Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ନିର୍ମଳା ସୀତାରମଣଙ୍କ ବଜେଟରେ କଣ ରହିଛି ସାରାଂଶ, ସଂକ୍ଷେପରେ ଦେଖି ନିଅନ୍ତୁ ବଜେଟ 2025
ଜାତୀୟ ଖବର

ନିର୍ମଳା ସୀତାରମଣଙ୍କ ବଜେଟରେ କଣ ରହିଛି ସାରାଂଶ, ସଂକ୍ଷେପରେ ଦେଖି ନିଅନ୍ତୁ ବଜେଟ 2025

February 1, 2025No Comments3 Mins Read
Share Facebook Twitter LinkedIn Email WhatsApp Copy Link
nirmalasitaraman
ନିର୍ମଳା ସୀତାରମଣଙ୍କ ବଜେଟରେ କଣ ରହିଛି ସାରାଂଶ, ସଂକ୍ଷେପରେ ଦେଖି ନିଅନ୍ତୁ ବଜେଟ 2025

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ. ନିର୍ମଳା ସୀତାରମଣ ଆଜି ସଂସଦରେ କେନ୍ଦ୍ର ବଜେଟ୍ 2025-26 ଉପସ୍ଥାପନ କରିଛନ୍ତି। ତେଲୁଗୁ କବି ତଥା ନାଟ୍ୟକାର ଶ୍ରୀ ଗୁରଜାଦା ଅପ୍ପା ରାଓଙ୍କ ପ୍ରସିଦ୍ଧ ଉକ୍ତିକୁ ଉଦ୍ଧୃତ କରି ଅର୍ଥମନ୍ତ୍ରୀ କହିଥିଲେ, ‘ଗୋଟିଏ ଦେଶ କେବଳ ଏହାର ମାଟି ନୁହେଁ; ଗୋଟିଏ ଦେଶ ଏହାର ନାଗରିକଙ୍କୁ ନେଇ ଆଧାରିତ।’ ଅର୍ଥମନ୍ତ୍ରୀ ସମସ୍ତ ଅଞ୍ଚଳର ସନ୍ତୁଳିତ ବିକାଶକୁ ଉତ୍ସାହିତ କରୁଥିବା ‘ସବକା ବିକାଶ’ ଲକ୍ଷ୍ୟ ସହିତ କେନ୍ଦ୍ର ବଜେଟ୍ ଉପସ୍ଥାପନ କରିଥିଲେ।

