Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଉଦଯାପିତ ହେଲା ଭାରତୀୟ ସାଂସ୍କୃତିକ ଐତିହ୍ୟ ଉପରେ ଆୟୋଜିତ ତୃତୀୟ ଅନ୍ତର୍ଜାତୀୟ ସମ୍ମିଳନୀ
ଜାତୀୟ ଖବର

ଉଦଯାପିତ ହେଲା ଭାରତୀୟ ସାଂସ୍କୃତିକ ଐତିହ୍ୟ ଉପରେ ଆୟୋଜିତ ତୃତୀୟ ଅନ୍ତର୍ଜାତୀୟ ସମ୍ମିଳନୀ

May 25, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଉଦଯାପିତ ହେଲା ଭାରତୀୟ ସାଂସ୍କୃତିକ ଐତିହ୍ୟ ଉପରେ ଆୟୋଜିତ ତୃତୀୟ ଅନ୍ତର୍ଜାତୀୟ ସମ୍ମିଳନୀ

ଭୁବନେଶ୍ୱର: ଅତୀତ କେବଳ ଇତିହାସ ନୁହେଁ, ବରଂ ଆଧୁନିକ ବିଶ୍ୱ ସମସ୍ୟାର ମୁକାବିଲା ପାଇଁ ପ୍ରେରଣା ଦିଏ ବୋଲି ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟି କହିଛନ୍ତି । ଚଳିତ ମଇ ୨୫ ତାରିଖ ଦିନ ଭୁବନେଶ୍ୱର ଠାରେ ଓଡିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଉତ୍କଳ ବିଶ୍ୱବିଦ୍ୟାଳୟର ଇନଷ୍ଟିଚ୍ୟୁଟ୍ ଅଫ୍ ମିଡ଼ିଆ ଷ୍ଟଡ଼ିଜର ମିଳିତ ଆନୁକୂଲ୍ୟରେ “କଳିଙ୍ଗ ଏବଂ ଦକ୍ଷିଣ-ପୂର୍ବ ଏସିଆ – ସଭ୍ୟତା ସଂଯୋଗ” ଶୀର୍ଷକ ସମ୍ପର୍କିତ ଭାରତୀୟ ସାଂସ୍କୃତିକ ଐତିହ୍ୟ ଉପରେ ଆଧାରିତ ତୃତୀୟ ଅନ୍ତର୍ଜାତୀୟ ସମ୍ମିଳନୀର ଉଦଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟପାଳ ଏହା କହିଛନ୍ତି ।

“କଳିଙ୍ଗ ଏବଂ ଦକ୍ଷିଣ-ପୂର୍ବ ଏସିଆ- ସଭ୍ୟତା ସଂଯୋଗ” ଉପରେ ରାଜ୍ୟପାଳ ଆଲୋକପାତ କରି କହିଥିଲେ ଯେ ପ୍ରାଚୀନ କଳିଙ୍ଗର ସାମୁଦ୍ରିକ ପରମ୍ପରା ଦକ୍ଷିଣ-ପୂର୍ବ ଏସିଆର ପରିବେଶଗତ ଏବଂ ବିକାଶମୂଳକ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାରେ ଗୁରୁତ୍ୱପୂର୍ଣ୍ଣ ଶିକ୍ଷା ଦେଇଥାଏ । ଇଣ୍ଡୋନେସିଆ, ମାଲେସିଆ, ମିଆଁମାର, ଥାଇଲାଣ୍ଡ, କାମ୍ବୋଡ଼ିଆ ଏବଂ ଭିଏତନାମ ଭଳି ଦେଶମାନଙ୍କ ସହ କଳିଙ୍ଗର ସାମୁଦ୍ରିକ ବାଣିଜ୍ୟ, ଅନୁସନ୍ଧାନ ଏବଂ ସାଂସ୍କୃତିକ ବିନିମୟର ଇତିହାସ କେବଳ ଗର୍ବର ବିଷୟ ନୁହେଁ, ବରଂ, ଆଧୁନିକ ଆଂଚଳିକ ସହଯୋଗ ପାଇଁ ଏକ ମାର୍ଗଦର୍ଶକ ବୋଲି ରାଜ୍ୟପାଳ କହିଥିଲେ ।

