Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ନବୀନଙ୍କୁ ଦିଲ୍ଲୀପ ରାୟ ଭେଟିବା ପରେ ରାଜ୍ୟସଭା ଯିବା ନେଇ ବଢିଲା ଚର୍ଚ୍ଚା
ଜାତୀୟ ଖବର

ନବୀନଙ୍କୁ ଦିଲ୍ଲୀପ ରାୟ ଭେଟିବା ପରେ ରାଜ୍ୟସଭା ଯିବା ନେଇ ବଢିଲା ଚର୍ଚ୍ଚା

September 7, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ନବୀନଙ୍କୁ ଦିଲ୍ଲୀପ ରାୟ ଭେଟିବା
ନବୀନଙ୍କୁ ଦିଲ୍ଲୀପ ରାୟ ଭେଟିବା ପରେ ରାଜ୍ୟସଭାକୁ ଯିବା ନେଇ ବଢିଲା ଚର୍ଚ୍ଚା

ଭୁବନେଶ୍ବର: ନିକଟରେ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ। ଏହା ଏକ ସୌଜନ୍ୟ ସାକ୍ଷାତ ଥିଲେ ମଧ୍ୟ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଜୋର ଧରିଛି। କାରଣ ନବୀନଙ୍କ ସହିତ ଦିଲ୍ଲୀପଙ୍କ ସଂପର୍କ ଭଲ ନ ଥିବା ବେଳେ ତାଙ୍କୁ ନବୀନ କିପରି ଭେଟିଲେ ସେ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଚାଲିଛି।

ତେବେ ଏହି ଭେଟଘାଟକୁ ନେଇ ଯେଉଁ ବଡ ଚର୍ଚ୍ଚା ହେଉଛି ତାହା ହେଲା ଦିଲ୍ଲୀପ ରାଜ୍ୟସଭାକୁ ଯିବେ। ଆସନ୍ତା ରାଜ୍ୟସଭା ନିର୍ବାଚନରେ ସେ ପ୍ରାର୍ଥୀ ହେବେ। ସେଥିପାଇଁ ନବୀନଙ୍କ ସହିତ ସଂପର୍କ ରଖିବାକୁ ସେ ବାଧ୍ୟ ହୋଇ ଆସିଛନ୍ତି।

ଆସନ୍ତା ବର୍ଷ ଓଡିଶାରୁ ଚାରିଟି ରାଜ୍ୟସଭା ଆସନ ଖାଲି ହେଉଛି। ସେମାନେ ହେଲେ ମୁନ୍ନା ଖାଁ, ନିରଞ୍ଜନ ବିଶି, ସୁଜିତ କୁମାର ଏବଂ ମମତା ମହନ୍ତ। ହେଲେ ବିଧାନସଭା ଆସନ ହିସାବରେ ବିଜେପି କେବଳ ଦୁଇଜଣଙ୍କୁ ଜିତାଇବାର କ୍ଷମତା ରହିଛି। ଅନ୍ୟ ଦୁଇ ଆସନରୁ ବିଜେଡି ଗୋଟିଏ ଜିତାଇପାରିବ। ହେଲେ ଶେଷ ଆସନଟି ଜିତିବା ପାଇଁ କୌଣସି ଦଳର ପୂର୍ଣ୍ଣ କ୍ଷମତା ନାହିଁ

ହିସାବ ଅନୁସାରେ ବର୍ତ୍ତମାନ ବିଧାନସଭାରେ ମୋଟ 147 ଆସନ ମଧ୍ୟରୁ ବିଜେପି ହାତରେ 78, ବିଜେଡି ହାତରେ 51, କଂଗ୍ରେସର 14, ସ୍ବାଧୀନ 3 ଏବଂ ସିପିଆଇର 1 ବିଧାୟକ ଅଛନ୍ତି। ବର୍ତ୍ତମାନ ତିନିଜଣ ସ୍ବାଧୀନ ବିଧାୟକ ବିଜେପିକୁ ସମର୍ଥନ କରୁଛନ୍ତି। ଫଳରେ ବିଜେପି ଖାତାରେ ବର୍ତ୍ତମାନ 81ଟି ଆସନ ରହିବ। ରାଜ୍ୟସଭା ପାଇଁ ଜଣେ ପ୍ରାର୍ଥୀ ଜିତିବାକୁ ହେଲେ ଆବଶ୍ୟକ ରହିଛି 30 ଜଣ ବିଧାୟକଙ୍କ ଭୋଟ। ସେହି ହିସାବରେ ବିଜେପି ଦୁଇ ଜଣଙ୍କ ସମର୍ଥନ କଲେ ଆଉ ତାଙ୍କ ପାଖରେ ରହିବ 21ଟି ଭୋଟ, ଯାହା ଜଣଙ୍କୁ ଜିତାଇବା ସମ୍ଭବ ନୁହେଁ।

