Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ତତ୍ୱ ଟେକ୍ନୋଲୋଜିସ ଶୁଭାରମ୍ଭ କଲା ଏଆଇ-ଫାଷ୍ଟ ଓମନିଏଜେଂଟ, ଜାଣନ୍ତୁ ଏହା କଣ
ଜାତୀୟ ଖବର

ତତ୍ୱ ଟେକ୍ନୋଲୋଜିସ ଶୁଭାରମ୍ଭ କଲା ଏଆଇ-ଫାଷ୍ଟ ଓମନିଏଜେଂଟ, ଜାଣନ୍ତୁ ଏହା କଣ

February 4, 2025No Comments3 Mins Read
Share Facebook Twitter LinkedIn Email WhatsApp Copy Link
ତତ୍ୱ ଟେକ୍ନୋଲୋଜିସ ଶୁଭାରମ୍ଭ କଲା ଏଆଇ-ଫାଷ୍ଟ ଓମନିଏଜେଂଟ, ଜାଣନ୍ତୁ ଏହା କଣ

ଭୁବନେଶ୍ୱର: ଆଇଟି ଓ ଆଇଟିଇଏସ ସଲ୍ୟୁଶନ୍ସ କ୍ଷେତ୍ରରେ ଏକ ଗ୍ଲୋବାଲ ଲିଡର, ତତ୍ୱ ଟେକ୍ନୋଲୋଜି ଭୁବନେଶ୍ୱରସ୍ଥିତ ଏହାର କର୍ପୋରେଟ ମୁଖ୍ୟାଳୟରେ ଏକ ବିଶାଳ ସମାରୋହରେ ନିଜର ୨୩ତମ ପ୍ରତିଷ୍ଠା ଦିବସ ପାଳନ କରିଛି ।

ଦେଶବ୍ୟାପୀ କମ୍ପାନୀର ସମସ୍ତ ଡେଲିଭରି ସେଂଟରଗୁଡିକରେ ଏହି ସେଲିବ୍ରେଶନ ଡିଜିଟାଲ ମାଧ୍ୟମରେ ପାଳନ ହୋଇଥିଲା ଯେଉଁଥିରେ ୩୦୦୦ରୁ ଅଧିକ କର୍ମଚାରୀ ଓ ସହଯୋଗୀ ଯୋଗ ଦେଇଥିଲେ। କମ୍ପାନୀର ଏଆଇ ଗ୍ରୁପ ତତ୍ୱଓରେସନ.ଏଆଇ (TatwaOrationAI) ଅଧିନରେ ଏହାର ଅତ୍ୟାଧୁନିକ କନଭରସେଶନାଲ ଏଆଇ ପ୍ରଡକ୍ଟ- ଏଆଇ ଫାଷ୍ଟ ଓମନିଏଜେଂଟର ଶୁଭାରମ୍ଭ ଏହି ସେଲିବ୍ରେଶନର ମୁଖ୍ୟ ଆକର୍ଷଣ ଥିଲା ।

ଏଆଇ ଫାଷ୍ଟ ଓମନିଏଜେଂଟ ହେଉଛି ଭାରତର ପ୍ରଥମ ବହୁଭାଷୀୟ, ମାନବ-ସଦୃଶ ଏଆଇ ଏଜେଂଟ ଯାହା ପ୍ରସଙ୍ଗ-ସଚେତନ, ଭାବନା-ପରିଚାଳିତ ଯୋଗାଯୋଗ ପ୍ରଦାନ କରିବାରେ ସକ୍ଷମ । ଏହାକୁ ହାସ୍ୟ, ବ୍ୟଙ୍ଗ ଓ ସମାନୁଭୂତି ଭଳି ମାନବିକ ଗୁଣ ସହିତ କଷ୍ଟମାଇଜ କରାଯାଇପାରିବ, ଯାହା ଏହାକୁ ବିଶ୍ୱବ୍ୟାପୀ ଏଆଇ-ପରିଚାଳିତ ଗ୍ରାହକ ନିୟୋଜନରେ ଏକ ଗେମ୍‌-ଚେଞ୍ଜରରେ ପରିଣତ କରେ ।

ଏହି ଅବସରରେ ସୂଚନା ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରର ଏକ ଅଗ୍ରଣୀ ନାମ, ଜ୍ଞାନ ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ବିଗତ କିଛି ଦଶନ୍ଧି ମଧ୍ୟରେ ତତ୍ୱର ପ୍ରଗତି ଦେଖି ମୁଁ ଆଶ୍ଚର୍ଯ୍ୟ । ଦ୍ରୁତ ଗତିରେ ବଦଳୁଥିବା ଜ୍ଞାନକୌଶଳକୁ ଗ୍ରହଣ କରିବା ଏବଂ ସେହି ଅନୁଯାୟୀ ନିଜକୁ ଉପଯୋଗୀ କରିବା ପାଇଁ ସେମାନଙ୍କର ଆଗ୍ରହ ସେମାନଙ୍କୁ ଦୌଡ଼ରେ ଆଗରେ ରଖିଛି ବୋଲି ଶ୍ରୀ ଦାଶ ମତ ବ୍ୟକ୍ତ କରିଥିଲେ ।

