Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»କିଟ୍ ବିଶ୍ବବିଦ୍ୟାଳର ଛାତ୍ରୀ ଆତ୍ମହତ୍ୟା ଘଟଣା, ଅଚ୍ୟୁତ ସାମନ୍ତଙ୍କୁ ଗିରଫ ପାଇଁ ବିଧାନସଭାରେ ଦାବୀ
ଜାତୀୟ ଖବର

କିଟ୍ ବିଶ୍ବବିଦ୍ୟାଳର ଛାତ୍ରୀ ଆତ୍ମହତ୍ୟା ଘଟଣା, ଅଚ୍ୟୁତ ସାମନ୍ତଙ୍କୁ ଗିରଫ ପାଇଁ ବିଧାନସଭାରେ ଦାବୀ

February 18, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
KIIT
କିଟ୍ ବିଶ୍ବବିଦ୍ୟାଳର ଛାତ୍ରୀ ଆତ୍ମହତ୍ୟା ଘଟଣା, ଅଚ୍ୟୁତ ସାମନ୍ତଙ୍କୁ ଗିରଫ ପାଇଁ ବିଧାନସଭାରେ ଦାବୀ

ଭୁବନେଶ୍ବର: କିଟ ବିଶ୍ବବିଦ୍ୟାଳୟରେ ଗତକାଲି ନେପାଳର ଜଣେ ଛାତ୍ରୀ ଆତ୍ମହତ୍ୟା ଘଟଣା ନେଇ ଚାରିଆଡେ ଚର୍ଚ୍ଚା ଚାଲିଛି। ଆଜି ଏ ନେଇ ବିଧାନସଭାରେ ମଧ୍ୟ ପ୍ରଶ୍ନ ଉଠିଛି। ଆଜି ବିଧାନସଭାର ଶୂନ୍ୟକାଳରେ ତାଙ୍କୁ ଗିରଫ କରିବା ପାଇଁ ପ୍ରଶ୍ନ ଉଠିଛି। ଏହି ପ୍ରଶ୍ନ କରିଛନ୍ତି ଭୁବନେଶ୍ବର ଏକାମ୍ର ବିଧାୟକ ବାବୁ ସିଂ।

ସେ କହିଛନ୍ତି ଯେ, କିଟ୍ ର ପ୍ରତିଷ୍ଠାତା ଡ ଅଚ୍ୟୁତ ସାମନ୍ତ ହେଉଛନ୍ତି ଜଣେ ଜମି ମାଫିଆ। ସେ ବହୁ ପରିମାଣର ଜଙ୍ଗଲ ଜମି ଜବରଦଖଲ କରି ନିର୍ମାଣ କାର୍ଯ୍ୟ କରିଛନ୍ତି। ଏପରିକି ସେ ମନ୍ଦିର ମଧ୍ୟ କରିଛନ୍ତି। ସେ ପୂର୍ବରୁ ସାଂସଦ ଥିଲେ। କେଉଁ ଦଳ ତାଙ୍କୁ କୋଳରେ ବସାଇଥିଲା ବୋଲି ପ୍ରଶ୍ନ କରିଥିଲେ। ଏପରି ଜଙ୍ଗଲ ଜମି ଜବରଦଖଲ କରିବା ବେଆଇନ ବୋଲି କହିଥିଲେ।

ବର୍ତ୍ତମାନ ଗତକାଲି ରାତିରେ ଯେଉଁ ଘଟଣା ଘଟିଲା ତାହା ଆମ ଓଡିଶାକୁ ସାରା ଦେଶରେ ନିନ୍ଦିତ କରିଛି। ତାଙ୍କୁ ତୁରନ୍ତ ଗିରଫ କରାଯାଉ ବୋଲି ବାବୁ ସିଂ ବିଧାନସଭାରେ ଦାବୀ କରିଛନ୍ତି। ତାଙ୍କର ଏପରି ମାଫିଆ ରାଜକୁ ସରକାର ତୁରନ୍ତ ବନ୍ଦ କରନ୍ତୁ ବୋଲି ସେ ଗୃହକୁ ଅବଗତ କରାଇଛନ୍ତି। ଛାତ୍ରଛାତ୍ରୀଙ୍କୁ ଯେପରି କିଟ୍ କର୍ତ୍ତୁପକ୍ଷ ବାଡାଇଛନ୍ତି ତାହା ନିନ୍ଦନୀୟ ବୋଲି କହିଛନ୍ତି। ଏପରିକି ଗୃହରେ କଂଗ୍ରେସ ନେତାମାନେ ମଧ୍ୟ ଏହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି।

ଗତକାଲି ନେପାଳର କିଟ ଛାତ୍ରୀ ଜଣଙ୍କ ଆତ୍ମହତ୍ୟା କରିବା ପରେ ଛାତ୍ରଛାତ୍ରୀ ମହଲରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ସେମାନେ ରାସ୍ତା ଉପରକୁ ଆସି ଏହା ବିରୋଧରେ ଆନ୍ଦୋଳନ କରିଥିଲେ। ଫଳରେ କିଟ୍ ର ସୁରକ୍ଷା କର୍ମି ଏବଂ କର୍ମଚାରୀମାନେ ଛାତ୍ରମାନଙ୍କ ଉପରେ ଆକ୍ରମଣ କରିଥିଲେ। ଯାହାର ଭିଡିଓ ଚାରିଆଡେ ଭାଇରାଲ ହେବା ସହିତ ସମସ୍ତେ ଏହାକୁ ନିନ୍ଦା କରିବାରେ ଲାଗିଛନ୍ତି।

