Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ବିଶ୍ବ ଅର୍ଥନୈତିକ ଫୋରମ୍ ୨୦୨୫: ଭାରତୀୟ ସ୍ବପ୍ନ ଓ ଆକାଂକ୍ଷାର ପ୍ରତିନିଧିତ୍ବ କଲେ କେନ୍ଦ୍ରମନ୍ତ୍ରୀ
ଜାତୀୟ ଖବର

ବିଶ୍ବ ଅର୍ଥନୈତିକ ଫୋରମ୍ ୨୦୨୫: ଭାରତୀୟ ସ୍ବପ୍ନ ଓ ଆକାଂକ୍ଷାର ପ୍ରତିନିଧିତ୍ବ କଲେ କେନ୍ଦ୍ରମନ୍ତ୍ରୀ

January 23, 2025No Comments4 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଭାରତକୁ ବିଶ୍ବର ଏକ ଉତ୍ପାଦନ ମହାଶକ୍ତିରେ ପରିଣତ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରିଥିବା ପରିକଳ୍ପନା ସହ ତାଳ ଦେଇ କେନ୍ଦ୍ର ରେଳ, ସୂଚନା ଓ ପ୍ରସାରଣ, ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସ୍ବିଜରଲାଣ୍ଡରେ କେତେକ ଗୁରୁତ୍ବପୂର୍ଣ୍ଣ ଆଲୋଚନାରେ ଭାଗ ନେଇଛନ୍ତି । ଡାଭୋସରେ ଅନୁଷ୍ଠିତ ହେଉଥିବା ବିଶ୍ବ ଅର୍ଥନୈତିକ ଫୋରମ୍ ୨୦୨୫ ସମ୍ମିଳନୀରେ ଯୋଗଦେବା ପୂର୍ବରୁ ଶ୍ରୀ ବୈଷ୍ଣବ ଏସବୁ ଆଲୋଚନାରେ ଅଂଶଗ୍ରହଣ କରିଛନ୍ତି, ଯାହାକି ରେଳବାଇ କ୍ଷେତ୍ରରେ ଅନ୍ତର୍ଜାତୀୟ ସହଭାଗିତା ଓ ନୂଆ ଜ୍ଞାନକୌଶଳ ହାସଲ ଦିଗରେ ଭାରତର ପ୍ରତିବଦ୍ଧତାକୁ ଦର୍ଶାଉଛି ।

ଏହି ଅବସରରେ ଶ୍ରୀ ବୈଷ୍ଣବ କହିଛନ୍ତି ଯେ ଆମ ଉଦ୍ୟମଗୁଡ଼ିକ ଯେପରି ବିଶ୍ବସ୍ତରୀୟ ମାନଦଣ୍ଡ ହାସଲ କରେ ସେ ଦିଗରେ ପ୍ରଧାନମନ୍ତ୍ରୀ ମୋଦୀ ସବୁବେଳେ ଆମକୁ ନେତୃତ୍ବ ଦେଇଆସିଛନ୍ତି ।  ଏହି ଗସ୍ତ ସେ ଦିଗରେ ଆଉ ଏକ ଉଦ୍ୟମ । ଆମର ମେଡ୍ ଇନ ଇଣ୍ଡିଆ ଉତ୍ପାଦ ପାଇଁ ବିଶ୍ବବ୍ୟାପୀ ଅନେକ ଆଗ୍ରହ ରହିଛି ।

ଜୁରିକରେ ଅନୁଷ୍ଠିତ ଏସବୁ ଆଲୋଚନାର ପ୍ରାରମ୍ଭରେ ପ୍ରଥମେ ସ୍ବିସ୍ ଫେଡେରାଲ୍ ରେଲଓ୍ବେଜ୍ (ଏସବିବି) ପକ୍ଷରୁ ଏକ ଉପସ୍ଥାପନା ଦିଆଯାଇଥିଲା ଯେଉଁଥିରେ ଭିତ୍ତିଭୂମି ଚିହ୍ନଟ କ୍ଷେତ୍ରରେ ନୂଆ ଅଗ୍ରଗତି ସଂପର୍କରେ ସୂଚନା ଦିଆଯାଇଥିଲା । ଭାରତୀୟ ରେଳ ବ୍ୟବସ୍ଥାର ପରିଚାଳନା ଦକ୍ଷତା ଓ ନିରାପତ୍ତା ବୃଦ୍ଧି କରିବା ଦିଗରେ ସହାୟକ ହେଉଥିବା ଅତ୍ୟାଧୁନିକ ପ୍ରଯୁକ୍ତି ସଂପର୍କରେ ସେ ସ୍ବିସ୍ ବିଶେଷଜ୍ଞଙ୍କ ସହ ଆଲୋଚନା କରିଥିଲେ ।

