Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ନୀଳଗିରି ବିଧାୟକଙ୍କ ବିରୋଧରେ ପ୍ରଧାନମନ୍ତ୍ରୀଙ୍କୁ ଫେରାଦ ହେଲେ ବିଜେଡି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର
ଜାତୀୟ ଖବର

ନୀଳଗିରି ବିଧାୟକଙ୍କ ବିରୋଧରେ ପ୍ରଧାନମନ୍ତ୍ରୀଙ୍କୁ ଫେରାଦ ହେଲେ ବିଜେଡି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର

July 3, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
lekha
ନୀଳଗିରି ବିଧାୟକଙ୍କ ବିରୋଧରେ ପ୍ରଧାନମନ୍ତ୍ରୀଙ୍କୁ ଫେରାଦ ହେଲେ ବିଜେଡି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର

ଭୁବନେଶ୍ବର: ନୀଳଗିରିର ବିଜେପି ବିଧାୟକଙ୍କ ବିରୋଧରେ ଗର୍ଜ୍ଜିଲେ ବିଜେଡି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର। ସେତିକି ନୁହେଁ ସେ ଏ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଖରେ ଫେରାଦ ମଧ୍ୟ ହୋଇଛନ୍ତି। ସେ ସାମାଜିକ ଗଣମାଧ୍ୟମରେ ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ କିପରି ମହିଳାମାନଙ୍କୁ ଅସମ୍ମାନ କରୁଛନ୍ତି ତାହା ଲେଖି ପ୍ରଧାନମନ୍ତ୍ରୀଙ୍କୁ ଟ୍ୟାଗ କରିଛନ୍ତି। ଯାହାକୁ ନେଇ ବର୍ତ୍ତମାନ ରାଜ୍ୟ ରାଜନୀତିରେ ବେଶ୍ ଝଡ ସୃଷ୍ଟି ହୋଇଛି।

ନିକଟରେ ବିଜେଡି ତରଫରୁ ଶଙ୍ଖ ଭବନରେ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା। ଯେଉଁଥିରେ ଲେଖାଶ୍ରୀ ସାମନ୍ତସିଂହାର, ପୂର୍ବତନମନ୍ତ୍ରୀ ଜ୍ୟୋତି ପାଣିଗ୍ରାହୀ ଏବଂ ସୁକାନ୍ତ ନାୟକ ଥିଲେ। ଏହି ସମୟରେ ଲେଖାଶ୍ରୀ ନୀଳଗିରି ବିଧାୟକ ସନ୍ତୋଷ ଖଟୁଆଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଥିଲେ। ସେ କହିଥିଲେ ଯେ, ନୀଳଗିରରେ ହାତୀକୁ ହତ୍ୟାକରି ଦାନ୍ତ ଚୋରୀ କରିଥିବା ପାଞ୍ଚ ଅଭିଯୁକ୍ତଙ୍କୁ ବନବିଭାଗ ଗରିଫ କରିଛି।

ତେବେ ସେମାନଙ୍କ ମଧ୍ୟରୁ ତିନିଜଣ ଅଭିଯୁକ୍ତଙ୍କୁ ନୀଳଗିରି ବିଧାୟକଙ୍କ ଫାର୍ମ ହାଉସରୁ ଗିରଫ କରାଯାଇଛି ବୋଲି ଲେଖାଶ୍ରୀ କହିଛନ୍ତି। ହେଲେ ପୋଲିସ ସରକାରଙ୍କ ଚାପରେ ତାହା ପ୍ରକାଶ କରୁ ନାହିଁ କି ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠନ ନେଉ ନାହିଁ। ବିଧାୟକ ମଧ୍ୟ ଏଥିରେ ସଂପୃକ୍ତ ଅଛନ୍ତି ବୋଲି ଲେଖାଶ୍ରୀ ଅଭିଯୋଗ କରିଥିଲେ। ଏପରିକି ବିଧାୟକ ପୂର୍ବରୁ ଛୋଟଛୋଟ ଚୋରୀରେ ଅଭ୍ୟସ୍ତ ବୋଲି ଲେଖାଶ୍ରୀ କହିଥିଲେ।