ସାଧାରଣ ବଜେଟ 2025-26 ର ସାରାଂଶ

  • 1 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହାରାହାରି ମାସିକ ଆୟ ଉପରେ କୌଣସି ଆୟକର ନାହିଁ; ମଧ୍ୟମ ବର୍ଗର ଘରୋଇ ସଞ୍ଚୟ ଏବଂ ଉପଭୋଗକୁ ପ୍ରୋତ୍ସାହନ ମିଳିବ
  • ନୂତନ ଟିକସ ବ୍ୟବସ୍ଥାରେ ବେତନଭୋଗୀ ବର୍ଗ ବାର୍ଷିକ 75 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଶୂନ ଆୟକର ପ୍ରଦାନ କରିବେ
  • କେନ୍ଦ୍ର ବଜେଟରେ ବିକାଶର 4ଟି ଇଞ୍ଜିନ-କୃଷି, ଏମ୍.ଏସ୍.ଏମ୍.ଇ., ନିବେଶ ଏବଂ ରପ୍ତାନୀକୁ ସ୍ୱୀକୃତି ଦିଆଯାଇଛି
  • 7 କୋଟି କୃଷକଙ୍କୁ ଲାଭାନ୍ୱିତ କରିବା ପାଇଁ ‘ପ୍ରଧାନମନ୍ତ୍ରୀ ଧନ-ଧାନ୍ୟ କୃଷି ଯୋଜନା’ରେ 100ଟି ନିମ୍ନ କୃଷି ଉତ୍ପାଦକତା ଜିଲ୍ଲାକୁ ଅନ୍ତର୍ଭୁକ୍ତ କରାଯିବ
  • ବିରି, ହରଡ଼ ଏବଂ ମସୁର ଉପରେ ସ୍ୱତନ୍ତ୍ର ଧ୍ୟାନ ଦେଇ ‘ଡାଲି କ୍ଷେତ୍ରରେ ଆତ୍ମନିର୍ଭରତା ଅଭିଯାନ’ର ଶୁଭାରମ୍ଭ କରାଯିବ
  • ସଂଶୋଧିତ ସୁଧ ରିହାତି ଯୋଜନା ଅଧୀନରେ କେ.ସି.ସି. ଜରିଆରେ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ
  • ଆର୍ଥିକ ବର୍ଷ 25ରେ ବିତ୍ତୀୟ ନିଅଣ୍ଟ 8 ପ୍ରତିଶତ ହେବ ବୋଲି ଆକଳନ କରାଯାଇଥିବା ବେଳେ ଆର୍ଥିକ ବର୍ଷ 26ରେ ଏହାକୁ 4.4 ପ୍ରତିଶତକୁ ହ୍ରାସ କରିବାର ଲକ୍ଷ୍ୟ
  • ଏମ୍.ଏସ୍.ଏମ୍. ଇ. ଗୁଡ଼ିକୁ ଗ୍ୟାରେଣ୍ଟି କଭର୍ ସହିତ ଋଣ ପରିମାଣ 5 କୋଟି ଟଙ୍କାରୁ 10 କୋଟି ଟଙ୍କାକୁ ବୃଦ୍ଧି
  • “ମେକ୍ ଇନ୍ ଇଣ୍ଡିଆ”କୁ ଆଗକୁ ବଢ଼ାଇବା ପାଇଁ କ୍ଷୁଦ୍ର, ମଧ୍ୟମ ଏବଂ ବୃହତ ଶିଳ୍ପକୁ ଅନ୍ତର୍ଭୁକ୍ତ କରୁଥିବା ଏକ ଜାତୀୟ ଉତ୍ପାଦନ ମିଶନ ଆରମ୍ଭ କରାଯିବ
  • ଆସନ୍ତା 5 ବର୍ଷ ମଧ୍ୟରେ ସରକାରୀ ବିଦ୍ୟାଳୟରେ 50,000 ଅଟଳ ଟିଙ୍କରିଂ ଲ୍ୟାବ୍
  • ଶିକ୍ଷା ପାଇଁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କ୍ଷେତ୍ରରେ ଉତ୍କର୍ଷ କେନ୍ଦ୍ର ପାଇଁ ମୋଟ 500 କୋଟି ଟଙ୍କାର ବ୍ୟୟ ଅଟକଳ
  • ବ୍ୟାଙ୍କଗୁଡ଼ିକରୁ ବର୍ଦ୍ଧିତ ଋଣ ଏବଂ 30,000 ଟଙ୍କା ସୀମା ସହିତ ୟୁପିଆଇ- ସଂଯୁକ୍ତ କ୍ରେଡିଟ୍ କାର୍ଡ ସହିତ ପି.ଏମ୍. ସ୍ୱନିଧି
  • ପି.ଏମ୍. ଜନ ଆରୋଗ୍ୟ ଯୋଜନା ଅଧୀନରେ ଅସଂଗଠିତ ଶ୍ରମିକମାନେ ପରିଚୟ ପତ୍ର, ଇ-ଶ୍ରମ ପୋର୍ଟାଲରେ ପଞ୍ଜୀକରଣ ଏବଂ ସ୍ୱାସ୍ଥ୍ୟସେବା ପାଇବେ