ଏହା ପରେ ପରେ ରେଳ କ୍ଷେତ୍ରରେ ଥିବା ସ୍ବିଜରଲାଣ୍ଡର ପ୍ରମୁଖ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ସଂସ୍ଥା ଯେପରିକି ରୋମ୍ବର୍ଗ, ସେର୍ସା ଏଜି, ସେଲେକ୍ଟ୍ରନ, ୟୁସେଣ୍ଟ୍ରିକ୍ସ, ଆଉଟେକ୍, ନ୍ୟୁ ଗ୍ଲାସର ପ୍ରତିନିଧିମାନଙ୍କ ସହ ସେ ଆଲୋଚନା କରିଥିଲେ । ସ୍ମାର୍ଟ ରେଳଓ୍ବେ ସଲ୍ୟୁସନ ଓ ସ୍ଥାୟୀ ଉତ୍ପାଦନ କାର୍ଯ୍ୟପଦ୍ଧତି ଆଦି କ୍ଷେତ୍ରରେ ସମ୍ଭାବ୍ୟ ସହଭାଗିତା ଓ ପ୍ରଯୁକ୍ତି ହସ୍ତାନ୍ତର ଏସବୁ ଆଲୋଚନାର ଫୋକସ୍ ବିନ୍ଦୁ ଥିଲା ।

ଷ୍ଟାଡଲର ରେଳ ମ୍ୟାନେଜମେଣ୍ଟ ସହ ବୈଠକ ଏବଂ ସେଣ୍ଟ ମାର୍ଗେଥେନରେ ଥିବା ସେମାନଙ୍କର ଅତ୍ୟାଧୁନିକ ଉତ୍ପାଦନ କାରଖାନା ପରିଦର୍ଶନ କରିବା ଏହି ଦିବସର ଏକ ପ୍ରମୁଖ ଆକର୍ଷଣ ଥିଲା । ଡବଲ ଡେକର ମଲ୍ଟିପଲ୍ ୟୁନିଟ୍ ଟ୍ରେନ୍ ଉତ୍ପାଦନରେ ଷ୍ଟାଡଲର ରେଳର ଦକ୍ଷତା, ନିଜ ଯାତ୍ରୀବାହୀ ରେଳ ଫ୍ଲିଟର ଆଧୁନିକୀକରଣ ଏବଂ ସମ୍ପ୍ରସାରଣ ପାଇଁ ଭାରତର ଆକାଂକ୍ଷା ସହ ମେଳ ଖାଉଛି ।

ନିଜର ଘରୋଇ ରେଳ ଉତ୍ପାଦନରେ ବିଶ୍ବସ୍ତରୀୟ ମାନୁଫାକଚରିଂ ଅଭ୍ୟାସ ଓ ଅତ୍ୟାଧୁନିକ ଇଂଜିନିୟରିଂକୁ ସମନ୍ବିତ କରିବାକୁ ଭାରତର ଉଦ୍ୟମକୁ ଏସବୁ ମତବିନିମୟ ପ୍ରତିଫଳିତ କରୁଛି ।

ଭାରତୀୟ ରେଳ ସମ୍ପର୍କରେ ଶ୍ରୀ ବୈଷ୍ଣବ କହିଛନ୍ତି ଯେ ଭାରତରେ ଅନେକ ଲୋକ ରେଳବାଇରେ ଯାତ୍ରା କରନ୍ତି ଏବଂ ଆମକୁ ଯାତ୍ରୀମାନଙ୍କ ଅନୁଭୂତିରେ ଉନ୍ନତି ଆଣିବାକୁ ହେବ । ସେଥିପାଇଁ ଆମେ ୪ଟି ନୂଆ ପିଢ଼ିର ଟ୍ରେନ କାର୍ଯ୍ୟକ୍ରମ ଆରମ୍ଭ କରିଛୁ। ପ୍ରଥମଟି ହେଉଛି ବନ୍ଦେ ଭାରତ ଚେୟାର କାର୍, ଦ୍ୱିତୀୟରେ ବନ୍ଦେ ଭାରତ ସ୍ଲିପର, ତୃତୀୟରେ ଅମୃତ ଭାରତ ଟ୍ରେନ୍ ଏବଂ ଚତୁର୍ଥଟି ହେଉଛି ନମୋ ଭାରତ ରାପିଡ୍ ଟ୍ରେନ୍। ଏବେ ଏହି ସବୁ ଟ୍ରେନ୍ ନିର୍ମାଣ, ପରୀକ୍ଷଣ ଓ ନିୟୋଜିତ କରାଯାଉଛି।

