Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଭାରତୀୟ ସେନାକୁ ଆଷ୍ଟେରିଆ ଏରୋସ୍ପେସର ଏଟି-୧୫ ଭିଟିଓଏଲ ଡ୍ରୋନ୍ ପ୍ରଦାନ
ଜାତୀୟ ଖବର

ଭାରତୀୟ ସେନାକୁ ଆଷ୍ଟେରିଆ ଏରୋସ୍ପେସର ଏଟି-୧୫ ଭିଟିଓଏଲ ଡ୍ରୋନ୍ ପ୍ରଦାନ

December 7, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଆଷ୍ଟେରିଆ ଏରୋସ୍ପେସ୍ ଭାରତୀୟ ସେନାକୁ ଏଟି-୧୫ ଭର୍ଟିକାଲ୍ ଟେକ୍ ଅଫ୍ ଏବଂ ଲ୍ୟାଣ୍ଡିଂ ଡ୍ରୋନ୍ ଯୋଗାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିଛି। ଭାରତରେ ଡ୍ରୋନ୍ ପାଇଁ ଏହା ଏପର୍ଯ୍ୟନ୍ତ ସବୁଠାରୁ ବଡ ଚୁକ୍ତି ଥିଲା, ଯାହା ଆଷ୍ଟେରିଆ ସଂପୂର୍ଣ୍ଣ କରିଛି। ଏହା ସହ ଦେଶ ସୁରକ୍ଷା ଦୃଷ୍ଟିରୁ ଆତ୍ମନିର୍ଭରଶୀଳ ହେବା ଦିଗରେ ଏକ ପାଦ ଆଗକୁ ବଢିଛି। ଏହି ଡ୍ରୋନଗୁଡିକ ଆଭ୍ୟନ୍ତରୀଣ ସୁରକ୍ଷାରେ ସାହାଯ୍ୟ କରିବା ସହିତ ସୀମାବର୍ତ୍ତୀ ଅଂଚଳରେ ଆକାଶରେ ସେନାର ଆଖି ଭଳି ସେନାର ସାମର୍ଥ୍ୟକୁ ଯଥେଷ୍ଟ ବୃଦ୍ଧି କରିବାରେ ସକ୍ଷମ ହେବେ।

ଏହି ଅବସରରେ ଆଷ୍ଟେରିଆ ଏରୋସ୍ପେସର ନିର୍ଦ୍ଦେଶକ ତଥା ସହ-ପ୍ରତିଷ୍ଠାତା ନୀଲ ମେହେଟ୍ଟା କହିଛନ୍ତି ଯେ “ପ୍ରତିରକ୍ଷା ମନ୍ତ୍ରଣାଳୟକୁ ସ୍ୱଦେଶୀ ଭାବରେ ବିକଶିତ ଏଟି-୧୫ ସର୍ଭେଲାନ୍ସ ଡ୍ରୋନଗୁଡିକୁ ହସ୍ତାନ୍ତର କରି ଆମେ ପ୍ରତିରକ୍ଷା ଆବଶ୍ୟକତାକୁ ପୂରଣ କରିବା ପାଇଁ ସମ୍ପୂର୍ଣ୍ଣ ସହଯୋଗ କରିବାକୁ ପ୍ରସ୍ତୁତ ବୋଲି ଦର୍ଶାଇଛୁ।

ଏହି ‘ମ୍ୟାନ୍ ପୋର୍ଟେବଲ୍‌’ ଡ୍ରୋନର ଅନେକ ବିଶେଷତା ରହିଛି। ଏହି ଡ୍ରୋନ୍ ଉଚ୍ଚ ପାର୍ବତୀୟ ଅଞ୍ଚଳରେ ମଧ୍ୟ କାମ କରିପାରିବ। ରାତି ହେଉ କି ଦିନ – ଏହାର ଉଚ୍ଚ ରେଜୋଲୁସନ କ୍ୟାମେରା ସ୍ୱଚ୍ଛ ଚିତ୍ର ଦେଖାଇବାରେ ସମର୍ଥ। ଦେଶର ତୋପଗୁଡିକୁ ସଠିକ୍ ଭାବରେ ଲକ୍ଷ୍ୟ ଧାର୍ଯ୍ୟ କରିବାରେ ଏହି ଡ୍ରୋନ୍ ସମ୍ପୂର୍ଣ୍ଣ ସହାୟତା କରିବ। ସେଥିପାଇଁ ଦେଶର ସୀମା ସୁରକ୍ଷିତ ରଖିବାରେ ଏଟି-୧୫ ଡ୍ରୋନ୍ ଦେଶର ସେନା ପାଇଁ ବେଶ ଉପଯୋଗୀ ହୋଇପାରିବ।

ଆଷ୍ଟେରିଆ ଏଟି-୧୫ ଡ୍ରୋନର ଏକ ମିଶ୍ରିତ ୱିଙ୍ଗ୍ ଡିଜାଇନ୍ ଅଛି ଯାହା ଉଚ୍ଚ ବେଗରେ ଉଡ଼ିବାରେ ସାହାଯ୍ୟ କରିଥାଏ ଏବଂ ପ୍ରବଳ ପବନରେ ମଧ୍ୟ ଏହି ଡ୍ରୋନ୍ଗୁଡ଼ିକ ଭୂମିଠାରୁ ୬,୦୦୦ ମିଟର ଉଚ୍ଚତାରେ କୌଣସି ଅସୁବିଧା ବିନା କାର୍ଯ୍ୟ କରିପାରିବ । ଏହି ଡ୍ରୋନଗୁଡିକ ଛୋଟ ସ୍ଥାନରୁ ମଧ୍ୟ ଉଡ଼ାଣ କରାଯାଇପାରିବ କାରଣ ଏହା ଭୂଲମ୍ବ (ଭର୍ଟିକାଲ) ଭାବରେ ଉଡାଣ ଏବଂ ଅବତରଣ କରିଥାଏ।

