Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»‘ଆମେ ଯଥାଶୀଘ୍ର ‘ଆତଙ୍କ ମୁକ୍ତ ଜାମ୍ମୁ-କାଶ୍ମୀର’ ଲକ୍ଷ୍ୟ ହାସଲ କରିବୁ’: କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ
ଜାତୀୟ ଖବର

‘ଆମେ ଯଥାଶୀଘ୍ର ‘ଆତଙ୍କ ମୁକ୍ତ ଜାମ୍ମୁ-କାଶ୍ମୀର’ ଲକ୍ଷ୍ୟ ହାସଲ କରିବୁ’: କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ

December 20, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଜାମ୍ମୁ-କାଶ୍ମୀରର ସୁରକ୍ଷା ଉପରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜାମ୍ମୁ-କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା, କେନ୍ଦ୍ର ଗୃହ ସଚିବ, ନିର୍ଦ୍ଦେଶକ (ଆଇବି), ଆରଏଡବ୍ଲୁ ମୁଖ୍ୟ, ସେନା ମୁଖ୍ୟ, ଜିଓସି-ଇନ୍-ସି (ଉତ୍ତର କମାଣ୍ଡ), ଡିଜିଏମଓ, ଜାମ୍ମୁ-କାଶ୍ମୀରର ମୁଖ୍ୟ ଶାସନ ସଚିବ ଓ ଡିଜିପି, କେନ୍ଦ୍ରୀୟ ସଶସ୍ତ୍ର ସୁରକ୍ଷା ବଳଗୁଡ଼ିକର ମୁଖ୍ୟ ଏବଂ ଗୃହ ମନ୍ତ୍ରଣାଳୟର ଅନ୍ୟ ବରିଷ୍ଠ ଅଧିକାରୀମାନେ ଏହି ବୈଠକରେ ଯୋଗ ଦେଇଥିଲେ।

ବୈଠକରେ ଉଦବୋଧନ ଦେଇ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ କହିଥିଲେ ଯେ, ଆତଙ୍କବାଦ ବିରୋଧରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶୂନ୍ୟ ସହନଶୀଳତା ନୀତି ଅନୁରୂପ, ଆମେ ଯଥାଶୀଘ୍ର ‘ଆତଙ୍କ ମୁକ୍ତ ଜାମ୍ମୁ-କାଶ୍ମୀର’ ଲକ୍ଷ୍ୟ ହାସଲ କରିବୁ ଏବଂ ଏଥିପାଇଁ ସବୁପ୍ରକାର ସମ୍ବଳ ଯୋଗାଇ ଦିଆଯିବ। ସମସ୍ତ ସୁରକ୍ଷା ବାହିନୀର ମିଳିତ ପ୍ରୟାସ ଦ୍ୱାରା ମୋଦୀ ସରକାର ଜାମ୍ମୁ-କାଶ୍ମୀରରେ ଆତଙ୍କବାଦ ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ପ୍ରତିଷ୍ଠା କରିବାକୁ ପ୍ରତିଶ୍ରୁତିବଦ୍ଧ।

ଅମିତ ଶାହ କହିଥିଲେ ଯେ, ଜାମ୍ମୁ ଓ କାଶ୍ମୀର ବିଧାନସଭା ଏବଂ ଲୋକସଭା ନିର୍ବାଚନରେ ଜନସାଧାରଣଙ୍କ ଅଭୂତପୂର୍ବ ଅଂଶଗ୍ରହଣ ଗଣତନ୍ତ୍ର ଉପରେ ସେମାନଙ୍କର ସମ୍ପୂର୍ଣ୍ଣ ବିଶ୍ୱାସକୁ ଦର୍ଶାଉଛି। ଆତଙ୍କବାଦ ଘଟଣା, ଅନୁପ୍ରବେଶ ଏବଂ ଆତଙ୍କବାଦୀ ସଂଗଠନରେ ଯୁବବର୍ଗଙ୍କୁ ସାମିଲ କରିବା ଘଟଣାରେ ଉଲ୍ଲେଖନୀୟ ହ୍ରାସ ପାଇଁ କେନ୍ଦ୍ର ସୁରକ୍ଷା ସଂସ୍ଥାଗୁଡ଼ିକର ପ୍ରୟାସକୁ ସ୍ୱରାଷ୍ଟ୍ର ମନ୍ତ୍ରୀ ପ୍ରଶଂସା କରିଛନ୍ତି ।