ଏଆଇ ସଂପର୍କରେ ସେ କହିଥିଲେ ଯେ ଏ କ୍ଷେତ୍ରରେ ଉପଯୁକ୍ତ ନିୟାମକ ଢାଞ୍ଚା ପାଇବା ପାଇଁ ଆମେ ସମସ୍ତ ଅଂଶୀଦାରଙ୍କ ସହ ଆଲୋଚନା କରୁଛୁ ଯାହା ଦ୍ୱାରା ଉଦ୍ଭାବନ ଏବଂ ନିୟନ୍ତ୍ରଣ ସନ୍ତୁଳିତ ହେବ । ଆମେ କେତେକ ଜଟିଳ ସମସ୍ୟାର ସମାଧାନରେ ଏଆଇର ସମ୍ଭାବନାକୁ ବ୍ୟବହାର କରିବାକୁ ଚାହୁଁଛୁ ।

ଶେଷରେ ବିଶ୍ୱ ଅର୍ଥନୈତିକ ଫୋରମର ଟ୍ରଷ୍ଟି ବୋର୍ଡ ଦ୍ୱାରା ଆୟୋଜିତ ଉଦଘାଟନୀ ରାତ୍ରୀଭୋଜନରେ ମନ୍ତ୍ରୀ ବୈଷ୍ଣବ ବିଶିଷ୍ଟ ବ୍ୟକ୍ତିମାନଙ୍କ ସହ ଯୋଗ ଦେଇଥିଲେ। ସନ୍ଧ୍ୟାରେ ହୋଇଥିବା ଆଲୋଚନା ଭାରତର ପରିବର୍ତ୍ତନଶୀଳ ରେଳ ପଦକ୍ଷେପ ଏବଂ ଭିତ୍ତିଭୂମି କ୍ଷେତ୍ରରେ ସ୍ଥାୟୀ ଏବଂ ଅନ୍ତର୍ଭୁକ୍ତ ଅଭିବୃଦ୍ଧି ଉପରେ ଏହାର ନିରନ୍ତର ଧ୍ୟାନ ଉପରେ ଆଲୋକପାତ କରିବା ପାଇଁ ଏକ ମଞ୍ଚ ପ୍ରଦାନ କରିଥିଲା ।

ଡାଭୋସରେ ଡବ୍ଲ୍ୟୁଇଏଫ୍ ୨୦୨୫ରେ ହୋଇଥିବା କାର୍ଯ୍ୟକ୍ରମ ଅର୍ଥନୈତିକ ଅଭିବୃଦ୍ଧି ଏବଂ ସ୍ଥାୟୀ ବିକାଶର ଲକ୍ଷ୍ୟ ହାସଲ କରିବା ପାଇଁ ବିଶ୍ୱସ୍ତରୀୟ ସର୍ବୋତ୍ତମ ଅଭ୍ୟାସ ଏବଂ ପ୍ରଯୁକ୍ତିବିଦ୍ୟାକୁ ଗ୍ରହଣ କରିବା ପାଇଁ ଭାରତର ସକ୍ରିୟ ଆଭିମୁଖ୍ୟକୁ ଦର୍ଶାଉଛି । ବୈଶ୍ୱିକ ଶିଳ୍ପ ନେତୃବୃନ୍ଦଙ୍କ ସହ ଗଭୀର ସହଯୋଗ ସ୍ଥାପନ କରି ଭାରତ ରେଳ କ୍ଷେତ୍ରରେ ଉଦ୍ଭାବନ ଏବଂ ଉତ୍କର୍ଷତା ପାଇଁ ଏକ ମାନଦଣ୍ଡ ସ୍ଥାପିତ କରିବାକୁ ପ୍ରସ୍ତୁତ ।

