Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ପୁନଃକଳ୍ପିତ ଜାତୀୟ ଯୁବ ମହୋତ୍ସବ ୨୦୨୫ ସମ୍ପର୍କରେ ଘୋଷଣା କଲେ ଡ. ମନସୁଖ ମାଣ୍ଡଭୀୟ
ଜାତୀୟ ଖବର

ପୁନଃକଳ୍ପିତ ଜାତୀୟ ଯୁବ ମହୋତ୍ସବ ୨୦୨୫ ସମ୍ପର୍କରେ ଘୋଷଣା କଲେ ଡ. ମନସୁଖ ମାଣ୍ଡଭୀୟ

November 19, 2024No Comments5 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଆଜି କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଡ. ମନସୁଖ ମାଣ୍ଡଭୀୟ ଜାତୀୟ ଯୁବ ମହୋତ୍ସବ (ଏନୱାଇଏଫ) ୨୦୨୫ର ଏକ ରୂପାନ୍ତରିତ ପୁନଃକଳ୍ପନା ସମ୍ପର୍କରେ ଘୋଷଣା କରିଛନ୍ତି। ଭାରତର ଭବିଷ୍ୟତ ଗଠନରେ ଯୁବବର୍ଗଙ୍କ ଅଂଶଗ୍ରହଣ ବୃଦ୍ଧି ପାଇଁ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣକୁ ସମର୍ଥନ କରି ଏହି ପୁନଃପରିକଳ୍ପିତ ମହୋତ୍ସବକୁ “ବିକଶିତ ଭାରତ ଯୁବ ନେତା ବିତର୍କ” ନାମ ଦିଆଯାଇଛି। ଏହି ପ୍ରଭାବଶାଳୀ ମଞ୍ଚ ଯୁବ ଭାରତୀୟମାନଙ୍କୁ ବିକଶିତ ଭାରତର ସ୍ୱପ୍ନକୁ ସାକାର କରିବା ଦିଗରେ ସେମାନଙ୍କର ବିଚାର ଏବଂ ଦୃଷ୍ଟିକୋଣକୁ ଯୋଗଦାନ କରିବାକୁ ସଶକ୍ତ କରିବ।

ବିକଶିତ ଭାରତ ଯୁବ ନେତା ବିତର୍କର ମୁଖ୍ୟ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରି କେନ୍ଦ୍ରମନ୍ତ୍ରୀ ଡ. ମନସୁଖ ମାଣ୍ଡଭୀୟ କହିଛନ୍ତି ଯେ ଏହି ଉତ୍ସବର ଉଦ୍ଦେଶ୍ୟ ଯୁବ ପ୍ରତିଭାଙ୍କୁ ଚିହ୍ନଟ କରିବା ଏବଂ ପ୍ରୋତ୍ସାହିତ କରିବା ତଥା ସେମାନଙ୍କୁ ବିକଶିତ ଭାରତ ପାଇଁ ସେମାନଙ୍କର ବିଚାର ବ୍ୟକ୍ତ କରିବା ନିମନ୍ତେ ଏକ ମଞ୍ଚ ପ୍ରଦାନ କରିବା। ପ୍ରଧାନମନ୍ତ୍ରୀଙ୍କ ସହ ସିଧାସଳଖ କଥାବାର୍ତ୍ତା କରିବା ଏବଂ ଭାରତର ଭବିଷ୍ୟତ ପାଇଁ ସେମାନଙ୍କ ବିଚାର ଉପସ୍ଥାପନ କରିବାର ସୁଯୋଗ ଯୁବପିଢ଼ିଙ୍କ ପାଇଁ ଏକ ପ୍ରମୁଖ ଆକର୍ଷଣ ହେବ, ଯାହା ଦ୍ୱାରା ରାଜନୀତି ଏବଂ ନାଗରିକ ଜୀବନରେ ଯୁବପିଢ଼ିଙ୍କ ସଂପୃକ୍ତି ବୃଦ୍ଧି ପାଇବ।”

