The Samikhsya Desk: ଭାରତର ଏମିତି ଏକ ସହର ଅଛି ଯେଉଁଠି ଏ ପର୍ଯ୍ୟନ୍ତ ୨୦୦୦୦୦ ଗଣେଷ ମୂର୍ତ୍ତି ବିସର୍ଜ୍ଜନ ସରିଲାଣି। ଛୋଟ ମୂର୍ତ୍ତିଠାରୁ ଆରମ୍ଭ କରି ବଡବଡ ମୂର୍ତ୍ତି ବିସର୍ଜନ କରାଯାଇଛି। ଏହାପରେ ସେସବୁକୁ ସଫା କରିବା ପାଇଁ ସ୍ଥାନୀୟ ମହାନଗର କାର୍ଯ୍ୟାଳୟ ତରଫରୁ୧୫୦୦୦ କର୍ମଚାରୀ ନିୟୋଜିତ ଅଛନ୍ତି। ତେବେ ଆମେ କହୁଛୁ ହାଇଦ୍ରାବାଦ କଥା। ଏହି ସହରରେ ଗଣେଷ ପୂଜା ବହୁ ଆଡମ୍ବର ସହକାରେ ପାଳନ କରାଯାଏ। ବଡ ବଡ ମୂର୍ତ୍ତି ସହିତ ସୁଉଚ୍ଚ ତୋରଣ ସବୁ ନିର୍ମାଣ କରାଯାଇଥାଏ।
ତେବେ ପୂଜା ଶେଷ ହେବା ପରେ ବିସର୍ଜନର ପର୍ବ। ପୁରା ସହରର ଗଣେଷ ପ୍ରତିମୂର୍ତ୍ତି ସବୁ ହୁସେନ ସାଗର, ଅନ୍ୟାନ୍ୟ ଜଳାଶୟ ଏବଂ ବିସର୍ଜନ ପାଇଁ ନିର୍ମିତ ସ୍ବତନ୍ତ୍ର ପୋଖରୀରେ ଏହି ସବୁ ପ୍ରତିମୂର୍ତ୍ତି ବିସର୍ଜନ କରାଯାଇଛି। ଭିନ୍ନ ଭିନ୍ନ ଦିନରେ ବିଭିନ୍ନ ପୂଜା ସମିତି ଏହି ବିସର୍ଜନ କରିଛନ୍ତି।
ଖୈରତାବାଦର ୬୯ ଫୁଟ ଉଚ୍ଚ ମହା ଗଣେଶ ମୂର୍ତ୍ତିକୁ ଗତକାଲି ଅପରାହ୍ନରେ ଏକ ଶୋଭା ଯାତ୍ରାରେ ବାହାର କରାଯାଇ ହୁସେନ ସାଗରରେ ବିସର୍ଜନ କରାଯାଇଥିଲା। ପ୍ରସିଦ୍ଧ ବାଲାପୁର ଗଣେଶ ମଣ୍ଡପରେ ଥିବା ‘ଲଡ଼ୁ ପ୍ରସାଦ’ ପଞ୍ଚତିରିଶ କୋଟି ଟଙ୍କାରେ ନିଲାମ ହୋଇଥିଲା। ଅନ୍ୟ ଏକ ନିଲାମରେ, ବନ୍ଦଲାଗୁଡ଼ାର କୀର୍ତ୍ତି ରିଚମଣ୍ଡ ଭିଲାର ଜଣେ ବାସିନ୍ଦା ଲଡ଼ୁ ପ୍ରସାଦମ ପାଇଁ ୨.୩୨ କୋଟି ଟଙ୍କା ଦେଇଥିଲେ।
ମୁଖ୍ୟମନ୍ତ୍ରୀ ଏ ରେବନ୍ତ ରେଡ୍ଡୀ ହୁସେନ ସାଗର ହ୍ରଦ ବନ୍ଧ ପରିଦର୍ଶନ କରିଥିଲେ। ସେ ଅଧିକାରୀମାନଙ୍କୁ ବିସର୍ଜନ ପ୍ରକ୍ରିୟା ଶେଷ ହେବା ପର୍ଯ୍ୟନ୍ତ ସମନ୍ୱୟ ରଖି କାମ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ରାଜ୍ୟ ପରିବହନ ମନ୍ତ୍ରୀ ପୋନ୍ନମ ପ୍ରଭାକର, ଡିଜିପି ଡକ୍ଟର ଜିତେନ୍ଦ୍ର ଏବଂ ଅନ୍ୟ ଅଧିକାରୀମାନେ ବିସର୍ଜନ ଶୋଭାଯାତ୍ରା ପଥଗୁଡ଼ିକର ଆକାଶ ମାର୍ଗରେ ସର୍ଭେ କରିଥିଲେ। ଶାନ୍ତି ଶୃଙ୍ଖଳାର ସହିତ ବର୍ତ୍ତମାନ ହାଇଦ୍ରାବାଦରେ ଗଣେଷ ବିସର୍ଜନ ଶେଷ ହୋଇଛି।