Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଜାତୀୟ ହସ୍ତତନ୍ତ ଦିବସରେ ଭୁବନେଶ୍ବରରେ ‘ଆର୍ଟସ ଅଫ୍‌ ଉଇଭିଂ’ ର ଅଭିନବ ପ୍ରୟାସ
ଜାତୀୟ ଖବର

ଜାତୀୟ ହସ୍ତତନ୍ତ ଦିବସରେ ଭୁବନେଶ୍ବରରେ ‘ଆର୍ଟସ ଅଫ୍‌ ଉଇଭିଂ’ ର ଅଭିନବ ପ୍ରୟାସ

August 7, 2025No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଜାତୀୟ ହସ୍ତତନ୍ତ ଦିବସ
ଜାତୀୟ ହସ୍ତତନ୍ତ ଦିବସରେ ଭୁବନେଶ୍ବରରେ 'ଆର୍ଟସ ଅଫ୍‌ ଉଇଭିଂ' ର ଅଭିନବ ପ୍ରୟାସ

ଭୁବନେଶ୍ବର: ଓଡ଼ିଶା ହସ୍ତତନ୍ତର ଅନ୍‌ଲାଇନ୍‌ ବ୍ୟବସାୟିକ ପ୍ଲାଟ୍‌ଫର୍ମ ‘ଆର୍ଟସ ଅଫ୍‌ ଉଇଭିଂ’ ତରଫରୁ ଅତି ଆକର୍ଷଣୀୟ ଏବଂ ନିଆରା ଭାବରେ ଜାତୀୟ ହସ୍ତତନ୍ତ ଦିବସ ପାଳିତ ହୋଇଯାଇଛି । ଓଡ଼ିଶାର ବୁଣାକାର ପରମ୍ପରାକୁ ସମ୍ମାନ ଦେବା ସହ ଏହାକୁ ନୂତନ ଦିଗରେ ଆଗେଇ ନେବା ପାଇଁ ଅଭିନବ ପ୍ରୟାସ
କରାଯାଇଛି ।

ଏବର୍ଷ ‘ଆର୍ଟସ ଅଫ୍‌ ଉଇଭିଂ’ (ଏଓଡବ୍ଲୁ୍ୟ) ତାଙ୍କର ଓଡିଶା ହସ୍ତତନ୍ତ ସାମଗ୍ରୀକୁ ଏଆଇ (AI) ମଡେଲ୍‌ ମାଧ୍ୟମରେ ଦର୍ଶାଇବା ଆରମ୍ଭ କରିଛନ୍ତି, ଯାହା ଅତ୍ୟନ୍ତ କମ ଖର୍ଚ୍ଚ ଓ ତ୍ୱରିତ ଉପାୟରେ ଉତ୍ପାଦମାନଙ୍କୁ ବିଶ୍ୱସ୍ତରରେ ଉପସ୍ଥାପନ କରିବାରେ ସାହାଯ୍ୟ କରିଛି । ଏହି ମାଧ୍ୟମରେ ଓଡ଼ିଶା ହସ୍ତତନ୍ତକୁ ବିଦେଶୀ ଗ୍ରାହକଙ୍କ ସହ ସଂଯୁକ୍ତ କରାଯାଇପାରିଛି ।
ହସ୍ତତନ୍ତ ଦିବସ ପାଳନ ଅବସରରେ ଏଓଡବ୍ଲୁ୍ୟ ପକ୍ଷରୁ ଏରି ସିଲ୍କର ପ୍ରଚାର ପ୍ରସାର ପାଇଁ ପଦକ୍ଷେପ ନିଆଯାଇଛି ।

