Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଫ୍ରାନ୍ସ ଓ ଆମେରିକା ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ପ୍ରସ୍ଥାନକାଳୀନ ମନ୍ତବ୍ୟ
ଜାତୀୟ ଖବର

ଫ୍ରାନ୍ସ ଓ ଆମେରିକା ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ପ୍ରସ୍ଥାନକାଳୀନ ମନ୍ତବ୍ୟ

February 10, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ପ୍ରଧାନମନ୍ତ୍ରୀ
ଦକ୍ଷିଣ ଆଫ୍ରିକା ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ

ନୂଆଦିଲ୍ଲୀ: ଫ୍ରାନ୍ସର ରାଷ୍ଟ୍ରପତି ମାକ୍ରୋନଙ୍କ ନିମନ୍ତ୍ରଣ ଅନୁଯାୟୀ ମୁଁ ଫେବୃଆରୀ ୧୦ ରୁ ୧୨ ତାରିଖ ପର୍ଯ୍ୟନ୍ତ ଫ୍ରାନ୍ସ ଗସ୍ତ କରିବି। ପ୍ୟାରିସରେ, ମୁଁ ଏଆଇ ଆକ୍ସନ ଶିଖର ସମ୍ମିଳନୀରେ ଯୋଗଦେବି, ଯାହା ବିଶ୍ୱନେତା ଏବଂ ବିଶ୍ଵର ବୈଷୟିକ କ୍ଷେତ୍ରର ସିଇଓମାନଙ୍କର ଏକ ସମାବେଶ, ଯେଉଁଠାରେ ଆମେ ଅଭିନବ ଏବଂ ବ୍ୟାପକ ଜନକଲ୍ୟାଣ ପାଇଁ ଏଆଇ ପ୍ରଯୁକ୍ତି ବିଦ୍ୟାର ସହଯୋଗୀ ଆଭିମୁଖ୍ୟ ଉପରେ ଏକ ସମାବେଶୀ, ସୁରକ୍ଷିତ ଏବଂ ବିଶ୍ୱସନୀୟ ଢଙ୍ଗରେ ମତ ବିନିମୟ କରିବୁ। ଏହି ସମ୍ମିଳନୀରେ ସହ-ଅଧ୍ୟକ୍ଷତା କରିବା ପାଇଁ ମୁଁ ଆଗ୍ରହୀ ଅଛି।

ମୋର ବନ୍ଧୁ ରାଷ୍ଟ୍ରପତି ମାକ୍ରୋନଙ୍କ ସହ ଭାରତ – ଫ୍ରାନ୍ସ ରଣନୈତିକ ଭାଗିଦାରୀ ପାଇଁ ୨୦୪୭ ହୋରାଇଜନ୍ ରୋଡ୍ ମ୍ୟାପ୍ ର ଅଗ୍ରଗତି ସମୀକ୍ଷା କରିବାର ସୁଯୋଗ ମିଳିବ। ଆମେ ଫ୍ରାନ୍ସର ଐତିହାସିକ ସହର ମାର୍ସେଲି ଗସ୍ତ କରି ଫ୍ରାନ୍ସରେ ପ୍ରଥମ ଭାରତୀୟ ଦୂତାବାସର ଉଦଘାଟନ କରିବୁ ଏବଂ ଅନ୍ତର୍ଜାତୀୟ ଥର୍ମୋନ୍ୟୁକ୍ଲିୟର ପ୍ରୟୋଗାତ୍ମକ ରିଆକ୍ଟର ପ୍ରକଳ୍ପ ପରିଦର୍ଶନ କରିବୁ, ଯେଉଁଥିରେ ଭାରତ ଫ୍ରାନ୍ସ ସମେତ ଅନ୍ୟାନ୍ୟ ଅଂଶୀଦାର ଦେଶମାନଙ୍କର ସଂଘର ସଦସ୍ୟ ଅଟେ। ମୁଁ ମଜାର୍ଗସ ଯୁଦ୍ଧ କବରସ୍ଥାନରେ ପ୍ରଥମ ଓ ଦ୍ବିତୀୟ ବିଶ୍ୱଯୁଦ୍ଧରେ ପ୍ରାଣବଳି ଦେଇଥିବା ଭାରତୀୟ ସୈନିକମାନଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବି।

