Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଆଜି ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀ; ସୁରକ୍ଷା ବଳୟ ଭିତରେ ପୁରା ରାଜଧାନୀ
ଜାତୀୟ ଖବର

ଆଜି ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀ; ସୁରକ୍ଷା ବଳୟ ଭିତରେ ପୁରା ରାଜଧାନୀ

November 29, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଆଜି ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀ; ସୁରକ୍ଷା ବଳୟ ଭିତରେ ପୁରା ରାଜଧାନୀ

ଭୁବନେଶ୍ବର: ଆଜି ଭୁବନେଶ୍ବର ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ। ଏମାନେ ଭୁବନେଶ୍ବରରେ ଆୟୋଜିତ ସର୍ବଭାରତୀୟ ଡିଜି ସମ୍ମିଳନୀରେ ଯୋଗ ଦେବେ। ସେଥିପାଇଁ ପୁରା ରାଜଧାନୀକୁ ସୁରକ୍ଷା ବଳୟ ମଧ୍ୟରେ ରଖାଯାଇଛି। ଯେପରି କେଉଁଠି କିଛି ଅଘଟଣା ନ ହୁଏ ସେଥିପାଇଁ ଉଭୟ କେନ୍ଦ୍ର ରାଜ୍ୟ ସୁରକ୍ଷା କର୍ମି ସଜାଗ ରହିଛନ୍ତି।

ଆଜି ଅପରାହ୍ନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବେ। ବିମାନ ବନ୍ଦର ବାହାରେ ଏକ ମଞ୍ଚରେ ଅଳ୍ପ ସମୟ ପାଇଁ ସେ ନିଜର ଅଭିଭାଷଣ ରଖିବେ। ଏହାପରେ ସେ ରାଜଭବନ ଯିବେ। ସେଠାରେ କିଛି ସମୟ ରହଣୀ ପରେ ସେ ବିଜେପି ପାର୍ଟି ଅଫିସ ଆସିବେ। ସେଠାରେ ସେ ବିଜେପି ନେତାମାନଙ୍କ ସହିତ ଦୀର୍ଘ ଆଲୋଚନା କରିବେ। ଏପରିକି ନେତା, ବିଧାୟକ ସାଂସଦଙ୍କ ସହିତ ମୋଦି ରାତ୍ରୀ ଭୋଜନ କରିବେ।

ସେଥିପାଇଁ ରାଜ୍ୟ ବିଜେପି କାର୍ଯ୍ୟାଳୟକୁ ସଜାଇବା ସହିତ ପୁରା ସୁରକ୍ଷା ବଳୟ ମଧ୍ୟରେ ରଖାଯାଇଛି। ଏହି ବୈଠକରେ ଯେଉଁମାନେ ଯୋଗଦେବେ ସେମାନଙ୍କୁ କଡା ଯାଞ୍ଚ କରି ଛଡା ଯିବ ବୋଲି ଜଣାପଡିଛି। ଏହାପରେ ପ୍ରଧାନମନ୍ତ୍ରୀ ରାଜଭବନ ଫେରିଯିବେ। ଏହି ସମ୍ମିଳନୀରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ତିନିଦିନ ଧରି ଭୁବନେଶ୍ବରରେ ରହିବାର କାର୍ଯ୍ୟକ୍ରମ ଅଛି।

ସର୍ବଭାରତୀୟ ଡିଜି ସମ୍ମିଳନୀ ଲୋକସେବା ଭବନର ସମ୍ମିଳନୀ କକ୍ଷରେ ଆୟୋଜିତ ହେବ। ସେଥିପାଇଁ ସେହି ସମ୍ମିଳନୀ କକ୍ଷ ଚର୍ତୁପାଶ୍ବକୁ ପୁରା ସୁରକ୍ଷା ବଳୟ ଭିତରେ ରଖାଯାଇଛି। ରାଜ୍ୟ ସରକାରଙ୍କ ତରଫରୁ ସମ୍ମିଳନୀ କକ୍ଷକୁ ପୁରା ସଜାଇ ଦିଆଯାଇଛି। ସେଠାରେ ସମ୍ମିଳନୀ ସହିତ ଚା’ପାନୀୟ ବ୍ୟବସ୍ଥା ମଧ୍ୟ କରାଯାଇଛି। ସେଠାରେ ପ୍ରଧାନମନ୍ତ୍ରୀ ଭାରତର ଡିଜି ପ୍ୟାହା ଅଧିକାରୀଙ୍କୁ ଗୁରୁମନ୍ତ୍ର ପ୍ରଦାନ କରିବେ।

ଗତକାଲି ପୋଲିସ କମିଶନେରଟ ତରଫରୁ ବିମାନ ବନ୍ଦର ସୁରକ୍ଷା ଯାଞ୍ଚ କରାଯାଇଛି। ସେଠାରେ ହୋଇଥିବା ମଞ୍ଚକୁ ମଧ୍ୟ ସୁରକ୍ଷା ବଳୟ ମଧ୍ୟରେ ରଖାଯାଇଛି। ଗତକାଲି ବିମାନ ବନ୍ଦରରୁ ରାଜଭବନ ପର୍ଯ୍ୟନ୍ତ କାରକେଡ କରାଯାଇଥିଲା। ଏଥିରେ ପ୍ରଧାନମନ୍ତ୍ରୀ କିପରି ସୁରକ୍ଷା ବଳୟ ଭିତରେ ଆସିବେ ସେ ନେଇ ପ୍ରସ୍ତୁତି କରାଯାଇଥିଲା। ଆଜି ସକାଳେ ଡିଜିପି ୱା ବି ଖୁରାନିଆ ଭୁବନେଶ୍ବରର ବିଭିନ୍ନ ସ୍ଥାନର ସୁରକ୍ଷା ବ୍ୟବସ୍ଥା ତଦାରଖ କରିଛନ୍ତି।