ବର୍ତ୍ତମାନ ବିଜେଡିର ସଂଖ୍ୟା ହେଲା 51 ବିଧାୟକ। ଏମାନେ ଜଣେ ପ୍ରାର୍ଥୀଙ୍କୁ ଜିତାଇ ପାରିବା କ୍ଷମତା ରହିଛି। ଜଣେ ପ୍ରାର୍ଥୀ ବିଜେଡି ବିଧାୟକ 30 ଖଣ୍ଡ ଭୋଟ ଦେବା ପରେ ଏମାନଙ୍କ ପାଖରେ ଆଉ 21 ଟି ଭୋଟ ବଳକା ରହିବ। ଫଳରେ ଏମାନେ ମଧ୍ୟ ଆଉ ଜଣେ ପ୍ରାର୍ଥୀଙ୍କୁ ଜିତାଇବା ସମ୍ଭବ ହେବ ନାହିଁ। ଏପରି କ୍ଷେତ୍ରରେ କଂଗ୍ରେସ ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ। କଂଗ୍ରେସର 14 ଜଣ ବିଧାୟକ ଏବଂ ବିଜେଡିର 21 ବିଧାୟକ ଶେଷ ପ୍ରାର୍ଥୀଙ୍କୁ ଜିତାଇପାରିବେ।

ଏ ନେଇ ବିଜେପି ବିଜେଡିର ଶୀର୍ଷ ନେତୃତ୍ବ ଅଙ୍କ କଷି ସାରିଲେଣି। ଶେଷ ପ୍ରାର୍ଥୀ ଏପରି ଜଣେ ହେବା ଆବଶ୍ୟକ ଯିଏ ଉଭୟ କଂଗ୍ରେସ ଏବଂ ବିଜେଡି ସହିତ ସମନ୍ବୟ ରଖିପାରିବ। ତେବେ ବିଶେଷ ସୁତ୍ର ଅନୁସାରେ ଦିଲ୍ଲୀପ କୁଆଡେ ତୃତୀୟ ପ୍ରାର୍ଥୀ ହେବେ ସେଥିପାଇଁ ବିଜେଡି ସହିତ ସଂପର୍କ ରଖିବା ଆରମ୍ଭ କରିଛନ୍ତି। କାରଣ ତୃତୀୟ ପ୍ରାର୍ଥୀ ପାଇଁ ବିଜେପି ବିଜେଡିର ନିଶ୍ଚିତ ସହାୟତା ନେବ।

Read More- GST Cuts to Benefit 10 Crore Dairy Farmers, Boost Rural Economy

In a landmark decision, Centre has announced wide-ranging reductions in Goods and Services Tax (GST) across key sectors that directly impact cooperatives, farmers, rural enterprises and benefit more than 10 crore dairy farmers in the country. These reforms will strengthen the cooperative sector, make their products competitive, increase demand or their products and increase income of cooperatives. (CLICK HERE)

Dillip Ray Mayfair Hotels ଦିଲ୍ଲୀପ ରାୟ ରାଜ୍ୟସଭା ନିର୍ବାଚନ
Share. Facebook Twitter LinkedIn Email WhatsApp Copy Link

Related Posts

ଗଣେଶ ବିସର୍ଜନ ଶୋଭାଯାତ୍ରାରେ ଗୋଷ୍ଠୀ ସଂଘର୍ଷ: ଜଣେ ମୃତ

September 7, 2025

ପୁଣି ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ସଭାପତି ମନମୋହନ ସାମଲ, କାରଣ କଣ?

September 7, 2025

ଉପରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଦିଲ୍ଲୀ ଗସ୍ତରେ ନବୀନ ପଟ୍ଟନାୟକ, ରାଜନୈତିକ ମହଲରେ ହଲଚଲ

September 7, 2025

କେନ୍ଦୁଝର ଜିଲ୍ଲାରେ ଶୂନ୍ୟ ଦୁର୍ଘଟଣା ଦିବସ ଅଭିଯାନ

September 7, 2025
Latest News

ଗଣେଶ ବିସର୍ଜନ ଶୋଭାଯାତ୍ରାରେ ଗୋଷ୍ଠୀ ସଂଘର୍ଷ: ଜଣେ ମୃତ

September 7, 2025

ପୁଣି ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ସଭାପତି ମନମୋହନ ସାମଲ, କାରଣ କଣ?

September 7, 2025

ଉପରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଦିଲ୍ଲୀ ଗସ୍ତରେ ନବୀନ ପଟ୍ଟନାୟକ, ରାଜନୈତିକ ମହଲରେ ହଲଚଲ

September 7, 2025

କେନ୍ଦୁଝର ଜିଲ୍ଲାରେ ଶୂନ୍ୟ ଦୁର୍ଘଟଣା ଦିବସ ଅଭିଯାନ

September 7, 2025

ନୂତନ ଜିଏସଟି ହାର ଚାଷୀମାନଙ୍କ ପାଇଁ ଏକ ବରଦାନ: କେନ୍ଦ୍ର କୃଷି ମନ୍ତ୍ରୀ

September 7, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.