Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ରାଜ୍ୟରେ ସ୍ବାସ୍ଥ୍ୟ ସେବା ବେମାରିଆ,ସରକାର ବେପରୁଆ, ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ଥଫା ଦାବି କଲା କଂଗ୍ରେସ
ଜାତୀୟ ଖବର

ରାଜ୍ୟରେ ସ୍ବାସ୍ଥ୍ୟ ସେବା ବେମାରିଆ,ସରକାର ବେପରୁଆ, ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ଥଫା ଦାବି କଲା କଂଗ୍ରେସ

June 26, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
Congress
ରାଜ୍ୟରେ ସ୍ବାସ୍ଥ୍ୟ ସେବା ବେମାରିଆ,ସରକାର ବେପରୁଆ, ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ଥଫା ଦାବି କଲା କଂଗ୍ରେସ

ଭୁବନେଶ୍ବର: ଓଡ଼ିଶା ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନିର୍ଦ୍ଦେଶରେ ରାଜ୍ଯରେ ବ୍ୟାପିଥିବା ହଇଜା ଅନୁଧ୍ୟାନ ପାଇଁ ଏକ ତଥ୍ୟ ଅନୁସନ୍ଧାନ କମିଟି ଗଠନ କରିଥିଲେ। ପ୍ରଦେଶ କଂଗ୍ରେସ କାର୍ଯ୍ଯାଳୟରେ ତଥ୍ୟ ଅନୁସନ୍ଧାନ କମିଟିର ଅଧ୍ୟକ୍ଷ ତଥା କଂଗ୍ରେସ ବିଧାୟକ ଡାକ୍ତର ସି ଏସ୍ ରାଜେନ୍ ଏକ୍କା ସାମ୍ବାଦିକ ସମ୍ମିଳନୀରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରି କହିଥିଲେ ଯେ ରାଜ୍ୟର ୧୧ ଉର୍ଦ୍ଧ ଜିଲ୍ଲାରେ ହଇଜା ମହାମାରୀ ବ୍ୟାପିଛି।

ରାଜ୍ୟ ସରକାର ଯେଉଁ ତଥ୍ୟ ଦେଉଛନ୍ତି ତା ଠାରୁ ଢ଼େର ଅଧିକ ସଂଖ୍ୟାର ରୋଗୀ ଏହି ମହାମାରୀରେ ଆକ୍ରାନ୍ତ ହୋଇଛନ୍ତି।ପାଖାପାଖି ୧୨ ହାଜର ରୁ ଅଧିକ ରୋଗୀ ଆକ୍ରାନ୍ତ ହୋଇଛନ୍ତି ।ପିଇବା ପାଣି କାରଣରୁ ଏହି ମହାମାରୀ ବ୍ୟାପିଛି। ରାଜ୍ୟର ବିଭିନ୍ନ ଜିଲ୍ଲାରେ ଲୋକମାନେ ପୋଖରୀରୁ ପାଣି ପିଉଛନ୍ତି, ସରକାର ଜନତାଙ୍କୁ ପାନୀୟ ଜଳ ଯୋଗାଇବାରେ ବିଫଳ ହୋଇଛନ୍ତି ।

ଏହାସହ ବହୁ ହସ୍ପିଟାଲ ପାରାମେଡିକାଲ ଷ୍ଟାପ ନାହାନ୍ତି, ସରକାର ହସ୍ପିଟାଲରେ କର୍ମଚାରୀ ନିଯୁକ୍ତ କରିବାରେ ମଧ୍ୟ ବିଫଳ।ମହାମାରୀ ହଇଜା କାରଣରୁ ୨୦ କି ୩୦ ନୁହେଁ, ତାଠାରୁ ଅଧିକ ରୋଗୀ ମୁର୍ତ୍ତୃ ହୋଇଛି, ସରକାର ତଥ୍ୟ ଲୁଚାଉଛନ୍ତି।ରାଜ୍ୟରେ ୫୩ ହାଜର ଅଧିକ ଗାଁ ରହିଛି, ସରକାର ନିଜେ ମାନୁଛନ୍ତି କି ୨୪ ହାଜର ଗାଁ ପିଇବା ପାଣି ନାହିଁ।ଆଗକୁ ରଥଯାତ୍ରା ଆସୁଛି ସରକାର ଅଧିକ ଯତ୍ନବାନ ହେବାର ଆବଶ୍ୟକତା ରହିଛି ବୋଲି ଶ୍ରୀ ଏକ୍କା କହିଛନ୍ତି।