ଏରିି ସିଲ୍କକୁ ଅହିଂସା ରେସମ ବା କରୁଣା ରେସମ ବି କୁହାଯାଏ । ପାରମ୍ପରିକ ରେସମ ଉତ୍ପାଦନରେ ରେସମ କୀଟକୁ ଜୀବନ୍ତ ଅବସ୍ଥାରେ ସିଝେଇ ଦିଆଯାଏ । କିନ୍ତୁ ଏରି ରେସମ ଉତ୍ପାଦନରେ ଏହି କୀଟକୁ କୌଣସି ହାନି ନ କରାଯାଇ, ତାକୁ ପୂର୍ଣ୍ଣ ଜୀବନଚକ୍ର ସମାପ୍ତ କରି ବାହାରିବା ପରେ ରେସମକୁ ତିଆରି କରାଯାଏ । ଏହି ମାନବିକ ସମ୍ବେଦନ ଓ ଅହିଂସାର ଧାରାକୁ ଏକ ନୀତିଗତ ବିକଳ୍ପ ହିସାବରେ ବିଶ୍ୱରେ ପ୍ରଚାର କରାଯାଉଛି ।

ଜାତୀୟ ହସ୍ତତନ୍ତ ଦିବସ ଅବସରରେ ସ୍ଥାନୀୟ ଏକ ହୋଟେଲରେ ଆୟୋଜିତ ଏକ ଉତ୍ସବରେ ଏଓଡବ୍ଲୁ୍ୟ ପକ୍ଷରୁ ପ୍ରଥମ ୫୦ ଜଣ ହସ୍ତତନ୍ତପ୍ରେମୀ ଗ୍ରାହକଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ସେମାନଙ୍କ ସହଯୋଗ ପାଇଁ ସଂଗଠନର ଅନ୍ୟତମ ସହ-ପ୍ରତିଷ୍ଠାତା ଡ. ସୁଜାତା ଦାସ କୃତଜ୍ଞତା ଅର୍ପଣ କରିଥିଲେ। ଏଓଡବ୍ଲୁ୍ୟ ସହ ଯୋଡ଼ି ହୋଇ ଓଡ଼ିଶା ହସ୍ତତନ୍ତର ପ୍ରଚାରପ୍ରସାରରେ ବିଶେଷ ଭୂମିକା ନିର୍ବାହ କରିଥିବା ସୂଚନା ଓ ଲୋକସମ୍ପର୍କ ବିଭାଗର ଉପନିର୍ଦ୍ଦେଶିକା ସୁଚେତା ପ୍ରିୟଦର୍ଶିନୀଙ୍କୁ କଳାହାଣ୍ଡିର ହବସପୁରୀ ଶାଢ଼ି ପ୍ରଦାନପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା ।

ଓଡ଼ିଶା ହସ୍ତତନ୍ତ ବୟନ କଳାର ଉତ୍କର୍ଷ ଏବଂ ଉପାଦେୟତା ସଂପର୍କରେ ଶ୍ରୀମତୀ ପ୍ରିୟଦର୍ଶିନୀ ତାଙ୍କ ବକ୍ତବ୍ୟରେ ଆଲୋକପାତ କରିବା ସହ ଆଜିର ବ୍ୟସ୍ତବହୁଳ ଜୀବନରେ ଓଡ଼ିଶା ହସ୍ତତନ୍ତ ଉତ୍ପାଦ ପାଇବା ନିମନ୍ତେ ଏଓଡବ୍ଲୁ୍ୟ ୱେବ୍‌ସାଇଟ୍‌ ଏକ ଚମତ୍କାର ବିକଳ୍ପ ବୋଲି ଉଲ୍ଲେଖ କରିଥିଲେ ।