କେନ୍ଦ୍ରମନ୍ତ୍ରୀ ଚଳିତ ବର୍ଷର ବିକଶିତ ଭାରତ ଯୁବ ନେତା ବିତର୍କର ମୂଳ ଉଦ୍ଦେଶ୍ୟ ଉପରେ ଆଲୋକପାତ କରି କହିଥିଲେ ଯେ, ଚଳିତ ବର୍ଷର ମହୋତ୍ସବ ଦୁଇଟି ପ୍ରମୁଖ ଲକ୍ଷ୍ୟକୁ ନେଇ ଅନେକ ବିଚାରବିମର୍ଶ ପରେ ଗଠିତ ହୋଇଛି। ପ୍ରଥମତଃ, ସ୍ୱାଧୀନତା ଦିବସ ଅବସରରେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ଅନୁସାରେ ରାଜନୀତିରେ ନୂଆ ଯୁବ ନେତାଙ୍କୁ ଆଣିବା, ଅଣରାଜନୈତିକ ପୃଷ୍ଠଭୂମି ଥିବା ୧ ଲକ୍ଷ ଯୁବକଙ୍କୁ ଏହି କ୍ଷେତ୍ରରେ ସାମିଲ କରିବା। ନେତୃତ୍ୱ ନେବାର ସମ୍ଭାବନା ଥିବା ଯୁବ ପ୍ରତିଭାମାନଙ୍କୁ ଚିହ୍ନଟ କରିବା ଏବଂ ସେମାନଙ୍କୁ ଏକ ବିକଶିତ ଭାରତ ପାଇଁ ବିଚାର ଓ ଦୃଷ୍ଟିକୋଣକୁ ସିଧାସଳଖ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ନିକଟରେ ଉପସ୍ଥାପନ ପାଇଁ ଏକ ମଞ୍ଚ ପ୍ରଦାନ କରିବା ନିମନ୍ତେ ଜାତୀୟ ଯୁବ ମହୋତ୍ସବର ପରିକଳ୍ପନା କରାଯାଇଛି।

ଦ୍ବିତୀୟତଃ, ସ୍ୱଚ୍ଛ ଓ ଗଣତାନ୍ତ୍ରିକ, ଯୋଗ୍ୟତା ଭିତ୍ତିକ ଚୟନ ବ୍ୟବସ୍ଥା ମାଧ୍ୟମରେ ଏକ ବିକଶିତ ଭାରତ ଦିଗରେ ଯୁବବର୍ଗଙ୍କ ଅର୍ଥପୂର୍ଣ୍ଣ ଅବଦାନ ସୁନିଶ୍ଚିତ କରିବା । ଭାରତର ପ୍ରଗତି ଓ ବିକାଶକୁ ଆଗକୁ ବଢ଼ାଇବା ପାଇଁ ପରବର୍ତ୍ତୀ ପିଢ଼ିକୁ ସଶକ୍ତ କରିବା ନିମନ୍ତେ ସରକାରଙ୍କ ପ୍ରତିବଦ୍ଧତାକୁ ଏହି ପଦକ୍ଷେପ ଦର୍ଶାଉଛି।

ଏହି ଐତିହାସିକ ଆଲୋଚନାରେ ଅଂଶଗ୍ରହଣ କରିବା ପାଇଁ ସମସ୍ତ ଯୋଗ୍ୟ ଯୁବକଯୁବତୀଙ୍କୁ ଡ. ମାଣ୍ଡଭୀୟ ଆହ୍ୱାନ କରିବା ସହ ଏକ ବିକଶିତ ଭାରତ ଗଠନ ପାଇଁ ଯୁବ ଶକ୍ତିର ସାମର୍ଥ୍ୟକୁ ଉପଯୋଗ କରିବା ଲାଗି ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇଥିଲେ।

ବିକଶିତ ଭାରତ ଚ୍ୟାଲେଞ୍ଜ: ଏକ ଚାରି ସ୍ତର ବିଶିଷ୍ଟ ପ୍ରତିଯୋଗିତା

ଜାତୀୟ ଯୁବ ମହୋତ୍ସବର ପୁନଃପରିକଳ୍ପନା କରୁଥିବା ‘ବିକଶିତ ଭାରତ ୟଙ୍ଗ ଲିଡର୍ସ ଡାଏଲଗ୍’ରେ ଭାରତର ଭବିଷ୍ୟତ ଗଢ଼ିବା ରେ ଯୁବଗୋଷ୍ଠୀଙ୍କୁ ପ୍ରେରଣା ଦେବା ପାଇଁ ଏକ ଚାରି ସ୍ତରୀୟ ପ୍ରତିଯୋଗିତା ‘ବିକଶିତ ଭାରତ ଚ୍ୟାଲେଞ୍ଜ ‘ ରହିଛି। ଚ୍ୟାଲେଞ୍ଜ ନିମ୍ନଲିଖିତ ଭାବରେ ଆଗକୁ ବଢିବ :

