Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଉପରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଦିଲ୍ଲୀ ଗସ୍ତରେ ନବୀନ ପଟ୍ଟନାୟକ, ରାଜନୈତିକ ମହଲରେ ହଲଚଲ
ଜାତୀୟ ଖବର

ଉପରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଦିଲ୍ଲୀ ଗସ୍ତରେ ନବୀନ ପଟ୍ଟନାୟକ, ରାଜନୈତିକ ମହଲରେ ହଲଚଲ

September 7, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଉପରାଷ୍ଟ୍ରପତି ନିର୍ବାଚନ
ଉପରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଦିଲ୍ଲୀ ଗସ୍ତରେ ନବୀନ ପଟ୍ଟନାୟକ, ରାଜନୈତିକ ମହଲରେ ହଲଚଲ

ଭୁବନେଶ୍ବର: ଆଜି ଚାରିଦିନିଆ ନୂଆଦିଲ୍ଲୀ ଗସ୍ତରେ ଯାଉଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ତେବେ ସେ କେଉଁଥି ପାଇଁ ଯାଉଛନ୍ତି ତାହା ଜଣା ନ ଥିଲେ ମଧ୍ୟ ଓଡିଶା ରାଜନୈତିକ ମହଲରେ ବେଶ ହଲଚଲ ସୃଷ୍ଟି ହୋଇଛି। କାରଣ ହେଲା ଆଉ ଦିନକ ପରେ ହେଉଛି ଉପରାଷ୍ଟ୍ରପତି ନିର୍ବାଚନ। ଏହି ନିର୍ବାଚନରେ ବିଜେଡିର ଭୂମିକା କଣ ହେବ ସେ ନେଇ କୌଣସି ଘୋଷଣା ହୋଇ ନ ଥିବା ବେଳେ ନବୀନଙ୍କ ଦିଲ୍ଲୀ ଗସ୍ତ ସନ୍ଦେହ ଘେରକୁ ଆଣିଛି।

ଗତକାଲି ନବୀନ ତାଙ୍କ ବାସଭବନରେ ଦଳର ରାଜନୈତିକ ବ୍ୟାପାର କମିଟ ବୈଠକ କରିଥିଲେ। ସେଥିରେ ସେ କଣ ଆଲୋଚନା କରିଛନ୍ତି ତାହା ମଧ୍ୟ ବାହାରକୁ ଆସି ନାହିଁ। ଗତକାଲି ବୈଠକ ଶେଷ କରି ଆଜି ଦିଲ୍ଲୀ ଯିବା ବିଭିନ୍ନ ମହଲରେ ଚର୍ଚ୍ଚା ଚାଲିଛି। ତେଣୁ ସାଧାରଣରେ ପ୍ରଶ୍ନ ଉଠିଛି ଯେ, ଦିଲ୍ଲୀ ଯିବା ନେଇ ନବୀନଙ୍କ ଉଦ୍ଦେଶ୍ୟ କଣ ବିଜେଡି ରାଜନୈତିକ ବୈଠକରେ ସୂଚନା ଦେଇଛନ୍ତି କି।

ବର୍ତ୍ତମାନ ଉପରାଷ୍ଟ୍ରପତି ନିର୍ବାଚନ ନେଇ ବିଜେଡି ଅଡୁଆରେ ପଡିଯାଇଛି। ବିଜେଡି କ୍ଷମତାରେ ଥିବା ବେଳେ ଓଡିଶାର ବୃହତର ସ୍ବାର୍ଥ ଦୃଷ୍ଟିରୁ ଏନଡିଏକୁ ସମର୍ଥନ କଲୁ ବୋଲି କହୁଥିଲେ। ହେଲେ ବର୍ତ୍ତମାନ କ୍ଷମତା ନାହିଁ, ତେଣୁ ଏନଡିଏକୁ ସମର୍ଥନ କରିବା ତଳସ୍ତରରେ ଅସନ୍ତୋଷ ସୃଷ୍ଟି ହେଉଛି। ନିକଟରେ ୱାକଫ ବିଲ ନେଇ ବିଜେଡି ସାରା ରାଜ୍ୟରେ ଅପମାନିତ ହୋଇଯାଇଛି। ତେଣୁ ଉପରାଷ୍ଟ୍ରପତି ନିର୍ବାଚନରେ ଯଦି ବିଜେଡି ଏନଡିଏକୁ ସମର୍ଥନ କରେ ତେବେ ବିଜେଡିରେ ବଡ ବିଦ୍ରୋହ ସୃଷ୍ଟି ହେବ ଏଥିରେ ସନ୍ଦେହ ନାହିଁ।

