Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଧାର୍ଯ୍ୟ ସମୟର ପାଞ୍ଚ ବର୍ଷ ପୂର୍ବରୁ ୫୦% ସ୍ୱଚ୍ଛ ଶକ୍ତି କ୍ଷମତା ହାସଲ କଲା ଭାରତ
ଜାତୀୟ ଖବର

ଧାର୍ଯ୍ୟ ସମୟର ପାଞ୍ଚ ବର୍ଷ ପୂର୍ବରୁ ୫୦% ସ୍ୱଚ୍ଛ ଶକ୍ତି କ୍ଷମତା ହାସଲ କଲା ଭାରତ

July 14, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
୨୦୨୮ ସୁଦ୍ଧା ପ୍ରାୟ ୩.୫ ବିଲିୟନ ୟୁନିଟ୍ ବିଦ୍ୟୁତ୍ ଉତ୍ପାଦନ କରିବ ଭାରତ
୨୦୨୮ ସୁଦ୍ଧା ପ୍ରାୟ ୩.୫ ବିଲିୟନ ୟୁନିଟ୍ ବିଦ୍ୟୁତ୍ ଉତ୍ପାଦନ କରିବ ଭାରତ

ନୂଆଦିଲ୍ଲୀ: ଭାରତ ଏହାର ସ୍ୱଚ୍ଛ ଶକ୍ତି ଦିଗରେ ପରିବର୍ତ୍ତନର ଯାତ୍ରାରେ ଏକ ଐତିହାସିକ ସଫଳତା ହାସଲ କରିଛି। ପ୍ୟାରିସ ଚୁକ୍ତିନାମାରେ ଜାତୀୟ ନିର୍ଦ୍ଧାରିତ ଅବଦାନ ଅନୁଯାୟୀ ଧାର୍ଯ୍ୟ ଲକ୍ଷ୍ୟଠାରୁ ପାଞ୍ଚ ବର୍ଷ ପୂର୍ବରୁ ଭାରତ ଅଣ-ଜୀବାଶ୍ମ ଇନ୍ଧନ ଉତ୍ସରୁ ସ୍ଥାପିତ ବିଦ୍ୟୁତ୍ କ୍ଷମତାର ୫୦% ହାସଲ କରିଛି। ଏହି ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଜଳବାୟୁ କାର୍ଯ୍ୟ ଏବଂ ଦୀର୍ଘସ୍ଥାୟୀ ବିକାଶ ପ୍ରତି ଦେଶର ଦୃଢ଼ ପ୍ରତିବଦ୍ଧତାକୁ ସ୍ପଷ୍ଟ କରିଥାଏ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତର ସ୍ୱଚ୍ଛ ଶକ୍ତି ଦିଗରେ ପରିବର୍ତ୍ତନର ଯାତ୍ରା ତ୍ୱରାନ୍ୱିତ ହେଉଥିବା ଏଥିରୁ ପ୍ରମାଣିତ ହୋଇଛି।

କେନ୍ଦ୍ର ନୂତନ ଏବଂ ଅକ୍ଷୟ ଶକ୍ତି ମନ୍ତ୍ରୀ ଶ୍ରୀ ପ୍ରହଲ୍ଲାଦ ଜୋଶୀ କହିଛନ୍ତି, ‘‘ଜଳବାୟୁ ପରିବର୍ତ୍ତନ ସମସ୍ୟାର ସମାଧାନ ଖୋଜୁଥିବା ବିଶ୍ୱରେ, ଭାରତ ମାର୍ଗ ଦେଖାଉଛି। ୨୦୩୦ ସୁଦ୍ଧା ଧାର୍ଯ୍ୟ ଲକ୍ଷ୍ୟଠାରୁ ପାଞ୍ଚ ବର୍ଷ ପୂର୍ବରୁ ୫୦% ଅଣ-ଜୀବାଶ୍ମ ଇନ୍ଧନ କ୍ଷମତା ହାସଲ କରିବା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଏକ ଗର୍ବର ମୁହୂର୍ତ୍ତ। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ ଭାରତର ସବୁଜ ପରିବର୍ତ୍ତନକୁ ଆଗକୁ ବଢ଼ୁଛି । ଦେଶ ଏକ ଆତ୍ମନିର୍ଭରଶୀଳ ଏବଂ ଦୀର୍ଘସ୍ଥାୟୀ ଭବିଷ୍ୟତ ପାଇଁ ପଥ ପ୍ରଶସ୍ତ କରୁଛି।’’