ପରବର୍ତ୍ତି ସମୟରେ କିଟ କର୍ତ୍ତୁପକ୍ଷ ଛାତ୍ରଛାତ୍ରୀଙ୍କୁ ହଷ୍ଟେଲରୁ ବାହାର କରିଦେଇଥିଲେ। ଏପରିକି ବସରେ ଛାତ୍ରଛାତ୍ରୀଙ୍କୁ ଲୁଚାଇ ନେଇ କଟକ ରେଳ ଷ୍ଟେସନରେ ଛାଡି ଦେଇଥିଲେ। ଏହାକୁ ନେଇ ସାରା ରାଜ୍ୟରେ ସମାଲୋଚନା କରାଯାଇଛି। ପରେ ନେପାଳ ପ୍ରଧାନମନ୍ତ୍ରୀ ଏହି ଘଟଣାକୁ ନେଇ ଟୁଇଟ କରିବା ପରେ ଭାରତ ସରକାରଙ୍କ ଚେତା ପଶିଛି। ଫଳରେ ଏହାକୁ ନେଇ ରାଜ୍ୟ ସରକାର କିଟ ବିରୋଧରେ ବଡ ପଦକ୍ଷେପ ନେବାର ସମ୍ଭାବନା ସୃଷ୍ଟି ହୋଇଛି।

ତେବେ କିଟ ସୁରକ୍ଷା କର୍ମି ଛାତ୍ରଛାତ୍ରୀଙ୍କୁ ବାଡାଇବା ଘଟଣା ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ପରେ କେତେକ ଅଧିକାରୀଙ୍କୁ କିଟ୍ କର୍ତ୍ତୁପକ୍ଷ ନିଲମ୍ବନ କରିଥିବାର ଜଣାପଡିଛି।

Dr Achyuta Samant kiit ଅଚ୍ୟୁତ ସାମନ୍ତ କିଟ ବିଶ୍ବବିଦ୍ୟାଳୟ କିଟ୍ ଛାତ୍ରଛାତ୍ରୀଙ୍କ ଉପରେ ଆକ୍ରମଣ
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରିଣ୍ଟ, ଡିଜିଟାଲ୍ ଏବଂ ଅଡିଓ ଭିଜୁଆଲ୍‌ ଗଣମାଧ୍ୟମରେ ସରକାରୀ ବାର୍ତ୍ତା ପ୍ରସାରଣ ପାଇଁ ବ୍ୟାପକ ନିର୍ଦ୍ଦେଶାବଳୀ

August 7, 2025

ଅମୃତ ଷ୍ଟେସନ ଯୋଜନା ଅଧୀନରେ ଅନୁଗୁଳ ରେଳ ଷ୍ଟେସନର ରୂପାନ୍ତରଣ

August 7, 2025

କାଶ୍ମୀରରେ ୨୫ଟି ପୁସ୍ତକ ଉପରେ ଲାଗିଲା ପ୍ରତିବନ୍ଧକ: ବିଚ୍ଛିନ୍ନତାବାଦ ଏବଂ ଆତଙ୍କବାଦକୁ ପ୍ରୋତ୍ସାହିତ କରୁଥିବା ଅଭଯୋଗ

August 7, 2025

ବିଏମସି ନିର୍ବାଚନ ପୂର୍ବରୁ ଶିବସେନା-ୟୁବିଟିକୁ ବଡ଼ ଝଟକା, ଉଦ୍ଧବ ଠାକରେଙ୍କୁ ଭେଟିବା ପରେ ଇସ୍ତଫା ଦେଲେ ବିଠଲ ମୋରେ

August 7, 2025
Latest News

ପ୍ରିଣ୍ଟ, ଡିଜିଟାଲ୍ ଏବଂ ଅଡିଓ ଭିଜୁଆଲ୍‌ ଗଣମାଧ୍ୟମରେ ସରକାରୀ ବାର୍ତ୍ତା ପ୍ରସାରଣ ପାଇଁ ବ୍ୟାପକ ନିର୍ଦ୍ଦେଶାବଳୀ

August 7, 2025

ଅମୃତ ଷ୍ଟେସନ ଯୋଜନା ଅଧୀନରେ ଅନୁଗୁଳ ରେଳ ଷ୍ଟେସନର ରୂପାନ୍ତରଣ

August 7, 2025

କାଶ୍ମୀରରେ ୨୫ଟି ପୁସ୍ତକ ଉପରେ ଲାଗିଲା ପ୍ରତିବନ୍ଧକ: ବିଚ୍ଛିନ୍ନତାବାଦ ଏବଂ ଆତଙ୍କବାଦକୁ ପ୍ରୋତ୍ସାହିତ କରୁଥିବା ଅଭଯୋଗ

August 7, 2025

ବିଏମସି ନିର୍ବାଚନ ପୂର୍ବରୁ ଶିବସେନା-ୟୁବିଟିକୁ ବଡ଼ ଝଟକା, ଉଦ୍ଧବ ଠାକରେଙ୍କୁ ଭେଟିବା ପରେ ଇସ୍ତଫା ଦେଲେ ବିଠଲ ମୋରେ

August 7, 2025

ଟ୍ରମ୍ପଙ୍କ ଅତିରିକ୍ତ ଶୁଳ୍କ ପରେ ମଜବୁତର ସହ ଗତି କରୁଛି ଭାରତୀୟ ମୁଦ୍ରା: ଆଜି ଡଲାର ତୁଳନାରେ ବୃଦ୍ଧି ପାଇଲା ଟଙ୍କା

August 7, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.