Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ପୁଣି ଆନ୍ଦୋଳନ କରିବ କଂଗ୍ରେସ, ଆହ୍ବାନ ଦେଲେ ସଭାପତି ଭକ୍ତ ଦାସ, ଜାଣନ୍ତୁ କେବେ ଏବଂ କେଉଁଠି
ଜାତୀୟ ଖବର

ପୁଣି ଆନ୍ଦୋଳନ କରିବ କଂଗ୍ରେସ, ଆହ୍ବାନ ଦେଲେ ସଭାପତି ଭକ୍ତ ଦାସ, ଜାଣନ୍ତୁ କେବେ ଏବଂ କେଉଁଠି

April 3, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
Congress
ପୁଣି ଆନ୍ଦୋଳନ କରିବ କଂଗ୍ରେସ, ଆହ୍ବାନ ଦେଲେ ସଭାପତି ଭକ୍ତ ଦାସ, ଜାଣନ୍ତୁ କେବେ ଏବଂ କେଉଁଠି

ଭୁବନେଶ୍ବର: ପୁଣି ଥରେ ଆନ୍ଦୋଳନକୁ ଓହ୍ଲାଇବ ପ୍ରଦେଶ କଂଗ୍ରେସ। ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ଏହି ଆହ୍ବାନ ଦେଇଛନ୍ତି ସଭାପତି। ସଭାପତି ଶ୍ରୀ ଭକ୍ତ ଚରଣ ଦାସ କହିଲେ ଯେ ଓଡ଼ିଶାରେ ଅତ୍ୟାଚାରିତା, ଧର୍ଷିତା, ଲୁଣ୍ଠିତା, ନିଖୋଜ ଓ ହତ୍ୟା ହୋଇଥିବା ମହିଳା ଓ ତାଙ୍କ ପରିବାରକୁ ନ୍ୟାୟ ଦେବାରେ ବିଜେପି ସରକାର ସମ୍ପୂର୍ଣ ଅକ୍ଷମ ହୋଇଛନ୍ତି।

ବିଗତ ଦିନରେ ବିଜେଡ଼ିର ସଭାସମିତି ଠାରୁ ଆରମ୍ଭ କରି ବିଭିନ୍ନ କାର୍ଯ୍ୟକ୍ରମରେ ମହିଳାଙ୍କର ଉପସ୍ଥିତି ଭରପୁର ଥିଲା ବେଳେ ଏବେ ମଧ୍ୟ ସେହିଭଳି ପରିସ୍ଥିତି ଦେଖାଦେଇଛି। ମାତ୍ର ପ୍ରତି ବଦଳରେ ଉଭୟ ବିଜେଡ଼ି ଓ ବିଜେପି ସରକାର ଦ୍ବାରା ଓଡ଼ିଶାର ମହିଳା ପ୍ରତାରିତା। ସୁଭଦ୍ରା ଯୋଜନାରେ ଜଣେ ମହିଳାକୁ ଦିନକୁ ୨୭ ଟଙ୍କା ଦିଆଯାଉଛି। ସେଥ‌ିରେ ଗୋଟିଏ ଓଳି ଭୋଳନ ହେବା ସମ୍ଭବ ନୁହେଁ । ପରିବାର ପୋଷିବା କଥା ଛାଡ଼।

ମହିଳା ନିର୍ଯ୍ୟାତନା ପ୍ରସଙ୍ଗରେ ବିଜେଡ଼ି ଓ ବିଜେପିର ଆଭିମୁଖ୍ୟ ଏକାଭଳି । ଓଡ଼ିଶା ବିଧାନସଭାରେ କଂଗ୍ରେସ ବିଧାୟକମାନଙ୍କର ନାରୀ ନ୍ୟାୟ ଦାବିକୁ ବିଜେପି ସରକାର ଉପେକ୍ଷା କଲା। ଗୃହ କମିଟି ଗଠନ କରିପାରିଲା ନାହିଁ। ୫ ଜଣିଆ ମନ୍ତ୍ରୀସ୍ତରୀୟ କମିଟି କିମ୍ବା ଆଇଏଏସ ବା ଆଇପିଏସ ଅଫିସରଙ୍କୁ ନେଇ ଟାକ୍ସଫୋର୍ସ କମିଟି ଗଠନ ହୋଇପାରିଥାନ୍ତା, ତାହା ମଧ୍ୟ ହୋଇପାରିଲା ନାହିଁ।