ବିଶ୍ବ ଦକ୍ଷିଣର ଏକ ବିଶ୍ୱସ୍ତରୀୟ ନେତା ଏବଂ ଏକୀକୃତ ସ୍ୱର ଭାବରେ ଭାରତ ଏକତା ଏବଂ ସାମୂହିକ ପ୍ରଗତିର ମୂଲ୍ୟବୋଧକୁ ପ୍ରତିଫଳିତ କରିଚାଲିଛି । ପ୍ରଗତିଶୀଳ ଅର୍ଥନୈତିକ ଅଭିବୃଦ୍ଧି, ପରିବର୍ତ୍ତନଶୀଳ ଡିଜିଟାଲ ବିପ୍ଳବ ଏବଂ ଅଗ୍ରଣୀ ଜଳବାୟୁ ପଦକ୍ଷେପ ସହିତ ଭାରତ ଏକ ସ୍ଥାୟୀ ଏବଂ ଅନ୍ତର୍ଭୁକ୍ତ ବିଶ୍ୱ ଭବିଷ୍ୟତର ଏକ ପ୍ରମୁଖ ନିର୍ମାତା ହୋଇ ରହିଛି ।

ଡାଭୋସ୍ ରେ ଥିବା ଇଣ୍ଡିଆ ପ୍ୟାଭିଲିୟନର ଡିଜାଇନ୍ ଏବଂ ଥିମକୁ ବେଶ୍ ପ୍ରଶଂସା କରାଯାଉଛି। ଶିଖର ସମ୍ମିଳନୀରେ ଏହା ସବୁଠାରୁ ସୁନ୍ଦର ମଣ୍ଡପ ଭାବରେ ପ୍ରଶଂସିତ ହେଉଛି । ବିଭିନ୍ନ କ୍ଷେତ୍ରରେ ଭାରତ ଅଗ୍ରଣୀ ରହିଛି। ଏଆଇ ଏବଂ ଫ୍ରଣ୍ଟିଅର ଟେକନଲୋଜୀକୁ ଆଗକୁ ବଢ଼ାଇବାଠାରୁ ଆରମ୍ଭ କରି ଏହାର ଅକ୍ଷୟ ଶକ୍ତି କ୍ଷମତାକୁ ବିସ୍ତାର କରିବା ଏବଂ ବିଶ୍ୱସ୍ତରୀୟ ଭାଗିଦାରୀକୁ ପ୍ରୋତ୍ସାହିତ କରିବା ପର୍ଯ୍ୟନ୍ତ, ଭାରତର ଅଗ୍ରଗତି ଡବ୍ଲ୍ୟୁଇଏଫ୍ ୨୦୨୫ର ବିଷୟବସ୍ତୁ: “ବୁଦ୍ଧିମାନ ଯୁଗ ପାଇଁ ସହଯୋଗ” ସହିତ ତାଳ ଦେଉଛି। ଏହାବ୍ୟତୀତ ଭାରତ ସମଗ୍ର ବିଶ୍ୱରେ ଅର୍ଥନୈତିକ ସମ୍ପର୍କକୁ ସୁଦୃଢ଼ କରିବାକୁ ଚାହୁଁଛି।

ବିଶ୍ବ ଅର୍ଥନୈତିକ ଫୋରମରେ ଭାରତର ପାଭିଲିୟନ ସଂପର୍କରେ ଶ୍ରୀ ବୈଷ୍ଣବ କହିଛନ୍ତି, ପ୍ରଥମତଃ ଏଥର ଭାରତର ଏକ ଏକୀକୃତ ଓ ସମନ୍ୱିତ ମଣ୍ଡପ ରହିଛି। ସମସ୍ତ ରାଜ୍ୟ ସରକାରଙ୍କ ମଣ୍ଡପ ଭାରତୀୟ ପ୍ୟାଭିଲିୟନର ଅଂଶ ବିଶେଷ। ଏଥିରେ ଭାରତୀୟ କମ୍ପାନିମାନଙ୍କର ମଧ୍ୟ ଉପସ୍ଥିତି ରହିଛି। ଦ୍ବିତୀୟତଃ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ଦ୍ୱାରା ଆମର ଭିତ୍ତିଭୂମି ଯେପରି ନିର୍ମାଣ କରାଯାଉଛି ସେ ଦୃଷ୍ଟିରୁ ପ୍ରଯୁକ୍ତି ବିଦ୍ୟା ଜଗତର ସମସ୍ତ ନେତାଙ୍କର ଭାରତ ଉପରେ ବହୁତ ବିଶ୍ୱାସ ରହିଛି । ବିଶ୍ୱସ୍ତରରେ ଆମ ଅର୍ଥନୀତିର ଅଭିବୃଦ୍ଧି ଉପରେ ବହୁତ ବିଶ୍ୱାସ ରହିଛି।

