Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଯାହା କିଛି ହୋଇଛି ନବୀନ ନିବାସ ନିର୍ଦ୍ଦେଶରେ, ବିଜେଡି ନେତା ଜାଣିପାରୁ ନାହାଁନ୍ତି, ନା.. ଜାଣି ଅଜଣା !!
ଜାତୀୟ ଖବର

ଯାହା କିଛି ହୋଇଛି ନବୀନ ନିବାସ ନିର୍ଦ୍ଦେଶରେ, ବିଜେଡି ନେତା ଜାଣିପାରୁ ନାହାଁନ୍ତି, ନା.. ଜାଣି ଅଜଣା !!

April 5, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
RSMember
ଯାହା କିଛି ହୋଇଛି ନବୀନ ନିବାସ ନିର୍ଦ୍ଦେଶରେ, ବିଜେଡି ନେତା ଜାଣିପାରୁ ନାହାଁନ୍ତି, ନା.. ଜାଣି ଅଜଣା !!

ଭୁବନେଶ୍ବର: ୱାକଫ ବିଲକୁ ନେଇ ମୁସଲିମ ସଂପ୍ରଦାୟ ତାତି ଉଠିଥିବା ବେଳେ ଏପଟେ ବିଜେଡି ମଧ୍ୟରେ ଆରମ୍ଭ ହୋଇଛି ବିଦ୍ରୋହ। ସସ୍ମିତ ପାତ୍ର କାହିଁକି ବିବେକ ଅନୁସାରେ ଭୋଟ ଦେବା ପାଇଁ ସାଂସଦମାନଙ୍କୁ କହିଲେ ତାହାକୁ ନେଇ ବିଜେଡି ନେତାଙ୍କ ରାଗ ପଞ୍ଚମ। ଏହାକୁ ନେଇ ବିଜେଡି ନେତା ପ୍ରଫୁଲ ମଲ୍ଲିକ କୁଆଡେ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି। ସେ କହିଛନ୍ତି ସାଂସଦ ସସ୍ମିତ ପାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠନ ଗ୍ରହଣ କରାଯାଉ। ଅଭିଯୋଗ, ସେ କାହିଁକି ବିବେକ ଅନୁସାରେ ଭୋଟ ଦେବାକୁ କହିଲେ।

ସେତିକି ନୁହେଁ ରାତିରାତି ବିଜେଡି ନେତାମାନେ ନବୀନ ନିବାସ ଯାଇ ସଭାପତିଙ୍କ ପାଖରେ ଫେରଦ ହେଲେ। କହିଲେ ଏପରି କାହିଁକି ହେଲା ନବୀନବାବୁ ବୁଝନ୍ତୁ। ସେମାନେ ବଡ ରାଗ ତମତମ ହୋଇଯାଇଥିଲେ। ହେଲେ ଫେରିବା ପରେ ଶାନ୍ତ ପଡିଗଲେ। କହିଲେ ଆମେ ସଭାପତି ନବୀନ ପଟ୍ଟନାୟକଙ୍କ ପାଖେ ଅଭିଯୋଗ କରିଛୁ। ପ୍ରଥମେ ନିଷ୍ପତି ହେଲା ବିଲ୍ କୁ ବିରୋଧ କରିବୁ। ହଠାତ ଏହି ନିଷ୍ପତିକୁ କିଏ କାହିଁକି ପରିବର୍ତ୍ତନ କଲା ସେ ନେଇ ଅଭିଯୋଗ କରି ଆସିଲୁ।

ତେବେ ଏଠାରେ ପ୍ରଶ୍ନ ଉଠିଛି ଯେ, ସସ୍ମିତ ପାତ୍ର କଣ ତାଙ୍କ ମନରୁ ଏପରି ନିଷ୍ପତି ନେଇଗଲେ କି ? ପୂର୍ବରୁ ସେ କେବେ ଏପରି ନିଷ୍ପତି ଗ୍ରହଣ କରିଛନ୍ତି କି? ସସ୍ମିତ ପାତ୍ର ଯେପରି ନେତା ସେ କେବେ ନବୀନ ନିବାସ ନିଷ୍ପତି ବିରୋଧରେ ଯାଇ ପାରିବେ ନାହିଁ। ସେ ନବୀନ ନିବାସର ଜଣେ ବଡ ଆଜ୍ଞାଧିନ ନେତା। ସସ୍ମିତଙ୍କ ସେପରି ଦମ ନାହିଁ ଯେ, ସେ ନବୀନ ପଟ୍ଟନାୟକ ଏବଂ ପାଣ୍ଡିଆନଙ୍କ ନିଷ୍ପତି ବିରୋଧରେ ଯିବେ।