ଏହି ଶୁଭାରମ୍ଭ ଅବସରରେ ତତ୍ୱ ଟେକ୍ନୋଲୋଜିସ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ଅୟସକାନ୍ତ ମହାନ୍ତି କହିଛନ୍ତି, “ଏହି ସଲ୍ୟୁଶନ ବ୍ୟବସାୟଗୁଡିକୁ ଚମତ୍କାର ଗ୍ରାହକ ଅନୁଭୂତି ପ୍ରଦାନ କରିବା ପାଇଁ ସଶକ୍ତ କରୁଛି ଯାହା ଉଭୟ ମନୁଷ୍ୟ-କେନ୍ଦ୍ରିତ ଓ ଦକ୍ଷ ଅଟେ । ଏଆଇ-ଫାଷ୍ଟ ଓମ୍‌ନି ଏଜେଂଟ ଡିଜିଟାଲ ରୂପାନ୍ତରଣର ଭବିଷ୍ୟତ ଦିଗରେ ଏକ ପଦକ୍ଷେପ ।”
ସମାନ ଭାବନା ବ୍ୟକ୍ତ କରି ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ତପେନ୍ଦ୍ର ଏନ ସେନାପତି ୨୦୨୫ ଓ ଆଗାମୀ ସମୟରେ ଏଆଇ ଉଦ୍ଭାବନ ଉପରେ କମ୍ପାନୀର ନିରନ୍ତର ଧ୍ୟାନକୁ ଗୁରୁତ୍ୱ ଦେଇଥିଲେ ।

ସେ କହିଛନ୍ତି, “ଉଦ୍ଭାବନ ଆମର ଡିଏନଏରେ ରହିଛି । ଏଆଇ ଫାଷ୍ଟ ଓମ୍‌ନିଏଜେଂଟ ସହ ବିଶ୍ୱବ୍ୟାପୀ ବ୍ୟବସାୟଗୁଡିକ ଏପରି ଗ୍ରାହକ ଅଧିଗ୍ରହଣ, ସେବା ଓ ସମ୍ମାନ ହାସଲ କରିବାକୁ ସକ୍ଷମ ହେବେ, ଯାହା ପୂର୍ବରୁ କେବେ କଳ୍ପନା କରାଯାଇ ନଥିଲା ।” ଗୁରୁଗ୍ରାମର ତାଜ ସିଟି ସେଂଟରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏଆଇ ଫାଷ୍ଟ ଓମନିଏଜେଂଟ ଉତ୍ସାହଜନକ ପ୍ରତିକ୍ରିୟା ହାସଲ କରିଥିଲା, ଯେଉଁଠାରେ ଇଣ୍ଡିଆ ଆଇଏନ୍‌ସି.ର ଟପ୍ ସିଇଓ, ସିଏକ୍ସଓ ଓ ସିଆଇଓମାନେ ଏହାର ସହଜ, ବ୍ୟକ୍ତିଗତ ଓ ଉଚ୍ଚ ଦକ୍ଷତାସମ୍ପନ୍ନ ଗ୍ରାହକ ଅନୁଭୂତି ପ୍ରଦାନ କରିବାର କ୍ଷମତାକୁ ପ୍ରଶଂସା କରିଥିଲେ ।

ବୈଷୟିକ ଅଗ୍ରଗତି ବ୍ୟତୀତ ତତ୍ୱ ଟେକ୍ନୋଲୋଜିସ୍ ନିଯୁକ୍ତି, ଦକ୍ଷତା ବିକାଶ ଓ ସ୍ଥାୟିତ୍ୱ ପ୍ରୟାସଗୁଡିକ ମାଧ୍ୟମରେ ନିରନ୍ତର ଭାବେ ସକାରାତ୍ମକ ସାମାଜିକ ପ୍ରଭାବ ସୃଷ୍ଟି କରିବା ଜାରି ରଖିଛି । ଏହାର ୭୫% କର୍ମଚାରୀ ଗ୍ରାମାଂଚଳ ଭାରତର ଅଟନ୍ତି, ଯେଉଁମାନେ ସେମାନଙ୍କ ପରିବାର ପାଇଁ ପ୍ରାଥମିକ ଆୟକାରୀ ଅଟନ୍ତି । କମ୍ପାନୀର ୬୫% କର୍ମଚାରୀ ମହିଳା ଅଟନ୍ତି ଏବଂ ସେମାନଙ୍କ ମଧ୍ୟରୁ ୭୨%ଙ୍କ ପାଇଁ ଏହା ପ୍ରଥମ ଚାକିରି ।

