Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ନେତାଙ୍କ ବଢିଲା ଆକର୍ଷଣ, କଂଗ୍ରେସରେ ଯୋଗ ଦେଲେ ଗୁଡାରୀ ବ୍ଲକ ଅଧ୍ୟକ୍ଷାଙ୍କ ସହ ବହୁ ବିଜେଡି କର୍ମି
ଜାତୀୟ ଖବର

ନେତାଙ୍କ ବଢିଲା ଆକର୍ଷଣ, କଂଗ୍ରେସରେ ଯୋଗ ଦେଲେ ଗୁଡାରୀ ବ୍ଲକ ଅଧ୍ୟକ୍ଷାଙ୍କ ସହ ବହୁ ବିଜେଡି କର୍ମି

April 14, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
Congress
ନେତାଙ୍କ ବଢିଲା ଆକର୍ଷଣ, କଂଗ୍ରେସରେ ଯୋଗ ଦେଲେ ଗୁଡାରୀ ବ୍ଲକ ଅଧ୍ୟକ୍ଷାଙ୍କ ସହ ବହୁ ବିଜେଡି କର୍ମି

ଭୁବନେଶ୍ୱର: ଆଜି ମହାବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷର ଅବସରରେ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସଙ୍କ ଉପସ୍ଥିତିରେ ଗୁଡାରୀ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଲକ୍ଷ୍ମୀ ଶବର ଏବଂ ତିନିଶହରୁ ଉର୍ଦ୍ଧ୍ୱ ବିଜେଡ଼ି କର୍ମୀ ଆନୁଷ୍ଠାନିକ ଭାବେ କଂଗ୍ରେସ ଦଳରେ ଯୋଗଦେଇଛନ୍ତି ।

ଏହି ଅବସରରେ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଦାସ କହିଲେ ଯେ କଂଗ୍ରେସ ସଭାପତି ଶ୍ରୀଯୁକ୍ତ ମଲ୍ଲିକାର୍ଜ୍ଜୁନ ଖଡ଼ଗେଙ୍କ ନେତୃତ୍ୱ ଜନନାୟକ ତଥା ଲୋକସଭାର ବିରୋଧି ଦଳ ନେତା ଶ୍ରୀ ରାହୁଲ ଗାନ୍ଧୀଜୀ ଆଦର୍ଶ ଓ ସଂଗ୍ରାମ, ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା ଶ୍ରୀମତୀ ସୋନିଆ ଗାନ୍ଧୀଙ୍କ ତ୍ୟାଗରେ ଅନୁପ୍ରାଣିତ ହୋଇ ଆଜି ଗୁଣୁପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୁଡ଼ାରି ବ୍ଲକ ଅଧ୍ୟକ୍ଷ, ଉପସଭାପତି, ଯୁବ ସଭାପତି, ଛାତ୍ର ସଭାପତି, ସମିତି ସଭ୍ୟ, ସରପଂଚ ଓ ତିନିଶହରୁ ଉର୍ଦ୍ଧ୍ୱ ବିଜେଡ଼ି କର୍ମୀ କଂଗ୍ରେସ ଦଳରେ ଯୋଗଦେଇଛନ୍ତି ।

