Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ରାଜଧାନୀରେ ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ‘ଯୁବ ଅସନ୍ତୋଷ ସମାବେଶ’, ପୋଲିସ ସହ ଧସ୍ତାଧସ୍ତି
ଜାତୀୟ ଖବର

ରାଜଧାନୀରେ ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ‘ଯୁବ ଅସନ୍ତୋଷ ସମାବେଶ’, ପୋଲିସ ସହ ଧସ୍ତାଧସ୍ତି

January 20, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
youthcong
ରାଜଧାନୀରେ ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ‘ଯୁବ ଅସନ୍ତୋଷ ସମାବେଶ’, ପୋଲିସ ସହ ଧସ୍ତାଧସ୍ତି

ଭୁବନେଶ୍ୱର: ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ରଣଜିତ ପାତ୍ରଙ୍କ ଆବାହକତ୍ୱରେ ମାଷ୍ଟର କ୍ୟାଣ୍ଟିନ ଛକଠାରେ ଏକ ବିଶାଳ ଜନ ଅସନ୍ତୋଷ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଏହି ସମାବେଶରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ହଜାର ହଜାର ସଂଖ୍ୟାରେ ଯୁବ କଂଗ୍ରେସ କର୍ମୀମାନେ ଅଂଶଗ୍ରହଣ କରିଥିଲେ।

ଏଥିରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଅଖିଳ ଭାରତ ଯୁବ କଂଗ୍ରେସ ସଭାପତି ଶ୍ରୀ ଉଦୟଭାନୁ ଚିବ୍ କହିଥିଲେ ଯେ, ୧୧ ବର୍ଷର ମୋଦି ସରକାର ଏ ରାଷ୍ଟ୍ରର ଯୁବକମାନଙ୍କୁ ପ୍ରତାରିତ କରିଛନ୍ତି। ବେରୋଜଗାରୀ ଓ ନିଶାଖୋର ମୋଦି ସରକାରଙ୍କର ଦୁଇଟି ପ୍ରମୁଖ ଯୋଜନା ବୋଲି କହିଥିଲେ। ସେ କହିଥିଲେ ଯେ, ଯୁବ କଂଗ୍ରେସ ପକ୍ଷରୁ ‘ନିଶା ନୁହେଁ, ଚାକିିରି ଦିଅ’ ବୋଲି ଏକ ଅଭିଯାନ ସାରା ଦେଶରେ ଚାଲିଛି। ଏହି ଅଭିଯାନକୁ ପଞ୍ଚାୟସ୍ତରକୁ ନେବା ପାଇଁ ଶ୍ରୀ ଚିବ୍ ସେଠାରେ ଉପସ୍ଥିତ ଯୁବକମାନଙ୍କୁ ଆହ୍ୱାନ ଦେଇଥିଲେ। ସେ କହିଥିଲେ ମୋଦି-ଆଦାନୀଙ୍କ ମଧୁଚନ୍ଦ୍ରିକା କଥା ଦେଶବାସୀ ଜାଣନ୍ତି।

ଏହି କାର୍ଯ୍ୟକ୍ରମକୁ ଅଖିଳ ଭାରତ ଯୁବ କଂଗ୍ରେସ ସମ୍ପାଦକ ଅଜିତ ସିଂ ଓ ଅଭିନବ ଭଗତ ଅଂଶଗ୍ରହଣ କରିଥିଲେ । ଓଡ଼ିଶାର ମୁଖ୍ୟମନ୍ତ୍ରୀ ଆଦିବାସୀ ହୋଇଥିଲେ ହେଁ ଏଠାରେ ଆଦିବାସୀମାନେ ଅତ୍ୟାଚାରିତ। ବିଶେଷକରି ମୁସ୍‌ଲିମ୍‌, ଖ୍ରୀଷ୍ଟିଆନ ଓ ଦଳିତ ଲୋକମାନେ ମୋହନ ସରକାରରେ ଭୟଭୀତ ଅବସ୍ଥାରେ ରହୁଛନ୍ତି । ପ୍ରଦେଶ ଯୁବ କଂଗ୍ରେସ ସଭାପତି ଶ୍ରୀ ରଣଜିତ ପାତ୍ର କହିଥିଲେ ଯେ, ଯୁବ କଂଗ୍ରେସର ୮ ଦଫା ଦାବିକୁ ମୋହନ ସରକାର ତୁରନ୍ତ ସମାଧାନ କରିବା ପାଇଁ ଉଦ୍ୟମ କରନ୍ତୁ, ନଚେତ ଆନ୍ଦୋଳନ ଚାଲୁ ରହିବ ।