ଆସନ୍ତା ଏପ୍ରିଲ ୧୫ ତାରିଖ ମଙ୍ଗଳବାର ଦିନ ପ୍ରତି ବ୍ଲକ ଓ ସହରରେ ନାରୀ ନ୍ୟାୟ ଏବଂ ୬୦ ହଜାର ନିଖୋଳ ମହିଳାଙ୍କୁ ଖୋଜିବା ପାଇଁ ମଶାଲ ରାଲି ଏବଂ ଏପ୍ରିଲ ୨୧ ତାରିଖ ସୋମବାର ଦିନ ଜିଲ୍ଲା ସଦର ମହକୁମାରେ ଏହି ପ୍ରସଙ୍ଗରେ ମଶାଲ ଶୋଭାଯାତ୍ରା କରାଯିବା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯିବା ପାଇଁ ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସ ଘୋଷଣା କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ସ୍ଥାନୀୟ ସମସ୍ୟା, କ୍ଷେତପାଇଁ ପାଣି, ବେକାରୀ ସମସ୍ୟା, ଖଣି ଦୁର୍ନୀତି, ଅନ୍ୟାନ୍ୟ ସରକାରୀ ଦୁର୍ନୀତି, ଚାଷ ଓ ଚାଷୀ ସମସ୍ୟା ପ୍ରସଙ୍ଗ ଗୁଡ଼ିକ ମଧ୍ୟ ଅନ୍ତଭୁକ୍ତ ହେବ।

ଏହା ପରେ କଂଗ୍ରେସର ୩୫ଟି ସାଂଗଠନିକ ଜିଲ୍ଲାରେ ୧୦ କି.ମି. ପଦଯାତ୍ରା ଏବଂ ସମାବେଶ ଆୟୋଜନ ହେବ। ଯାହାକୁ ସଫଳ କରିବା ପାଇଁ ସମସ୍ତ ବରିଷ୍ଠ କଂଗ୍ରେସ ନେତାମାନେ ଦାୟୀତ୍ବ ନ୍ୟସ୍ତ କରାଯିବ । ଜିଲ୍ଲା କମିଟି ଗଠନ ପାଇଁ ସଂପୃକ୍ତ ଜିଲ୍ଲାର ଜିଲ୍ଲା ଓ ବ୍ଲକର ସମସ୍ତ ନେତୃବର୍ଗଙ୍କ ସହ ଖୋଲା ଆଲୋଚନା ହେବ ଏବଂ ସମସ୍ତଙ୍କ ମତାମତକୁ ନେଇ ଜିଲ୍ଲା କମିଟି ଗଠନ ହେବ।

ଏହି ସାମ୍ବାଦିକ ସମ୍ମିଳନୀରେ ବିଧାୟକ ମଙ୍ଗୁ ଖୁଲ, କାତରାକା ଆପାଲ ସ୍ବାମୀ, ପ୍ରଫୁଲ ପ୍ରଧାନ, ସତ୍ୟଜିତ ଗମାଙ୍ଗ ଓ ନିଳମାଧବ ହିଳକା ଉପସ୍ଥିତ ଥିଲେ

Congress କଂଗ୍ରେସ ଆନ୍ଦୋଳନ କଂଗ୍ରେସ ଶୋଭାଯାତ୍ରା ଭକ୍ତ ଚରଣ ଦାସ
Share. Facebook Twitter LinkedIn Email WhatsApp Copy Link

Related Posts

ଭାଇ ହତ୍ୟାକାରୀକୁ ଆଜୀବନ କାରାଦଣ୍ଡାଦେଶ

April 24, 2026

ଗଛକୁ ପିଟିଲା ସ୍କୁଟି: ଜଣେ ମୃତ

April 24, 2026

ବନବିଭାଗ କର୍ମଚାରୀଙ୍କୁ ନିର୍ଧୂମ ପିଟିଲେ

April 24, 2026

ଭିଡିଓ ଭାଇରାଲ କରି ୫ ଗିରଫ

April 23, 2026
Latest News

ଭାଇ ହତ୍ୟାକାରୀକୁ ଆଜୀବନ କାରାଦଣ୍ଡାଦେଶ

April 24, 2026

ଗଛକୁ ପିଟିଲା ସ୍କୁଟି: ଜଣେ ମୃତ

April 24, 2026

ବନବିଭାଗ କର୍ମଚାରୀଙ୍କୁ ନିର୍ଧୂମ ପିଟିଲେ

April 24, 2026

ବଢିଲା ଇସ୍ରାଏଲ – ଲେବାନନ ଅସ୍ତ୍ରବିରତି ଅବଧି

April 24, 2026

ଆଜି ହିଁ ଖାଦ୍ୟରେ ସାମିଲ କରନ୍ତୁ ଏହି ସବୁ ଖାଦ୍ୟ, ପାଖ ମାଡିବନି ଲୁ

April 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.