ସେହିପରି ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ସମସ୍ତ ତଥ୍ୟ ଉପସ୍ଥାପନ କରି କହିଛନ୍ତି “ବାଡ଼ି ମାଡ଼ି ଆସିଲାଣି,ବାଡ଼ିରେ ମଡକ ପଡ଼ିଛି “। ସରକାର ଆକ୍ରାନ୍ତଙ୍କ ସଂଖ୍ୟା ବର୍ତ୍ତମାନ ସୁଦ୍ଧା କହିନାହାନ୍ତି। ଘରେ ଓ ଘରୋଇ ଡାକ୍ତରଖାନାରେ ଚିକିତ୍ସିତଙ୍କ ସଂଖ୍ୟା ହିସାବକୁ ନିଆଯାଉନାହିଁ। ମୋଟ୍ କେତେଜଣ ମଲେଣି, ସୂଚନା ନାହିଁ। ରାଜ୍ୟରେ ତିନିଭାଗରୁ ଭାଗେ ଡାକ୍ତର ପଦବି ଖାଲି। ୫୪ ହଜାର ଗାଁରୁ କୋଡିଏ ହଜାର ଗାଁରେ ସ୍ବଚ୍ଛ ପାନୀୟ ଜଳ ଯୋଗାଣ ଚିନ୍ତା ମଧ୍ୟ କରିନାହାନ୍ତି ସରକାର।

କଂଗ୍ରେସ ଦାବି କରୁଛି କି ହଇଜାରେ ଚିକିତ୍ସା ପାଇଁ ସରକାର ରୋଗୀଙ୍କ ଖର୍ଚ୍ଚ ବହନ କରନ୍ତୁ। ଯେଉଁ ରୋଗୀ କରଜ କରି ସୁସ୍ଥ ହୋଇଛନ୍ତି, ସେମାନଙ୍କୁ କ୍ଷତି ପୂରଣ ପ୍ରଦାନ କରନ୍ତୁ।ଯେଉଁ ପରିବାରର ରୋଗୀ ମୃତ୍ୟୁ ବରଣ କରିଛନ୍ତି ସେମାନଙ୍କୁ ୨୫ ଲକ୍ଷ ଟଙ୍କାର କ୍ଷତିପୂରଣ ଦିଅନ୍ତୁ।ପିଇବା ପାଣିର ଉତ୍ସକୁ ପରୀକ୍ଷା କରାଯାଉ।ହଇଜା ପାଇଁ ତୁରନ୍ତ ଭ୍ୟାକସିନ ବ୍ୟବସ୍ତା କରିବାକୁ କଂଗ୍ରେସ ଦାବି କରୁଛି ବୋଲି ଶ୍ରୀ ହରିଚନ୍ଦନ କହିଥିଲେ। ପିସିସି ଉପସଭାପତି ସନ୍ତୋଷ ସିଂ ସାଲୁଜା ଲୋକେ ହଇଜାରେ ମରୁଛନ୍ତି, ଆତ୍ମବିଭୋର ସ୍ବାସ୍ଥ୍ୟମନ୍ତ୍ରୀ କିନ୍ତୁ ନାଚରେ ମସଗୁଲ ବୋଲି କହିବା ସହ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ।

ସୂଚନାଯୋଗ୍ୟ ଯେ ଏହି ତଥ୍ଯ ଅନୁସନ୍ଧାନକାରୀ କମିଟି ରାଜଗାଙ୍ଗପୁର ବିଧାୟକ ଡାକ୍ତର ସି. ଏସ୍. ରାଜନ ଏକ୍କାଙ୍କ ଅଧ୍ୟକ୍ଷତାରେ ଯାଜପୁର ଓ କଟକ ଜିଲ୍ଲାରେ ବ୍ୟାପୁଥିବା ହଇଜା ସଂକ୍ରମଣ ବିଭିନ୍ନ ପିଏସସି, ସିଏଚସି ଜିଲ୍ଲା ମୁଖ୍ଯ ହସ୍ପିଟାଲ ମାନ ଗ୍ରସ୍ତକରି ଏକ ବିସୃତ ରିପୋର୍ଟ ପ୍ରସ୍ତୁତ କରିଥିଲେ।