ଯୁବ କଂଗ୍ରେସ କର୍ମୀମାନେ ପୋଲିସ୍ ବାରିକେଡ଼ ଭାଙ୍ଗି ଦେଇଥିଲେ। ଯୁବ କଂଗ୍ରେସ ପକ୍ଷରୁ ମୋହନ ମାଝୀଙ୍କ ବାସଭବନ ସମ୍ମଖରେ ଏକ କାଠପୁତୁଲିକୁ ପ୍ରଦର୍ଶନ କରାଯାଇଥିଲା । ପ୍ରାୟ ଏକଘଣ୍ଟା ଧରି ସେଠାରେ ପୋଲିସ୍ ଏବଂ ଯୁବ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହେବା ଫଳରେ ଘଟଣାସ୍ଥଳରୁ ପୋଲିସ ଭ୍ୟାନ ଯୋଗେ ଯୁବ କଂଗ୍ରେସ କର୍ମୀମାନଙ୍କୁ ଉଠାଇ ନେଇଥିଲା ।

ଏହି କାର୍ଯ୍ୟକ୍ରମରେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ତାରାପ୍ରସାଦ ବାହିନୀପତି, ଜଗନ୍ନାଥ ପଟ୍ଟନାୟକ, ଶରତ ରାଉତ, ନବଜ୍ୟୋତି ପଟ୍ଟନାୟକ, ୟାସିର ନୱାଜ, ଉଦିତ ପ୍ରଧାନ, ସନ୍ତୋଷ ଜେନା, ମନୋଜ ଜେନା, ମନୋଜ ବିଶ୍ୱାଳ, ପୃଥ୍ୱୀବଲ୍ଲଭ ପଟ୍ଟନାୟକ, ସୁଦୀପ ସାମଲ, ନିହାର ବେହେରା, ଅଜୟ ସାହୁ, କୃଷ୍ଣ ମହାନ୍ତି, ରାଜୀବ ପଟ୍ଟନାୟକ, କିରଣ ସାହୁ, ସତ୍ୟଜିତ ପଟ୍ଟନାୟକ, ଅଭିଳାଷ ମାଣିଆ, ମହମ୍ମଦ ଗୁଲଫାମ୍‌, ପ୍ରଭାସ କର ମହାପାତ୍ର, ସ୍ୱାଗତ କର, କେଦାର ଦଳେଇ, ଅଭିଜିତ, ମହମ୍ମଦ ପରଭେଜ, ରଞ୍ଜନ ଦାସ, ଆଲୋକ ଦାସ, ସନେଶ ଧୀର, ବଟକୃଷ୍ଣ ରାଉତରାୟ, କମଳ ତାଣ୍ଡି, ବୀରେନ୍ଦ୍ର ବାଗ, ସୁବ୍ରତ ବେହେରା, ବିରଞ୍ôଚ ବାରିକ, ସୁରଜ ରାଉତ, ବଳରାମ ନନ୍ଦ, କାର୍ତ୍ତିକ କାଣ୍ଡି, ଶୁଭମ ଦାସ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

ଯୁବ କଂଗ୍ରେସ
Share. Facebook Twitter LinkedIn Email WhatsApp Copy Link

Related Posts

ଭାସୁଥିବା ଅବସ୍ଥାରେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

January 12, 2026

ଉଦ୍ଦିଷ୍ଟ ପଥରୁ ବିଚ୍ୟୁତ ହେଲା PSLV-C62 ରକେଟ୍: ଜାଣନ୍ତୁ କ’ଣ କହିଲା ISRO?

January 12, 2026

ଯାତ୍ରୀବାହୀ ବସ୍ ଧକ୍କାରେ ଯୁବକଙ୍କ ମୃତ୍ୟୁ

January 12, 2026

ସଫେଇ କର୍ମଚାରୀ ଓ ଅଭାବୀ ଲୋକଙ୍କୁ ଶୀତ ବସ୍ତ୍ର ପ୍ରଦାନ

January 12, 2026
Latest News

ଭାସୁଥିବା ଅବସ୍ଥାରେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

January 12, 2026

ଉଦ୍ଦିଷ୍ଟ ପଥରୁ ବିଚ୍ୟୁତ ହେଲା PSLV-C62 ରକେଟ୍: ଜାଣନ୍ତୁ କ’ଣ କହିଲା ISRO?

January 12, 2026

ଯାତ୍ରୀବାହୀ ବସ୍ ଧକ୍କାରେ ଯୁବକଙ୍କ ମୃତ୍ୟୁ

January 12, 2026

ସଫେଇ କର୍ମଚାରୀ ଓ ଅଭାବୀ ଲୋକଙ୍କୁ ଶୀତ ବସ୍ତ୍ର ପ୍ରଦାନ

January 12, 2026

ଭେଟିନାଥଦେବ ପିଏମ୍. ଶ୍ରୀ ବିଦ୍ୟାଳୟରେ ପିଏମ୍.ଶ୍ରୀ ଉତ୍ସବ ତଥା ବାର୍ଷିକ ଉତ୍ସବ ସମାରୋହ

January 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.