Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଡିଜିଲକର ଏବଂ ଇ-ଡିଷ୍ଟ୍ରିକ୍ଟ ପ୍ଲାଟଫର୍ମରେ ସାମିଲ ହେଲା ପ୍ରାୟ ୨ ହଜାର ଇ-ସରକାରୀ ସେବା
ଜାତୀୟ ଖବର

ଡିଜିଲକର ଏବଂ ଇ-ଡିଷ୍ଟ୍ରିକ୍ଟ ପ୍ଲାଟଫର୍ମରେ ସାମିଲ ହେଲା ପ୍ରାୟ ୨ ହଜାର ଇ-ସରକାରୀ ସେବା

September 1, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଡିଜିଲକର ଏବଂ ଇ-ଡିଷ୍ଟ୍ରିକ୍ଟ
ଡିଜିଲକର ଏବଂ ଇ-ଡିଷ୍ଟ୍ରିକ୍ଟ ପ୍ଲାଟଫର୍ମରେ ସାମିଲ ହେଲା ପ୍ରାୟ ୨ ହଜାର ଇ-ସରକାରୀ ସେବା

ନୂଆଦିଲ୍ଲୀ: ଡିଜିଲକର ଏବଂ ଇ-ଡିଷ୍ଟ୍ରିକ୍ଟ ପ୍ଲାଟଫର୍ମରେ ଇ-ଗଭର୍ଣ୍ଣାନ୍ସ ସେବାର ଏକୀକରଣ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ମିଳିଛି । ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟ ଅଧୀନ ଜାତୀୟ ଇ-ଗଭର୍ଣ୍ଣାନ୍ସ ଡିଭିଜନ ସର୍ବଭାରତୀୟ ସ୍ତରରେ ପ୍ରାୟ ୨ ହଜାରଟି ଇ-ସରକାରୀ ସେବାକୁ ଏହି ଦୁଇଟି ପ୍ଲାଟଫର୍ମରେ ସାମିଲ କରିଛି। ଏହା ଡିଜିଟାଲ ଇଣ୍ଡିଆ ପାଇଁ ଏକ ବଡ଼ ସଫଳତା । ଏହି ସଫଳତା ସହିତ, ସମସ୍ତ ୩୬ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ନାଗରିକମାନେ ଏବେ ଯେକୌଣସି ସ୍ଥାନରୁ, ଯେକୌଣସି ସମୟରେ ପ୍ରାୟ ୨ହଜାର ଡିଜିଟାଲ୍ ସେବା ସୁଗମ ଭାବରେ ପାଇପାରିବେ।

ସମନ୍ୱିତ ସେବାଗୁଡ଼ିକ ନାଗରିକଙ୍କ ଆବଶ୍ୟକତାର ଏକ ବିସ୍ତୃତ ପରିସରକୁ ସାମିଲ କରିଥାଏ। ଏଥିରେ ବିଭିନ୍ନ ପ୍ରମାଣପତ୍ର, କଲ୍ୟାଣକାରୀ ଯୋଜନା, ବିଦ୍ୟୁତ ଓ ପାଣି ବିଲ୍‌ ଭଳି ବିଭିନ୍ନ ଉପଯୋଗୀତା ଦେୟ ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସୁବିଧା ଅନ୍ତର୍ଭୂକ୍ତ ଯାହା ଦ୍ଵାରା ସେବା ବିତରଣରେ ସୁବିଧା, ଦକ୍ଷତା ଏବଂ ସ୍ୱଚ୍ଛତା ସୁନିଶ୍ଚିତ ହୁଏ। ଏହା ଡିଜିଟାଲ ଇଣ୍ଡିଆ କାର୍ଯ୍ୟକ୍ରମର ଲକ୍ଷ୍ୟକୁ ସାକାର କରିବା, କାଗଜବିହୀନ ଏବଂ ମୋବାଇଲ୍ ଆଧାରିତ ପ୍ରଶାସନକୁ ପ୍ରୋତ୍ସାହିତ କରିବା ଏବଂ ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟରେ ସିଧାସଳଖ ଯୋଗଦାନ ଦେବାରେ ଏକ ପ୍ରମୁଖ ଉପଲବ୍ଧି।