କୋରାପୁଟ ସାଂସଦ ଶ୍ରୀ ସପ୍ତଗିରି ଉଲ୍ଲାକାଙ୍କର ଜନସେବା, ରାୟଗଡ଼ା ଏବଂ କୋରାପୁଟ ଜିଲ୍ଲାର ବିକାଶ ପାଇଁ ତାଙ୍କର ସଂକଳ୍ପ ଓ ନିର୍ଭର ପ୍ରତିଶ୍ରୁତି ହିଁ କଂଗ୍ରେସରେ ଯୋଗଦେବାକୁ ସେମାନଙ୍କୁ ଉତ୍ସାହିତ କରିଥିଲା । ସେହିପରି ଗୁଣୁପୁର ବିଧାୟକ ସତ୍ୟଜିତ ଗମାଙ୍ଗଙ୍କ ନିଷ୍ଠାପର ସାଧାରଣ ଜନତା ଓ ବିଶେଷ କରି ମହିଳା, ଯୁବକ, କୃଷକ, ଛାତ୍ର ଏବଂ ଆଦିବାସୀ ଓ ଦଳିତମାନଙ୍କ ସ୍ୱାର୍ଥରକ୍ଷା ପାଇଁ ଯେଉଁ ନିଷ୍ଠାପର ସଂଗ୍ରାମ କରିଆସୁଛନ୍ତି ସେଥିରେ ତାଙ୍କ ଜନଆଦୃତି ବଢ଼ିଛି । ଗୁଣୁପୁର ନିର୍ବାଚନ ମଣ୍ଡଳୀର ବିକାଶ ପାଇଁ ଶ୍ରୀଯୁକ୍ତ ଗମାଙ୍ଗଙ୍କ ଉପରେ ଆସ୍ଥା ପ୍ରକଟ କରି ଆମେ ବିଜେଡ଼ି ପରିତ୍ୟାଗ କରି କଂଗ୍ରେସ ଦଳରେ ଯୋଗ ଦେଇଛୁ ବୋଲି ସେମାନେ କହିଥିଲେ ।

ଯୋଗଦେଇଥିବା ଅନ୍ୟ ନେତୃବୃନ୍ଦଙ୍କ ମଧ୍ୟରେ ଗୁଡ଼ାରି ବ୍ଲକ ସଭାପତି କାଶି ବଳିଆରସିଂ, ବାସ୍ନା ଶବର, ପ୍ରହଲ୍ଲାଦ ହିକାବାଡ଼ି ସେହିପରି ପଦ୍ମପୁର ବ୍ଲକରୁ ରମାକାନ୍ତ ମାଝୀ, ଶଣ୍ଢ ଗମାଙ୍ଗୋ, ଅଗାଧୁ ଶବର, ପୁନି ଗମାଙ୍ଗୋ, ଅନନ୍ତ ମାଝୀ, ଯୁଗଳ ମାଝୀ, ରାଜେଶ ଶବର, ଡମ୍ବରୁ ନୁନ୍ଦ୍ରୁକା, କ୍ରିଷ୍ଣା ମାଝୀ, ଜାକବ ମାଝୀ, ଗଜି ଶବର, ବାମନ ମିଶାଲ, ଦୁଶା ମାଝୀ, କୈଳାସ ମାଝୀ, ରେଖା ମାଝୀ, ଗୋବିନ୍ଦ ମାଝୀ, ରାଜେନ୍ଦ୍ର ଶବର, ଉପେନ୍ଦ୍ର ଶବର, ସହଦେବ ଶବର, ଅଶ୍ୱିନୀ ଶବର, ଟିଟଳ ମାଝୀ, କୈଳାସ ମାଝୀ।

ସେହିପରି ପୁରସ୍ତମ ମାଝୀ, ପ୍ରଦୀପ କୁମାର ମାଝୀ, ଭାରତ ଉମରଙ୍ଗା, ରମାକାନ୍ତ ଲିମା, ରାଜା ମାଝୀ, ମାଥ୍ୟୁ ଲିମା, ସୁୁବାଷ ମାଝୀ ସେହିପରି ପଦ୍ମପୁର ଗ୍ରାମପଂଚାୟତରୁ ମିଡିକା ସାହୁ, କାହ୍ନୁଚରଣ ମହାପାତ୍ର, ରାଧାକାନ୍ତ ସାହୁ, ଆକାଶ ଗୌଡ଼ ସେହିପରି ଖମ୍ବାପଦର ଜିପିରୁ ଭାରତ ଶବର, ଉଦୟ ପରିଛା, ସତ୍ୟଜିତ ଗମାଙ୍ଗୋ, ପୁରୁଷୋତମ ଶବର, ପରମାନନ୍ଦ ଶବର, କାର୍ତିକ ଗୌଡ଼ା, ଲୁଲୁ ଗମାଙ୍ଗ।

