Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଦ୍ୱିତୀୟ ଦିନରେ ଚନ୍ଦନପୁର ଠାରେ ପହଂଚିଲା କଂଗ୍ରେସ ସଂକଳ୍ପ ପଦଯାତ୍ରା
ଜାତୀୟ ଖବର

ଦ୍ୱିତୀୟ ଦିନରେ ଚନ୍ଦନପୁର ଠାରେ ପହଂଚିଲା କଂଗ୍ରେସ ସଂକଳ୍ପ ପଦଯାତ୍ରା

February 19, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଦ୍ୱିତୀୟ ଦିନରେ ଚନ୍ଦନପୁର ଠାରେ ପହଂଚିଲା କଂଗ୍ରେସ ସଂକଳ୍ପ ପଦଯାତ୍ରା

ଭୁବନେଶ୍ୱର: ନବନିଯୁକ୍ତ ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସଙ୍କ ଆହ୍ୱାନ କ୍ରମେ ଏବଂ ନେତୃତ୍ୱରେ ୩ ଦିନ ଧରି ଚାଲିବାକୁ ଥିବା ସଂକଳ୍ପ ପଦଯାତ୍ରାର ଦ୍ୱିତୀୟ ଦିବସରେ ସକାଳ ୮.୩୦ ଘଟିକା ସମୟରେ ପିପିଲି ଠାରୁ ଆରମ୍ଭ ହୋଇ ମଙ୍ଗଳପୁର ଦେଇ ଦେଇଶପୁର ଠାରେ ପହଂଚିଥିଲା । କଟକ ନଗର, ଗଞ୍ଜାମ ପୂର୍ବ, ଗଞ୍ଜାମ ପଶ୍ଚିମ, ନବରଙ୍ଗପୁର, ସମ୍ବଲପୁର ଓ ପୁରୀର କଂଗ୍ରେସ କର୍ମୀ ଜିଲ୍ଲା ସଭାପତି, ବିଧାୟକ, ବିଧାୟକ ପ୍ରାର୍ଥୀ, ସାଂସଦ ପାର୍ଥୀ, ଯୁବ, ଛାତ୍ର, ମହିଳା କଂଗ୍ରେସ, ସେବାଦଳର ନେତୃବୃନ୍ଦ ଓ କର୍ମୀମାନେ ହଜାର ହଜାର ସଂଖ୍ୟାରେ ଯୋଗ ଦେଇ ପିସିସି ସଭାପତି ଶ୍ରୀ ଦାସଙ୍କ ସହ ପଦଯାତ୍ରାରେ ସାମିଲ ହୋଇଥିଲେ ।

ପିପିଲ ହାଟ ଛକ ଠାରେ କଂଗ୍ରେସ ନେତା ନିଶିକାନ୍ତ ମିଶ୍ର, ମାନସ ଆଚାର୍ଯ୍ୟ, ଅନ୍ତର୍ଯ୍ୟାମି ଦିକ୍ଷିତ, ବିଶ୍ୱଭୂଷଣ ହରିଚନ୍ଦନ ମହାପାତ୍ର, ଜ୍ଞାନ ପଟ୍ଟନାୟକ, ମିହିର ଆଚାର୍ଯ୍ୟ ଓ ନିରୁପମା ପାତ୍ର ପ୍ରମୁଖଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ କମୀ ଶ୍ରୀଯୁକ୍ତ ଦାସଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଏହି ଅବସରରେ ପୂର୍ବତନ ସାଂସଦ ମୃତ୍ୟୁଞ୍ଜୟ ନାୟକଙ୍କ ବିୟୋଗରେ ତେଇଶପୁର ଠାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିିତ ହୋଇଯାଇଥିଲା ।

