Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଏକ ପୃଥିବୀ, ଏକ ସ୍ୱାସ୍ଥ୍ୟ ପାଇଁ ଯୋଗ – ସଦ୍ଭାବନା ଓ ସୁସ୍ଥତା ଲାଗି ବିଶ୍ବକୁ ଭାରତର ବାର୍ତ୍ତା
ଜାତୀୟ ଖବର

ଏକ ପୃଥିବୀ, ଏକ ସ୍ୱାସ୍ଥ୍ୟ ପାଇଁ ଯୋଗ – ସଦ୍ଭାବନା ଓ ସୁସ୍ଥତା ଲାଗି ବିଶ୍ବକୁ ଭାରତର ବାର୍ତ୍ତା

June 19, 2025No Comments3 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପ୍ରାଚୀନ ଭାରତୀୟ ପରମ୍ପରାର ଏକ ଅମୂଲ୍ୟ ଉପହାର ଯୋଗ ଆଜି ମନୁଷ୍ୟର ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ବିକାଶ ପାଇଁ ଏକ ସର୍ବୋତ୍ତମ ମାଧ୍ୟମ ପାଲଟିଛି। ‘ଯୋଗ’ ଶବ୍ଦ ସଂସ୍କୃତ ମୂଳ ଧାତୁ ‘ଯୁଜ’ ରୁ ଆସିଛି ଯାହାର ଅର୍ଥ ‘ଯୋଗ କରିବା’ କିମ୍ବା ‘ଏକୀକରଣ’। ଏହା ଶରୀର ଏବଂ ମନ, ବିଚାର ଏବଂ କାର୍ଯ୍ୟ, ମଣିଷ ଏବଂ ପ୍ରକୃତି ଏବଂ ଏକ ସାମଗ୍ରିକ ସ୍ୱାସ୍ଥ୍ୟ ଆଭିମୁଖ୍ୟ ମଧ୍ୟରେ ସନ୍ତୁଳନର ପ୍ରତୀକ ପାଲଟିଛି।

ଯୋଗର ବିଶ୍ୱସ୍ତରୀୟ ଲୋକପ୍ରିୟତାକୁ ସ୍ୱୀକାର କରି, ଜାତିସଂଘ ୧୧ ଡିସେମ୍ବର ୨୦୧୪ ରେ ୨୧ ଜୁନକୁ ଅନ୍ତର୍ଜାତୀୟ ଯୋଗ ଦିବସ ଭାବରେ ଘୋଷଣା କରିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୭ ସେପ୍ଟେମ୍ବର ୨୦୧୪ରେ ଜାତିସଂଘ ସାଧାରଣ ସଭାରେ ଏହି ପ୍ରସ୍ତାବ ଆଗତ କରିଥିଲେ ଏବଂ ଏହାକୁ ୧୭୫ଟି ଦେଶ ଦ୍ୱାରା ଅନୁମୋଦନ କରାଯାଇଥିଲା। ୨୧ ଜୁନକୁ ବଛାଯାଇଥିଲା କାରଣ ଏହା ଉତ୍ତର ଗୋଲାର୍ଦ୍ଧର ସବୁଠାରୁ ଲମ୍ବା ଦିନ। ପୁଣି ବିଭିନ୍ନ ସଂସ୍କୃତିରେ ମହତ୍ତ୍ବ ରଖୁଥିବା ଏହି ଦିନଟି ପ୍ରକୃତି ଓ ମାନବ ସୁସ୍ଥତାର ଏକ ପ୍ରତୀକ।

୨୦୧୫ ମସିହାରେ ଏହାର ପ୍ରଥମ ସଂସ୍କରଣ ଠାରୁ, ଆୟୁଷ ମନ୍ତ୍ରଣାଳୟର ତତ୍ତ୍ୱାବଧାନରେ ତଥା ବିଭିନ୍ନ ରାଜ୍ୟ ସରକାର, ବିଦେଶରେ ଥିବା ଭାରତୀୟ ମିଶନ ଏବଂ ଜାତିସଂଘ ଏଜେନ୍ସିଗୁଡ଼ିକର ସକ୍ରିୟ ସମର୍ଥନ ସହିତ ଭାରତ ସାରାବିଶ୍ବରେ ଏହି ଉତ୍ସବର ନେତୃତ୍ୱ ନେଇ ଆସୁଛନ୍ତି।