  • ଅଭିବୃଦ୍ଧି କେନ୍ଦ୍ର ଭାବେ ସହରଗୁଡ଼ିକର ବିକାଶ ପାଇଁ 1 ଲକ୍ଷ କୋଟି ଟଙ୍କାର ସହରୀ ଚ୍ୟାଲେଞ୍ଜ ପାଣ୍ଠି
  • 20,000 କୋଟି ଟଙ୍କା ବ୍ୟୟରେ କ୍ଷୁଦ୍ର ମଡ୍ୟୁଲାର ରିଆକ୍ଟରଗୁଡ଼ିକର ଗବେଷଣା ଓ ବିକାଶ ପାଇଁ ଆଣବିକ ଶକ୍ତି ମିଶନ
  • 120 ଟି ନୂତନ ଗନ୍ତବ୍ୟସ୍ଥଳକୁ ଆଞ୍ଚଳିକ ସଂଯୋଗ ବୃଦ୍ଧି ପାଇଁ ସଂଶୋଧିତ ଉଡାନ ଯୋଜନା
  • ଆଉ 1 ଲକ୍ଷ ଚାପଗ୍ରସ୍ତ ଆବାସ ୟୁନିଟଗୁଡ଼ିକର କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ 15,000 କୋଟି ଟଙ୍କାର ସ୍ୱାମୀ ପାଣ୍ଠି ପ୍ରତିଷ୍ଠା କରାଯିବ
  • ଘରୋଇ କ୍ଷେତ୍ର ପରିଚାଳିତ ଗବେଷଣା ବିକାଶ ଏବଂ ନବସୃଜନ ପଦକ୍ଷେପ ପାଇଁ 20,000 କୋଟି ଟଙ୍କା ଆବଣ୍ଟନ
  • ପାଣ୍ଡୁଲିପିର ସର୍ବେକ୍ଷଣ ଏବଂ ସଂରକ୍ଷଣ ପାଇଁ ଜ୍ଞାନ ଭାରତମ୍ ମିଶନରେ ଏକ କୋଟିରୁ ଅଧିକ ପାଣ୍ଡୁଲିପିକୁ ସଂରକ୍ଷିତ କରାଯିବ
  • ବୀମା କ୍ଷେତ୍ରରେ ଏଫ.ଡି.ଆଇ. ସୀମା 74 ପ୍ରତିଶତରୁ 100 ପ୍ରତିଶତକୁ ବୃଦ୍ଧି
  • ବିଭିନ୍ନ ଆଇନର 100 ରୁ ଅଧିକ ବ୍ୟବସ୍ଥାକୁ ଅପରାଧମୁକ୍ତ କରିବା ପାଇଁ ଜନ ବିଶ୍ୱାସ ବିଲ୍ 2 ଉପସ୍ଥାପନ କରାଯିବ
  • ସଂଶୋଧିତ ଆୟକର ରିଟର୍ଣ୍ଣର ସମୟସୀମା ଦୁଇ ବର୍ଷରୁ ବୃଦ୍ଧି କରି ଚାରି ବର୍ଷ କରାଯାଇଛି
  • ଟି.ସି.ଏସ୍. ଦେୟରେ ବିଳମ୍ବକୁ ଅପରାଧମୁକ୍ତ କରାଯାଇଛି
  • ଭଡ଼ା ଉପରେ ଟିଡିଏସ୍ 40 ଲକ୍ଷ ଟଙ୍କାରୁ 6 ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି
  • କର୍କଟ, ବିରଳ ଏବଂ ଦୀର୍ଘସ୍ଥାୟୀ ରୋଗର ଚିକିତ୍ସା ପାଇଁ 36ଟି ଜୀବନ ରକ୍ଷାକାରୀ ଔଷଧ ଏବଂ ଔଷଧ ଉପରେ ବି.ସି.ଡି. ଛାଡ଼ ପାଇଛି
  • ଆଇ. ଏଫ୍.ପି.ଡି. ଉପରେ ବି.ସି.ଡି. 20 ପ୍ରତିଶତକୁ ବୃଦ୍ଧି ପାଇଛି ଏବଂ ଖୋଲା ସେଲରେ 5 ପ୍ରତିଶତକୁ ହ୍ରାସ ପାଇଛି
  • ଘରୋଇ ଉତ୍ପାଦନକୁ ପ୍ରୋତ୍ସାହନ ଦେବା ପାଇଁ ଖୋଲା ସେଲର ଯନ୍ତ୍ରାଂଶ ଉପରେ ବି. ସି. ଡି. ଛାଡ଼ କରାଯାଇଛି
  • ବ୍ୟାଟେରୀ ଉତ୍ପାଦନ ବୃଦ୍ଧି ପାଇଁ, ଇ.ଭି. ଏବଂ ମୋବାଇଲ ବ୍ୟାଟେରୀ ଉତ୍ପାଦନ ପାଇଁ ଅତିରିକ୍ତ ପୁଞ୍ଜି ସାମଗ୍ରୀକୁ ଛାଡ଼ କରାଯାଇଛି
  • ଜାହାଜ ନିର୍ମାଣ ପାଇଁ ବ୍ୟବହୃତ କଞ୍ଚାମାଲ ଏବଂ ଉପାଦାନ ଉପରେ ବିସିଡି 10 ବର୍ଷ ପାଇଁ ଛାଡ଼ ପାଇଛି
  • ଶୀତଳୀକରଣ ମାଛ ପେଷ୍ଟ ଉପରେ ବିସିଡି 30 ପ୍ରତିଶତରୁ 5 ପ୍ରତିଶତକୁ ଏବଂ ମାଛ ହାଇଡ୍ରୋଲାଇସେଟ୍ ଉପରେ 15 ପ୍ରତିଶତରୁ 5 ପ୍ରତିଶତକୁ ହ୍ରାସ କରାଯାଇଛି

