Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»୭୧ତମ ନିଖିଳ ଭାରତ ସମବାୟ ସପ୍ତାହ କୁ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ଜାତୀୟ ଖବର

୭୧ତମ ନିଖିଳ ଭାରତ ସମବାୟ ସପ୍ତାହ କୁ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

November 14, 2024No Comments3 Mins Read
Share Facebook Twitter LinkedIn Email WhatsApp Copy Link
୭୧ତମ ନିଖିଳ ଭାରତ ସମବାୟ ସପ୍ତାହ କୁ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ବର ସ୍ଥିତ ସମବାୟ ଭବନ ପରିସରରେ ୭୧ ତମ ନିଖିଳ ଭାରତ ସମବାୟ ସପ୍ତାହ ପାଳନର ଉଦ୍‌ଘାଟନ କରିଛନ୍ତି। ସୂଚନାଯୋଗ୍ୟ ଯେ ନଭେମ୍ବର ୧୪ରୁ ୨୦ ତାରିଖ ପର୍ଯ୍ୟନ୍ତ ଏହି ସମବାୟ ସପ୍ତାହ ପାଳନ କରାଯାଉଛି।

ଏହି ଅବସରରେ ଉପସ୍ଥିତ ବିଭିନ୍ନ ସମବାୟ ୟୁନିୟନର ସଦସ୍ୟ, ସମବାୟବିତ୍ ମାନଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡିଶାର ୨୬୦୦ରୁ ଅଧିକ ପ୍ରାଥମିକ ସମବାୟ ସଂସ୍ଥା ସରକାର ଓ ଚାଷୀଙ୍କ ମଧ୍ୟରେ ସେତୁ ସଦୃଶ କାମ କରୁଛନ୍ତି। ଫସଲ ୠଣ, ଫସଲ ବୀମା, ସାର, ବିହନ, କୀଟନାଶକ ଇତ୍ୟାଦି ସେମାନଙ୍କ ମାଧ୍ୟମରେ ଚାଷୀଙ୍କ ପାଖକୁ ଯାଇଥାଏ। ତେଣୁ ଏହି ସବୁ ସଂସ୍ଥା ଗୁଡିକୁ ସଶକ୍ତ କରିବାର ଆବଶ୍ୟକତା ରହିଛି।

ଏହି ସବୁ ଅନୁଷ୍ଠାନ ଗୁଡିକ ହେଉଛି ସମାଜର ତଳ ସ୍ତରରେ ରହିଥିବା ଗରିବ ଓ ନିଷ୍ପେଷିତଙ୍କ ଆଶା ଓ ଭରସା। ଆଜି ଓଡିଶାର ପ୍ରାୟ ୫୦ଲକ୍ଷରୁ ଉର୍ଦ୍ଧ୍ବ ଚାଷୀ ପରିବାର ସମବାୟ ଆନ୍ଦୋଳନ ସହ ଅଙ୍ଗାଙ୍ଗୀଭାବେ ଜଡିତ। ସେମାନ ସମସ୍ତେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଏହି ଅନୁଷ୍ଠାନମାନଙ୍କ ଉପରେ ନିର୍ଭରଶୀଳ। ମୁଖ୍ୟତଃ ଚାଷୀ, କାରିଗର, ହସ୍ତଶିଳ୍ପୀ, ବୁଣାକାର, ମତ୍ସ୍ୟଜୀବୀ, ଦୁଗ୍ଧ ଉତ୍ପାଦକ ପ୍ରଭୃତି ପ୍ରାଥମିକ ଅର୍ଥନୀତି ସହ ଜଡିତ ସମସ୍ତ ନାଗରିକ ଏହି ସମବାୟ ଆନ୍ଦୋଳନରେ ସାମିଲ ଅଛନ୍ତି ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସମବାୟ ଅନୁଷ୍ଠାନର ସୁଦୂର ପ୍ରସାରୀ ଭୂମିକାକୁ ଉପଲବ୍ଧ କରି ଉତ୍କଳ ଗୌରବ ମଧୁସୂଦନ ଦାସ ପ୍ରଥମେ ଆମ ଓଡିଶାରେ ସମବାୟର ମୂଳଦୁଆ ପକାଇଥିଲେ। ୧୮୯୮ ମସିହାରେ କଟକ ଠାରେ ଏକ ସମବାୟ ଷ୍ଟୋର ପ୍ରତିଷ୍ଠା ହୋଇଥିଲା ଏବଂ ପରେ ୧୯୦୪ ମସିହାରେ ସମବାୟ ଅନୁଷ୍ଠାନ ପ୍ରତିଷ୍ଠା ପାଇଁ ପ୍ରଥମ ଆଇନ୍‌ ପ୍ରଣୟନ ହେଲା। କଟକ ଜିଲ୍ଲା ବାଙ୍କୀରେ ସମବାୟ ଅନୁଷ୍ଠାନର ବିଧିବଦ୍ଧ ଭାବେ ଗଠନ ଆରମ୍ଭ ହୋଇଥିଲା।

ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ ଆଉ ସପ୍ତାହେ ପରେ ଧାନ କିଣା କାର୍ଯ୍ୟକ୍ରମ ଆରମ୍ଭ ହେବ। ଏହାର ସମ୍ପୂର୍ଣ୍ଣ ଦାୟିତ୍ବ ସମବାୟ ବିଭାଗ ଉପରେ ନ୍ୟସ୍ତ। ଚଳିତ ବର୍ଷ ବିଭାଗ ଅଧୀନରେ ଥିବା ପ୍ରାଥମିକ କୃଷି ସମବାୟ ସମିତି (PACS) ଏବଂ ବୃହତ୍ତ ଆଦିବାସୀ ବହୁମୁଖୀ ସମବାୟ ସମିତି(LAMPCS) ଗୁଡିକ ରାଜ୍ୟରେ ୪୦୦୦ରୁ ଉର୍ଦ୍ଧ୍ବ ଧାନ ସଂଗ୍ରହ କେନ୍ଦ୍ର ପରିଚାଳନା କରିବେ।

ଚାଷୀମାନେ ଯେପରି ସ୍ବଚ୍ଛ, ସରଳ ଏବଂ ପାରଦର୍ଶୀ ପ୍ରକ୍ରିୟାରେ ସେମାନଙ୍କର ଧାନ ବିନା କଟନୀ ଛଟନୀରେ ସରକାରଙ୍କୁ ବିକ୍ରୟ କରିପାରିବେ ଏବଂ ସେମାନଙ୍କ ପ୍ରାପ୍ୟ ୪୮ ଘଣ୍ଟା ମଧ୍ୟରେ ଯେପରି ସେମାନେ ପାଇବେ ସେଥି ପ୍ରତି ଯତ୍ନର ସହ ନିୟମ ମାନି କାର୍ଯ୍ୟ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ। ନଚେତ୍ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଥିଲେ।

ଓଡିଶାରେ ମୋଟ୍ ଫସଲ ୠଣର ୬୦ ପ୍ରତିଶତରୁ ଅଧିକ ସମବାୟ ବ୍ୟାଙ୍କ ମାଧ୍ୟମରେ ପ୍ରଦାନ କରାଯାଇଥାଏ। ପୂର୍ବରୁ ଅଭିଯୋଗ ରହିଛି ଯେ ପ୍ରାଥମିକ ସମବାୟ ସଂସ୍ଥା ଗୁଡିକ ଚାଷୀଙ୍କ ୠଣକୁ Ever Greening କରାଇଥାନ୍ତି। ଏହାକୁ ବନ୍ଦ କରିବାକୁ ହେଲେ ସମିତି ଗୁଡିକର ଖାତାପତ୍ର ଏବଂ ଆକାଉଣ୍ଟ୍‌ସକୁ ଅପଟୁଡେଟ୍‌ କରିବାକୁ ପଡିବ। ସେଥିପ୍ରତି ନିବନ୍ଧକ ମାନେ ଦୃଷ୍ଟି ଦେବା ସହିତ ସମସ୍ତ ପ୍ରକ୍ରିୟାକୁ କମ୍ପ୍ୟୁଟରୀକରଣ କରିବା ପାଇଁ ସେ ପରାମର୍ଶ ଦେଇଥିଲେ ।

ମୁଖ୍ୟମନ୍ତ୍ରୀ ଏହି ଅବସରରେ ସମବାୟ ଭବନ ପରିସରରେ ସମବାୟ ପତାକା ଉତ୍ତୋଳନ କରିଥିଲେ ଏବଂ ମାର୍ଗଦର୍ଶିକା ପୁସ୍ତିକା ଉନ୍ମୋଚନ କରିଥିଲେ।

