Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ସମ୍ବଲପୁରରେ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାରେ ହିତାଧିକାରୀଙ୍କୁ ସହାୟତା ବିତରଣ
ଜାତୀୟ ଖବର

ସମ୍ବଲପୁରରେ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାରେ ହିତାଧିକାରୀଙ୍କୁ ସହାୟତା ବିତରଣ

November 19, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମ୍ବଲପୁର: ବିକାଶ ପ୍ରକ୍ରିୟାରେ ଶ୍ରମିକ ମାନଙ୍କର ଅତୁଳନୀୟ ଅବଦାନକୁ ସ୍ଵୀକାର କରି ଆମ ସରକାର ସେମାନଙ୍କ ସୁରକ୍ଷା ଓ କଲ୍ୟାଣ ନିମନ୍ତେ ବହୁବିଧ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସରକାରଙ୍କ ସହାୟତା ନେବା ପାଇଁ ନିଜର ନାମକୁ ନିର୍ମାଣ ଶ୍ରମିକ ତାଲିକାରେ ପଞ୍ଜିକରଣ କରାଇବା ପାଇଁ ସମ୍ବଲପୁର ଜିଲ୍ଲାର ଶ୍ରମଜୀବୀ ମାନଙ୍କୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ସୋମବାର ସମ୍ବଲପୁରରେ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ତରଫରୁ ‘ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା’ ଅଧୀନରେ ହିତାଧିକାରୀଙ୍କୁ ସହାୟତା ବିତରଣ କାର୍ଯ୍ୟକ୍ରମରେ ଯୋଗଦେଇ ଏହା କହିଛନ୍ତି। ଏହି କାର୍ଯ୍ୟକ୍ରମରେ ଶ୍ରମିକ ହିତାଧିକାରୀମାନଙ୍କୁ ଶିକ୍ଷାବୃତ୍ତି, ବିବାହ, ପ୍ରସୂତିକାଳୀନ, ସ୍ୱାଭାବିକ ମୃତ୍ୟୁ, ଦୁର୍ଘଟଣାଜନିତ ମୃତ୍ୟୁ ଓ ଅନ୍ତ୍ୟୋଷ୍ଟିକ୍ରିୟା ସହାୟତା ରାଶି ବାବାଦକୁ ପ୍ରାୟ ୧ କୋଟି ୨୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଏବଂ ୨୦୦ ଜଣ ଯୋଗ୍ୟ ନିର୍ମାଣ ଶ୍ରମିକଙ୍କୁ ବିଓସି-ଆଇ କାର୍ଡ୍ ବିତରଣ କରାଯାଇଛି। ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ଦ୍ୱାରା ସମ୍ବଲପୁର ଜିଲ୍ଲାର ପ୍ରାୟ ୩୧୨ ଜଣ ଶ୍ରମିକ ହିତାଧିକାରୀ ଲାଭବାନ ହେବେ।

ଏହା ଉପରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ଅନୁସାରେ ଓଡ଼ିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ ଆଇନରେ ନିର୍ମାଣ ସମସ୍ତ ଅଣକୁଶଳୀ, କୁଶଳୀ, ଅର୍ଦ୍ଧକୁଶଳୀ, ଶାରୀରିକ ଶ୍ରମ କରୁଥିବା ଶ୍ରମିକ, ପର୍ଯ୍ୟବେକ୍ଷଣ କାର୍ଯ୍ୟ ନିଯୁକ୍ତ କର୍ମଚାରୀ ନିର୍ମାଣ ଶ୍ରମିକ ଅନ୍ତର୍ଭୃକ୍ତ ଅଟନ୍ତି। ରାଜ୍ୟରେ ପଞ୍ଜିକୃତ ଏହି ନିର୍ମାଣ ଶ୍ରମିକଙ୍କୁ ଓଡ଼ିଶା ସରକାରଙ୍କ ପକ୍ଷରୁ ଶିକ୍ଷାବୃତ୍ତି ସହାୟତା ପାଇଁ ୨୦ ହଜାରରୁ ୪୦ ହଜାର ଟଙ୍କା, ବିବାହ ସହାୟତା  ୫୦ ହଜାର ଟଙ୍କା,  ପ୍ରସୂତିକାଳୀନ ସହାୟତା ୧୦ ହଜାର ଟଙ୍କା, ସ୍ୱାଭାବିକ ମୃତ୍ୟୁକାଳୀନ ସହାୟତା ୩ ଲକ୍ଷ ଟଙ୍କା,  ଦୁର୍ଘଟଣାଜନିତ ମୃତ୍ୟୁ ସହାୟତା ୬ ଲକ୍ଷ ଟଙ୍କା ଏବଂ ଅନ୍ତ୍ୟୋଷ୍ଟିକ୍ରିୟା ସହାୟତା ୫,୦୦୦ ଟଙ୍କା ପର୍ଯ୍ୟନ୍ତ ସହାୟତା ରାଶି ପ୍ରଦାନ କରାଯାଉଛି।