ଏହି ସଫଳତା ଦୂରଦୃଷ୍ଟିପୂର୍ଣ୍ଣ ନୀତି ପ୍ରଣୟନ, ଏହାର ଦୃଢ଼ କାର୍ଯ୍ୟକାରିତା ଏବଂ ସମାନତା ତଥା ଜଳବାୟୁ ଦାୟିତ୍ୱ ପ୍ରତି ଦେଶର ଗଭୀର ପ୍ରତିବଦ୍ଧତାକୁ ଏହା ପ୍ରତିଫଳିତ କରେ। ପିଏମ-କୁସୁମ, ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର: ମୁଫ୍ତ ବିଜଲି ଯୋଜନା, ସୌର ପାର୍କ ବିକାଶ ଏବଂ ଜାତୀୟ ପବନ-ସୌର ହାଇବ୍ରିଡ୍ ନୀତି ଭଳି ପ୍ରମୁଖ କାର୍ଯ୍ୟକ୍ରମ ଏହି ପରିବର୍ତ୍ତନ ପାଇଁ ଏକ ଦୃଢ଼ ମୂଳଦୁଆ ସ୍ଥାପନ କରିଛି।

ବିଶ୍ୱ ପରିପ୍ରେକ୍ଷୀରେ ଭାରତର ପ୍ରଗତି ଅଧିକ ଗୁରୁତ୍ୱ ବହନ କରେ। ବିଶ୍ୱ ସ୍ତରରେ ମୁଣ୍ଡପିଛା ନିର୍ଗମନ ସବୁଠାରୁ କମ୍ ହେବା ସତ୍ତ୍ୱେ, ଭାରତ ହାତଗଣତି ଜି-ଟ୍ୱେଣ୍ଟି ଦେଶ ମଧ୍ୟରୁ ଅନ୍ୟତମ ଯେଉଁମାନେ ସେମାନଙ୍କର ସ୍ୱଚ୍ଛ ଶକ୍ତି ପ୍ରତିଶ୍ରୁତି ପୂରଣ କରିବାକୁ କିମ୍ବା ଅତିକ୍ରମ କରିବାର ମାର୍ଗରେ ଅଛନ୍ତି।

ଏହି ପ୍ରାରମ୍ଭିକ ସଫଳତା ଆହୁରି ଉଚ୍ଚ ଲକ୍ଷ୍ୟ ରଖିବା ପାଇଁ ଏକ ସୁଯୋଗ ପ୍ରଦାନ କରେ। ଭାରତର ଶକ୍ତି ପରିବର୍ତ୍ତନର ପରବର୍ତ୍ତୀ ପର୍ଯ୍ୟାୟରେ ସ୍ୱଚ୍ଛ ଶକ୍ତି ଉପଲବ୍ଧତାରେ ଗୁଣବତ୍ତା, ସମାନତା ଏବଂ ସ୍ଥିରତାକୁ ପ୍ରାଥମିକତା ଦେବ। ଅକ୍ଷୟ ଶକ୍ତି ପ୍ରଣାଳୀର ବିତରଣ, ଇନ୍ଧନ ସଞ୍ଚୟ କରୁଥିବା ଉପକରଣର ବ୍ୟବହାର ଏବଂ ଗ୍ରାମୀଣ ଓ ଅନୁନ୍ନତ ଅଞ୍ଚଳରେ ମୁଣ୍ଡପିଛା ସ୍ୱଚ୍ଛ ବିଦ୍ୟୁତ୍ ବ୍ୟବହାରକୁ ଦ୍ୱିଗୁଣିତ କରିବା ଲାଗି ଗୁରୁତ୍ୱ ଦିଆଯିବ ।

