Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ବନ୍ଦ ହେଲା ଓଡିଆ ଚ୍ୟାନେଲ କଲରସ ଓଡିଆ, ଭାୟାକମ 18 ଏବଂ ଡିଜିନି ଷ୍ଟାର ମିଶ୍ରଣ ପରେ ବଡ ପଦକ୍ଷେପ
ଜାତୀୟ ଖବର

ବନ୍ଦ ହେଲା ଓଡିଆ ଚ୍ୟାନେଲ କଲରସ ଓଡିଆ, ଭାୟାକମ 18 ଏବଂ ଡିଜିନି ଷ୍ଟାର ମିଶ୍ରଣ ପରେ ବଡ ପଦକ୍ଷେପ

March 26, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
COLORS ODIA
ବନ୍ଦ ହେଲା ଓଡିଆ ଚ୍ୟାନେଲ କଲରସ ଓଡିଆ, ଭାୟାକମ 18 ଏବଂ ଡିଜିନି ଷ୍ଟାର ମିଶ୍ରଣ ପରେ ବଡ ପଦକ୍ଷେପ

ନୂଆଦିଲ୍ଲୀ: ବନ୍ଦ ହେଲା ଓଡିଆ ମନୋରଂଜନ ଧର୍ମୀ ଚ୍ୟାନେଲ କଲରସ ଓଡିଆ। ରିଲାଏନସ ଇଣ୍ଡଷ୍ଟ୍ରିର ଏକ କଂପାନୀ ଭାୟାକମ 18 ଅଧିନରେ ଏହି ଚ୍ୟାନେଲ ଓଡିଆରେ ପ୍ରସାରଣ ହେଉଥିଲା। ତେବେ ଏହି ଓଡିଆ ଚ୍ୟାନେଲ ଭଲ ପ୍ରଦର୍ଶନ କରି ନ ପାରିବାରୁ ଏହାକୁ ବନ୍ଦ କରିବା ପାଇଁ ନିଷ୍ପତି ନିଆଯାଇଛି। ଭାୟାକମ 18 ଏବଂ ଅନ୍ୟତମ ମିଡିଆ କଂପାନୀ ଡିଜିନି ଷ୍ଟାର ମିଶ୍ରଣ ପରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି।

କଲରସ ଓଡିଆର ଭୁବନେଶ୍ବରର ଖାରବେଳ ନଗରରେ ତାହାର ଅଫିସ କାର୍ଯ୍ୟ କରୁଥିଲା। ଏଥିରେ ପ୍ରାୟ 15 ଜଣ କର୍ମଚାରୀ କାମ କରୁଥିଲେ। ତେବେ କଂପାନୀ ବନ୍ଦ ଘୋଷଣା ପୂର୍ବରୁ କର୍ମଚାରୀଙ୍କୁ ଇସ୍ତଫା ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଫଳରେ କର୍ମଚାରୀମାନେ ଇସ୍ତଫା ଦେଇ ଫେବୃୟାରୀ 27 ତାରିଖରୁ ଆଉ ଅଫିସ ଆସି ନ ଥିଲେ। ଏହାପରେ କଂପାନୀ ଅଫିସର ସମସ୍ତ ଜିନିଷପତ୍ର କୋଲକତା ନେଇଯାଇଥିଲା।