ଲୋଗୋର ମହତ୍ତ୍ବ

ନମସ୍କାର ଭଙ୍ଗୀ ସଂଯୋଗର ପ୍ରତୀକ-ବ୍ୟକ୍ତିଗତ ଚେତନା ଓ ଜାଗତିକ ଚେତନା ମଧ୍ୟରେ ସଂଯୋଗ, ମନ ଓ ଶରୀର, ମଣିଷ ଓ ପ୍ରକୃତି ମଧ୍ୟରେ ଚମତ୍କାର ସମନ୍ବୟ, ସ୍ବାସ୍ଥ୍ୟ ଓ ସୁସ୍ଥତା ଲାଗି ଏକ ସାମଗ୍ରିକ ପ୍ରୟାସ। ବାଦାମୀ ପତ୍ରଗୁଡ଼ିକ ପୃଥିବୀ ଉପାଦାନର ପ୍ରତୀକ, ସବୁଜ ପତ୍ରଗୁଡ଼ିକ ପ୍ରକୃତିର ପ୍ରତୀକ, ନୀଳ ରଙ୍ଗ ଜଳ ଉପାଦାନର ପ୍ରତୀକ, ଉଜ୍ଜ୍ୱଳତା ଅଗ୍ନି ଉପାଦାନର ପ୍ରତୀକ ଏବଂ ସୂର୍ଯ୍ୟ ଶକ୍ତି ଏବଂ ପ୍ରେରଣାର ଉତ୍ସ। ଏହି ଲୋଗୋ ମାନବତା ପାଇଁ ସଦ୍ଭାବ ଏବଂ ଶାନ୍ତିକୁ ପ୍ରତିଫଳିତ କରେ, ଯାହା ଯୋଗର ସାରତତ୍ତ୍ବ।

ଅନ୍ତର୍ଜାତୀୟ ଯୋଗ ଦିବସର ପ୍ରଭାବ

ବିଶ୍ବବ୍ୟାପୀ ଅନ୍ତର୍ଜାତୀୟ ଯୋଗ ଦିବସ ଲାଗି ଉତ୍ସାହ ବଢିଚାଲିଛି। ୨୦୧୮ରେ ବିଶ୍ବବ୍ୟାପୀ ୯.୫୯ କୋଟି ଲୋକ ଏଥିରେ ଅଂଶଗ୍ରହଣ କରିଥିବାବେଳେ ୨୦୨୪ ରେ ମୋଟ ୨୪.୫୩ କୋଟି ଲୋକ ଏଥିରେ ଅଂଶଗ୍ରହଣ କରିଥିଲେ, ଯାହା ଦର୍ଶାଉଛି ଯେ ଯୋଗ ସାରା ବିଶ୍ବରେ ସୁସ୍ଥତାର ଏକ ଆନ୍ଦୋଳନରେ ପରିଣତ ହୋଇଛି।

ଏବର୍ଷ ଲାଗି ଅନ୍ତର୍ଜାତୀୟ ଯୋଗ ଦିବସର ଶୀର୍ଷ ହେଉଛି “ଏକ ବିଶ୍ବ, ଏକ ସ୍ବାସ୍ଥ୍ୟ ପାଇଁ ଯୋଗ”। ଏହା ଭାରତର ଜି-୨୦ ସଭାପତିତ୍ବ ସମୟରେ ଥିବା ଶୀର୍ଷକ ‘ଏକ ବିଶ୍ବ-ଏକ ପରିବାର-ଏକ ଭବିଷ୍ୟତ’ ସହ ମେଳ ଖାଉଛି।

ଗତ ଦଶନ୍ଧି ମଧ୍ୟରେ, ଅନ୍ତର୍ଜାତୀୟ ଯୋଗ ଦିବସ ଏକ ପରିବର୍ତ୍ତନକାରୀ ଶକ୍ତିରେ ପରିଣତ ହୋଇଛି, ଯାହା ସଂସ୍କୃତି ଏବଂ ସମ୍ପ୍ରଦାୟ ମଧ୍ୟରେ ସାମଗ୍ରିକ ସ୍ୱାସ୍ଥ୍ୟ, ସଚେତନତା ଏବଂ ସମନ୍ୱୟକୁ ପ୍ରୋତ୍ସାହିତ କରୁଛି। ଏହି ଦଶନ୍ଧି ଧରି ଚାଲିଥିବା ଯାତ୍ରାକୁ ସ୍ମରଣୀୟ କରିବା ପାଇଁ, ଅନ୍ତର୍ଜାତୀୟ ଯୋଗ ଦିବସ ୨୦୨୫ରେ ଦଶଟି ସିଗନେଚର ଇଭେଣ୍ଟ ପ୍ରଦର୍ଶିତ ହେବ, ଯାହା ଯୋଗର ଲୋକପ୍ରିୟତା ଓ ପ୍ରସାରକୁ ଆହୁରି ବୃଦ୍ଧି କରିବ। ଏହି ୧୦ଟି ସିଗନେଚର ଇଭେଣ୍ଟ ହେଲା ଯୋଗ ସଂଗମ, ଯୋଗ ବନ୍ଧନ, ଯୋଗ ପାର୍କ, ଯୋଗ ସମାବେଶ, ଯୋଗ ପ୍ରଭାବ, ଯୋଗ କନେକ୍ଟ, ହରିତ ଯୋଗ, ଯୋଗ ଅନପ୍ଲଗଡ୍, ଯୋଗ ମହାକୁମ୍ଭ ଓ ସମୟୋଗ।