କେନ୍ଦ୍ର ସ୍ୱରାଷ୍ଟ୍ର ଓ ସମବାୟ ମନ୍ତ୍ରୀ କହିଥିଲେ ଯେ, ମୋଦୀ ସରକାରଙ୍କ ନିରନ୍ତର ଏବଂ ସମନ୍ୱିତ ପ୍ରୟାସ ଯୋଗୁଁ ଜାମ୍ମୁ-କାଶ୍ମୀରରେ ଆତଙ୍କବାଦର ଢାଞ୍ଚା ପ୍ରାୟତଃ ସମାପ୍ତ ହୋଇଯାଇଛି । ଜାମ୍ମୁ ଓ କାଶ୍ମୀରରୁ ଆତଙ୍କବାଦର ସମ୍ପୂର୍ଣ୍ଣ ବିଲୋପ ପାଇଁ ଏକ ସମନ୍ୱିତ ଢଙ୍ଗରେ କାର୍ଯ୍ୟ କରିବା ଲାଗି ସବୁ ସୁରକ୍ଷା ସଂସ୍ଥାଗୁଡ଼ିକୁ ସ୍ୱରାଷ୍ଟ୍ର ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଏରିୟା ଡୋମିନେସନ୍ ପ୍ଲାନ୍ ଓ ଜିରୋ ଟେରର୍ ପ୍ଲାନକୁ ମିଶନ ମୋଡରେ କାର୍ଯ୍ୟକାରୀ କରିବା ଉପରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଜୋର୍ ଦେଇଥିଲେ।

ଅମିତ ଶାହ ଆତଙ୍କବାଦ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଜାମ୍ମୁ ଓ କାଶ୍ମୀର ନରେନ୍ଦ୍ର ମୋଦୀ ଶୂନ୍ୟ ସହନଶୀଳତା ନୀତି
Share. Facebook Twitter LinkedIn Email WhatsApp Copy Link

Related Posts

କୋଟିଆରେ ତେଜିଲା ସୀମା ବିବାଦ, ଓଡ଼ିଶା ପରେ ପୁଲିସ୍ ଫୋର୍ସ ମୁତୟନ କଲା ଆନ୍ଧ୍ର

October 26, 2026

ବରଗଡ଼ ଧନୁଯାତ୍ରା: କଂସ ଭୂମିକାରୁ ଓହରିଲେ ସୁଶୀଲ ମେହେର

October 26, 2026

ସୋସିଆଲ ମିଡିଆରେ ବାତ୍ୟା ସମ୍ପର୍କିତ ମନଗଢ଼ା ତଥ୍ୟ ଓ ଗୁଜବ ସୃଷ୍ଟି କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ

October 26, 2026

୨୮ରେ ସ୍ଥଳଭାଗ ଛୁଇଁବ ବାତ୍ୟା

October 26, 2026
Latest News

କୋଟିଆରେ ତେଜିଲା ସୀମା ବିବାଦ, ଓଡ଼ିଶା ପରେ ପୁଲିସ୍ ଫୋର୍ସ ମୁତୟନ କଲା ଆନ୍ଧ୍ର

October 26, 2026

ବରଗଡ଼ ଧନୁଯାତ୍ରା: କଂସ ଭୂମିକାରୁ ଓହରିଲେ ସୁଶୀଲ ମେହେର

October 26, 2026

ସୋସିଆଲ ମିଡିଆରେ ବାତ୍ୟା ସମ୍ପର୍କିତ ମନଗଢ଼ା ତଥ୍ୟ ଓ ଗୁଜବ ସୃଷ୍ଟି କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ

October 26, 2026

୨୮ରେ ସ୍ଥଳଭାଗ ଛୁଇଁବ ବାତ୍ୟା

October 26, 2026

ଅକ୍ଟୋବର ୨୭ ଓ ୨୮ରେ ସ୍କୁଲ୍‌ ଛୁଟି, ଜିଲ୍ଲାପାଳଙ୍କ ବଡ଼ ଘୋଷଣା

October 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.