ତେବେ ଘଟଣାଟି ହେଲା ଯେ, ସସ୍ମିତ ଯାହାକିଛି ଘୋଷଣା କରିଛନ୍ତି ତାହା ନବୀନ ନିବାସର ନିଷ୍ପତି। ତାଙ୍କୁ କୁହାଗଲା ବିରୋଧ କରିବା ବୋଲି କୁହ, ସେ କହିଲେ। ତାଙ୍କୁ କୁହାଗଲା ବିବେକ ଅନୁସାରେ ଭୋଟ ଦେବାକୁ ଟୁଇଟ କର, ସେ ଟୁଇଟ କଲେ। ତେଣୁ ଏହି ଘଟଣାରେ ସସ୍ମିତ ପାତ୍ରଙ୍କୁ ଏକ ମୋହରା ବନାଇ ଦିଆଗଲା। ପ୍ରକୃତରେ ବିଜେଡି ବିଲ୍ କୁ ବିରୋଧ କରିବାକୁ ନିଷ୍ପତି କରିଥିଲା। ହେଲେ ପରବର୍ତ୍ତି ସମୟରେ ଦିଲ୍ଲୀରୁ ଗୋଟିଏ ଫୋନ ଆସିବା ପରେ ନିଷ୍ପତି ବଦଳିଗଲା।

ତେବେ ଏପରି ଘଟଣା ବିଜେଡିରେ ପୂର୍ବରୁ ବହୁ ଥର ହୋଇଛି। ଯାହାକୁ କୁହାଯାଏ ଦୁଇଟି ଡଙ୍ଗାରେ ଗୋଡ ଦେଲେ ଯାହା ହେବ ତାହା ହିଁ ବିଜେଡି ଦଳରେ ଘଟୁଛି। ନେତାମାନଙ୍କୁ ସବୁ ମୋହରା ବନାଯାଉଛି। ସେମାନେ ମେଣ୍ଡାପଲ ପରି ହେଉଛନ୍ତି। ତାଙ୍କ ଆଖିରେ ଅନ୍ଧ ପୁଟୁଳି ବାନ୍ଧି ଦିଆଯାଇଛି। ଏମିତି କେମିତି ଘଟୁଛି ତାହା ସମସ୍ତ ବିଜେଡି ନେତାଙ୍କୁ ଜଣା। ହେଲେ କଣ ପାଇଁ ସେମାନେ ଜାଣି କିଛି ନ ଜାଣିବା ପରି ହେଉଛନ୍ତି ତାହା ସନ୍ଦେହ ଘେରରେ ରହିଛି।

BJD Waqf Act ଡ ସସ୍ମିତ ପାତ୍ର ୱାକଫ ବିଲ୍ ସସ୍ମିତ ପାତ୍ର
Share. Facebook Twitter LinkedIn Email WhatsApp Copy Link

Related Posts

ମହିଳା ଓ ଶିଶୁ ବିକାଶ ବିଭାଗର ଅଧିକାରୀଙ୍କ ପାଇଁ ଏଆଇ (AI) ପ୍ରଶିକ୍ଷଣ, ୧୦୦ ଅଧିକାରୀଙ୍କୁ ମିଳିଲା ତାଲିମ

March 14, 2026

୨୦୨୬ ଆଇପିଏଲ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସକୁ ବଡ଼ ଝଟକା: ହଠାତ୍ ଇସ୍ତଫା ଦେଲେ ଦଳର ମେଣ୍ଟର

March 14, 2026

ପୋଲିସ୍ ଭବନଠାରେ ‘ଜୁଭେନଟିକା– ଡିଜିଟାଲ୍ ଅଧିକାର ଏବଂ ଶିଶୁଙ୍କ ସୁରକ୍ଷା’ ଶୀର୍ଷକ ଆଲୋଚନା ଚକ୍ର

March 14, 2026

ବଡବାହାଳ ଛକରୁ ଗଂଜେଇ ଜବତ: ୩ ଗିରଫ

March 14, 2026
Latest News

ଆସନ୍ତାକାଲି ରାଜ୍ୟସଭା ନିର୍ବାଚନ: ଓଡ଼ିଶାର ୪ଟି ଆସନ ପାଇଁ ହେବ ମତଦାନ

March 15, 2026

ଦିଲ୍ଲୀ-ସାହରନପୁର-ଡେରାଡୁନ ଏକ୍ସପ୍ରେସୱେ ପ୍ରକଳ୍ପ ପରିଦର୍ଶନ କଲେ ଗଣମାଧ୍ୟମ ପ୍ରତିନିଧି

March 15, 2026

ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ଭୁବନେଶ୍ବରରେ ଶୈଶବ ଯତ୍ନ ଓ ଶିକ୍ଷା ଉପରେ ଦୁଇଦିନିଆ କର୍ମଶାଳା

March 15, 2026

ପଶ୍ଚିମ ଏସିଆରେ ସାମ୍ପ୍ରତିକ ଘଟଣାକ୍ରମ ଉପରେ ଆନ୍ତଃମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ

March 15, 2026

ବରିଷ୍ଠ ପୁଲିସ ଅଧିକାରୀ ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ମିଳିଲା ଆଗାମୀ ରଥଯାତ୍ରାର ଦାୟିତ୍ୱ

March 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.