ଅତି ଅଳ୍ପ ସମୟ ମଧ୍ୟରେ ଏଓଡବ୍ଲୁ୍ୟ ନିଜର ଗ୍ରାହକ ମଞ୍ଚ ସୃଷ୍ଟି କରିପାରିଛି ଏବଂ ଏ ଯାବତ୍‌ ପର୍ଯ୍ୟାପ୍ତ ପରିମାଣର ସମ୍ବଲପୁରୀ ଇକତ୍‌ ପାଟ, ଖଣ୍ଡୁଆ, କୋଟପାଡ଼, ବ୍ରହ୍ମପୁର ପାଟ, ଗୋପାଳପୁର ଟସର ଏବଂ ପଟ୍ଟଚିତ୍ର ଶାଢ଼ି ଓ ଡ୍ରେସ୍‌ ମ୍ୟାଟେରିଆଲ୍‌ ଗ୍ରାହକମାନଙ୍କ ନିକଟରେ ପହଞ୍ଚାଇ ସେମାନଙ୍କ ଆସ୍ଥାଭାଜନ ହୋଇପାରିଛି । ଏହି ଅବସରରେ କମ୍ପାନୀ ପକ୍ଷରୁ ପ୍ରସ୍ତୁତ ହୋଇଥିବା ଟସର ଓ କୋଟପାଡ଼ ବ୍ଲେଜର୍‌, ଜ୍ୟାକେଟ୍‌, ବିଚିତ୍ରାପୁରୀ ପାଟର ଲଙ୍ଗ୍‌ ଜ୍ୟାକେଟ୍‌ ପ୍ରଦର୍ଶିତ ହୋଇଥିଲା । ଏହି ସବୁ ସାମଗ୍ରୀକୁ ଗ୍ରାହକଙ୍କ ପାଖରେ ପହଞ୍ଚାଇବା ନିମନ୍ତେ କମ୍ପାନୀ ପକ୍ଷରୁ ନିଜସ୍ୱ ଡିଜାଇନର୍‌ଙ୍କୁ ମଧ୍ୟ ନିୟୋଜିତ କରାଯାଇଛି ।

ଏଓଡବ୍ଲୁ୍ୟ ଚଳିତ ବର୍ଷ ଯୁବପିଢ଼ିଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ନୂଆ ଫ୍ୟାସନ୍‌ ଉପରେ ବି ଗୁରୁତ୍ୱ ଦେଇଛି । ପାରମ୍ପରିକ ଫ୍ୟାବ୍ରିକ୍‌ ଓ ଆଧୁନିକ ଡିଜାଇନ୍‌ର ମିଶ୍ରଣରେ କିଛି ଆକର୍ଷଣୀୟ ପୋଷାକର ଅନ୍‌ଲାଇନ୍‌ ଉପଲବ୍ଧତା ପାଇଁ ପଦକ୍ଷେପ ନେଇଛି ।

ୱେବ୍‌ସାଇଟ୍‌ରେ ଗୋପାଳପୁର ଟସର୍‌ ଓ କୋଟପାଡ କପାସ୍‌ରେ ମହିଳା ବ୍ଲେଜର୍‌ ତଥା ହାଲୁକା ସୌଖୀନ ଜ୍ୟାକେଟ ଏକ ଶକ୍ତିଶାଳୀ ଫ୍ୟୁଜନ୍‌ ରୁପେ ଦେଖାଇଥିବା ପୋଷାକ ଯୁବ ମହିଳା ଉଦ୍ୟୋଗୀମାନଙ୍କ ପାଇଁ ବେଶ୍‌ ପସନ୍ଦଯୋଗ୍ୟ ହୋଇପାରିଛି । ସେହିପରି ସମ୍ବଲପୁରୀ ପାଟ କପଡ଼ାରେ ଇକତ କାମ ହୋଇଥିବା ଲମ୍ବା ଜାକେଟ୍‌ ପାରମ୍ପରିକ ଶିଳ୍ପକୁ ଆଧୁନିକ ମୂଲ୍ୟ ଦେଇ ପୁନଃସୃଷ୍ଟି କରାଯାଇଛି, ଯାହା ସବୁବର୍ଗର ମହିଳାମାନଙ୍କୁ ଆକର୍ଷଣୀୟ ଲୁକ୍‌ ଦେଇପାରିବ ।

