Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଭୁବନେଶ୍ବର ହଂସପାଳ ପ୍ଲାଏ ଓଭରକୁ ଉଦଘାଟନ କଲେ ସାଂସଦ ଅପରାଜିତା ଷଡଙ୍ଗୀ
ଜାତୀୟ ଖବର

ଭୁବନେଶ୍ବର ହଂସପାଳ ପ୍ଲାଏ ଓଭରକୁ ଉଦଘାଟନ କଲେ ସାଂସଦ ଅପରାଜିତା ଷଡଙ୍ଗୀ

January 21, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଭୁବନେଶ୍ବର ହଂସପାଳ ପ୍ଲାଏ ଓଭରକୁ ଉଦଘାଟନ କଲେ ସାଂସଦ ଅପରାଜିତା ଷଡଙ୍ଗୀ

ଭୁବନେଶ୍ୱର : ମଙ୍ଗଳବାର ଉଦଘାଟିତ ହୋଇଯାଇଛ ବହୁ ପ୍ରତିକ୍ଷିତ ହଂସପାଳ ଫ୍ଲାଇଓଭର ବ୍ରିଜ । ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଏହାର ଉଦଘାଟନ କରିଛନ୍ତି । ୨୪ କୋଟି ବ୍ୟୟରେ ନିର୍ମାଣ ହୋଇଛି ଓଭର ବ୍ରିଜ। ୧୮ ମାସରେ ଫ୍ଲାଇଓଭର ବ୍ରିଜ ସାରିବା ପାଇଁ ୨୦୨୦ରୁ ଭିତିପ୍ରସ୍ତର ସ୍ଥାପନ ସମୟରେ ଚୁକ୍ତି ହୋଇଥିଲା ।

ପୂର୍ବ ସରକାର ଥିବା ସମୟରେ ସେଠାରେ ଥିବା ଏକ ହରିଜନ ବସ୍ତି ଏହି ଓଭର ବ୍ରିଜ ନିର୍ମାଣରେ ବାଧକ ସାଜିଥିଲା । ଫଳରେ ଜମି ଅଧିଗ୍ରହଣ ପ୍ରକ୍ରିୟା ବିଳମ୍ବ ହୋଇଥିଲା। ଯେଉଁଥି ପାଇଁ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଏକାଧିକ ବାର କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ଓ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ ମାନଙ୍କ ସହିତ ଆଲୋଚନା କରି ଏହି ସମସ୍ୟାର ସମାଧାନ କରିଥିଲେ।

ଗତବର୍ଷ ଠାରୁ କଟକରୁ ଭୁବନେଶ୍ୱର ଆସୁଥିବା ଯାତ୍ରୀମାନେ ଏହି ବ୍ରିଜ ବ୍ୟବହାର କରି ଆସୁଥିଲେ । ଆଜିଠାରୁ ଭୁବନେଶ୍ୱରରୁ କଟକକୁ ଯାଉଥିବା ଗାଡି ହଂସପାଳ ବ୍ରିଜ ଦେଇ ଯାତାୟାତ କରିପାରିବେ। ନିର୍ମାଣ କାଯ୍ୟ ବିଳମ୍ବିତ ଯୋଗୁଁ ଦୁଇ ଦୁଇ ଥର ନିର୍ମାଣ ସଂସ୍ଥା ବଦଳେଇବାକୁ ପଡିଥିଲା। ଶେଷରେ ୫ ବର୍ଷର ଅବଧିରେ ଏହି ବ୍ରିଜ ଲୋକାର୍ପିତ ହୋଇଛି। ଉଲ୍ଲେଖଯୋଗ୍ୟ ଯେ ଏହି ବ୍ରିଜ ନିର୍ମାଣ ସାଂସଦ ଅପରାଜିତା ଷଡଙ୍ଗୀଙ୍କର ଭୁବନେଶ୍ୱର ବାସୀଙ୍କ ପାଇଁ ଏକ ସ୍ୱପ୍ନର ପ୍ରକଳ୍ପ ଥିଲା।

