Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ରାତିରେ ନବୀନ ପଟ୍ଟନାୟକଙ୍କୁ କାହିଁକି ସାକ୍ଷାତ କଲେ ବିଜେଡି ନେତାଗଣ ?
ଜାତୀୟ ଖବର

ରାତିରେ ନବୀନ ପଟ୍ଟନାୟକଙ୍କୁ କାହିଁକି ସାକ୍ଷାତ କଲେ ବିଜେଡି ନେତାଗଣ ?

September 2, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ରାତିରେ ନବୀନ ପଟ୍ଟନାୟକ
ରାତିରେ ନବୀନ ପଟ୍ଟନାୟକଙ୍କୁ କାହିଁକି ସାକ୍ଷାତ କଲେ ବିଜେଡି ନେତାଗଣ ?

ଭୁବନେଶ୍ବର: ଗତକାଲି ରାତିରେ ବିଜେଡିର କେତେକ ନେତା ନବୀନ ନିବାସ ଯାଇ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି। ବିଧାୟକ ଅରୁଣ ସାହୁଙ୍କ ନେତୃତ୍ବରେ ସାତ ଜଣ ନେତା ନବୀନ ନିବାସ ଯାଇଥିଲେ। ତାଙ୍କ ସହିତ କିଛି ସମୟ ଆଲୋଚନା କରିଛନ୍ତି। ଅରୁଣଙ୍କ ସହିତ ଯେଉଁମାନେ ଯାଇଥିଲେ ସେମାନେ ହେଲେ ଚିରଞ୍ଜିବୀ ବିଶ୍ବାଳ, ଭୃଗୁ ବକ୍ସିପାତ୍ର, ଲେନିନ ମହାନ୍ତି, ପ୍ରଫୁଲ ସିଂ, ରଘୁନାଥ ସାହୁ, ମହମ୍ମଦ ସକିଲ, ଲୋରା ମହାପାତ୍ର।

ଏମାନେ ନବୀନ ପଟ୍ଟନାୟକଙ୍କ ସହିତ କଣ ଆଲୋଚନା କରିଛନ୍ତି ସେ ନେଇ ଏକ ପ୍ରେସ ବିଜ୍ଞପ୍ତି ମଧ୍ୟ ପ୍ରଦାନ କରିଛନ୍ତି। ସେଥିରେ ସେମାନେ ଉଲ୍ଲେଖ କରିଛନ୍ତି ଯେ, ଆଗାମୀ ପଞ୍ଚାୟତ ନିର୍ବାଚନ ନେଇ ବିଜେଡି ସୁପ୍ରିମୋଙ୍କ ସହିତ ଆଲୋଚନା ହେଲା। ଆସନ୍ତା ପଞ୍ଚାୟତ ନିର୍ବାଚନ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଲଢେଇ ହେବ। ସେଥିପାଇଁ କିପରି ଆଜିଠାରୁ କାର୍ଯ୍ୟକ୍ରମ ଆରମ୍ଭ ହେବ ସେ ନେଇ ଆଲୋଚନା ହୋଇଛି।

ସେହିପରି ରାଜ୍ୟ ସରକାରଙ୍କ ବର୍ତ୍ତମାନର ସ୍ଥିତି ଓ ଜନ ବିରୋଧୀ କାର୍ଯ୍ୟ ସଂପର୍କରେ ଏହି ଦଳ ବିଜେଡି ସୁପ୍ରିମୋଙ୍କୁ ଅବଗତ କରାଇଥିଲେ। ସେମାନେ କହିଥିଲେ ଯେ, ବର୍ତ୍ତମାନ ମୋହନ ସରକାର ବିଭିନ୍ନ ଯୋଜନାକୁ କାର୍ଯ୍ୟକାରୀ କରିବାରେ କିପରି ବିଫଳ ହୋଇଛନ୍ତି ତାହା ଅବଗତ କରାଇଥିଲେ। ସରକାରଙ୍କ ଏପରି ଜନବିରୋଧୀ ପାଇଁ ଆଗାମୀ ଦିନରେ ବିଜେଡି ରାସ୍ତାକୁ ଓହ୍ଲାଇବ ବୋଲି ସେମାନେ ନବୀନଙ୍କ ସହିତ ଆଲୋଚନା କରିଥିଲେ।

ତେବେ ଏହି ଦଳ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ସଂପର୍କରେ ବିସ୍ତୁତ ଆଲୋଚନା କରିଥିଲେ। ବର୍ତ୍ତମାନ ରାଜ୍ୟରେ କିପରି ମହିଳାମାନେ ଅସୁରକ୍ଷିତ ସେ ନେଇ ସେମାନେ ନବୀନଙ୍କ ଅବଗତ କରାଇଥିଲେ। ସେହିପରି ରାଜ୍ୟରେ ଚାଷୀମାନେ କିପରି ସାର ପାଇବାରେ ବିଫଳ ହେଉଛନ୍ତି ତା ଉପରେ ମଧ୍ୟ ଆଲୋଚନା କରିଥିଲେ। ଏହା ବିରୋଧରେ ଦଳ ତରଫରୁ ଖୁବ ଶିଘ୍ର ଆନ୍ଦୋଳନ କରିବା ପାଇଁ ମଧ୍ୟ ଆଲୋଚନା କରିଛନ୍ତି।