କେବଳ କଲରସ ଓଡିଆ ନୁହେଁ ଏହି କଂପାନୀ ଅଧିନରେ ଥିବା ଅନ୍ୟତମ ଓଡିଆ ମନୋରଂଜନ ଧର୍ମୀ ଚ୍ୟାନେଲ ଷ୍ଟାର କିରଣ (ଏଚଡି) ଚ୍ୟାନେଲକୁ ମଧ୍ୟ ବନ୍ଦ କରିବା ପାଇଁ ଘୋଷଣା କରିଛି। ତେବେ ଏହି ଚ୍ୟାନେଲ ଓଡିଶାରେ ପ୍ରସାରଣ ଆରମ୍ଭ କରି ନ ଥିଲେ ମଧ୍ୟ ଏକ ଲାଇସେନସ୍ ହାସଲ କରିଥିଲା। ହେଲେ ତାହାକୁ ବନ୍ଦ କରିଦିଆଯାଇଛି। କେବଳ ଓଡିଆରେ ଷ୍ଟାର କିରଣ (ଏସଡି) ବର୍ତ୍ତମାନ ପ୍ରସାରଣ ହେଉଛି। ହେଲେ ଏହି ଚ୍ୟାନେଲର ଭବିଷ୍ୟତ କଣ ହେବ ତାହା କିଛି କହି ହେଉ ନାହିଁ। କାରଣ ଷ୍ଟାର କିରଣ ଓଡିଆର ଭୁବନେଶ୍ବରରେ ଥିବା ଅଫିସକୁ କଂପାନୀ ଦୀର୍ଘ ଦିନଠାରୁ ବନ୍ଦ କରିଦେଇଛି। ବର୍ତ୍ତମାନ କୋଲକାତାରୁ ଏହି ଚ୍ୟାନେଲ କାମ କରୁଛି।

ଭାରତର ପ୍ରତିଷ୍ଠିତ ମନୋରଂଜନ କଂପାନୀ ଡିଜିନି ଷ୍ଟାର ଏବଂ ଭାୟାକମ 18 କଂପାନୀ ମିଶ୍ରଣ ହୋଇ ବର୍ତ୍ତମାନ ଜିଓଷ୍ଟାର ଭାବେ କାର୍ଯ୍ୟକରୁଛି। ଫଳରେ ଏହି ଦୁଇଟି ବଡ କଂପାନୀ ଅଧିନରେ ଥିବା ବହୁ ଚ୍ୟାନେଲକୁ ମିଶ୍ରଣ କଂପାନୀ ଜିଓଷ୍ଟାର ବନ୍ଦ କରି ଦେଇଛି। ସୂଚନା ଅନୁସାରେ ଓଡିଆର ଏହି ଦୁଇଟି ଚ୍ୟାନେଲ ସହିତ କଂପାନୀ 9 ଟି ଚ୍ୟାନେଲ ବନ୍ଦ କରିଦେଇଛି। ସେଗୁଡିକ ହେଲା Comedy Central, Vh1, Vh1 HD, MTV Beats, MTV Beats HD, Comedy Central HD,  Bindass, Colors Odia, Star Kiran HD.

ଏଗୁଡିକ ବନ୍ଦ ଘୋଷଣା କରିବା ସହିତ ଜିଓଷ୍ଟାର କଂପାନୀ ଆଉ ଆଠଟି ନୂଆ ସ୍ପୋର୍ଟସ ଚ୍ୟାନେଲ ଶୁଭାରମ୍ଭ କରିବାକୁ ଘୋଷଣା କରିଛି। ସେଗୁଡିକ ହେଲା ଷ୍ଟାର ସ୍ପୋର୍ଟସ କନ୍ନଡ, ତେଲୁଗୁ, ତାମିଲ, ଖେଲ୍, ହିନ୍ଦି ଏଚଡି। ଏଥିରେ ତେଲୁଗୁ ଓ ତାମିଲରେ ଗୋଟିଏ ଲେଖାଏଁ ଏଚଡି ଚ୍ୟାନେଲର ମଧ୍ୟ ଶୁଭାରମ୍ଭ କରାଯିବ ବୋଲି କଂପାନୀ ନିଷ୍ପତି କରିଛି।