କୃତ୍ରିମ ବୁଦ୍ଧିମତା ବା ଏଆଇ ଭାରତର ଭବିଷ୍ୟତର ଶକ୍ତି ଭିତ୍ତିଭୂମିର ଆଧାର ଭାବରେ ଉଭା ହେବାକୁ ଯାଉଛି। ଏଆଇ-ଚାଳିତ ପ୍ଲାଟଫର୍ମ ସହିତ, ଛାତ ଉପରେ ସୌରଶକ୍ତି, ବୈଦ୍ୟୁତିକ ଯାନବାହନ ଏବଂ ସ୍ମାର୍ଟ ମିଟରଗୁଡ଼ିକ ଗ୍ରାହକମାନଙ୍କୁ ସକ୍ରିୟ ଶକ୍ତି ଉତ୍ପାଦକରେ ପରିଣତ କରିବ।

ଦେଶ ୨୦୩୦ ସୁଦ୍ଧା ୫୦୦ ଗିଗାୱାଟ ଅଣ-ଜୀବାଶ୍ମ କ୍ଷମତା ଏବଂ ୨୦୭୦ ସୁଦ୍ଧା ଶୂନ୍ୟ ଅଙ୍ଗାରକାମ୍ଳ ନିର୍ଗମନ ଲକ୍ଷ୍ୟ ଆଡ଼କୁ ଅଗ୍ରସର ହେଉଥିବାରୁ ଭବିଷ୍ୟତର ମାର୍ଗ ଦୃଢ଼, ସମାବେଶୀ ଏବଂ ପ୍ରଯୁକ୍ତିବିଦ୍ୟା-ଚାଳିତ ହେବା ଆବଶ୍ୟକ।

ଅକ୍ଷୟ ଶକ୍ତି ଭାରତ
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତ ପାଇଁ ବଡ଼ କୂଟନୈତିକ ବିଜୟ: ବ୍ରିକ୍ସ ଘୋଷଣାନାମାରେ ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା

September 12, 2026

‘ଔରଙ୍ଗଜେବଙ୍କ ଭଳି ମାନସିକତା’: ଅଖିଳେଶ ଯାଦବଙ୍କ ଉପରେ ସଙ୍ଗୀତ ସୋମଙ୍କ କଡ଼ା ଆକ୍ରମଣ

September 12, 2026

ସବ୍-ଜେଲରୁ ଦୁଷ୍କର୍ମ କଏଦୀ ଫେରାର: ଜେଲର ନିଲମ୍ବିତ, ତଦନ୍ତ ଜାରି

September 12, 2026

୮୦ ଦଶକ ଫଟୋ ଟ୍ରେଣ୍ଡ୍‌ର ମୋହ: ଗୋଟିଏ ଫଟୋ ପାଇଁ ଖର୍ଚ୍ଚ ହେଉଛି ଲିଟର ଲିଟର ପାଣି

September 12, 2026
Latest News

ପ୍ରବାସୀ ଓଡ଼ିଆଙ୍କ କାର୍ଯ୍ୟକ୍ରମ “ଝିଲମିଲ୍ ରାତି” ଅଷ୍ଟ୍ରେଲିଆରେ ଦର୍ଶକଙ୍କୁ କଲା ବିଭୋର

September 12, 2026

ରଣପୁରରେ ନବ ଭାରତ ସାକ୍ଷରତା ସଚେତନତାର ନିଆରା ପ୍ରୟାସ

September 12, 2026

ବାଣପୁର କୋର୍ଟ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

September 12, 2026

ପାକିସ୍ତାନକୁ କ୍ଲିନ ସ୍ଵିପ୍ କଲା ଇଂଲଣ୍ଡ: ୩-୦ ରେ ଜିତିଲା ଟେଷ୍ଟ ସିରିଜ୍

September 12, 2026

ଭାରତ ପାଇଁ ବଡ଼ କୂଟନୈତିକ ବିଜୟ: ବ୍ରିକ୍ସ ଘୋଷଣାନାମାରେ ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା

September 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.