ତେବେ ଏହି ଆଲୋଚନାରେ ଭି କେ ପାଣ୍ଡିଆନ ଥିଲେ କି ନାହିଁ ତାହା କେହି କିଛି କହି ନାହାଁନ୍ତି। ଅନ୍ୟପକ୍ଷରେ ଏହି ଦଳରେ ଅରୁଣ ସାହୁଙ୍କ କୌଣସି ନିର୍ଦ୍ଦିଷ୍ଠ ଉଦ୍ଦେଶ୍ୟ ଥିଲା କି କଣ ତାହା ମଧ୍ୟ ସ୍ପଷ୍ଟ ହୋଇ ନାହିଁ। ଦଳର କୌଣସି ବିଷୟରେ ଆଲୋଚନା ବେଳେ ଦଳର ଉପସଭାପତି ଦେବୀ ମିଶ୍ର ଏବଂ ପ୍ରତାପ ଜେନା ରହିବା ଆବଶ୍ୟକ। ହେଲେ ସେମାନେ କେହି ନ ଥିଲେ। ତେଣୁ ଅରୁଣ ସାହୁଙ୍କ ଏହି ଦଳକ ପ୍ରକୃତ ଉଦ୍ଦେଶ୍ୟ କଣ ତାହା ଜଣାପଡୁ ନାହିଁ।

Read More– Singer Anurag Kirti, singer of the highly acclaimed devotional track ‘Bholenath’ and an alumni of Siksha ‘O’ Anusandhan Deemed to be University (SOA), called on SOA Founder President Prof. (Dr.) Manojranjan Nayak in his office here on Saturday. CLICK HERE

Read More– Truecaller Ads Appoints Athul Prabhu as Product Director

ଅରୁଣ ସାହୁ ନବୀନ ପଟ୍ଟନାୟକ ବିଜୁ ଜନତା ଦଳ ବିଜେଡି
Share. Facebook Twitter LinkedIn Email WhatsApp Copy Link

Related Posts

ମୁଖ୍ୟମନ୍ତ୍ରୀଙ୍କୁ ବିଶ୍ୱ ଆଥଲେଟିକ୍ସ ଚମ୍ପିଅନସିପ୍ ର ପତାକା ପ୍ରଦାନ କଲେ ସୂର୍ଯ୍ୟବଂଶୀ ସୂରଜ

April 5, 2026

୨୦୨୫-୨୬ରେ ରେକର୍ଡ ମାଲ ପରିବହନ ସହ ରେଳବାଇର ଉଲ୍ଲେଖନୀୟ ସଫଳତା

April 5, 2026

ଏସଆଇଆର କାର୍ଯ୍ୟରେ ଗୁରୁତର ଅବହେଳା ଅଭିଯୋଗରେ ସହକାରୀ ଶିକ୍ଷକ ନିଲମ୍ବିତ

April 5, 2026

ସୁବର୍ଣ୍ଣପୁର ଜିଲ୍ଲାର ହାଇଟେକ୍ ସର୍ଭେ ସମ୍ପର୍କରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

April 5, 2026
Latest News

ମୁଖ୍ୟମନ୍ତ୍ରୀଙ୍କୁ ବିଶ୍ୱ ଆଥଲେଟିକ୍ସ ଚମ୍ପିଅନସିପ୍ ର ପତାକା ପ୍ରଦାନ କଲେ ସୂର୍ଯ୍ୟବଂଶୀ ସୂରଜ

April 5, 2026

୨୦୨୫-୨୬ରେ ରେକର୍ଡ ମାଲ ପରିବହନ ସହ ରେଳବାଇର ଉଲ୍ଲେଖନୀୟ ସଫଳତା

April 5, 2026

ଏସଆଇଆର କାର୍ଯ୍ୟରେ ଗୁରୁତର ଅବହେଳା ଅଭିଯୋଗରେ ସହକାରୀ ଶିକ୍ଷକ ନିଲମ୍ବିତ

April 5, 2026

ସୁବର୍ଣ୍ଣପୁର ଜିଲ୍ଲାର ହାଇଟେକ୍ ସର୍ଭେ ସମ୍ପର୍କରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

April 5, 2026

୩୯୮.୩୬ କୋଟିର ଅପ୍ଟିକାଲ ଫାଇବର କେବୁଲ ପ୍ରକଳ୍ପକୁ ଭାରତୀୟ ରେଳବାଇର ମଞ୍ଜୁରୀ

April 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.