ଭୁବନେଶ୍ବରରେ ଭିଭିଆଇପିଙ୍କ ସୁବନ୍ଦୋବସ୍ତରେ ଚଳାଚଳ ପାଇଁ ଟ୍ରାଫିକ କଟକଣା ମଧ୍ୟ କରାଯାଇଛି। ଏହି ଭିଭିଆଇପି ଆତଯାତ କରୁଥିବା ରାସ୍ତାରେ ସାଧାରଣ ଗାଡି ଚଳାଚଳ ବାରଣ କରିଯାଇଛି। ଆଜି ଅପରାହ୍ନରୁ ଏହି କଟକଣା ଲାଗୁ ହେବ। ସେହିପରି ରାଜଧାନୀର ସମସ୍ତ ସ୍କୁଲକୁ ମଧ୍ୟ ଛୁଟି ଘୋଷଣା କରାଯାଇଛି। ଏପରିକି ମୋ ବସ ଚଳାଚଳକୁ ନିୟନ୍ତ୍ରଣ କରାଯାଇଛି।

ଏହି ତିନିଦିନିଆ ସମ୍ମିଳନୀ ଓଡିଶା ସରକାରଙ୍କ ପାଇଁ ଏକ ଚ୍ୟାଲେଞ୍ଜ। କାରଣ ଏହି ସମ୍ମିଳନୀକୁ ଭଣ୍ଡୁର କରିବା ପାଇଁ ଖଲିସ୍ଥାନୀ ଆତଙ୍କବାଦୀ ଗୁରୁପତଵନ୍ତ ସିଂ ପନ୍ନୁ ଧମକ ଦେଇଛି। ଏକ ଭିଡିଓ ବାର୍ତ୍ତା ଜାରୀ କରି ସେ ଏହି ସମ୍ମିଳନୀକୁ ଭଣ୍ଡୁର କରିବା ପାଇଁ ଅନ୍ୟ ଆତଙ୍କି ସଂଗଠନକୁ ଅନୁରୋଧ କରିଛି। ଏହି ଭିଡିଓ ଜାରୀ ପରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।

DGConfrence ଡିଜି ସମ୍ମିଳନୀ ପୋଲିସ ଡିଜି ସମ୍ମିଳନୀ ସର୍ବଭାରତୀୟ ଡିଜି ସମ୍ମିଳନୀ
Share. Facebook Twitter LinkedIn Email WhatsApp Copy Link

Related Posts

‘ସି ଲିଡ୍ସ-୨: ନେତୃତ୍ବ ନେଉଥିବା ମହିଳାଙ୍କ କର୍ମଶାଳା’କୁ ଉଦଘାଟନ କଲେ କେନ୍ଦ୍ର ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ

August 7, 2025

ଜାତୀୟ ହସ୍ତତନ୍ତ ଦିବସର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

August 7, 2025

ଜାତୀୟ ହସ୍ତତନ୍ତ ଦିବସ ଅବସରରେ ଲକ୍ଷ ଲକ୍ଷ ଏସଏସଜି ମହିଳା ସଦସ୍ୟଙ୍କ ସହ ଆଲୋଚନା କଲେ କେନ୍ଦ୍ର ମନ୍ତ୍ରୀ

August 7, 2025

ଏମ୍.ଏସ୍. ସ୍ୱାମୀନାଥନ୍‌ ଶତବାର୍ଷିକୀ ଅନ୍ତର୍ଜାତୀୟ ସମ୍ମିଳନୀରେ ଉଦବୋଧନ ଦେଲେ ପ୍ରଧାନମନ୍ତ୍ରୀ

August 7, 2025
Latest News

‘ସି ଲିଡ୍ସ-୨: ନେତୃତ୍ବ ନେଉଥିବା ମହିଳାଙ୍କ କର୍ମଶାଳା’କୁ ଉଦଘାଟନ କଲେ କେନ୍ଦ୍ର ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ

August 7, 2025

ଜାତୀୟ ହସ୍ତତନ୍ତ ଦିବସର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

August 7, 2025

ଜାତୀୟ ହସ୍ତତନ୍ତ ଦିବସ ଅବସରରେ ଲକ୍ଷ ଲକ୍ଷ ଏସଏସଜି ମହିଳା ସଦସ୍ୟଙ୍କ ସହ ଆଲୋଚନା କଲେ କେନ୍ଦ୍ର ମନ୍ତ୍ରୀ

August 7, 2025

ଏମ୍.ଏସ୍. ସ୍ୱାମୀନାଥନ୍‌ ଶତବାର୍ଷିକୀ ଅନ୍ତର୍ଜାତୀୟ ସମ୍ମିଳନୀରେ ଉଦବୋଧନ ଦେଲେ ପ୍ରଧାନମନ୍ତ୍ରୀ

August 7, 2025

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ରେଡ୍ ରନ୍ (୩.୦) ମାରାଥନ

August 7, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.