ଓଡ଼ିଶାର ଗୌରବମୟ ଅତୀତ ସହିତ ପୁନଃସଂଯୋଗ କରିବା ଉଦ୍ଦେଶ୍ୟରେ ଏ ପ୍ରକାର ସମ୍ମିଳନୀ ଆୟୋଜନ ଏକ ଅର୍ଥପୂର୍ଣ୍ଣ ପଦକ୍ଷେପ ବୋଲି ରାଜ୍ୟପାଳ କହିବା ସହିତ ଆୟୋଜକମାନଙ୍କୁ ପ୍ରଶଂସା କରିଥିଲେ । ପୁଣି ନିଜ ଉଦବୋଧନରେ ରାଜ୍ୟପାଳ କହିଥିଲେ ଯେ, କଳିଙ୍ଗ ଦକ୍ଷିଣ-ପୂର୍ବ ଏସିଆ ସହିତ ଦୁଇ ହଜାର ବର୍ଷରୁ ଅଧିକ ସମୟ ଧରି ଦୃଢ ସାମୁଦ୍ରିକ ଏବଂ ସାଂସ୍କୃତିକ ସମ୍ପର୍କ ରକ୍ଷା କରିଛି । ଏହି କଳିଙ୍ଗର ଲୋକମାନେ ବିଶ୍ଵବ୍ୟାପୀ ଭ୍ରମଣ କରି ସେହି ସଂଯୋଗ ସ୍ଥାପନ କରିଥିଲେ । ଯାହାର ପ୍ରଭାବ ଆଜି ମଧ୍ୟ ସ୍ଥାପତ୍ୟ କଳା, ଶିଳାଲିପି, ପରମ୍ପରା ଏବଂ ସ୍ଥାନମାନଙ୍କର ନାମରେ ଦେଖିବାକୁ ମିଳେ ।

କଳିଙ୍ଗର ସାମୁଦ୍ରିକ ନେଟୱାର୍କ ଭାରତୀୟ ସଂସ୍କୃତି ଏବଂ ଧର୍ମର ପ୍ରସାରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା । କାମ୍ବୋଡ଼ିଆର ଆଙ୍କୋର ୱଟ୍ ଏବଂ ଇଣ୍ଡୋନେସିଆର ବୋରୋବୁଦୁର ଭଳି ମନ୍ଦିରଗୁଡିକରେ କଳିଙ୍ଗର ମନ୍ଦିର ସ୍ଥାପତ୍ୟର ପ୍ରଭାବ ଦେଖିବାକୁ ମିଳେ । ରାମାୟଣ, ମହାଭାରତ ଏବଂ ସଂସ୍କୃତିର ପ୍ରସାର ଏବଂ ଇଣ୍ଡୋନେସିଆର ନେ୳ପି ଏବଂ କାମ୍ବୋଡ଼ିଆର ପୁଚମ୍ ବେନ୍ ଭଳି ପର୍ବପର୍ବାଣୀ ଗଭୀର ସାଂସ୍କୃତିକ ବନ୍ଧନକୁ ପ୍ରତିଫଳିତ କରିଥାଏ । ଏହି ସାଂସ୍କୃତିକ ବିନିମୟ ପାରସ୍ପରିକ ସମ୍ମାନ ଉପରେ ପ୍ରତିଷ୍ଠିତ ଥିଲା ଏବଂ ସ୍ଥାନୀୟ ପରମ୍ପରାକୁ ସମୃଦ୍ଧ କରିଥିଲା ବୋଲି ରାଜ୍ୟପାଳ କହିଥିଲେ ।

ଆଧୁନିକ ରାଷ୍ଟ୍ରଗୁଡିକ ଏହି ଐତିହ୍ୟରୁ ଶିକ୍ଷା ଲାଭ କରିବା ଦରକାର । ମନ୍ଦିର ଭିତ୍ତିଭୂମି ବିକାଶ, କଷ୍ଟମ୍ସ୍ ପ୍ରକ୍ରିୟାକୁ ସୁଗମ କରିବା ଏବଂ ସବୁଜ ପରିବହନରେ ପ୍ରଯୁକ୍ତିବିଦ୍ୟାର ନିବେଶ କରିବା ଏବଂ ଡିଜିଟାଲ ସଂଯୋଗୀକରଣ, ସାଂସ୍କୃତିକ ବିନିମୟ ବୃଦ୍ଧି କରି ଆଂଚଳିକ ସମ୍ପର୍କକୁ ମଜବୁତ କରାଯାଇପାରିବ ବୋଲି ରାଜ୍ୟପାଳ କହିବା ସହିତ ଭବିଷ୍ୟତ ପୀଢ଼ି ମଧ୍ୟରେ ଗର୍ବ ଜାଗ୍ରତ ପାଇଁ ମିଳିତ ଗବେଷଣା ଓ ଐତିହ୍ୟ ଶିକ୍ଷାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ ।