ତେବେ ସମ୍ବଲପୁରରେ ନିର୍ମାଣ ଶ୍ରମିକଙ୍କ ପଞ୍ଜିକରଣ ସଂଖ୍ୟା ପ୍ରାୟ ୬୨ ହଜାର ଅଛି। ସମ୍ବଲପୁରରେ ନିର୍ମାଣ ଓ ଶିଳ୍ପ ଭିତ୍ତିଭୂମିକୁ ଦେଖିଲେ ଏହି ସଂଖ୍ୟା ଆନୁମାନିକ ୩ ଲକ୍ଷ ହେବା ଦରକାର । ତେବେ ନିର୍ମାଣ ଶ୍ରମିକ ଭାଇ ଭଉଣୀମାନଙ୍କ ସଂଖ୍ୟା ବଢାଇବା ପାଇଁ ଜିଲ୍ଲା ପ୍ରଶାସନ ଯୋଜନାର ସହଯୋଗରେ ସବୁଠି ସ୍ୱତନ୍ତ୍ର ଶିବିର ଆୟୋଜନ ପାଇଁ ଯୋଜନା କରିବାକୁ ଜିଲ୍ଲା ପ୍ରଶାସନକୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ପରାମର୍ଶ ଦେଇଛନ୍ତି । କେନ୍ଦୁପତ୍ର ତୋଳାଳୀ ଓ ବିଡ଼ି ଶ୍ରମିକଙ୍କୁ ନିର୍ମାଣ ଶ୍ରମିକ ତାଲିକାରେ ଅନ୍ତର୍ଭୃକ୍ତ କରିବା ପାଇଁ ବିଚାରବିମର୍ଶ କରିବା ନେଇ ସେ ପ୍ରସ୍ତାବ ଦେଇଛନ୍ତି ।

ସବକା ସାଥ୍- ସବକା ବିକାଶ, ସବକା ବିଶ୍ୱାସ ଓ ସବକା ପ୍ରୟାସରେ କାମ କରୁଥିବା ମୋଦୀ ସରକାର  ଶ୍ରମିକଙ୍କ ସାମାଜିକ ସୁରକ୍ଷା, ସେମାନଙ୍କ ସମ୍ମାନ ବଢାଇବା ସହ କଲ୍ୟାଣକାରୀ ଯୋଜନା କରିବା ପାଇଁ କଟିବଦ୍ଧ । ଆଜିର ଏହି ବିତରଣ କାର୍ଯ୍ୟକ୍ରମର ଆୟୋଜନ ପାଇଁ ଶ୍ରୀ ପ୍ରଧାନ ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ ତଥା ସମ୍ବଲପୁର ଜିଲ୍ଲା ଶ୍ରମ ବିଭାଗକୁ ଧନ୍ୟବାଦ ଜଣାଇଛନ୍ତି ।

ଏହି କାର୍ଯ୍ୟକ୍ରମରେ ରାଜ୍ୟ ଗ୍ରାମୀଣ ବିକାଶ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ମନ୍ତ୍ରୀ ରବି ନାରାୟଣ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ଧର୍ମେନ୍ଦ୍ର ପ୍ରଧାନ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସମ୍ବଲପୁର
Share. Facebook Twitter LinkedIn Email WhatsApp Copy Link

Related Posts

ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାର ମୂଲ୍ୟାଙ୍କନ ହେବ ଡିଜିଟାଲ: CBSE ର ପ୍ରସ୍ତୁତି ଆରମ୍ଭ

February 2, 2026

“ପାକିସ୍ତାନ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ICC “: ଜେଡ଼ିୟୁ, ବିଜେପିର ଆସିଲା ବଡ଼ ପ୍ରତିକ୍ରିୟା

February 2, 2026

ମହାରାଷ୍ଟ୍ରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଶିବସେନା ନେତାଙ୍କ ଘଟଣାସ୍ଥଳରେ ମୃତ୍ୟୁ

February 2, 2026

ରୂପା ଦରରେ ୧.୩୪ ଲକ୍ଷ ହ୍ରାସ, ୧.୩୮ ଲକ୍ଷକୁ ଖସିଲା ସୁନା!

February 2, 2026
Latest News

ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାର ମୂଲ୍ୟାଙ୍କନ ହେବ ଡିଜିଟାଲ: CBSE ର ପ୍ରସ୍ତୁତି ଆରମ୍ଭ

February 2, 2026

ନାକଟିଦେଉଳ ବ୍ଲକରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ

February 2, 2026

“ପାକିସ୍ତାନ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ICC “: ଜେଡ଼ିୟୁ, ବିଜେପିର ଆସିଲା ବଡ଼ ପ୍ରତିକ୍ରିୟା

February 2, 2026

ମହାରାଷ୍ଟ୍ରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଶିବସେନା ନେତାଙ୍କ ଘଟଣାସ୍ଥଳରେ ମୃତ୍ୟୁ

February 2, 2026

ରୂପା ଦରରେ ୧.୩୪ ଲକ୍ଷ ହ୍ରାସ, ୧.୩୮ ଲକ୍ଷକୁ ଖସିଲା ସୁନା!

February 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.