ଆମେରିକାରେ କୃତି୍ରମ ବୁଦ୍ଧିମତ୍ତା (ଏଆଇ) ସମ୍ପର୍କରେ ଉଚ୍ଚତର ଶିକ୍ଷା ଲାଭ କରିଥିବା ଏଓଡବ୍ଲୁ୍ୟର ସଂସ୍ଥାପକ ଦିଶା ଦାସ କହିଛନ୍ତି: ଓଡ଼ିଶା ରେସମ ଓ ବୁଣାକାର ଶିଳ୍ପକୁ ବିଶ୍ୱମଞ୍ଚକୁ ନେବା ଆମର ଲକ୍ଷ୍ୟ । ଏହା ପାଇଁ ଆମେ ପ୍ରଯୁକ୍ତି ଓ ସ୍ୱଦେଶୀ କପଡ଼ା ଓ ନୂଆ ଭାବଧାରାରେ ନିର୍ମିତ ପୋଷାକକୁ ନେଇ ଆଗକୁ ବଢ଼ୁଛୁ

National Handloom Day ଆର୍ଟସ ଅଫ୍‌ ଉଇଭିଂ ଜାତୀୟ ହସ୍ତତନ୍ତ ଦିବସ
Share. Facebook Twitter LinkedIn Email WhatsApp Copy Link

Related Posts

ଆଦିତ୍ୟ ଆଲୁମିନିୟମ ପକ୍ଷରୁ ପାଳନ ହେଲା ବିଶ୍ଵ ସ୍ତନ୍ୟପାନ ସପ୍ତାହ

August 7, 2025

ଅଭିନେତ୍ରୀ ମାଧୁରୀ ଦୀକ୍ଷିତଙ୍କୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କଲେ ବଡ ଘୋଷଣା, ସେ ଓଡିଶାର ହେବେ…

August 7, 2025

ଗ୍ରାହକଙ୍କ ପାଇଁ ରିଲାଏନ୍ସ ଜିଓର ମ୍ୟାଚିଙ୍ଗ ମୋବାଇଲ ନମ୍ବର ଚୟନ ସୁବିଧା: ମାତ୍ର ୫୦ ଟଙ୍କାର ସ୍ୱତନ୍ତ୍ର ପ୍ରାରମ୍ଭିକ ମୂଲ୍ୟ

August 7, 2025

TCS କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର, ଆସନ୍ତା ମାସରୁ 80% କର୍ମଚାରୀଙ୍କ ବୃଦ୍ଧି ହେବ ଦରମା

August 7, 2025
Latest News

ଆଦିତ୍ୟ ଆଲୁମିନିୟମ ପକ୍ଷରୁ ପାଳନ ହେଲା ବିଶ୍ଵ ସ୍ତନ୍ୟପାନ ସପ୍ତାହ

August 7, 2025

ଅଭିନେତ୍ରୀ ମାଧୁରୀ ଦୀକ୍ଷିତଙ୍କୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କଲେ ବଡ ଘୋଷଣା, ସେ ଓଡିଶାର ହେବେ…

August 7, 2025

ଜାତୀୟ ହସ୍ତତନ୍ତ ଦିବସରେ ଭୁବନେଶ୍ବରରେ ‘ଆର୍ଟସ ଅଫ୍‌ ଉଇଭିଂ’ ର ଅଭିନବ ପ୍ରୟାସ

August 7, 2025

ଗ୍ରାହକଙ୍କ ପାଇଁ ରିଲାଏନ୍ସ ଜିଓର ମ୍ୟାଚିଙ୍ଗ ମୋବାଇଲ ନମ୍ବର ଚୟନ ସୁବିଧା: ମାତ୍ର ୫୦ ଟଙ୍କାର ସ୍ୱତନ୍ତ୍ର ପ୍ରାରମ୍ଭିକ ମୂଲ୍ୟ

August 7, 2025

TCS କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର, ଆସନ୍ତା ମାସରୁ 80% କର୍ମଚାରୀଙ୍କ ବୃଦ୍ଧି ହେବ ଦରମା

August 7, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.