ଏହାର ପ୍ରତିକ୍ରିୟା ଦେବାକୁ ଯାଇ ବିଧାୟକ ସନ୍ତୋଷ ଖଟୁଆ ପୂରା ସୀମା ଡେଉଁଯାଇଛନ୍ତି। ଲେଖାଶ୍ରୀଙ୍କୁ ସେ ଅଭଦ୍ର ଭାଷାରେ ଗାଳି କରିଛନ୍ତି। ସେ ଟିକେଟ ପାଇଁ ସବୁକିଛି କରୁଥିଲେ ବୋଲି ସନ୍ତୋଷ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି। ସେପରି ଜଣେ ବ୍ୟକ୍ତି ମୋତେ କେମିତି ଚୋର କହିବ ବୋଲି ବିଧାୟକ ପ୍ରଶ୍ନ କରିଛନ୍ତି। ତାଙ୍କର ଏପରି ପ୍ରତିକ୍ରିୟାକୁ ନେଇ ବିଭିନ୍ନ ଗଣମାଧ୍ୟମରେ ପ୍ରଚାର ହେବା ପରେ ଲେଖାଶ୍ରୀ ତାହାର ଭିଡିଓ ଏବଂ ଇଂରାଜୀରେ ଘଟଣା ବିଷୟରେ ଲେଖି ପ୍ରଧାନମନ୍ତ୍ରୀଙ୍କୁ ତଦନ୍ତ କରିବା ପାଇଁ ଅନୁରୋଧ କରିଛନ୍ତି।

ଲେଖାଶ୍ରୀ ଲେଖିଛନ୍ତି ଯେ, “ଦୟାକରି ଆପଣଙ୍କ ଓଡ଼ିଶାର ବିଧାୟକ ମହିଳା ରାଜନେତାଙ୍କ ବିଷୟରେ କହୁଥିବା କଥା ଶୁଣନ୍ତୁ। ମୁଁ ଜାଣେ ଯେ @PMOIndia ରେ ଏବଂ ପାର୍ଟିରେ  ବହୁତ ଦକ୍ଷ ଏବଂ ବୁଦ୍ଧିମାନ ଓଡ଼ିଆ ଅଧିକାରୀ ଅଛନ୍ତି। ଦୟାକରି ସେମାନଙ୍କୁ ଆପଣଙ୍କ ପାଇଁ ଅନୁବାଦ କରିବାକୁ କୁହନ୍ତୁ। ଏହା ଶୁଣିବା ପରେ, ଆମେ ଦେଖିବୁ ଯେ ଆପଣଙ୍କ ପାଖରେ “ନାରୀକୁ ସମ୍ମାନ” କିମ୍ବା “ଅପରେସନ୍ ସିନ୍ଦୁର” ବିଷୟରେ କଥା ହେବାର ପ୍ରେରଣା ଅଛି କି ନାହିଁ।”

ସେହିପରି ଲେଖାଶ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, “ମୁଁ ଜାଣେ ଓଡ଼ିଶା ବିଜେପି ଏତେ ଅକ୍ଷମ ହୋଇଯାଇଛି ଯେ ସେମାନେ ନାରୀକୁ ସମ୍ମାନ ବିଷୟରେ ଚିନ୍ତା ମଧ୍ୟ କରିପାରିବେ ନାହିଁ। ଆପଣଙ୍କ ନିର୍ବାଚିତ ରାଜନେତାଙ୍କ ମହିଳାଙ୍କ ପ୍ରତି ଏପରି ମନୋଭାବ ଓଡ଼ିଶାରେ ମହିଳାମାନଙ୍କ ବିରୁଦ୍ଧରେ ବଢ଼ୁଥିବା ଅପରାଧର ମୂଳ କାରଣ। ଯଦି ଆପଣ ଏପରି ମହିଳା ବିରୋଧୀ ନିର୍ବାଚିତ ପ୍ରତିନିଧିମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାରେ ବିଫଳ ହୁଅନ୍ତି, ତେବେ ମହିଳାମାନଙ୍କ ପ୍ରତି ଆପଣଙ୍କର ପ୍ରତିଶ୍ରୁତି ଫମ୍ପା ମନେ ହେବ।”