ଅନ୍ୟତମ ଅତିଥି ଭାବେ ରାଜ୍ୟ ସମବାୟ, ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀ ପ୍ରଦୀପ ବଳ ସାମନ୍ତ କହିଥିଲେ ଯେ ସମବାୟ ହେଉଛି ଗ୍ରାମ୍ୟ ବିକାଶର ଏକ ବଳିଷ୍ଠ ମାଧ୍ୟମ। ରାଜ୍ୟ କୃଷି ଅର୍ଥନୀତିକୁ ସମୃଦ୍ଧ କରିବାରେ ଏହାର କ୍ରାନ୍ତିକାରୀ ଭୂମିକା ରହିଛି। ସମବାୟ ବ୍ୟକ୍ତିଙ୍କୁ ସ୍ବାବଲମ୍ବୀ କରାଇବା ସହ ସାମାଜିକ, ସାଂସ୍କୃତିକ ଓ ଅର୍ଥନୀତିକ ବିକାଶ ପାଇଁ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ସମବାୟ ଆନ୍ଦୋଳନ ଦ୍ବାରା ସମାଜର ଦରିଦ୍ରତମ ଲୋକଙ୍କ ନିକଟରେ ବିକାଶର ସୁଫଳ ପହଞ୍ଚାଇବା ପାଇଁ ଆମ ସରକାର ପ୍ରତିଶ୍ରୁତିବଦ୍ଧ। କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଶ୍ରୀ ଅମିତ୍ ଶାହାଙ୍କ ନେତୃତ୍ବରେ ସମବାୟ ମନ୍ତ୍ରାଳୟ ପକ୍ଷରୁ ଆରମ୍ଭ ହୋଇଥିବା ନୂତନ ଜାତୀୟ ସମବାୟ ନୀତିର ବିଭିନ୍ନ ଦିଗ ଉପରେ ସେ ଆଲୋକପାତ କରିଥିଲେ।

ବିଭାଗୀୟ କମିଶନର ତଥା ଶାସନ ସଚିବ ଶ୍ରୀ ରାଜେଶ ପ୍ରଭାକର ପାଟିଲ ରାଜ୍ୟରେ ଚାଷୀ ଓ ଚାଷର ଉନ୍ନତି କ୍ଷେତ୍ରରେ ସମବାୟର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି ବୋଲି କହିଥିଲେ ଏବଂ ନୂଆ ସରକାର ଆସିବା ପରେ ବିଭାଗ ପକ୍ଷରୁ ନିଆଯାଇଥିବା ବିଭିନ୍ନ କଲ୍ୟାଣକାରୀ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ।

କାର୍ଯ୍ୟକ୍ରମରେ ଓଡିଶା ରାଜ୍ୟ ସମବାୟ ୟୁନିୟନ ସଭାପତି ଶ୍ରୀମତୀ ପ୍ରବାସିନୀ ଷଡଙ୍ଗୀ ସ୍ବାଗତ ଭାଷଣ ଦେଇଥିଲେ ଏବଂ ସମବାୟ ସମିତି ସମୂହ ନିବନ୍ଧକ ଶ୍ରୀ ପଭୁ କଲ୍ୟାଣ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

ମୋହନ ଚରଣ ମାଝୀ ସମବାୟ ସମିତି
Share. Facebook Twitter LinkedIn Email WhatsApp Copy Link

Related Posts

ମହିଳା ଓ ଶିଶୁ ବିକାଶ ବିଭାଗର ଅଧିକାରୀଙ୍କ ପାଇଁ ଏଆଇ (AI) ପ୍ରଶିକ୍ଷଣ, ୧୦୦ ଅଧିକାରୀଙ୍କୁ ମିଳିଲା ତାଲିମ

March 14, 2026

୨୦୨୬ ଆଇପିଏଲ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସକୁ ବଡ଼ ଝଟକା: ହଠାତ୍ ଇସ୍ତଫା ଦେଲେ ଦଳର ମେଣ୍ଟର

March 14, 2026

ପୋଲିସ୍ ଭବନଠାରେ ‘ଜୁଭେନଟିକା– ଡିଜିଟାଲ୍ ଅଧିକାର ଏବଂ ଶିଶୁଙ୍କ ସୁରକ୍ଷା’ ଶୀର୍ଷକ ଆଲୋଚନା ଚକ୍ର

March 14, 2026

ବଡବାହାଳ ଛକରୁ ଗଂଜେଇ ଜବତ: ୩ ଗିରଫ

March 14, 2026
Latest News

ଆସନ୍ତାକାଲି ରାଜ୍ୟସଭା ନିର୍ବାଚନ: ଓଡ଼ିଶାର ୪ଟି ଆସନ ପାଇଁ ହେବ ମତଦାନ

March 15, 2026

ଦିଲ୍ଲୀ-ସାହରନପୁର-ଡେରାଡୁନ ଏକ୍ସପ୍ରେସୱେ ପ୍ରକଳ୍ପ ପରିଦର୍ଶନ କଲେ ଗଣମାଧ୍ୟମ ପ୍ରତିନିଧି

March 15, 2026

ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ଭୁବନେଶ୍ବରରେ ଶୈଶବ ଯତ୍ନ ଓ ଶିକ୍ଷା ଉପରେ ଦୁଇଦିନିଆ କର୍ମଶାଳା

March 15, 2026

ପଶ୍ଚିମ ଏସିଆରେ ସାମ୍ପ୍ରତିକ ଘଟଣାକ୍ରମ ଉପରେ ଆନ୍ତଃମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ

March 15, 2026

ବରିଷ୍ଠ ପୁଲିସ ଅଧିକାରୀ ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ମିଳିଲା ଆଗାମୀ ରଥଯାତ୍ରାର ଦାୟିତ୍ୱ

March 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.