ଏହି ରାସ୍ତାରେ ବହୁ ଦୁର୍ଘଟଣା ଘଟି ଜନଜୀବନ ହାନି ଘଟୁଥିବାରୁ ଏହାର ନିର୍ମାଣର ଆବଶ୍ୟକତା ମଧ୍ୟ ରହିଥିଲା । ତେବେ ଶେଷରେ ଏହି ପ୍ରକଳ୍ପ ଆଜି ଲୋକାପ୍ରିତ ହୋଇଥିବାରୁ ସାଂସଦ ଶ୍ରୀମତୀ ଷଡଙ୍ଗୀ କେନ୍ଦ୍ର ପରିବାହନ ମନ୍ତ୍ରୀ ନିତୀନ ଗଡକରୀଙ୍କୁ ପ୍ରକଳ୍ପ କାର୍ଯ୍ୟରେ ସହଯୋଗ ପାଇଁ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିଛନ୍ତି ।

ଏହି ଉଦଘାଟନୀ କାଯ୍ୟକ୍ରମରେ ଭୁବନେଶ୍ୱର ଉତର ବିଜେପି ବିଧାୟକ ପ୍ରାର୍ଥୀ ପ୍ରିୟଦର୍ଶୀ ମିଶ୍ର , ଜାତୀୟ ରାଜପଥ ପ୍ରଧିକରଣର ବରିଷ୍ଠ ଅଧକାରୀଙ୍କ ସମେତ ଅନେକ ଜନସାଧାରଣ ଉପସ୍ଥିତି ଥିଲେ।

Aparajita Sarangi ସାଂସଦ ଅପରାଜିତା ଷଡଙ୍ଗୀ
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ପ୍ରକାଶ ପାଇବ NEET PG 2026 ଆଡମିଟ୍ କାର୍ଡ!: ଜାଣନ୍ତୁ କିପରି କରିବେ ଡାଉନଲୋଡ୍?

August 24, 2026

ପୁଟିନଙ୍କ ସହ ଭାରତ ଗସ୍ତ କରିବେ କି ସି ଜିନପିଙ୍ଗ?: ଡୋଭାଲଙ୍କ ଚୀନଗସ୍ତରୁ ହେବ ସ୍ପଷ୍ଟ

August 24, 2026

ଚଣ୍ଡିଗଡ଼ରେ ଆତଙ୍କବାଦୀ ଯୋଜନା ପଣ୍ଡ: ୫ କିଗ୍ରା ଜିଲେଟିନ୍ ସହିତ ୩ ଗିରଫ

August 24, 2026

ଅଯୋଧ୍ୟାରେ କଂଗ୍ରେସର ମାଛ ଭୋଜି!: ବିରୋଧ କଲେ ସାଧୁ, ସନ୍ଥ ଏବଂ ବିଜେପି ନେତା

August 24, 2026
Latest News

ଆଜି ପ୍ରକାଶ ପାଇବ NEET PG 2026 ଆଡମିଟ୍ କାର୍ଡ!: ଜାଣନ୍ତୁ କିପରି କରିବେ ଡାଉନଲୋଡ୍?

August 24, 2026

ପୁଟିନଙ୍କ ସହ ଭାରତ ଗସ୍ତ କରିବେ କି ସି ଜିନପିଙ୍ଗ?: ଡୋଭାଲଙ୍କ ଚୀନଗସ୍ତରୁ ହେବ ସ୍ପଷ୍ଟ

August 24, 2026

ଚଣ୍ଡିଗଡ଼ରେ ଆତଙ୍କବାଦୀ ଯୋଜନା ପଣ୍ଡ: ୫ କିଗ୍ରା ଜିଲେଟିନ୍ ସହିତ ୩ ଗିରଫ

August 24, 2026

ଅଯୋଧ୍ୟାରେ କଂଗ୍ରେସର ମାଛ ଭୋଜି!: ବିରୋଧ କଲେ ସାଧୁ, ସନ୍ଥ ଏବଂ ବିଜେପି ନେତା

August 24, 2026

ବିଜେପି ଛାଡିଲେ ମାଲାୟଲମ ଅଭିନେତା: ଟିଭିକେରେ ଯୋଗଦେବା ପାଇଁ କଲେ ଘୋଷଣା

August 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.