ଭୁବନେଶ୍ବର: ଶେଷରେ ଉପରାଷ୍ଟ୍ରପତି ନିର୍ବାଚନରେ ବିଜେଡି କଣ କରିବ ସେ ନିଷ୍ପତି ନିଆଯାଇଛି। ଏହି ନିର୍ବାଚନରେ ବିଜେଡିର ଭୂମିକା କଣ ରହିବ ସେ ନେଇ ଦୀର୍ଘଦିନ ଧରି ଚର୍ଚ୍ଚା ଚାଲିଥିଲା। ହେଲେ ଆଜି ଏ ନେଇ ଦଳ ତରଫରୁ ଘୋଷଣା କରାଯାଇଛି। ଏଥିରେ କୁହାଯାଇଛି ଯେ, ବିଜେଡି ଉପରାଷ୍ଟ୍ରପତି ନିର୍ବାଚନରେ ଭୋଟ ଦାନରୁ ବିରତି ରହିବ। ଅର୍ଥାତ ବିଜେଡିର ସାଂସଦମାନେ ଭୋଟ ଦେବେ ନାହିଁ।
ବର୍ତ୍ତମାନ ବିଜେଡିର କେବଳ ରାଜ୍ୟସଭାରେ ମାତ୍ର ସାତ ଜଣ ସାଂସଦ ରହିଛନ୍ତି। ଏଥିରେ ଦଳ ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ କରିବା କି ନାହିଁ ସେ ନେଇ ଦ୍ବନ୍ଦ ରହିଥିଲା। ଏହାକୁ ନେଇ ଦଳ ଭିତରେ ମଧ୍ୟ ବେଶ ଚାପା ଅସନ୍ତୋଷ ରହିଥିଲା। କାରଣ ବାରମ୍ବାର ଏନଡିଏକୁ ସମର୍ଥନ ଦେବା ଦ୍ବାରା ବିଜେଡି ପୁରପଲ୍ଲୀରେ ନିନ୍ଦିତ ହେଉଥିଲା। ସେଥିପାଇଁ ଏନଡିଏ ପ୍ରାର୍ଥୀଙ୍କୁ ଭୋଟ ନ ଦେବା ପାଇଁ ଦଳରୁ ଚାପ ପଡିଥିଲା। ଫଳରେ ବର୍ତ୍ତମାନ ବିଜେଡି ଭୋଟ ଦାନରୁ ବିରତ ରହିବ ବୋଲି ଘୋଷଣା କରିଛି।