Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ନୂଆଦିଲ୍ଲୀରୁ ଫେରିଲେ ମୁଖ୍ୟମନ୍ତ୍ରୀ, ୧ ଲକ୍ଷ ୩ ହଜାର ୯୦ କୋଟି ଟଙ୍କାର ପୁଞ୍ଜି ନିବେଶ ପ୍ରତିଶୃତି
ଜାତୀୟ ଖବର

ନୂଆଦିଲ୍ଲୀରୁ ଫେରିଲେ ମୁଖ୍ୟମନ୍ତ୍ରୀ, ୧ ଲକ୍ଷ ୩ ହଜାର ୯୦ କୋଟି ଟଙ୍କାର ପୁଞ୍ଜି ନିବେଶ ପ୍ରତିଶୃତି

April 9, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
mohanmajhi
ନୂଆଦିଲ୍ଲୀରୁ ଫେରିଲେ ମୁଖ୍ୟମନ୍ତ୍ରୀ, ୧ ଲକ୍ଷ ୩ ହଜାର ୯୦ କୋଟି ଟଙ୍କାର ପୁଞ୍ଜିନିବେଶ ନିବେଶ ପ୍ରତିଶୃତି

ଭୁବନେଶ୍ବର: ନୂଆଦିଲ୍ଲୀରେ ଆୟୋଜିତ ଇନଭେଷ୍ଟ ଓଡିଶା ସମ୍ମିଳନୀ ଶେଷ କରି ଆଜି ରାତିରେ ଫେରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଆଜି ବିମାନ ବନ୍ଦରରେ ସେ ସାମ୍ବାଦିକଙ୍କୁ ତାଙ୍କର ଗସ୍ତ ସଫଳତା ସଂପର୍କରେ କହିଛନ୍ତି। ସେ କହିଲେ ଯେ

ଶିଳ୍ପ କ୍ଷେତ୍ରରେ ଅଗ୍ରଗତି ପାଇଁ ଉତ୍କର୍ଷ ଓଡିଶା ପରେ ନୂଆ ଦିଲ୍ଲୀରେ IOCL ସହିତ ଆମର MoU ଦ୍ୱିତୀୟ ଐତିହାସିକ ପଦକ୍ଷେପ। ଏପ୍ରିଲ 7 ଓ 8, ଏହି ଦୁଇ ଦିନ ଧରି, ମୁଁ HCL Technologyର ନୋଇଡା ସ୍ଥିତ କାର୍ଯ୍ୟାଳୟ ପରିଦର୍ଶନ କରିବା ସହିତ ଦିଲ୍ଲୀରେ ଅନେକ ଶିଳ୍ପପତିଙ୍କ ସହିତ ଆଲୋଚନା କରିଛି । HCL କୁ ମୁଁ ଓଡ଼ିଶାରେ କ୍ୟାମ୍ପସ୍‍ କରିବା ପାଇଁ ପ୍ରସ୍ତାବ ଦେଇଛି ଏବଂ କମ୍ପାନୀ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏ ସମ୍ପର୍କରେ ସକରାତ୍ମକ ମତାମତ ମିଳିଛି।

ମୋ ପାଇଁ ସବୁଠୁ ଖୁସିର କଥା ହେଉଛି ଶିଳ୍ପପତି ଓ ପୁଞ୍ଜିନିବେଶକାରୀଙ୍କ ମଧ୍ୟରେ ଓଡିଶାକୁ ନେଇ ଖୁବ୍‍ ଆଗ୍ରହୀ ଅଛନ୍ତି । ପ୍ରଧାନମନ୍ତ୍ରୀ ଯାହା କହିଛନ୍ତି ଓଡ଼ିଶା ଏକ ବିପୁଳ ସମ୍ଭାବନାର ରାଜ୍ୟ, ତାହା ସଫଳ ହେଉଛି ଏବଂ ଓଡ଼ିଶାକୁ ବ୍ୟାପକ ପୁଞ୍ଜି ଆସିବାର ସୁଯୋଗ ସୃଷ୍ଟି ହୋଇଛି।

ଦିଲ୍ଲୀରେ ଏହି ଗସ୍ତ ସମୟରେ ଆମେ ସମୁଦାୟ ୧୩ଟି ଚୁକ୍ତି ସ୍ୱାକ୍ଷର କରିଛୁ । ଏବଂ ଏହା ସହିତ ୧୫ଟି ଇନ୍‌ଭେଷ୍ଟ୍‌ମେଣ୍ଟ ଇଣ୍ଟେଣ୍ଟ ମଧ୍ୟ ଆସିଛି । ଏହା ଦ୍ୱାରା ୧ଲକ୍ଷ ୩ହଜାର ୯୦ କୋଟି ଟଙ୍କାର ପୁଞ୍ଜିନିବେଶ ଆସିବ ଏବଂ ୯୫ହଜାର ୧୯୫ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।

ଏହା ମଧ୍ୟରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି IOCL ସହିତ ଆମର MoU । IOCL ଓଡିଶାରେ ୫୮ହଜାର ୪୨କୋଟି ଟଙ୍କାର ପୁଞ୍ଜି ନିବେଶ କରିବ ଏବଂ ଏହା ଦ୍ୱାରା ୨୪ହଜାର ନିଯୁକ୍ତି ସୁଯୋଗ ସୃଷ୍ଟିହେବ ।