ପ୍ରଥମ ପର୍ଯ୍ୟାୟ: ବିକଶିତ ଭାରତ ପ୍ରଶ୍ନୋତ୍ତର

୧୫ ରୁ ୨୯ ବର୍ଷ ବୟସର ବ୍ୟକ୍ତି ୨୫ ନଭେମ୍ବର ୨୦୨୪ରୁ ଡିସେମ୍ବର ୫, ୨୦୨୪ ମଧ୍ୟରେ ମେରା ଯୁବ ଭାରତ (ମାଇଁ ଭାରତ) ପ୍ଲାଟଫର୍ମରେ ଆୟୋଜିତ ଡିଜିଟାଲ କୁଇଜ୍ ରେ ଅଂଶଗ୍ରହଣ କରିପାରିବେ, ଯାହା ଭାରତର ଐତିହାସିକ ଉପଲବ୍ଧି ବିଷୟରେ ଅଂଶଗ୍ରହଣକାରୀଙ୍କ ଜ୍ଞାନ ଏବଂ ସଚେତନତା ପରୀକ୍ଷା କରିବ।

ଦ୍ବିତୀୟ ପର୍ଯ୍ୟାୟ : ପ୍ରବନ୍ଧ/ବ୍ଲଗ ଲିଖନ

ପୂର୍ବ ପର୍ଯ୍ୟାୟର ବିଜେତାମାନେ ‘ ବିକଶିତ ଭାରତ ପାଇଁ ଟେକ୍ନୋଲୋଜି’, ‘ବିକଶିତ ଭାରତର ଯୁବଗୋଷ୍ଠୀଙ୍କୁ ସଶକ୍ତ କରିବା’ ଭଳି ପ୍ରାୟ ୧୦ଟି ଚିହ୍ନିତ ବିଷୟବସ୍ତୁ ଉପରେ ପ୍ରବନ୍ଧ ପରିବେଷଣ କରି ଜାତୀୟ ବିକାଶ ପାଇଁ ସେମାନଙ୍କର ଚିନ୍ତାଧାରା ପ୍ରଦର୍ଶନ କରିବେ। ଏହି ପ୍ରତିଯୋଗିତା ମାଇଁ ଭାରତ ପ୍ଲାଟଫର୍ମରେ ମଧ୍ୟ ଆୟୋଜନ କରାଯିବ ।

ତୃତୀୟ ପର୍ଯ୍ୟାୟ: ବିକଶିତ ଭାରତ ଭିଜନ ପିଚ୍ ଡେକ୍ – ରାଜ୍ୟସ୍ତରୀୟ ଉପସ୍ଥାପନା

ଦ୍ବିତୀୟ ପର୍ଯ୍ୟାୟରେ ଯୋଗ୍ୟତା ଅର୍ଜନ କରିଥିବା ପ୍ରତିଯୋଗୀମାନେ ରାଜ୍ୟସ୍ତରରେ ସେମାନଙ୍କ ମନୋନୀତ ବିଷୟବସ୍ତୁ ଉପରେ ସେମାନଙ୍କର ଧାରଣା ଉପସ୍ଥାପନ କରିବେ। ଏହି ଉପସ୍ଥାପନା ମାଧ୍ୟମରେ ପ୍ରତ୍ୟେକ ରାଜ୍ୟ ଓ ଜାତୀୟ ସ୍ତରରେ ପ୍ରତିଯୋଗୀ ଚୟନ କରିବା ପାଇଁ ପ୍ରତିଯୋଗିତା ଆୟୋଜନ କରି ଚିହ୍ନଟ ହୋଇଥିବା ବିଷୟବସ୍ତୁ ଉପରେ ବିଭିନ୍ନ ଦଳ ଗଠନ କରିବେ।