ଡିଜିଲକର ଭାରତର ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମିର ଏକ ଦୃଢ଼ ସ୍ତମ୍ଭ ଭାବରେ ଉଭା ହୋଇଛି ଯାହା ଆନ୍ତଃକାର୍ଯ୍ୟକ୍ଷମତା, ତଥ୍ୟ ସୁରକ୍ଷା ଏବଂ ବହୁ-ଭାଗୀ ସମନ୍ୱୟର ଆହ୍ୱାନଗୁଡ଼ିକୁ ସଫଳତାର ସହିତ ମୁକାବିଲା କରିଛି। ଏହାର ଅଭିନବ ଏବଂ ସ୍ଥିର ଢାଞ୍ଚା ସହଜ ଉପଲବ୍ଧତା, ଅନ୍ତର୍ଭୁକ୍ତିକରଣ ଏବଂ ନିର୍ଭରଯୋଗ୍ୟତାକୁ ସୁଲଭ କରିଛି । ଏହା ମଧ୍ୟ ବିଶ୍ୱସ୍ତ ଡିଜିଟାଲ ସେବା ପ୍ରଦାନ କରି ସାରା ଦେଶରେ ନାଗରିକମାନଙ୍କୁ ସଶକ୍ତ କରିଛି।

ଉପରୋକ୍ତ ଦୁଇଟି ପ୍ଲାଟଫର୍ମରେ ମହାରାଷ୍ଟ୍ରର ନାଗରିକମାନେ ବର୍ତ୍ତମାନ ସର୍ବାଧିକ ୨୫୪ ସେବାର ସୁବିଧା ପାଇଛନ୍ତି । ଏହା ପରେ ଦିଲ୍ଲୀ ୧୨୩, କର୍ଣ୍ଣାଟକ ୧୧୩, ଆସାମ ୧୦୨ ଏବଂ ଉତ୍ତର ପ୍ରଦେଶ ୮୬ ସେବାକୁ ଏହି ଇ-ପ୍ଲାଟଫର୍ମରେ ସାମିଲ କରିଛନ୍ତି । ଏହା ବ୍ୟତୀତ, କେରଳ ଏବଂ ଜମ୍ମୁ ଏବଂ କାଶ୍ମୀରରେ ୭୭ଟି ଲେଖାଏଁ ସେବା ପ୍ରଦାନ କରାଯାଉଛି । ଆନ୍ଧ୍ର ପ୍ରଦେଶ ୭୬ ଏବଂ ଗୁଜରାଟ ୬୪ ସେବା ପ୍ରଦାନ କରୁଛି। ସେହିପରି, ତାମିଲନାଡୁ ଏବଂ ଗୋଆ ୬୩ ଲେଖାଏଁ ସେବା ପ୍ରଦାନ କରୁଥିବା ବେଳେ ହରିୟାଣା ୬୦ ଏବଂ ହିମାଚଳ ପ୍ରଦେଶ ୫୮ ସେବା ପ୍ରଦାନ କରୁଛି । ସେହିପରି ଓଡ଼ିଶାରେ ୩୭ଟି ଇ-ସରକାରୀ ସେବା ଉପଲବ୍ଧ ହେଉଛି । ମୋଟ, ସମଗ୍ର ଦେଶରେ ନାଗରିକମାନଙ୍କ ପାଇଁ ବର୍ତ୍ତମାନ ୧,୯୩୮ରୁ ଅଧିକ ସେବା ଉପଲବ୍ଧ।

ଏହି ସଫଳତାକୁ ଆଧାର କରି ଜାତୀୟ ଇ-ଗଭର୍ଣ୍ଣାନ୍ସ ଡିଭିଜନ ଏକ ଏଆଇ-ଚାଳିତ ପଦ୍ଧତି ମାଧ୍ୟମରେ ଉଦୀୟମାନ ପ୍ରଯୁକ୍ତିବିଦ୍ୟା ଗ୍ରହଣ କରି ଇ-ସରକାରୀ ସେବାର ପୋର୍ଟଫୋଲିଓକୁ ଆହୁରି ବିସ୍ତାର କରିବାକୁ ଯୋଜନା କରୁଛି। ରାଜ୍ୟ ସ୍ତରରେ ସଚେତନତାକୁ ସୁଦୃଢ଼ ​​କରିବା ପାଇଁ ଢାଞ୍ଚାଗତ ତାଲିମ କାର୍ଯ୍ୟକ୍ରମ ଏବଂ କର୍ମଶାଳା ଆୟୋଜନ କରାଯିବ। ନିରନ୍ତର ନବସୃଜନ, ଅଧିକ ଅନ୍ତର୍ଭୁକ୍ତିକରଣ ଏବଂ ଶେଷ ମାଇଲ ପର୍ଯ୍ୟନ୍ତ ସେବା ଯୋଗାଣକୁ ଆହୁରି ଉନ୍ନତ କରିବାକୁ ମଧ୍ୟ ଲକ୍ଷ୍ୟ ରଖାଯାଇଛି ।