ଏଟି-୧୫ ର ଉଡ଼ାଣ ସମୟ ହେଉଛି ୧୨୦ ମିନିଟ୍ ଏବଂ ଭିଜୁଆଲ୍ ରେଞ୍ଜ୍ ୨୦ କିଲୋମିଟର ରହିଛି। ଏହାର ଅର୍ଥ ଏହା ଶତ୍ରୁର କାର୍ଯ୍ୟକଳାପ ଉପରେ ନିରନ୍ତର ନଜର ରଖିପାରିବ। ଏହି ଡ୍ରୋନରେ ଇଓ-ଆଇଆର (ଋଙ-ଓଜ) ପେଲୋଡ୍ ସଜ୍ଜିତ ହୋଇଛି ଯାହା ଜୁମ୍ କରି ଜିନିଷଗୁଡିକୁ ଅଧିକ ସ୍ପଷ୍ଟ ଭାବରେ ଦେଖାଇପାରେ, ତେଣୁ ଏଥିରୁ ଉତ୍ତମ ତଥ୍ୟ ଓ ଇଣ୍ଟେଲିଜେନ୍ସ ପ୍ରାପ୍ତ ହୋଇପାରିବ। ଏହା ହାଲୁକା, ଶକ୍ତିଶାଳୀ ଏବଂ ‘ମ୍ୟାନ୍ ପୋର୍ଟେବଲ୍‌’ ଅଟେ, ଅର୍ଥାତ୍ ଏହାକୁ ଯେକୌଣସି ସ୍ଥାନକୁ ନେବା ପାଇଁ କୌଣସି ମେସିନର ଆବଶ୍ୟକତା ନାହିଁ।

ଭବିଷ୍ୟତକୁ ଦୃଷ୍ଟିରେ ରଖି ଉଚ୍ଚମାନର ଉତ୍ପାଦ ଉତ୍ପାଦନ ପାଇଁ ଡିଏସଆଇଆର (ଊଝଓଜ) ଅନୁମୋଦିତ ଗବେଷଣା ଲ୍ୟାବ ସହିତ ବେଙ୍ଗାଲୁରୁରେ ଆଷ୍ଟେରିଆ ଏରୋସ୍ପେସର ୨୮,୦୦୦ ବର୍ଗଫୁଟ ୟୁନିଟ୍ ରହିଛି।

ପ୍ରତିରକ୍ଷା ମନ୍ତ୍ରଣାଳୟ ଭାରତୀୟ ସେନା ସ୍ୱଦେଶୀ
Share. Facebook Twitter LinkedIn Email WhatsApp Copy Link

Related Posts

ସଡ଼କ ସୁରକ୍ଷାକୁ ପ୍ରାଧାନ୍ୟ ଦେଇ କାର୍ଯ୍ୟ କରିବାକୁ ସମସ୍ତ ଆରଟିଓଙ୍କୁ ନିର୍ଦ୍ଦେଶ

May 5, 2026

ପ୍ରେମିକ ବାରଣ୍ଡାରେ ଧାରଣାରେ ବସିଥିବା ପ୍ରେମିକାକୁ ହତ୍ୟା

May 5, 2026

ନୂଆଦିଲ୍ଲୀରେ ଆଇଆଇଟି ମାଡ୍ରାସର ‘ଟେକ୍ନୋଲୋଜି ସମିଟ୍ -୨୦୨୬’ରେ କେନ୍ଦ୍ରମନ୍ତ୍ରୀ

May 5, 2026

ପଶ୍ଚିମବଂଗର କିଏ ହେବ ମୁଖ୍ୟମନ୍ତ୍ରୀ ? ବାଛିବେ ଓଡିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀ

May 5, 2026
Latest News

ସଡ଼କ ସୁରକ୍ଷାକୁ ପ୍ରାଧାନ୍ୟ ଦେଇ କାର୍ଯ୍ୟ କରିବାକୁ ସମସ୍ତ ଆରଟିଓଙ୍କୁ ନିର୍ଦ୍ଦେଶ

May 5, 2026

ବାଲୁଗାଁ ମହାବିଦ୍ୟାଳୟର ବାର୍ଷିକ ସାୟନାରା କାର୍ଯ୍ୟକ୍ରମରେ ଅଧ୍ୟାପିକାଙ୍କୁ ସମ୍ବର୍ଦ୍ଧନା

May 5, 2026

ପ୍ରେମିକ ବାରଣ୍ଡାରେ ଧାରଣାରେ ବସିଥିବା ପ୍ରେମିକାକୁ ହତ୍ୟା

May 5, 2026

ନୂଆଦିଲ୍ଲୀରେ ଆଇଆଇଟି ମାଡ୍ରାସର ‘ଟେକ୍ନୋଲୋଜି ସମିଟ୍ -୨୦୨୬’ରେ କେନ୍ଦ୍ରମନ୍ତ୍ରୀ

May 5, 2026

ଗୋଦାବରୀଶ ମହାବିଦ୍ୟାଳୟରେ ୬ ଦିନିଆ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଉଦଯାପିତ

May 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.