ଏହି ସମାରୋହରେ କଟକ ଲୋକସଭା ସଦସ୍ୟ ଭର୍ତ୍ତୃହରି ମହତାବ, ଭାରତ ସରକାରଙ୍କ ପୂର୍ବତନ ବୈଦେଶିକ ସଚିବ ଲଳିତ ମାନସିଂହ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ସଂଜୀବ କୁମାର ମିଶ୍ର, ସମ୍ବଲପୁର ବିଶ୍ୱବିଦ୍ୟାଳୟର ଇତିହାସ ବିଭାଗର ପୂର୍ବତନ ପ୍ରଫେସର ତଥା – ୱାନ୍ ଏସିଆ ଫାଉଣ୍ଡେସନର ଚେୟାରମ୍ୟାନ ପତିତପାବନ ମିଶ୍ର ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ସମ୍ମିଳନୀର ଚେୟାରମ୍ୟାନ – ପ୍ରଫେସର ଉପେନ୍ଦ୍ର ପାଢ଼ୀ ପ୍ରାରମ୍ଭରେ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଏବଂ ଶେଷରେ ସମ୍ମିଳନୀର ଆବାହକ ମନୋରଞ୍ଜନ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

ରାଜ୍ୟପାଳ
Share. Facebook Twitter LinkedIn Email WhatsApp Copy Link

Related Posts

କ୍ରୀଡାର ଉନ୍ନତି ପାଇଁ ଆଦିତ୍ୟ ଆଲୁମିନିୟମର ଉଚ୍ଚକୁଟୀର ପ୍ରୟାସ

February 18, 2026

ବାଣପୁର ବ୍ରହ୍ମେଶ୍ୱର ମନ୍ଦିରରୁ ଚୋରି ଘଟଣା: ୨୪ ଘଣ୍ଟା ଭିତରେ ଅଭିଯୁକ୍ତକୁ ଧରିଲା ପୋଲିସ

February 18, 2026

‘ୱେଭ୍ସ କ୍ରିଏଟର୍‌’ କର୍ଣ୍ଣରକୁ ଉଦଘାଟନ କଲେ ଅଶ୍ୱିନୀ ବୈଷ୍ଣବ

February 18, 2026

 ଏନଏସଡିର ‘୨୫ତମ ଭାରତ ରଙ୍ଗ ମହୋତ୍ସବ’

February 18, 2026
Latest News

କ୍ରୀଡାର ଉନ୍ନତି ପାଇଁ ଆଦିତ୍ୟ ଆଲୁମିନିୟମର ଉଚ୍ଚକୁଟୀର ପ୍ରୟାସ

February 18, 2026

ବାଣପୁର ବ୍ରହ୍ମେଶ୍ୱର ମନ୍ଦିରରୁ ଚୋରି ଘଟଣା: ୨୪ ଘଣ୍ଟା ଭିତରେ ଅଭିଯୁକ୍ତକୁ ଧରିଲା ପୋଲିସ

February 18, 2026

‘ୱେଭ୍ସ କ୍ରିଏଟର୍‌’ କର୍ଣ୍ଣରକୁ ଉଦଘାଟନ କଲେ ଅଶ୍ୱିନୀ ବୈଷ୍ଣବ

February 18, 2026

 ଏନଏସଡିର ‘୨୫ତମ ଭାରତ ରଙ୍ଗ ମହୋତ୍ସବ’

February 18, 2026

ସରକାରରେ ଯୋଗଦେଲେ ୧୯୭ ଜଣ ସହକାରୀ ନିର୍ବାହୀ ଯନ୍ତ୍ରୀ, ମନ୍ତ୍ରୀ ହରିଚନ୍ଦନ ଦେଲେ ଦିଗଦର୍ଶନ

February 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.