ଭୁବନେଶ୍ବର: ଆଜି ଭୁବନେଶ୍ବର ମହାନଗର ନିଗମ ଅଫିସ ଭିତରେ ପଶି ଡେପୁଟି କମିଶନରଙ୍କୁ ମାଡ ମାରିଛନ୍ତି ଦୁର୍ବତ୍ତ। ସେମାନେ ଅଫିସରେ ଜନଶୁଣାଣି ଚାଲିଥିବା ବେଳେ ଡେପୁଟି କମିଶନର ରତ୍ନାକାର ସାହୁଙ୍କୁ ଚାରି ପାଞ୍ଚଜଣ ଟେକି ଆଣି ମାଡ ମାରିଥିଲେ।
ସେତିକି ନୁହେଁ ସେମାନେ ତାଙ୍କୁ ଅଫିସ ବାହାରକୁ ଘୋଷାଡି ଆଣି ବିଧା ଗୋଇଠା ମାରିଥିଲେ। ଯାହାକୁ ନେଇ ବିଏମସି ଅଫିସର ମହଲରେ ଅସନ୍ତୋଷ ଦେଖାଦେଇଛି। ତୁରନ୍ତ ଦୁର୍ବତ୍ତଙ୍କୁ ଗିରଫ କରାଯାଉ ପ୍ରତିବାଦ କରି ଅଫିସରମାନେ ଧାରଣାରେ ବସିଥିଲେ। ଯେଉଁମାନେ ମାଡ ମାରିଛନ୍ତି ସେମାନେ ବିଜେପି ଦଳର ବୋଲି କୁହାଯାଉଛି।
ଏ ନେଇ ମେୟର ସୁଲୋଚନା ଦାସ ତୀବ୍ର ପ୍ରତିକିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ବର୍ତ୍ତମାନ ରାଜ୍ୟର ଆଇନ ବ୍ୟବସ୍ଥା ଭୁଷୁଡି ଗଲାଣି। ସରକାରୀ ଅଫିସ ଭିତରେ ପଶି ଜଣେ ଅଧିକାରୀଙ୍କୁ ମାଡ ମାରିବା ନିନ୍ଦନୀୟ ଘଟଣା ବୋଲି ସେ କହିଛନ୍ତି।