Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ପରିବାର ପୋଷିବା ପାଇଁ ସେ ଡେଲିଭରୀ ବଏ ଓ ରଂଗ କାମ କରୁଥିଲେ, ହେଲେ ପାଇଗଲେ ଆଇଏଏସ
ଜାତୀୟ ଖବର

ପରିବାର ପୋଷିବା ପାଇଁ ସେ ଡେଲିଭରୀ ବଏ ଓ ରଂଗ କାମ କରୁଥିଲେ, ହେଲେ ପାଇଗଲେ ଆଇଏଏସ

July 3, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
AbinGopi
ପରିବାର ପୋଷିବା ପାଇଁ ସେ ଡେଲିଭରୀ ବଏ ଓ ରଂଗ କାମ କରୁଥିଲେ, ହେଲେ ପାଇଗଲେ ଆଇଏଏସ

The Samikhsya Desk: ଘରେ ଚଳିବା ପାଇଁ ପଇସା ନ ଥିଲା। ତେଣୁ ପୁଅ ହିସାବରେ କିଛି ରୋଜଗାର କରିବା ପାଇଁ ଇଚ୍ଛା ହେଲା। କିନ୍ତୁ ଭାଗ୍ୟ ଖରାପ କିଛି ମିଳିଲା ନାହିଁ। ଫଳରେ ସେ ବାଧ୍ୟ ହୋଇ ଡେଲିଭରୀ ବଏ ହୋଇ ନିଜ ପରିବାର ଗୁଜୁରାଣ ମେଣ୍ଟାଇବା ପାଇଁ ଆରମ୍ଭ କଲେ ପଦକ୍ଷେପ। ସେତିକି ନୁହେଁ ସେ ପେଣ୍ଟର ଭାବେ ମଧ୍ୟ ନିଜର ବୃତ୍ତିଗତ ଜୀବନ ଆରମ୍ଭ କଲେ। ଏପରିକି ହୋଟେଲ ବଏ ଭାବରେ ମଧ୍ୟ କାମ କଲେ।

ଯାହା ଭାଗ୍ୟରେ ଯାହା ଥିବ ତାହାକୁ କିଏ ରୋକିପାରିବ। ସେହି କାମ କରିବା ସହିତ କଣ ମନହେଲା କେଜାଣି UPSC ପରୀକ୍ଷା ଦେଲେ ଆଉ ପାଇଗଲେ ମଧ୍ୟ। ଡେଲିଭରୀ ବଏରୁ ସିଧା ଆଇଏଏସ। ପରିବାରରେ ଆନନ୍ଦ କହିଲେ ନ ସରେ। କେହି କେବେ ଭାବି ନ ଥିଲା ଯେ, ସେ ଆଇଏଏସ ପାଇବେ। ଆମେ କହୁଛୁ କେରଳର ପୁଅ ଅବିନ ଗୋପିଙ୍କ କଥା। ଯିଏ ଜୀବନଧାରଣ ପାଇଁ ବହୁ କଷ୍ଟ ସ୍ବୀକାର କରି ଶେଷରେ ଆଇଏସ ହେବାର ସୌଭାଗ୍ୟ ହାସଲ କରିପାରିଲେ।

ୟୁପିଏସସି ପରୀକ୍ଷା କୃତକାର୍ଯ୍ୟ ହେବା ପାଇଁ ସେ ଦିନକୁ 15 ଘଣ୍ଟା ଅଧ୍ୟୟନ କରୁଥିଲେ। 2019 ରେ, ଅବିନ ତାଙ୍କର ଅନେକ ଚାକିରି ଛାଡି କେବଳ ତାଙ୍କ ପାଠପଢ଼ାରେ ଧ୍ୟାନ ଦେବାକୁ ନିଷ୍ପତ୍ତି ନେଇଥିଲେ। ସେ UPSC ସିଭିଲ୍ ସର୍ଭିସେସ୍ ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ, ଏହାକୁ ସଫଳ କରିବା ଏବଂ ତାଙ୍କ ପରିବାରର ପରିସ୍ଥିତିକୁ ଉନ୍ନତ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଥିଲେ।