ଯୋଗ ସଂଗମ ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ ୨୦୨୫ର ମୁଖ୍ୟ କାର୍ଯ୍ୟକ୍ରମ ଯାହାକି ଜୁନ ୨୧ ସକାଳ ୬.୩୦ରୁ ସକାଳ ୭.୪୫ ପର୍ଯ୍ୟନ୍ତ ସାରା ଭାରତରେ ୧ ଲକ୍ଷରୁ ଅଧିକ ସ୍ଥାନରେ ଅନୁଷ୍ଠିତ ହେବ। ଏସବୁ ଯୋଗାଭ୍ୟାସ ଶିବିର ସାଧାରଣ ଯୋଗ ପ୍ରୋଟୋକଲ (ସିଓ୍ବାଇପି) ଉପରେ ଆଧାରିତ ହେବ। ମୁଖ୍ୟ କାର୍ଯ୍ୟକ୍ରମ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଅନୁଷ୍ଠିତ ହେବ। ଏହି ସାମୂହିକ ଉତ୍ସବର ଲକ୍ଷ୍ୟ ଯୋଗର କାଳଜୟୀ ଅଭ୍ୟାସ ଏବଂ ଆଜିର ବିଶ୍ୱରେ ଏହାର ସ୍ଥାୟୀ ପ୍ରାସଙ୍ଗିକତା ପ୍ରତି ଆମର ସମାନ ପ୍ରତିବଦ୍ଧତାକୁ ଦର୍ଶାଇବା। ସାଧାରଣ ଯୋଗ ପ୍ରୋଟୋକଲ ହେଉଛି ଭାରତ ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ଦ୍ୱାରା ପ୍ରମୁଖ ଯୋଗ ବିଶେଷଜ୍ଞ ଏବଂ ପ୍ରତିଷ୍ଠାନମାନଙ୍କ ସହିତ ପରାମର୍ଶ କରି ବିକଶିତ ଏକ ମାନକୀକୃତ ଯୋଗ ଅଭ୍ୟାସ। ଏହା ଅନ୍ତର୍ଜାତୀୟ ଯୋଗ ଦିବସରେ ଯୋଗାଭ୍ୟାସ ପାଇଁ ଡିଜାଇନ୍ କରାଯାଇଛି ଏବଂ ସମସ୍ତ ବୟସ ଗୋଷ୍ଠୀ ଏବଂ ଫିଟନେସ୍ ସ୍ତରର ଲୋକଙ୍କ ପାଇଁ ଏହା ଉପଯୁକ୍ତ।

ଅନ୍ତର୍ଜାତୀୟ ଯୋଗ ଦିବସରେ ଲୋକମାନଙ୍କ ସର୍ବାଧିକ ଅଂଶଗ୍ରହଣ ସୁନିଶ୍ଚିତ କରିବାକୁ ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ କେତେକ ପଦକ୍ଷେପ ନିଆଯାଇଛି। ସେଗୁଡ଼ିକୁ ହେଉଛି ୧୦୦ ଦିନ କାଉଣ୍ଟଡାଉନ ଇଭେଣ୍ଟ, ୭୫ ଦିନ କାଉଣ୍ଟଡାଉନ ଇଭେଣ୍ଟ, ୫୦ ଦିନ କାଉଣ୍ଟଡାଉନ ଇଭେଣ୍ଟ ଓ ୨୫ ଦିନ କାଉଣ୍ଟଡାଉନ ଇଭେଣ୍ଟ।