ଡବ୍ଲୁଇଏଫ ୨୦୨୫ର ଫୋକସ ସହ ତାଳ ଦେଇ ଭାରତ ୫ଟି ପ୍ରମୁଖ କାର୍ଯ୍ୟକ୍ଷେତ୍ରରେ ସମାଧାନ ବାହାର କରିବାକୁ ଅଗ୍ରଣୀ ଭୂମିକାରେ ରହିଛି । ସେସବୁ କ୍ଷେତ୍ର ହେଲା ଅଭିଭୃଦ୍ଧିର ପୁନଃପରିକଳ୍ପନା,ବୁଦ୍ଧିମାନ ଯୁଗରେ ଶିଳ୍ପ, ମାନବସମ୍ବଳରେ ନିବେଶ, ପୃଥିବୀର ସୁରକ୍ଷା ଓ ଭରସା ପୁନଃସ୍ଥାପନ ।  ଆନ୍ଧ୍ରପ୍ରଦେଶ, କେରଳ, ମହାରାଷ୍ଟ୍ର, ତାମିଲନାଡୁ, ତେଲେଙ୍ଗାନା ଏବଂ ଉତ୍ତରପ୍ରଦେଶ ଭଳି ୬ଟି ଭାରତୀୟ ରାଜ୍ୟ ଡାଭୋସରେ ଅଂଶଗ୍ରହଣ କରୁଛନ୍ତି।

ଅଶ୍ବିନୀ ବୈଷ୍ଣବ ଡାଭୋସ ନରେନ୍ଦ୍ର ମୋଦୀ ବିଶ୍ବ ଅର୍ଥନୈତିକ ଫୋରମ୍
Share. Facebook Twitter LinkedIn Email WhatsApp Copy Link

Related Posts

ଏବେ ଭାରତ ଉପରେ ୧୦୦ ପ୍ରତିଶତ ଶୁଳ୍କ ଲଗାଇବାକୁ ଧମକ ଦେଲେ ଟ୍ରମ୍ପଙ୍କ ବିଶସ୍ତ!: ଆଣିଲେ ସାଂଘାତିକ ଅଭିଯୋଗ

August 4, 2025

ବର୍ଷା ଋତୁରେ ଏସି ବ୍ୟବହାର କରୁଥିଲେ ଏହି ଜିନିଷ ପ୍ରତି ଦିଅନ୍ତୁ ଧ୍ୟାନ, ନଚେତ୍ ହୋଇପାରେ କ୍ଷତି

August 4, 2025

ସମୁଦ୍ରରେ ବୁଡ଼ିଗଲା ୧୫୪ ଲୋକଙ୍କ ଭର୍ତ୍ତି ଡଙ୍ଗା!: ୬୮ ମୃତ, ୭୪ ନିଖୋଜ

August 4, 2025

ଦୁଇଟି ଭୋଟର କାର୍ଡ ରଖିବା ପାଇଁ ଏହି ଦଣ୍ଡ ହୋଇପାରେ, ଜାଣନ୍ତୁ ଏ ସମ୍ପର୍କରେ ନିୟମ କ’ଣ?

August 4, 2025
Latest News

ଏବେ ଭାରତ ଉପରେ ୧୦୦ ପ୍ରତିଶତ ଶୁଳ୍କ ଲଗାଇବାକୁ ଧମକ ଦେଲେ ଟ୍ରମ୍ପଙ୍କ ବିଶସ୍ତ!: ଆଣିଲେ ସାଂଘାତିକ ଅଭିଯୋଗ

August 4, 2025

ବର୍ଷା ଋତୁରେ ଏସି ବ୍ୟବହାର କରୁଥିଲେ ଏହି ଜିନିଷ ପ୍ରତି ଦିଅନ୍ତୁ ଧ୍ୟାନ, ନଚେତ୍ ହୋଇପାରେ କ୍ଷତି

August 4, 2025

ଉପରାଷ୍ଟ୍ରପତି ନିର୍ବାଚନ ତାରିଖ ଘୋଷଣା ପରେ ରାଷ୍ଟ୍ରପତିଙ୍କୁ କାହିଁକି ଭେଟିଲେ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ

August 4, 2025

ସମୁଦ୍ରରେ ବୁଡ଼ିଗଲା ୧୫୪ ଲୋକଙ୍କ ଭର୍ତ୍ତି ଡଙ୍ଗା!: ୬୮ ମୃତ, ୭୪ ନିଖୋଜ

August 4, 2025

ଦୁଇଟି ଭୋଟର କାର୍ଡ ରଖିବା ପାଇଁ ଏହି ଦଣ୍ଡ ହୋଇପାରେ, ଜାଣନ୍ତୁ ଏ ସମ୍ପର୍କରେ ନିୟମ କ’ଣ?

August 4, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.