ମୁଁ ଫ୍ରାନ୍ସରୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିମନ୍ତ୍ରଣକ୍ରମେ ଦୁଇ ଦିନିଆ ଆମେରିକା ଗସ୍ତରେ ଯିବି। ମୁଁ ମୋର ବନ୍ଧୁ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଭେଟିବାକୁ ଚାହୁଁଛି। ଯଦିଓ ତାଙ୍କର ଐତିହାସିକ ନିର୍ବାଚନ ବିଜୟ ଏବଂ ଜାନୁଆରୀରେ ଶାସନଭାର ଗ୍ରହଣ କରିବା ପରେ ଏହା ଆମର ପ୍ରଥମ ସାକ୍ଷାତ ହେବ, ପୂର୍ବରୁ ତାଙ୍କ ପ୍ରଥମ କାର୍ଯ୍ୟକାଳ ସମୟରେ ଭାରତ ଏବଂ ଆମେରିକା ମଧ୍ୟରେ ଏକ ବ୍ୟାପକ ବୈଶ୍ୱିକ ରଣନୈତିକ ଭାଗିଦାରୀ ଗଠନ କରିବାରେ ଏକତ୍ର କାମ କରିବାର ମୋର ବହୁତ ଚମତ୍କାର ଅନୁଭୂତି ରହିଛି।

ଏହି ଗସ୍ତ ତାଙ୍କ ପ୍ରଥମ କାର୍ଯ୍ୟକାଳ ସମୟରେ ଆମର ସହଯୋଗର ସଫଳତାକୁ ଆଗକୁ ବଢ଼ାଇବା ଏବଂ ପ୍ରଯୁକ୍ତି, ବାଣିଜ୍ୟ, ପ୍ରତିରକ୍ଷା, ଶକ୍ତି ଏବଂ ଯୋଗାଣ ଶୃଙ୍ଖଳା ସ୍ଥିରତା କ୍ଷେତ୍ରରେ ଆମର ଭାଗିଦାରୀକୁ ଆହୁରି ଉନ୍ନତ ଏବଂ ଗଭୀର କରିବା ପାଇଁ ଏକ ଏଜେଣ୍ଡା ବିକଶିତ କରିବାର ଏକ ସୁଯୋଗ ହେବ। ଆମେ ଦୁଇ ଦେଶର ଲୋକଙ୍କ ପାରସ୍ପରିକ ଲାଭ ପାଇଁ ଏକାଠି କାମ କରିବୁ ଏବଂ ବିଶ୍ୱ ପାଇଁ ଏକ ଉନ୍ନତ ଭବିଷ୍ୟତ ଗଠନ କରିବୁ।

ଆମେରିକା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଫ୍ରାନ୍ସ
Share. Facebook Twitter LinkedIn Email WhatsApp Copy Link

Related Posts

ବୃଦ୍ଧାବସ୍ଥାରେ ଆପଣଙ୍କୁ ମିଳିବ ନିଶ୍ଚିତ ମାସିକ ପେନସନ: ଜାଣନ୍ତୁ ସମ୍ପୂର୍ଣ୍ଣ ବିବରଣୀ

July 11, 2026

କର୍କଟ ରୋଗର ବିପଦ ବୃଦ୍ଧି କରେ ଲଗାତାର ବସି ରହିବା: ଜାଣନ୍ତୁ କାହିଁକି?

July 11, 2026

ବେପରୁଆ ଗାଡ଼ି ଚାଳକ ସାବଧାନ!: ମୌସୁମୀ ଅଧିବେଶନରେ ଆସୁଛି ନୂତନ ଟ୍ରାଫିକ୍ ଆଇନ

July 11, 2026

ପୂର୍ବତନ ସେନା କର୍ମଚାରୀଙ୍କ ପେନ୍‍ସନ୍‍ ଅଭିଯୋଗର ତୁରନ୍ତ ସମାଧାନ ପାଇଁ ଗୁରୁ୍ତ୍ୱ

July 11, 2026
Latest News

ବୃଦ୍ଧାବସ୍ଥାରେ ଆପଣଙ୍କୁ ମିଳିବ ନିଶ୍ଚିତ ମାସିକ ପେନସନ: ଜାଣନ୍ତୁ ସମ୍ପୂର୍ଣ୍ଣ ବିବରଣୀ

July 11, 2026

କର୍କଟ ରୋଗର ବିପଦ ବୃଦ୍ଧି କରେ ଲଗାତାର ବସି ରହିବା: ଜାଣନ୍ତୁ କାହିଁକି?

July 11, 2026

ବେପରୁଆ ଗାଡ଼ି ଚାଳକ ସାବଧାନ!: ମୌସୁମୀ ଅଧିବେଶନରେ ଆସୁଛି ନୂତନ ଟ୍ରାଫିକ୍ ଆଇନ

July 11, 2026

ପୂର୍ବତନ ସେନା କର୍ମଚାରୀଙ୍କ ପେନ୍‍ସନ୍‍ ଅଭିଯୋଗର ତୁରନ୍ତ ସମାଧାନ ପାଇଁ ଗୁରୁ୍ତ୍ୱ

July 11, 2026

OBCC Tender: ଖୋର୍ଦ୍ଧା ଜିଲ୍ଲାର ପାଞ୍ଚଟି ଗୋଦାବରୀଶ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପାଇଁ ବାହାରିଲା ଟେଣ୍ଡର

July 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.