ହଇଜାରେ ମୃତ୍ଯୁବରଣ କରିଥିବା ପିଡ଼ୀତଙ୍କ ଅଞ୍ଚଳଗୁଡ଼ିକୁ ଯାଇ ଅନ୍ଯ ରୋଗୀ ଓ ସମ୍ପର୍କୀୟଙ୍କ ମାନଙ୍କ ସହ ଆଲୋଚନା କରି ସ୍ବାସ୍ଥ୍ୟସେବାରେ କିପରି ସୁଧାର ଅଣାଯାଇପାରିବ ଏବଂ ହଇଜାକୁ ନିୟନ୍ତ୍ରଣ ସହ ସମ୍ପୁର୍ଣ୍ଣ ରୋକାଯାଇ ପାରିବ ସେଥିନେଇ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିବାକୁ ସ୍ବାସ୍ଥ୍ୟ ସମ୍ବନ୍ଧିତ ସମସ୍ତ ସରକାରୀ ଅନୁଷ୍ଠାନ ମାନଙ୍କୁ ଚେତାଇ ଦିଆଯାଇଥିଲା। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଦଳ ଅଧ୍ୟକ୍ଷ ଶୁଭେନ୍ଦୁ ମହାନ୍ତି ଓ କମିଟି ସଦସ୍ୟ ଅଶୋକ ସ୍ବାଇଁ ଉପସ୍ଥିତ ଥିଲେ।।

Congress କଂଗ୍ରେସ ପ୍ରସାଦ ହରିଚନ୍ଦନ
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତୀୟ ରେଳବାଇରେ ୨୦୧୪-୧୫ ଏବଂ ୨୦୨୪-୨୫ ମଧ୍ୟରେ ୫.୦୮ ଲକ୍ଷ ନିଯୁକ୍ତି: ଅଶ୍ୱିନୀ ବୈଷ୍ଣବ

February 6, 2026

ଇଂଲଣ୍ଡକୁ ପରାସ୍ତ କରି ଷଷ୍ଠ ଥର ପାଇଁ ବିଶ୍ୱ ଚାମ୍ପିଅନ୍ ହେଲା ଭାରତ: ବିଜୟର ହିରୋ ବୈଭବ ସୂର୍ଯ୍ୟବଂଶୀ

February 6, 2026

ପ୍ରଗତି ପଥରେ ଅଗ୍ରସର ହେଉଥିବା ଓଡ଼ିଶା ନିଜ ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି: ରାଜ୍ୟପାଳ

February 6, 2026

ଭୁବନେଶ୍ୱରରେ ବ୍ଲାକ୍‌ ସ୍ୱାନ୍‌ ଶିଖର ସମ୍ମିଳନୀରେ ରାଷ୍ଟ୍ରପତିଙ୍କ ଯୋଗଦାନ

February 6, 2026
Latest News

ଭାରତୀୟ ରେଳବାଇରେ ୨୦୧୪-୧୫ ଏବଂ ୨୦୨୪-୨୫ ମଧ୍ୟରେ ୫.୦୮ ଲକ୍ଷ ନିଯୁକ୍ତି: ଅଶ୍ୱିନୀ ବୈଷ୍ଣବ

February 6, 2026

ଇଂଲଣ୍ଡକୁ ପରାସ୍ତ କରି ଷଷ୍ଠ ଥର ପାଇଁ ବିଶ୍ୱ ଚାମ୍ପିଅନ୍ ହେଲା ଭାରତ: ବିଜୟର ହିରୋ ବୈଭବ ସୂର୍ଯ୍ୟବଂଶୀ

February 6, 2026

ପ୍ରଗତି ପଥରେ ଅଗ୍ରସର ହେଉଥିବା ଓଡ଼ିଶା ନିଜ ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି: ରାଜ୍ୟପାଳ

February 6, 2026

ଏବେ ଜଖପୁରା ଷ୍ଟେସନରେ ରହଣି କରିବନାହିଁ ଏହି ଯାତ୍ରୀବାହୀ ଟ୍ରେନ୍‌: ଦେଖନ୍ତୁ ତାଲିକା

February 6, 2026

ଭୁବନେଶ୍ୱରରେ ବ୍ଲାକ୍‌ ସ୍ୱାନ୍‌ ଶିଖର ସମ୍ମିଳନୀରେ ରାଷ୍ଟ୍ରପତିଙ୍କ ଯୋଗଦାନ

February 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.