ପୂର୍ବରୁ ଇଷ୍ଟର୍ଣ୍ଣ ମିଡିଆ ଗ୍ରୁପର ଓଡିଆ ମନୋରଂଜନ ଧର୍ମୀ ଚ୍ୟାନେଲ ମଂଜରୀ ର ପ୍ରସାରଣ ମଧ୍ୟ ବନ୍ଦ ହୋଇଯାଇଛି। ସେହିପରି ନ୍ୟୁଜ ଚ୍ୟାନେଲ ଭାବେ ଜୀ ଓଡିଶାର ମଧ୍ୟ ତାହାର ପ୍ରସାରଣ ବନ୍ଦ କରିଦେଇଛି। ବର୍ତ୍ତମାନ ଓଡିଆରେ ଯେଉଁ ମନୋରଂଜନ ଧର୍ମୀ ଓ ନ୍ୟୁଜ ଚ୍ୟାନେଲ ପ୍ରସାରଣ ହେଉଛି ସେମାନଙ୍କ ମଧ୍ୟରୁ ଅଳ୍ପ କେତୋଟିକୁ ଛାଡି ଦେଲେ ଅନ୍ୟମାନଙ୍କର ସ୍ଥିତି ଭଲ ନାହିଁ। ଫଳରେ ଓଡିଶାରେ ଟିଭି ମିଡିଆ, ବଡ ଜଟିଳ ପରିସ୍ଥିତିରେ ଗତି କରୁଛି ବୋଲି ସ୍ପଷ୍ଟ ହୋଇଛି।

STAR KIRANO HD ଓଡ଼ିଆ ଚ୍ୟାନେଲ କଲରସ ଓଡିଆ ଷ୍ଟାର କିରଣ
Share. Facebook Twitter LinkedIn Email WhatsApp Copy Link

Related Posts

ବାରମ୍ବାର ନିଶା ଦ୍ରବ୍ୟ ଜବତ ପରେ ମୁଖ୍ୟ ଶାସନ ସଚିବ ଦେଲେ କଡା ନିର୍ଦ୍ଦେଶ, କହିଲେ….

August 25, 2025

ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କାହିଁକି ଭେଟିଲେ ରାଜ୍ୟପାଳ

August 25, 2025

ଗୋପାଳପୁରରେ ସମବାୟ ବିଶ୍ବବିଦ୍ୟାଳୟ ଖୋଲିବା ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଲେ ମୁଖ୍ୟମନ୍ତ୍ରୀ

August 25, 2025

ବିପର୍ଯ୍ୟୟ ମୁକାବିଲା, ଏଏମ୍ସ ଭୁବନେଶ୍ବରରେ ବିଭିନ୍ନ ରାଜ୍ୟର ସ୍ୱାସ୍ଥ୍ୟ ଅଧିକାରୀଙ୍କ ତାଲିମ ଶିବିର ଆରମ୍ଭ

August 25, 2025
Latest News

ବାରମ୍ବାର ନିଶା ଦ୍ରବ୍ୟ ଜବତ ପରେ ମୁଖ୍ୟ ଶାସନ ସଚିବ ଦେଲେ କଡା ନିର୍ଦ୍ଦେଶ, କହିଲେ….

August 25, 2025

ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କାହିଁକି ଭେଟିଲେ ରାଜ୍ୟପାଳ

August 25, 2025

ଗୋପାଳପୁରରେ ସମବାୟ ବିଶ୍ବବିଦ୍ୟାଳୟ ଖୋଲିବା ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଲେ ମୁଖ୍ୟମନ୍ତ୍ରୀ

August 25, 2025

ବିପର୍ଯ୍ୟୟ ମୁକାବିଲା, ଏଏମ୍ସ ଭୁବନେଶ୍ବରରେ ବିଭିନ୍ନ ରାଜ୍ୟର ସ୍ୱାସ୍ଥ୍ୟ ଅଧିକାରୀଙ୍କ ତାଲିମ ଶିବିର ଆରମ୍ଭ

August 25, 2025

ପୂର୍ବାଞ୍ଚଳ ବେସାମରିକ ବିମାନ ପରିବହନ ମନ୍ତ୍ରୀମଣ୍ଡଳ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ

August 25, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.