ପିସିସି ସଭାପତି ଶ୍ରୀ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ସଂକଳ୍ପ ପଦଯାତ୍ରା କମିଟି ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ, ନବଜ୍ୟୋତି ପଟ୍ଟନାୟକ, ମାନସ ଚୌଧୁରୀ, ବିଧାୟକ ରମେଶ ଜେନା, ମନୋରଞ୍ଜନ ତ୍ରିପାଠୀ, ନକୁଳ ନାୟକ, ମନୋଜ ଜେନା, ପ୍ରକାଶ ମିଶ୍ର, ଅମୀୟ ପାଣ୍ଡବ, ଅଶିତ୍ ପଟ୍ଟନାୟକ, ଅମୀୟ ପଟ୍ଟନାୟକ, ବିଶ୍ୱଜିତ୍ ଦାସ, ଜାନକୀବଲ୍ଲଭ ପଟ୍ଟନାୟକ, ପଦ୍ମାକର ଗୁରୁ, ଇମ୍‌ଦାଦ୍ ଖାନ୍‌, କୃଷ୍ଣ ସଗରିଆ,ସିଦ୍ଧାର୍ଥ ସ୍ୱରୂପ ଦାଶ,ସୁରେଶ ମହାପାତ୍ର, ନେତୃତ୍ୱରେ ଶତାଧିକ ଛାତ୍ର, ଯୁବ ଓ ମହିଳା କର୍ମୀମାନେ ଶ୍ରୀଯୁକ୍ତ ଦାସଙ୍କୁ ଉଚ୍ଛତ୍ସିତ ସମ୍ବର୍ନ୍ଧନା ଜଣାଇଥିଲେ ।

ପଦଯାତ୍ରା ସନ୍ଧ୍ୟା ୭.୪୦ ମିନିଟ୍‌ରେ ଚନ୍ଦନପୁର ଠାରେ ପହଂଚିବା ପରେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ଉପାବଲ୍ଲଭ ରଥଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ କର୍ମୀ ନେତୃବର୍ଗ ବିଷ୍ଣୁ ପ୍ରସାଦ ମିଶ୍ର, ଜୟଶ୍ରୀ ପାତ୍ର, ସଶ୍ମିତା ବେହେରା, ଅବିନାଶ ମିଶ୍ର, ଦାମଦୋର ପ୍ରଧାନ, ଦାମଦୋର ମହାପାତ୍ର, ହରପ୍ରସାଦ ଜେନା, ଶିବ ପ୍ରସାଦ ବେହେରା, ରାଜେଶ ମିଶ୍ର, ବ୍ରଜରାଜ ବେହେରା, ଅରକ୍ଷିତ ବାରିକ, ମାଗୁଣି ଭୋଇ, ସରସ୍ୱତୀ ପାତ୍ର, କିଷାନ କୁମାର ମେକାପ ପ୍ରମୁଖ ପଦଯାତ୍ରାରେ ସାମିଲ ହୋଇ ଶ୍ରୀଯୁକ୍ତ ଦାସଙ୍କ ସ୍ୱାଗତ ସମ୍ଭର୍ଦ୍ଧନା ଜଣାଇଥିଲେ ।

ସେହିପରି ତେଇଶପୁର ଠାରୁ ଚନ୍ଦନପୁର ଅଭିମୁଖେ ଯାତ୍ରା ସମୟରେ ସତ୍ୟବାଦୀ କଲେଜ ଛକଠାରେ ମନୋଜ ରଥ ଶତାଧିକ କଂଗ୍ରେସ କର୍ମୀ ଶ୍ରୀଯୁକ୍ତ ଦାସଙ୍କୁ ସମ୍ଭର୍ଦ୍ଧନା ଜଣାଇବା ସହ ପଦଯାତ୍ରାରେ ସାମିଲ ହୋଇଥିଲେ । ଏହି ବିଶାଳ ପଦଯାତ୍ରା ସଂକଳ୍ପ ପଦଯାତ୍ରା ପାଇଁ କଂଗ୍ରେସ କର୍ମୀ ଓ ସାଧାରଣ ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ଆଜିର ପଦଯାତ୍ରା ସମୟରେ ପିସିସି ସଭାପତି ଶ୍ରୀଯୁକ୍ତ ଦାସ ବିଭିନ୍ନ ବର୍ଗର ଲୋକମାନଙ୍କ ସହିତ କଥା ହୋଇ ତାଙ୍କର ଦୁଃଖ ସୁଖରେ ଛିଡ଼ା ହେବାର ପ୍ରତିଶ୍ରୁତି ପ୍ରଦାନ କରିଥିଲେ ।