ଚତୁର୍ଥ ପର୍ଯ୍ୟାୟ : ଭାରତ ମଣ୍ଡପମ୍ ରେ ବିକଶିତ ଭାରତ ଜାତୀୟ ଚାମ୍ପିୟନଶିପ୍

ଜାନୁଆରୀ ୧୧ ରୁ ୧୨ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଜାତୀୟ ଯୁବ ମହୋତ୍ସବରେ ବିଭିନ୍ନ ବିଷୟବସ୍ତୁ ଭିତ୍ତିକ ରାଜ୍ୟସ୍ତରୀୟ ଦଳ ଅଂଶଗ୍ରହଣ କରିବେ ଏବଂ ବିଜେତା ଦଳମାନେ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟରେ ବିକଶିତ ଭାରତ ପାଇଁ ସେମାନଙ୍କର ଦୃଷ୍ଟିକୋଣ ଏବଂ ବିଚାର ଉପସ୍ଥାପନ କରିବେ ।

ବିକଶିତ ଭାରତ ଯୁବ ନେତା ବିତର୍କ – ଜାତୀୟ ଯୁବ ମହୋତ୍ସବ ୨୦୨୫ରେ ତିନୋଟି ଭିନ୍ନ ଭିନ୍ନ କ୍ଷେତ୍ରରୁ ମନୋନୀତ ଯୁବକ ମାନଙ୍କର ଏକ ବିଶେଷ  ସମାବେଶ ଅନୁଷ୍ଠିତ ହେବ । ପ୍ରଥମ ଗୋଷ୍ଠୀରେ ନବଘୋଷିତ ବିକଶିତ ଭାରତ ଚ୍ୟାଲେଞ୍ଜର ପ୍ରତିଯୋଗୀ ରହିବେ। ଦ୍ବିତୀୟ ଗୋଷ୍ଠୀରେ ଜିଲ୍ଲା ଓ ରାଜ୍ୟସ୍ତରୀୟ ଯୁବ ମହୋତ୍ସବରୁ ସଫଳ ହୋଇଥିବା ପ୍ରତିଭାବାନ ଯୁବକଯୁବତୀମାନେ ଚିତ୍ରାଙ୍କନ, ବିଜ୍ଞାନ ପ୍ରଦର୍ଶନୀ, ସାଂସ୍କୃତିକ ପ୍ରଦର୍ଶନ, ଭାଷଣ ପ୍ରତିଯୋଗିତା ଆଦି ବିଭିନ୍ନ ବର୍ଗରେ ପ୍ରତିଦ୍ୱନ୍ଦ୍ୱିତା କରିବେ। ତୃତୀୟ ଗୋଷ୍ଠୀରେ ଉଦ୍ୟୋଗ, କ୍ରୀଡ଼ା, କୃଷି ଓ ବୈଷୟିକ ଜ୍ଞାନକୌଶଳ ସମେତ ବିଭିନ୍ନ କ୍ଷେତ୍ରର ଉଲ୍ଲେଖନୀୟ ପଥପ୍ରଦର୍ଶକ ଓ ସଫଳ ଯୁବକ ସାମିଲ ହେବେ।

୧୧-୧୨ ଜାନୁଆରୀ ୨୦୨୫ରେ ନୂଆଦିଲ୍ଲୀର ଭାରତ ମଣ୍ଡପମ୍ ଠାରେ ଆୟୋଜିତ ଏହି ଜାତୀୟ କାର୍ଯ୍ୟକ୍ରମ ପାଇଁ ସମୁଦାୟ ୩,୦୦୦ ଯୁବକଙ୍କୁ ଚୟନ କରାଯିବ।

ବିକଶିତ ଭାରତ ଯୁବ ନେତା ସଂଳାପ – ଜାତୀୟ ଯୁବ ମହୋତ୍ସବ ୨୦୨୫ ର ଅନ୍ୟ ପ୍ରମୁଖ ଆକର୍ଷଣ

ବିକଶିତ ଭାରତ ଯୁବ ନେତା ସଂଳାପରେ ବିକଶିତ ଭାରତ ଚ୍ୟାଲେଞ୍ଜ ସହିତ ଅନେକ ଉଲ୍ଲେଖନୀୟ ଆକର୍ଷଣ ରହିବ:

ବିକଶିତ ଭାରତ ପ୍ରଦର୍ଶନୀ: ଏଥିରେ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ଏବଂ କେନ୍ଦ୍ର ମନ୍ତ୍ରଣାଳୟର ଯୁବ-କେନ୍ଦ୍ରିତ ପଦକ୍ଷେପଗୁଡିକ ପ୍ରଦର୍ଶିତ ହେବ, ଯାହା ଯୁବ ଅଂଶଗ୍ରହଣକାରୀ ମାନଙ୍କୁ ଭାରତର ବିକାଶ ଦୃଷ୍ଟିକୋଣ ସହିତ ଜଡ଼ିତ ହେବା ପାଇଁ ଏକ ଭାବବିନିମୟ ପ୍ଲାଟଫର୍ମ ପ୍ରଦାନ କରିବ । ଏଥିରେ ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟୋଗ କ୍ଷେତ୍ରରେ ଯୁବ-କେନ୍ଦ୍ରିତ ପ୍ରକଳ୍ପଗୁଡ଼ିକ ଉପରେ ଆଲୋକପାତ କରୁଥିବା ରାଜ୍ୟ ପ୍ରଦର୍ଶନୀ ଏବଂ ମନ୍ତ୍ରଣାଳୟ ପ୍ରଦର୍ଶନୀ ସାମିଲ ହେବ, ଯେଉଁଠାରେ ମନ୍ତ୍ରଣାଳୟଗୁଡ଼ିକ ନେତୃତ୍ୱ, ସାମାଜିକ ପ୍ରଭାବ ଏବଂ ସୃଜନଶୀଳତା କ୍ଷେତ୍ରରେ ଯୁବବର୍ଗଙ୍କ ପାଇଁ ପ୍ରମୁଖ କାର୍ଯ୍ୟକ୍ରମ ଏବଂ ସୁଯୋଗ ପ୍ରଦର୍ଶିତ କରିବେ।

ପୂର୍ଣ୍ଣାଙ୍ଗ ଅଧିବେଶନ: ଏଥିରେ ବିଶିଷ୍ଟ ଜାତୀୟ ଓ ବିଶ୍ୱସ୍ତରୀୟ ଆଇକନ୍ ମାନେ ଯୁବବର୍ଗଙ୍କ ସହ ଭାବବିନିମୟ ସଂଳାପ ଏବଂ କର୍ମଶାଳାରେ ନିୟୋଜିତ ହେବେ, ଯାହା ସେମାନଙ୍କୁ ଚିନ୍ତାଧାରା ଆଦାନପ୍ରଦାନ କରିବା, ଜ୍ଞାନ ହାସଲ କରିବା ଏବଂ ପ୍ରେରଣାଦାୟୀ ବ୍ୟକ୍ତିତ୍ୱଙ୍କଠାରୁ ସିଧାସଳଖ ଶିଖିବାର ଏକ ଅନନ୍ୟ ସୁଯୋଗ ପ୍ରଦାନ କରିବ।

ଭାରତୀୟ ଐତିହ୍ୟର ଉତ୍ସବ: ଏହି ଉତ୍ସବରେ ଏକ ସାଂସ୍କୃତିକ ଉପାଦାନ ମଧ୍ୟ ସାମିଲ ହେବ, ଯେଉଁଥିରେ ଭାରତର ସମୃଦ୍ଧ ଐତିହ୍ୟକୁ ” ବିକାଶ ଭି, ବିରାସତ ଭି ” (ବିକାଶ ସହିତ ଐତିହ୍ୟ) ର ବ୍ୟାପକ ଦୃଷ୍ଟିକୋଣର ଅଂଶବିଶେଷ ଭାବରେ ପାଳନ କରାଯିବ । ଭାରତର ପରମ୍ପରାର ବିଶେଷତାକୁ ଆକର୍ଷିତ କରୁଥିବା ପ୍ରଦର୍ଶନ ମାଧ୍ୟମରେ ଏହି ସାଂସ୍କୃତିକ କାର୍ଯ୍ୟକ୍ରମ ଉତ୍ସବର ପ୍ରଗତି ଉପରେ ଗୁରୁତ୍ୱ ଦେବ। ଏହି କାର୍ଯ୍ୟକ୍ରମ ଭାରତୀୟ ରାଜ୍ୟଗୁଡ଼ିକରେ ପ୍ରସାରିତ ହେବ ଏବଂ ଦେଶବ୍ୟାପୀ ଅଂଶଗ୍ରହଣ ଏବଂ ଉତ୍ସବକୁ ପ୍ରୋତ୍ସାହିତ କରିବ।