ଡିଜିଟାଲ୍ ରୂପେ ସମର୍ଥ ଏବଂ ସମାବେଶୀ ଭାରତ ଗଠନ ଲାଗି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଷ୍ଟିକୋଣ ସହିତ ଏହି ମାଇଲଖୁଣ୍ଟ ନାଗରିକମାନଙ୍କୁ ସଶକ୍ତ କରିବା ଏବଂ ଶାସନକୁ ପରିବର୍ତ୍ତନ କରିବା ପାଇଁ ପ୍ରଯୁକ୍ତିବିଦ୍ୟାର ଉପଯୋଗ କରିବା ପ୍ରତି ସରକାରଙ୍କ ପ୍ରତିବଦ୍ଧତାକୁ ସ୍ପଷ୍ଟ କରେ। ସୂଚନାଯୋଗ୍ୟ ଜାତୀୟ ଇ-ଗଭର୍ଣ୍ଣାନ୍ସ ଡିଭିଜନ ଇ-ଗଭର୍ଣ୍ଣାନ୍ସ ପ୍ରକଳ୍ପଗୁଡ଼ିକର କାର୍ଯ୍ୟକ୍ରମ ପରିଚାଳନା ଏବଂ କାର୍ଯ୍ୟାନ୍ୱୟନରେ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟକୁ ସମର୍ଥନ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି ।

Digilocker digital india ଇ-ଡିଷ୍ଟ୍ରିକ୍ଟ ଡିଜିଟାଲ ଇଣ୍ଡିଆ ଡିଜିଲକର
Share. Facebook Twitter LinkedIn Email WhatsApp Copy Link

Related Posts

ମହାକାଶ ଷ୍ଟାର୍ଟଅପ୍‌ଗୁଡ଼ିକର ସିଇଓ ଓ ପ୍ରତିଷ୍ଠାତାମାନଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

August 22, 2026

ପାରାଦୀପ ବନ୍ଦରରେ ୪୨୭ କୋଟିର ପ୍ରକଳ୍ପ ଉଦ୍‌ଘାଟନ କଲେ ସର୍ବାନନ୍ଦ ସୋନୋୱାଲ

August 22, 2026

ରାଶିଫଳ: ଅଗଷ୍ଟ ୨୨ ତାରିଖ ଶନିବାରରେ କଣ ରହିବ ଆପଣଙ୍କ ଭାଗ୍ୟରେ ପଢନ୍ତୁ

August 22, 2026

ଇଣ୍ଡିଗୋ ଯାତ୍ରୀଙ୍କ ପାଇଁ ବଡ଼ ସତର୍କତା: ବିଜ୍ଞପ୍ତି ଜାରି କଲା ବିମାନ କମ୍ପାନୀ

August 21, 2026
Latest News

ମହାକାଶ ଷ୍ଟାର୍ଟଅପ୍‌ଗୁଡ଼ିକର ସିଇଓ ଓ ପ୍ରତିଷ୍ଠାତାମାନଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

August 22, 2026

ପାରାଦୀପ ବନ୍ଦରରେ ୪୨୭ କୋଟିର ପ୍ରକଳ୍ପ ଉଦ୍‌ଘାଟନ କଲେ ସର୍ବାନନ୍ଦ ସୋନୋୱାଲ

August 22, 2026

ରାଶିଫଳ: ଅଗଷ୍ଟ ୨୨ ତାରିଖ ଶନିବାରରେ କଣ ରହିବ ଆପଣଙ୍କ ଭାଗ୍ୟରେ ପଢନ୍ତୁ

August 22, 2026

ମହାନଦୀ ଜଳ ବିବାଦରେ ବଡ଼ ପଦକ୍ଷେପ, CWC ଗଠନ କଲା ବୈଷୟିକ କମିଟି

August 21, 2026

Odisha Investment: ୧୪ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରି, ୨,୭୮୦ କୋଟି ନିବେଶରେ ୧୪,୧୦୪ ନିଯୁକ୍ତି

August 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.