ଲେଖାଶ୍ରୀ ଏହାକୁ ପ୍ରଥମେ ନରେନ୍ଦ୍ରମୋଦୀଙ୍କୁ ଟ୍ୟାଗ କରିବା ସହିତ ଲେଖା ମଝିରେ ପିଏମଓ ଇଣ୍ଡିଆରେ ମଧ୍ୟ ଟ୍ୟାଗ କରିଛନ୍ତି। ଫଳରେ ଏହି ଇଂରାଜୀ ଲେଖା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ନିଶ୍ଚିତ ଆଲୋଚନା ହେବ। ତେବେ ପ୍ରଧାନମନ୍ତ୍ରୀ ଏବେ ବିଦେଶ ଗସ୍ତରେ ଥିବାରୁ ସେ ଉପରେ କଣ ପଦକ୍ଷେପ ନେବେ କି ନାହିଁ ଜଣାପଡି ନାହିଁ। ହେଲେ ରାଜ୍ୟ ବିଜେପିରେ ଏହାକୁ ନେଇ ବେଶ କଂପନ ସୃଷ୍ଟି ହେବାରେ ଲାଗିଛି।

Lekhashree ଲେଖାଶ୍ରୀ ସାମନ୍ତସିଂହାର ସନ୍ତୋଷ ଖଟୁଆ
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟ ଅନୁସୂଚିତ ଜାତି କଂଗ୍ରେସ ଓ ଆଦିବାସୀ କଂଗ୍ରେସ ତରଫରୁ ଧାରଣା, ଜାଣନ୍ତୁ କାରଣ

February 19, 2026

ରାଞ୍ଚି ଆକାଶବାଣୀ କେନ୍ଦ୍ରରେ ଏଫଏମ୍ ପ୍ରସାରଣର ସମ୍ପୂର୍ଣ୍ଣ ଉପଯୋଗ ପାଇଁ ଏଡିଜିଙ୍କ ପରାମର୍ଶ

February 19, 2026

କୃତ୍ରିମ ବୁଦ୍ଧିମତା ମାନବ ଇତିହାସରେ ଏକ ପରିବର୍ତ୍ତନକାରୀ ଅଧ୍ୟାୟ: ପ୍ରଧାନମନ୍ତ୍ରୀ

February 19, 2026

ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ର: ଜାଣନ୍ତୁ କାହିଁକି?

February 19, 2026
Latest News

ରାଜ୍ୟ ଅନୁସୂଚିତ ଜାତି କଂଗ୍ରେସ ଓ ଆଦିବାସୀ କଂଗ୍ରେସ ତରଫରୁ ଧାରଣା, ଜାଣନ୍ତୁ କାରଣ

February 19, 2026

ରାଞ୍ଚି ଆକାଶବାଣୀ କେନ୍ଦ୍ରରେ ଏଫଏମ୍ ପ୍ରସାରଣର ସମ୍ପୂର୍ଣ୍ଣ ଉପଯୋଗ ପାଇଁ ଏଡିଜିଙ୍କ ପରାମର୍ଶ

February 19, 2026

କୃତ୍ରିମ ବୁଦ୍ଧିମତା ମାନବ ଇତିହାସରେ ଏକ ପରିବର୍ତ୍ତନକାରୀ ଅଧ୍ୟାୟ: ପ୍ରଧାନମନ୍ତ୍ରୀ

February 19, 2026

ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ର: ଜାଣନ୍ତୁ କାହିଁକି?

February 19, 2026

ଏବେ ଓଡିଶା ସମେତ ଏହି ରାଜ୍ୟରେ ଆରମ୍ଭ ହେବ SIR: ଜାଣନ୍ତୁ ଆପଣଙ୍କୁ କ’ଣ କରିବାକୁ ପଡ଼ିବ?

February 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.