IOCL, ଇଣ୍ଡିଆନ୍ ଷ୍ଟ୍ରାଟେଜିକ୍ ପେଟ୍ରୋଲିୟମ ରିଜର୍ଭସ୍ ଲିମିଟେଡ୍ ଏବଂ ପେଟ୍ରୋନେଟ୍ ଏଲ.ଏନ.ଜି ସହିତ ଆମର ଏମ.ଓ.ୟୁ ଯୋଗୁ ଓଡିଶାକୁ ପେଟ୍ରୋକେମିକାଲ ଓ କେମିକାଲ କ୍ଷେତ୍ରରେ ଏକ ଅଗ୍ରଣୀ ରାଜ୍ୟରେ ପରିଣତ କରିବା ପାଇଁ ମାର୍ଗ ପ୍ରସ୍ତୁତ ହୋଇପାରିଛି।

ଏହାଦ୍ୱାରା ପେଟ୍ରୋକେମିକାଲ କ୍ଷେତ୍ରରେ ଅନେକ ଡାଉନଷ୍ଟ୍ରିମ୍‍ ଓ ଆନ୍‍ସିଲାରି ୟୁନିଟ୍‍ ସ୍ଥାପନ ହେବାର ବିପୁଳ ସମ୍ଭାବନା ସୃଷ୍ଟି ହୋଇଛି ଏବଂ ଓଡ଼ିଶାକୁ ଏକ ବନ୍ଦରଭିତ୍ତିକ ଅର୍ଥନୀତି କରିବା ପାଇଁ ଆମର ଯେଉଁ ଲକ୍ଷ୍ୟ ରହିଛି, ତାହା ସଫଳ ହେବ।

ଏହି ଚୁକ୍ତିନାମା ଓଡିଶାର ଶିଳ୍ପ ଅଭିବୃଦ୍ଧି କ୍ଷେତ୍ରରେ ଏକ ଯୁଗାନ୍ତକାରୀ ପଦକ୍ଷେପ ଏବଂ ପେଟ୍ରୋକେମିକାଲ ବିକାଶ କ୍ଷେତ୍ରରେ ଓଡିଶା ପାଇଁ ଏହା ଏକ ମାଇଲଷ୍ଟୋନ ସାବ୍ୟସ୍ତ ହେବ। ଏହି ଗସ୍ତରେ ଆମ ଦ୍ୱାରା ନିଆଯାଇଥିବା ପଦକ୍ଷେପ ଦ୍ୱାରା ଦକ୍ଷ ଯୁବ ବର୍ଗ ପାଇଁ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ବ୍ୟାପକ ନିଯୁକ୍ତି ଆଣିପାରିବ ।

ଏହି ଗସ୍ତରେ ପ୍ରାୟ 25ରୁ ଅଧିକ ଶିଳ୍ପପତିମାନଙ୍କ ସହିତ ଆଲୋଚନା ହୋଇଛି । ଆଗାମୀ ଦିନରେ ମଧ୍ୟ ଆଲୋଚନା ହେବ। ଭବିଷ୍ୟତରେ ସେମାନଙ୍କ ସହିତ ପାର୍ଟନରସିପ୍ କରିବାର ସୁଯୋଗ ଉଜ୍ଜ୍ୱଳ ହୋଇଛି ।

Invest Odisha Make in Odisha MohanMajhi ମୁଖ୍ୟମନ୍ତ୍ରୀ ମୋହନ ମାଝୀ
Share. Facebook Twitter LinkedIn Email WhatsApp Copy Link

Related Posts

ଏସୀୟ କ୍ରୀଡ଼ାରେ ଅଂଶଗ୍ରହଣ କରିଥିବା ଭାରତୀୟ ଖେଳାଳିଙ୍କ ସହ ମତବିନିମୟ କଲେ ପ୍ରଧାନମନ୍ତ୍ରୀ

October 16, 2026

୨୦୨୭ ପଞ୍ଚାୟତ ଓ ପୌର ନିର୍ବାଚନ : ଅକ୍ଟୋବର ୨୬ରୁ ’ଘରକୁ ଘର ସର୍ଭେ’

October 16, 2026

୧୮ରେ ଶପଥ ନେବେ ନୂଆ ରାଜ୍ୟପାଳ ବ୍ରଜମୋହନ ରାମ

October 16, 2026

ନକ୍ସଲମୁକ୍ତ ଭାରତ ପରେ ପୀଡ଼ିତଙ୍କ କ୍ଷତ ଉପଶମ ଓ ସମ୍ମାନଜନକ ଜୀବନ ସୁନିଶ୍ଚିତ କରିବା ଲକ୍ଷ୍ୟ

October 16, 2026
Latest News

ଏସୀୟ କ୍ରୀଡ଼ାରେ ଅଂଶଗ୍ରହଣ କରିଥିବା ଭାରତୀୟ ଖେଳାଳିଙ୍କ ସହ ମତବିନିମୟ କଲେ ପ୍ରଧାନମନ୍ତ୍ରୀ

October 16, 2026

୨୦୨୭ ପଞ୍ଚାୟତ ଓ ପୌର ନିର୍ବାଚନ : ଅକ୍ଟୋବର ୨୬ରୁ ’ଘରକୁ ଘର ସର୍ଭେ’

October 16, 2026

୧୮ରେ ଶପଥ ନେବେ ନୂଆ ରାଜ୍ୟପାଳ ବ୍ରଜମୋହନ ରାମ

October 16, 2026

ନକ୍ସଲମୁକ୍ତ ଭାରତ ପରେ ପୀଡ଼ିତଙ୍କ କ୍ଷତ ଉପଶମ ଓ ସମ୍ମାନଜନକ ଜୀବନ ସୁନିଶ୍ଚିତ କରିବା ଲକ୍ଷ୍ୟ

October 16, 2026

ଲଦାଖରେ ୩୩୫୦ କୋଟି ମୂଲ୍ୟର ୫ଟି ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ

October 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.