ଆଜିର କାର୍ଯ୍ୟକ୍ରମରେ ଶିଳ୍ପିଶ୍ରୀ ହରିଚନ୍ଦନ, ଶୁସ୍ରୀ ବେହେରା, ସଶ୍ମିତା ପଣ୍ଡା, ଦୀପକ ପଟ୍ଟନାୟକ, ପର୍ଶୁରାମ ପ୍ରଧାନ, ଭାଗ୍ୟବାନ ଜେନା, ବିଦୁଲତା ଆଚାର୍ଯ୍ୟ, ସ୍ୱାଧୀନ ପଣ୍ଡା, ଜଗତଜିବନ ଶତପଥି, ଅଭିଶେଷ ମହାନନ୍ଦ, ଆକାଶ ଭୂୟାଁ ପ୍ରମୁଖ ହଜାର ହଜାର ସଂଖ୍ୟାରେ କଂଗ୍ରେସ କର୍ମୀ ଓ ନେତୃବୃନ୍ଦ ପଦଯାତ୍ରାରେ ଯୋଗଦେଇଥିଲେ ।

ଆସନ୍ତାକାଲି ସକାଳ ୮.୩୦ ମିନିଟ ସମୟରେ ସଂକଳ୍ପ ପଦଯାତ୍ରା ଶ୍ରୀମନ୍ଦିର ଅଭିମୁଖେ ବାହାରିବ । ଅପରାହ୍ନରେ ପିସିସି ସଭାପତି ଶ୍ରୀଯୁକ୍ତ ଭକ୍ତ ଚରଣ ଦାସ ଓ ବରିଷ୍ଠ ନେତୃବୃନ୍ଦ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କରିବା ସହ ଆର୍ଶିବାଦ ଭିକ୍ଷା କରିବା ପରେ ବଡଦାଣ୍ଡ ଠାରେ ସାମ୍ବାଦିକ ମାନଙ୍କୁ ସମ୍ଭୋଦିତ କରିବାର କାର୍ଯ୍ୟକ୍ରମ ରହିଛି ବୋଲି କଂଗ୍ରେସ ନେତା ତଥା ବରିଷ୍ଠ ମୁଖପାତ୍ର ଶ୍ରୀ ମନୋରଞ୍ଜନ ଦାଶ ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି ।

କଂଗ୍ରେସ ଭକ୍ତ ଚରଣ ଦାସ
Share. Facebook Twitter LinkedIn Email WhatsApp Copy Link

Related Posts

ସହିଦ ଜବାନ ଏବଂ ନକ୍ସଲ ହିଂସାରେ ପୀଡିତଙ୍କ ପରିବାରକୁ ଭେଟିଲେ ଅମିତ ଶାହ

May 18, 2026

ନରସିଂହପୁର ପଞ୍ଚାୟତରେ ମେଧା ସମ୍ମାନ କାର୍ଯ୍ୟକ୍ରମ

May 18, 2026

ନୂଆଦିଲ୍ଲୀରେ ସୋଆକୁ ସିଏସ୍‌ଆର୍ ସମ୍ମାନ

May 18, 2026

ଶଶୁର ଉପରକୁ ଗରମ ତେଲ ଫିଙ୍ଗିଲା ବୋହୁ

May 18, 2026
Latest News

ସହିଦ ଜବାନ ଏବଂ ନକ୍ସଲ ହିଂସାରେ ପୀଡିତଙ୍କ ପରିବାରକୁ ଭେଟିଲେ ଅମିତ ଶାହ

May 18, 2026

ନରୱେର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ

May 18, 2026

ସ୍ୱିଡେନ ପ୍ରଧାନମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଦ୍ୱିପାକ୍ଷିକ ଆଲୋଚନା

May 18, 2026

ନରସିଂହପୁର ପଞ୍ଚାୟତରେ ମେଧା ସମ୍ମାନ କାର୍ଯ୍ୟକ୍ରମ

May 18, 2026

ନୂଆଦିଲ୍ଲୀରେ ସୋଆକୁ ସିଏସ୍‌ଆର୍ ସମ୍ମାନ

May 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.