ୟରେ ଏକକ-ବ୍ୟବହୃତ ପ୍ଲାଷ୍ଟିକ୍‌ ମୁକ୍ତ ସ୍କୁଲ କ୍ୟାମ୍ପସ୍‌ ତିଆରି କରିବାକୁ ପରାମର୍ଶ ଦେଇଥିଲେ । ପ୍ଲାଷ୍ଟିକ୍‌ ବର୍ଜ୍ୟବସ୍ତୁ ହ୍ରାସ କରିବା ଏବଂ ଶିକ୍ଷାନୁଷ୍ଠାନମାନଙ୍କ ମଧ୍ୟରେ ପରିବେଶ ଅନୁକୂଳ ବିକଳ୍ପ ପଦାର୍ଥକୁ ପ୍ରୋତ୍ସାହିତ କରିବା ଏବଂ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସ୍ଥାୟୀ ଜୀବନଶୈଳୀକୁ ଗୁରୁତ୍ୱ ଦେବା ପାଇଁ ଏହା ଏକ ମିଳିତ ପ୍ରୟାସ ହେବ ବୋଲି ସେମାନେ ମତବ୍ୟକ୍ତ କରିଥିଲେ ।

ଜଙ୍ଗଲ
Share. Facebook Twitter LinkedIn Email WhatsApp Copy Link

Related Posts

ଆଜିଠାରୁ ମହଙ୍ଗା ହେଲା ସୁନା ଓ ରୁପା

May 13, 2026

ଭୟଙ୍କର ସଡ଼କ ଦୁର୍ଘଟଣା: ଜଣେ ମୃତ, ଦୁଇ ଗୁରୁତର

May 13, 2026

ପ୍ରଥମ ୧୦ ଦିନରେ ଜାମ୍ମୁ-ଶ୍ରୀନଗର ବନ୍ଦେ ଭାରତ ଏକ୍ସପ୍ରେସ୍‌ରେ ଯାତ୍ରା କଲେ ପ୍ରାୟ ୪୫,୦୦୦ ଯାତ୍ରୀ

May 13, 2026

ରାଜ୍ୟଗୋଷ୍ଠୀ କ୍ରୀଡ଼ା ଅଭିଯାନରେ ଯୋଗଦେବାକୁ ଦେଶର ଯୁବପିଢ଼ିଙ୍କୁ ଆମନ୍ତ୍ରଣ

May 13, 2026
Latest News

ମୁଲାୟମ ସିଂହ ଯାଦବଙ୍କ ସାନ ପୁଅ ପ୍ରତୀକ ଯାଦବଙ୍କ ମୃତ୍ୟୁ

May 13, 2026

ଆଜିଠାରୁ ମହଙ୍ଗା ହେଲା ସୁନା ଓ ରୁପା

May 13, 2026

ଭୟଙ୍କର ସଡ଼କ ଦୁର୍ଘଟଣା: ଜଣେ ମୃତ, ଦୁଇ ଗୁରୁତର

May 13, 2026

ପ୍ରଥମ ୧୦ ଦିନରେ ଜାମ୍ମୁ-ଶ୍ରୀନଗର ବନ୍ଦେ ଭାରତ ଏକ୍ସପ୍ରେସ୍‌ରେ ଯାତ୍ରା କଲେ ପ୍ରାୟ ୪୫,୦୦୦ ଯାତ୍ରୀ

May 13, 2026

ରାଜ୍ୟଗୋଷ୍ଠୀ କ୍ରୀଡ଼ା ଅଭିଯାନରେ ଯୋଗଦେବାକୁ ଦେଶର ଯୁବପିଢ଼ିଙ୍କୁ ଆମନ୍ତ୍ରଣ

May 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.