ସେହିପରି ରାମନାଗୁଡ଼ା ବ୍ଲକରୁ ଡମ୍ବୁରଧର ଉଲାକା, ଧରମା ଉଲକା, ରଘୁନାଥ କାଡରାକା, ଝଙ୍କାରାଓ କାଡରକା, ତମ୍ବୁ ମୁତିକା, ରମେଶ ମୁତିକା, ଲିନାବନ୍ଧୁ କୋଣ୍ଡା, ପେନାକମ ଜିପିର ସାମ୍ବାୟା ମଡାଙ୍ଗୀ, ଦୁଃଶାସନ ବିଡ଼ିକା, ଜୟାଲ ଶବର, ଅତିଲାମା ଶବର, ରବି ମଡାଙ୍ଗୀ, ଉଦୟ ଚନ୍ଦ୍ର ଶବର, ତ୍ରିନାଥ ମଡାଙ୍ଗୀ, କାନ୍ତି ଅରକ, ଲାସା ଶବର ପ୍ରମୁଖ ବିଜେଡ଼ି ଛାତ୍ର, ଯୁବ, ମହିଳା, ଛାମୁଆ ସାଂଗଠନିକ ପଦପଦବୀରେ ଥିବା କର୍ମୀଙ୍କୁ ଆଜି ପିସିସି ସଭାପତି ଶ୍ରୀଯୁକ୍ତ ଦାସ ପୁଷ୍ପଗୁଚ୍ଛ ଓ ଉତରୀୟ ଦେଇ କଂଗ୍ରେସ ଦଳରେ ଆନୁଷ୍ଠାନିକ ଭାବେ ସାମିଲ କରିଥିଲେ।

ଆଜିର କାର୍ଯ୍ୟକ୍ରମରେ ପିସିସି ସଭାପତି ଶ୍ରୀଯୁକ୍ତ ଦାସଙ୍କ ସମେତ ଗୁଣୁପୁର ବିଧାୟକ ସତ୍ୟଜିତ ଗମାଙ୍ଗ, ବିଧାୟକ ସାଗର ଦାସ, ପୂର୍ବତନ ରାୟଗଡ଼ା ଜିଲ୍ଳା କଂଗ୍ରେସ ସଭାପତି ଶ୍ରୀ ଦୁର୍ଗା ପ୍ରସାଦ ପଣ୍ଡା, ପୂର୍ବତନ ସାଂସଦ ନକୁଳ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

କଂଗ୍ରେସ କଂଗ୍ରେସ ମିଶ୍ରଣ ପର୍ବ କଂଗ୍ରେସରେ ଯୋଗଦାନ
Share. Facebook Twitter LinkedIn Email WhatsApp Copy Link

Related Posts

ସହିଦ ଜବାନ ଏବଂ ନକ୍ସଲ ହିଂସାରେ ପୀଡିତଙ୍କ ପରିବାରକୁ ଭେଟିଲେ ଅମିତ ଶାହ

May 18, 2026

ନରସିଂହପୁର ପଞ୍ଚାୟତରେ ମେଧା ସମ୍ମାନ କାର୍ଯ୍ୟକ୍ରମ

May 18, 2026

ନୂଆଦିଲ୍ଲୀରେ ସୋଆକୁ ସିଏସ୍‌ଆର୍ ସମ୍ମାନ

May 18, 2026

ଶଶୁର ଉପରକୁ ଗରମ ତେଲ ଫିଙ୍ଗିଲା ବୋହୁ

May 18, 2026
Latest News

ସହିଦ ଜବାନ ଏବଂ ନକ୍ସଲ ହିଂସାରେ ପୀଡିତଙ୍କ ପରିବାରକୁ ଭେଟିଲେ ଅମିତ ଶାହ

May 18, 2026

ନରୱେର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ

May 18, 2026

ସ୍ୱିଡେନ ପ୍ରଧାନମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଦ୍ୱିପାକ୍ଷିକ ଆଲୋଚନା

May 18, 2026

ନରସିଂହପୁର ପଞ୍ଚାୟତରେ ମେଧା ସମ୍ମାନ କାର୍ଯ୍ୟକ୍ରମ

May 18, 2026

ନୂଆଦିଲ୍ଲୀରେ ସୋଆକୁ ସିଏସ୍‌ଆର୍ ସମ୍ମାନ

May 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.