Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଅଦିନିଆ ରଥଯାତ୍ରା ନେଇ ଇସ୍କନ ଉପରେ ବର୍ଷିଲେ ଗଜପତି ମହାରାଜା, କହିଲେ ବହୁତ ହୋଇଗଲା
ଜାତୀୟ ଖବର

ଅଦିନିଆ ରଥଯାତ୍ରା ନେଇ ଇସ୍କନ ଉପରେ ବର୍ଷିଲେ ଗଜପତି ମହାରାଜା, କହିଲେ ବହୁତ ହୋଇଗଲା

November 5, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link
ଅଦିନିଆ ରଥଯାତ୍ରା ନେଇ ଇସ୍କନ ଉପରେ ବର୍ଷିଲେ ଗଜପତି ମହାରାଜା, କହିଲେ ବହୁତ ହୋଇଗଲା

ଭୁବନେଶ୍ବର: ଅଦିନିଆ ରଥଯାତ୍ରା ନେଇ ଇସ୍କନ ଉପରେ ବର୍ଷିଛନ୍ତି ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ। ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ସେ ଇସ୍କନର ଏପରି କାର୍ଯ୍ୟକୁ ନିନ୍ଦା କରିଛନ୍ତି। ସେ କହିଛନ୍ତି ଯେ, ଇସ୍କନର ମନମୁଖି କାର୍ଯ୍ୟ ବହୁତ ହୋଇଗଲା। ଆଉ ବରଦାସ୍ତ କରାଯିବ ନାହିଁ। ଏଣିକି ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଗଜପତି କହିଛନ୍ତି।

ଗଜପତି କହିଛନ୍ତି ଯେ, ଇସ୍କନ 1967 ମସିହାରୁ ଏପରି ରଥଯାତ୍ରା କରି ଆସୁଛି। ଏହାକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ସେମାନଙ୍କୁ ବାରମ୍ବାର ଚିଠି ଲେଖି ବିରୋଧ କରିଛି। ରଥଯାତ୍ରା ତିଥୀରେ ରଥଯାତ୍ରା କରିବା  ପାଇଁ ସେମାନଙ୍କୁ ଉପଦେଶ ଦିଆଯାଇଛି। ହେଲେ ବାରମ୍ବାର  ତାଗିଦ କରିବା ସତ୍ବେ ସେମାନେ ଶୁଣୁ ନାହାଁନ୍ତି।

ବର୍ତ୍ତମାନ ଆଉ ସେମାନଙ୍କର ଏପରି ନିତିକୁ ବରଦାସ୍ତ କରାଯିବ ନାହିଁ। ଖୁବ ଶିଘ୍ର ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀମନ୍ଦିର କମିଟ ଅଧ୍ୟକ୍ଷ ଗଜପତି ମହାରାଜା କହିଛନ୍ତି।

ଆନ୍ତର୍ଜାତୀୟ ସ୍ତରର ସଂସ୍ଥା ଇସ୍କନ ତରଫରୁ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ସମୟରେ ରଥଯାତ୍ରା ଆୟୋଜିତ ହୋଇ ଆସୁଛି। ଚଳିତ ବର୍ଷ ନଅ ତାରିଖରେ ଆମେରିକାର ହୋଷ୍ଟନ ସହରରେ ଇସ୍କନ ରଥଯାତ୍ରା କରିବା ପାଇଁ ନିଷ୍ପତି କରିଛି। ଯାହାକୁ ନେଇ ତୀବ୍ର ବିରୋଧ ସୃଷ୍ଟି ହୋଇଛି।

ପୂର୍ବରୁ ସେଠାରେ ସ୍ନାନ ଯାତ୍ରା କରିବା ପାଇଁ ଚଳିତ ମାସ ତିନି ତାରିଖରେ ଦିନ ଧାର୍ଯ୍ୟ ହୋଇଥିଲା। ହେଲେ ବିରୋଧ ଯୋଗୁଁ ସେମାନେ ସେହି ସ୍ନାନ ଯାତ୍ରାକୁ ସ୍ଥିଗତ ରଖିଛନ୍ତି। ହେଲେ ରଥଯାତ୍ରାକୁ ସେମାନେ ସ୍ଥଗିତ କରି ନାହାଁନ୍ତି। ସେଥିପାଇଁ ଜଗନ୍ନାଥ ପ୍ରେମୀଙ୍କ ତରଫରୁ ଏହାକୁ ବିରୋଧ କରାଯାଉଛି।

Gajapati Puri Rathjatra ଅଦିନିଆ ରଥଯାତ୍ରା ଇସ୍କନ ଗଜପତି ମହାରାଜା
Share. Facebook Twitter LinkedIn Email WhatsApp Copy Link

Related Posts

NITI Aayog IBM Roadmap: ଭାରତ ଶ୍ରେଷ୍ଠ 3 କ୍ବାଣ୍ଟମ ଅର୍ଥନୀତି ହେବ, ଉନମୋଚିତ ହେଲା ରୋଡମ୍ୟାପ

December 5, 2025

IND-SA T20 Match: ବାରବାଟୀ ଷ୍ଟାଡିୟମରେ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ, ସୁରକ୍ଷା କଡାକଡି

December 5, 2025

ଗୃହ ବିଭାଗର ଖର୍ଚ୍ଚ ଦାବୀ ଉପରେ ଆଲୋଚନା କରି ରାଜ୍ୟର ଆଇନ ଶୃଙ୍ଖଳା ଉପରେ ମୁଖ୍ୟମନ୍ତ୍ରୀ କହିଲେ…

December 4, 2025

Putin Arrives in New Delhi: ପହଞ୍ଚିଲେ ଋଷର ରାଷ୍ଟ୍ରପତି ପୁଟିନ, ସ୍ବାଗତ କଲେ ପ୍ରଧାନମନ୍ତ୍ରୀ ମୋଦି

December 4, 2025
Latest News

NITI Aayog IBM Roadmap: ଭାରତ ଶ୍ରେଷ୍ଠ 3 କ୍ବାଣ୍ଟମ ଅର୍ଥନୀତି ହେବ, ଉନମୋଚିତ ହେଲା ରୋଡମ୍ୟାପ

December 5, 2025

ବାଲ୍ୟବିବାହ ମୁକ୍ତ ଭାରତ ପାଇଁ ସଚେତନତା ଅଭିଯାନ ଆରମ୍ଭ କଲା ମହିଳା ଏବଂ ଶିଶୁ ବିକାଶ ବିଭାଗ

December 5, 2025

IND-SA T20 Match: ବାରବାଟୀ ଷ୍ଟାଡିୟମରେ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ, ସୁରକ୍ଷା କଡାକଡି

December 5, 2025

Konark Festival 4th Day: କୋଣାର୍କ ଉତ୍ସବର ଚତୁର୍ଥ ସନ୍ଧ୍ୟାରେ ପରିବେଷଣ ହେଲା ମଣିପୁରୀ ଓ ଓଡିଶୀ

December 5, 2025

ଡିସେମ୍ବର ୭ରେ ‘ଓସା’ ପକ୍ଷରୁ ଭୁବନେଶ୍ୱରରେ ‘ଓଡ଼ିଶା ସର୍ବସାଧାରଣ ପାଠାଗାର ସମ୍ମିଳନୀ-୨୦୨୫

December 5, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.