ଏକ ବିକଶିତ ଭାରତ ପାଇଁ ଭାରତର ଯୁବବର୍ଗଙ୍କ ସଶକ୍ତିକରଣ

ବିକଶିତ ଭାରତ ଯୁବ ନେତା ବିତର୍କ ଏକ ଉତ୍ସବ ଠାରୁ ଅଧିକ – ଏହା ଦେଶର ବିକାଶ ଯାତ୍ରାରେ ସକ୍ରିୟ ଯୋଗଦାନକାରୀ ଭାବରେ ଭାରତର ଯୁବକମାନଙ୍କୁ ସଶକ୍ତ କରିବା ପାଇଁ ଏକ ଆନ୍ଦୋଳନ । ବିକଶିତ ଭାରତ ଚ୍ୟାଲେଞ୍ଜ ଭଳି ପଦକ୍ଷେପ ମାଧ୍ୟମରେ ଏହା ଯୁବମନକୁ ସେମାନଙ୍କର ଚିନ୍ତାଧାରା ପ୍ରଦର୍ଶନ କରିବା, ବିଚାରଶୀଳ ନେତୃତ୍ଵଙ୍କ ସହ ଜଡ଼ିତ ହେବା ଏବଂ ଏକ ବିକଶିତ ଭାରତର ସ୍ୱପ୍ନକୁ ସାକାର କରିବାରେ ସହଯୋଗ କରିବା ପାଇଁ ଏକ ପରିବର୍ତ୍ତନଶୀଳ ପ୍ଲାଟଫର୍ମ ପ୍ରଦାନ କରିଥାଏ।

ବିକଶିତ ଭାରତ ଯୁବ ନେତା ବିତର୍କ – ଜାତୀୟ ଯୁବ ମହୋତ୍ସବ ୨୦୨୫ ସମ୍ବନ୍ଧୀୟ ସମସ୍ତ ବିବରଣୀ ମାଇଁ ଭାରତ ପ୍ଲାଟଫର୍ମ (https://mybharat.gov.in/) ରେ ଉପଲବ୍ଧ ହେବ।

ଡ. ମନସୁଖ ମାଣ୍ଡଭୀୟ ନରେନ୍ଦ୍ର ମୋଦୀ ବିକଶିତ ଭାରତ ବିକଶିତ ଭାରତ ଯୁବ ନେତା ବିତର୍କ
Share. Facebook Twitter LinkedIn Email WhatsApp Copy Link

Related Posts

ଜୀ ସାର୍ଥକରେ ଅଗଷ୍ଟ ୧୦ ସନ୍ଧ୍ୟା ୬.୩୦ରେ ଦେଖନ୍ତୁ ଓଡ଼ିଆ ଫିଲ୍ମ ‘ପାରି କରିବେ ଭୋଳାଶଙ୍କର ୪’

August 4, 2025

୩୩ ସିଭିଲ ଜଜଙ୍କୁ ଶପଥ ପାଠ କରାଇଲେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି

August 4, 2025

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ

August 4, 2025

ଓଭାଲ ଟେଷ୍ଟରେ ଭାରତର ଚମତ୍କାର ବିଜୟ ପରେ କାହିଁକି କ୍ଷମା ମାଗିଲେ କଂଗ୍ରେସ ସାଂସଦ ଶଶି ଥରୁର?

August 4, 2025
Latest News

ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ କାର୍ଯ୍ୟକ୍ରମ ସମୀକ୍ଷା: ପ୍ରଥମ ପର୍ଯ୍ୟାୟରେ ନିର୍ମାଣ ହେବ ୮୩୫ ସ୍କୁଲ

August 5, 2025

ଜୀ ସାର୍ଥକରେ ଅଗଷ୍ଟ ୧୦ ସନ୍ଧ୍ୟା ୬.୩୦ରେ ଦେଖନ୍ତୁ ଓଡ଼ିଆ ଫିଲ୍ମ ‘ପାରି କରିବେ ଭୋଳାଶଙ୍କର ୪’

August 4, 2025

୩୩ ସିଭିଲ ଜଜଙ୍କୁ ଶପଥ ପାଠ କରାଇଲେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି

August 4, 2025

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ

August 4, 2025

ଓଭାଲ ଟେଷ୍ଟରେ ଭାରତର ଚମତ୍କାର ବିଜୟ ପରେ କାହିଁକି କ୍ଷମା ମାଗିଲେ କଂଗ୍ରେସ ସାଂସଦ ଶଶି ଥରୁର?

August 4, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.