ଅବିନଙ୍କ କଠିନ ପରିଶ୍ରମ ଏବଂ ଅଧ୍ୟବସାୟ ବଳରେ ସେ 2021 ମସିହାରେ ଆଇଏଏସ ପାଇବାରେ ସଫଳ ହୋଇଥିଲେ। ସେ ଭଲ ନମ୍ବର ପାଇ ରାଜସ୍ୱ ବିଭାଗରେ ଡେପୁଟି କଲେକ୍ଟର ଭାବରେ ମନୋନୀତ ହୋଇଛନ୍ତି। ଅବିନଙ୍କ ସଫଳତା ଅନେକଙ୍କ ପାଇଁ ପ୍ରେରଣା, କଠିନ ପରିଶ୍ରମ ଏବଂ ଦୃଢ଼ ସଂକଳ୍ପର ଶକ୍ତି ଅନ୍ୟମାନଙ୍କ ପାଇଁ ଆଦର୍ଶ ପାଲଟିଛି।

Share. Facebook Twitter LinkedIn Email WhatsApp Copy Link

Related Posts

ବନ୍ଦେ ମାତରମ୍ ଉପରେ ବଡ଼ ବୟାନ ଦେଲେ ମହମ୍ମଦ ଶାମି: ଜାଣିଲେ ଆଶ୍ଚର୍ଯ୍ୟ ହେବେ

August 5, 2026

କାହା ପାଇଁ ଆଜିର ଦିନଟି ସୁଖ ଆଣିବ, କାହାର ବିଗିଡିବ ସ୍ୱାସ୍ଥ୍ୟ: ପଢନ୍ତୁ ବୁଧବାର ରାଶିଫଳ

August 5, 2026

ହୁଥି ବିଦ୍ରୋହୀଙ୍କ ଆକ୍ରମଣ: ଲାଲ ସାଗରରେ ବୁଡ଼ିଗଲା ଭାରତୀୟ ଜାହାଜ 

August 4, 2026

ଜନ୍ମ–ମୃତ୍ୟୁ ପଞ୍ଜୀକରଣର ନିୟମ ବଦଳିଲା : ସଂଶୋଧନ ବିଲ୍‌କୁ ରାଜ୍ୟସଭାର ମଞ୍ଜୁରୀ

August 4, 2026
Latest News

ଖୁବଶୀଘ୍ର ଆରମ୍ଭ ହେବ ଭୁବନେଶ୍ୱର-କଟକ-ପୁରୀ-ପାରାଦୀପ ସିଟି ଇକୋନୋମିକ୍ ରିଜିଅନ୍ ପ୍ରକଳ୍ପ

August 5, 2026

ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟା ଫାଇଲ ଚୋରି ଘଟଣା: ଆସିଲା ବିଜେପି ର ପ୍ରତିକ୍ରିୟା

August 5, 2026

ବନ୍ଦେ ମାତରମ୍ ଉପରେ ବଡ଼ ବୟାନ ଦେଲେ ମହମ୍ମଦ ଶାମି: ଜାଣିଲେ ଆଶ୍ଚର୍ଯ୍ୟ ହେବେ

August 5, 2026

ଓଡ଼ିଶା ସରକାରଙ୍କ ଓୟୁଏଟି ପିଜି ଓ ପିଏଚ୍.ଡି ଛାତ୍ରଛାତ୍ରୀଙ୍କ ପାଇଁ ଷ୍ଟାଇପେଣ୍ଡ ଘୋଷଣା

August 5, 2026

୭୪ ବର୍ଷରେ ଚିରବିଦାୟ ନେଲେ ଅଭିନେତା ପ୍ରଦୀପ ରାୱତ

August 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.