 

 

budget Budget 2025 nirmalasitaraman ବଜେଟ ବଜେଟ 2025
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତ ଟ୍ୟାକ୍ସିର ‘ସାରଥି’ ମାନଙ୍କ ସହ ମତ ବିନିମୟ କଲେ ଅମିତ ଶାହ

February 24, 2026

ସାବଧାନ: ଆଜି ମଙ୍ଗଳବାରରେ ଏହି ରାଶିର ବ୍ୟକ୍ତିଙ୍କର ଦେଖାଯାଇପାରେ ସ୍ୱାସ୍ଥ୍ୟ ସମସ୍ୟା

February 24, 2026

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାନବ-କୈନ୍ଦ୍ରିକ ଏଆଇ ଯାତ୍ରା

February 23, 2026

ଭାରତୀୟ ବାୟୁସେନାର ବଡ଼ କାର୍ଯ୍ୟାନୁଷ୍ଠାନ: ବନ୍ଦ ହେଲା ତେଜସ୍ ଲଢ଼ୁଆ ବିମାନର ଉଡ଼ାଣ

February 23, 2026
Latest News

କନ୍ଧମାଳରେ ମାଓବାଦୀ ବିରୋଧୀ ଅଭିଯାନ: ଦୁଇ ମାଓବାଦୀ ନିହତ

February 24, 2026

ଭାରତ ଟ୍ୟାକ୍ସିର ‘ସାରଥି’ ମାନଙ୍କ ସହ ମତ ବିନିମୟ କଲେ ଅମିତ ଶାହ

February 24, 2026

ସାବଧାନ: ଆଜି ମଙ୍ଗଳବାରରେ ଏହି ରାଶିର ବ୍ୟକ୍ତିଙ୍କର ଦେଖାଯାଇପାରେ ସ୍ୱାସ୍ଥ୍ୟ ସମସ୍ୟା

February 24, 2026

ରଣପୁର ବ୍ଲକ ପରିସରରେ ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ

February 23, 2026

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାନବ-କୈନ୍ଦ୍ରିକ ଏଆଇ ଯାତ୍ରା

February 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.