ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ଆତିଶୀ, ୧୧ ଟା ରେ ଯିବେ ଏଲଜି ସଚିବାଳୟ

Published: Feb 9, 2025, 10:21 am IST

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ ଆଜି ସକାଳ ୧୧ ଟାରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ। ଆଜି ସକାଳ ୧୧ ଟାରେ ଆତିଶୀ ଏଲଜି ସଚିବାଳୟରେ ତାଙ୍କ ଇସ୍ତଫା ପତ୍ର ଦାଖଲ କରିବେ। ପ୍ରକାଶ ଯେ, ଫେବୃଆରୀ ୮ ତାରିଖରେ ନିର୍ବାଚନ ଫଳାଫଳ ବିଜେପିର ବିଜୟକୁ ସ୍ପଷ୍ଟ ସଂଖ୍ୟା ଗରିଷ୍ଠତା ମିଳିଛି ଏବଂ ଏହା ସହିତ ବିଜେପି ପ୍ରାୟ ୨୬ ବର୍ଷ ପରେ ଦିଲ୍ଲୀରେ କ୍ଷମତାକୁ ଫେରିଛି। ଏଭଳି ପରିସ୍ଥିତିରେ ଆତିଶୀ ଆଜି ଇସ୍ତଫା ପତ୍ର ଉପ ରାଜ୍ୟପାଳଙ୍କ ନିକଟରେ ଦାଖଲ କରିବେ।

ଦିଲ୍ଲୀରେ ବିଜେପି ମୋଟ ୪୮ ଟି ସିଟ୍ ପାଇଥିବାବେଳେ ୧୦ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଆମ୍ ଆଦମୀ ପାର୍ଟି କେବଳ୨୨ ଟି ସିଟ୍ ମଧ୍ୟରେ ସୀମିତ ରହିଛି। ଏହା ସହ ବର୍ତ୍ତମାନ ଦିଲ୍ଲୀରେ ସଂଖ୍ୟାଗରିଷ୍ଠତା ସହ ବିଜେପି ଫେରିଛି। ସେପଟେ ୭୦ ଟି ସିଟ୍ ମଧ୍ୟରୁ ଗୋଟିଏ ବି ଆସନ ଜିତିବାରେ କଂଗ୍ରେସ ବିଫଳ ହୋଇଛି।

Related posts