ଗତ ୨୩ ବର୍ଷ ମଧ୍ୟରେ ମୋଟ ୮୨,୨୯୨ ଜଣ ଡିଜିଟାଲ ରୂପେ ଦକ୍ଷ ପେସାଦାର ବ୍ୟକ୍ତି ଆଇଟି/ଆଇଟିଇଏସରେ ପ୍ରଶିକ୍ଷିତ ଅଟନ୍ତି । ଏହା ବାର୍ଷିକ ୯୬ ଡିଜିଟାଲ ସ୍କିଲ ଟ୍ରେନିଂ ପ୍ରୋଗ୍ରାମ ପ୍ରଦାନ କରୁଛି ଯାହା ତତ୍କାଳ ଆନ୍ତର୍ଜାତୀୟ ସେବା ବିତରଣ ସୁନିଶ୍ଚିତ କରିଥାଏ । ସ୍ଥାୟିତ୍ୱ ପ୍ରତି ପ୍ରତିବଦ୍ଧତା ସହ କମ୍ପାନୀ ୫୦୦୦ରୁ ଅଧିକ ବୃକ୍ଷରୋପଣ, ୧୨୦୦୦ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ଯାଂଚ ଓ ୭୫୦୦ ବ୍ୟକ୍ତିଙ୍କ ଆଖିର ସ୍କ୍ରିନିଂ ପରିଚାଳନା କରିଛି ।

ଏଆଇ ଫାଷ୍ଟ ଓମ୍‌ନିଏଜେଂଟକୁ ପ୍ରାକୃତିକ, ମାନବ ଭଳି ବାର୍ତାଳାପ ସହିତ ଗ୍ରାହକଙ୍କ ଯୋଗଦାନକୁ ବୃଦ୍ଧି କରିବା, ପ୍ରଶ୍ନର ସମାଧାନ ଓ କାର୍ଯ୍ୟସୂଚୀ ନିର୍ଦ୍ଧାରଣ ଭଳି ରୁଟିନ କାର୍ଯ୍ୟଗଡିକୁ ସ୍ୱୟଂଚାଳିତ କରିବା , ବିଷୟ ସଚେତନତା ସହ ଜଟିଳ ସମସ୍ୟାଗୁଡିକର ସମାଧାନ କରିବା ଏବଂ ସମାନୁଭୂତିଶୀଳ ସହଯୋଗ ପ୍ରଦାନ କରିବା ପାଇଁ ପରିକଳ୍ପନା କରାଯାଇଛି ।

ai ଏଆଇ
Share. Facebook Twitter LinkedIn Email WhatsApp Copy Link

Related Posts

ରାଶିଫଳ: ସେପ୍ଟେମ୍ବର ୧୦ ବୁଧବାର ଦିନ କଣ ରହିବ ଆପଣଙ୍କ ଭାଗ୍ୟ ଫଳ, ଆଜି କଣ କରିବା ଉଚିତ

September 10, 2025

ସମ୍ ହସ୍ପିଟାଲ୍‌ରେ ଅଙ୍ଗଦାନକାରୀଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ

September 9, 2025

ମହିଳା ଓ ଶିଶୁ ସୁରକ୍ଷା ନିମନ୍ତେ ଦିନିକିଆ କର୍ମଶାଳା

September 9, 2025

ସ୍ୱଚ୍ଛ ବାୟୁ ସର୍ବେକ୍ଷଣ ଏବଂ ଆର୍ଦ୍ରଭୂମି ସହର ମାନ୍ୟତା ପୁରସ୍କାର ପ୍ରଦାନ କଲେ କେନ୍ଦ୍ର ମନ୍ତ୍ରୀ

September 9, 2025
Latest News

ରାଶିଫଳ: ସେପ୍ଟେମ୍ବର ୧୦ ବୁଧବାର ଦିନ କଣ ରହିବ ଆପଣଙ୍କ ଭାଗ୍ୟ ଫଳ, ଆଜି କଣ କରିବା ଉଚିତ

September 10, 2025

ସମ୍ ହସ୍ପିଟାଲ୍‌ରେ ଅଙ୍ଗଦାନକାରୀଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ

September 9, 2025

ମହିଳା ଓ ଶିଶୁ ସୁରକ୍ଷା ନିମନ୍ତେ ଦିନିକିଆ କର୍ମଶାଳା

September 9, 2025

ବାଣପୁର: ପଞ୍ଚାୟତ ସ୍ତରୀୟ ଅନ୍ତଃରାଜ୍ୟ ପ୍ରବାସୀ ଶ୍ରମିକ ସଚେତନତା ଶିବିର

September 9, 2025

ସ୍ୱଚ୍ଛ ବାୟୁ ସର୍ବେକ୍ଷଣ ଏବଂ ଆର୍ଦ୍ରଭୂମି ସହର ମାନ୍ୟତା ପୁରସ୍କାର ପ୍ରଦାନ କଲେ କେନ୍ଦ୍ର ମନ୍ତ୍ରୀ

September 9, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.