ବିଜେଡିର ବିଭିନ୍ନ ସମୟରେ ବସିଥିବା ବୈଠକରେ ଏନଡିଏ ପ୍ରାର୍ଥୀଙ୍କୁ ବିରୋଧ କରାଯିବ ବୋଲି ନିଷ୍ପତି ହୋଇଛି। ଏପରିକି ଗତକାଲି ରାଜନୈତିକ ବ୍ୟାପାର କମିଟ ବୈଠକରେ ମଧ୍ୟ ଏନଡିଏ ପ୍ରାର୍ଥୀଙ୍କୁ ବିରୋଧ କରାଯିବ ବୋଲି ପ୍ରସ୍ତାବ ଆସିଛି। ହେଲେ ପରବର୍ତ୍ତି ସମୟରେ ଏହା କାର୍ଯ୍ୟକାରୀ ହେବ କି ନାହିଁ ତାହାକୁ ନେଇ ନେତାମାନଙ୍କ ସନ୍ଦେହ ରହିଛି।

Read More News in English: Mahindra Offers GST Benefits Up to ₹1.56 Lakh, Know Price Details Here

Mahindra & Mahindra Ltd. (M&M), India’s leading SUV manufacturer, today announced that it will pass on the full GST benefits to customers across its entire ICE SUV portfolio. This follows the announcement of GST 2.0 at the 56th GST Council meeting held on September 3, 2025, headed by Nirmala Sitharaman, Minister of Finance, Government of India. ( CLICK HERE)

Naveen Patnaik ଉପରାଷ୍ଟ୍ରପତି ନିର୍ବାଚନ ନବୀନ ପଟ୍ଟନାୟକ
Share. Facebook Twitter LinkedIn Email WhatsApp Copy Link

Related Posts

ଗଣେଶ ବିସର୍ଜନ ଶୋଭାଯାତ୍ରାରେ ଗୋଷ୍ଠୀ ସଂଘର୍ଷ: ଜଣେ ମୃତ

September 7, 2025

ପୁଣି ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ସଭାପତି ମନମୋହନ ସାମଲ, କାରଣ କଣ?

September 7, 2025

କେନ୍ଦୁଝର ଜିଲ୍ଲାରେ ଶୂନ୍ୟ ଦୁର୍ଘଟଣା ଦିବସ ଅଭିଯାନ

September 7, 2025

ନୂତନ ଜିଏସଟି ହାର ଚାଷୀମାନଙ୍କ ପାଇଁ ଏକ ବରଦାନ: କେନ୍ଦ୍ର କୃଷି ମନ୍ତ୍ରୀ

September 7, 2025
Latest News

ଗଣେଶ ବିସର୍ଜନ ଶୋଭାଯାତ୍ରାରେ ଗୋଷ୍ଠୀ ସଂଘର୍ଷ: ଜଣେ ମୃତ

September 7, 2025

ପୁଣି ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ସଭାପତି ମନମୋହନ ସାମଲ, କାରଣ କଣ?

September 7, 2025

ଉପରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଦିଲ୍ଲୀ ଗସ୍ତରେ ନବୀନ ପଟ୍ଟନାୟକ, ରାଜନୈତିକ ମହଲରେ ହଲଚଲ

September 7, 2025

କେନ୍ଦୁଝର ଜିଲ୍ଲାରେ ଶୂନ୍ୟ ଦୁର୍ଘଟଣା ଦିବସ ଅଭିଯାନ

September 7, 2025

ନୂତନ ଜିଏସଟି ହାର ଚାଷୀମାନଙ୍କ ପାଇଁ ଏକ ବରଦାନ: କେନ୍ଦ୍ର କୃଷି ମନ୍ତ୍ରୀ

September 7, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.