ପ୍ରଧାନମନ୍ତ୍ରୀ ଯୋଗ ପୁରସ୍କାର ୨୦୨୫

ଯୋଗକୁ ପ୍ରୋତ୍ସାହିତ ଏବଂ ଯୋଗାଭ୍ୟାସ କ୍ଷେତ୍ରରେ ଉତ୍କର୍ଷତାକୁ ସ୍ୱୀକୃତି ଦେବାପାଇଁ ପ୍ରଧାନମନ୍ତ୍ରୀ ଯୋଗ ପୁରସ୍କାର ଉଦ୍ଦିଷ୍ଟ। ମୋଟ ୪ଟି ପୁରସ୍କାର ଥିବାବେଳେ ସେଥିମଧ୍ୟରୁ ୨ଟି ଅନ୍ତର୍ଜାତୀୟ ଓ ୨ଟି ଜାତୀୟ। ପ୍ରତ୍ୟେକ ବିଜେତା ବ୍ୟକ୍ତି ଏବଂ ସଂଗଠନ ୨୫ ଲକ୍ଷ ଟଙ୍କା, ଏକ ଟ୍ରଫି ଏବଂ ଏକ ପ୍ରମାଣପତ୍ର ପାଆନ୍ତି। ୨୦୨୫ ପାଇଁ ଆବେଦନ ବନ୍ଦ ହୋଇଯାଇଛି; ବିଜେତାମାନଙ୍କୁ ୨୧ ଜୁନ୍ ୨୦୨୫ ରେ ଘୋଷଣା କରାଯିବ।

ଉପସଂହାର

୨୦୨୫ ମସିହାର ଅନ୍ତର୍ଜାତୀୟ ଯୋଗ ଦିବସ କେବଳ ଏକ ଦିନିକିଆ ସମାରୋହ ନୁହେଁ, ବରଂ ଏହା ସାମଗ୍ରିକ ସ୍ୱାସ୍ଥ୍ୟ, ପରିବେଶ ସହ ସମନ୍ୱୟ ଏବଂ ବିଶ୍ୱ କଲ୍ୟାଣ ପ୍ରତି ଭାରତର ସ୍ଥାୟୀ ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ। “ଏକ ପୃଥିବୀ-ଏକ ସ୍ୱାସ୍ଥ୍ୟ ପାଇଁ ଯୋଗ”କୁ ଏହାର ମାର୍ଗଦର୍ଶକ ନୀତି ଭାବରେ ଗ୍ରହଣ କରି, ଭାରତ ଶାରୀରିକ ସୁସ୍ଥତା ସହ ସଚେତନ ଜୀବନଯାପନକୁ ସଂଯୋଗ କରିବାରେ ବିଶ୍ୱର ନେତୃତ୍ୱ ନେଇ ଚାଲିଛି।

ଅନ୍ତର୍ଜାତୀୟ ଯୋଗ ଦିବସ ଭାରତୀୟ ପରମ୍ପରା
Share. Facebook Twitter LinkedIn Email WhatsApp Copy Link

Related Posts

ବିଶ୍ୱ ସଂକଟର ମୁକାବିଲା ଲାଗି ପ୍ରଧାନମନ୍ତ୍ରୀଙ୍କ ନିବେଦନ ପରେ ୪୦ରୁ ଅଧିକ ଦେଶ ଶକ୍ତି ସଞ୍ଚୟ ପାଇଁ ନେଲେ ପଦକ୍ଷେପ

May 12, 2026

ମାତୃତ୍ଵ ଲାଭ ପରେ ପୁଣି ଥରେ କର୍ମକ୍ଷେତ୍ରକୁ ଫେରିବା ପାଇଁ ମହିଳାଙ୍କୁ ସଶକ୍ତ କରିଛି ଜିଓ

May 12, 2026

ଫ୍ଲୋର ଟେଷ୍ଟ ପୂର୍ବରୁ ଏଆଇଏଡ଼ିଏମକେ ଦୁଇ ଫାଳ

May 12, 2026

ଚର୍ଚ୍ଚାରେ ମୁଖ୍ୟମନ୍ତ୍ରୀ ବିଜୟ-ଷ୍ଟାଲିନ୍ ଙ୍କ ଆଲିଙ୍ଗନ

May 12, 2026
Latest News

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବଡ ଘୋଷଣା

May 12, 2026

ରଣପୁରରେ ଦୁଇ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ପରଲୋକ: ଶିକ୍ଷା ମହଲରେ ଶୋକର ଛାୟା

May 12, 2026

ନିଟ୍‌-ୟୁଜି ୨୦୨୬ ପରୀକ୍ଷା ବାତିଲକୁ ନେଇ ସରକାରଙ୍କୁ ସମାଲୋଚନା କଲେ ନବୀନ

May 12, 2026

ଯୁବକକୁ ଗୋଡ଼ାଇ ଗୋଡ଼ାଇ ମରଣାନ୍ତକ ଆକ୍ରମଣ

May 12, 2026

ବାରଙ୍ଗରେ ବୁଲିଲା ଖଣ୍ଡା; ୨ଜଣ ଆହତ

May 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.