Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ବିଶିଷ୍ଟ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ଉଦୀୟମାନ ଧାବକ ଅନିମେଷ କୁଜୁରଙ୍କୁ କଲେ ପ୍ରଶଂସା, କହିଲେ… 
ଜାତୀୟ ଖବର

ବିଶିଷ୍ଟ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ଉଦୀୟମାନ ଧାବକ ଅନିମେଷ କୁଜୁରଙ୍କୁ କଲେ ପ୍ରଶଂସା, କହିଲେ… 

September 10, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବିଶିଷ୍ଟ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା
ବିଶିଷ୍ଟ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ଉଦୀୟମାନ ଧାବକ ଅନିମେଷ କୁଜୁରଙ୍କୁ କଲେ ପ୍ରଶଂସା, କହିଲେ... 

ଭୁବନେଶ୍ୱର: ଦେଶର ବିଶିଷ୍ଟ ଶିଳ୍ପପତି ତଥା ମହିନ୍ଦ୍ରା ଗ୍ରୁପ ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା ନିଜର ଏକ ସୋସିଆଲ ମିଡ଼ିଆ ପୋଷ୍ଟରେ ଓଡ଼ିଶା ରିଲାଏନ୍ସ ଫାଉଣ୍ଡେସନ ଆଥଲେଟିକ୍ସ ହାଇ ପରଫରମାନ୍ସ ସେଣ୍ଟରରେ ପ୍ରଶିକ୍ଷଣ ନେଉଥିବା ଭାରତର ଦ୍ରୁତତମ ଧାବକ ଅନିମେଷ କୁଜୁରଙ୍କ ଭୁୟସୀ ପ୍ରଶଂସା କରିବା ସହିତ ପ୍ରେରଣା ଭାବେ ଅଭିହିତ କରିଛନ୍ତି।

ଭୁବନେଶ୍ୱର ସ୍ଥିତ ଓଡ଼ିଶା ରିଲାଏନ୍ସ ଫାଉଣ୍ଡେସନ ଆଥଲେଟିକ୍ସ ହାଇ ପରଫରମାନ୍ସ ସେଣ୍ଟରରେ ପ୍ରଶିକ୍ଷଣ ନେଉଥିବା ଅନିମେଷ କୁଜୁର ଗତ ମାସରେ ଚେନ୍ନାଇରେ ଅନୁଷ୍ଠିତ ଜାତୀୟ ସିନିୟର ଆନ୍ତଃ ରାଜ୍ୟ ଆଥଲେଟିକ୍ସ ଚାମ୍ପିଅନସିପରେ ସ୍ବର୍ଣ୍ଣ ପଦକ ଜିତିବା ସହିତ ପ୍ରଥମ ଭାରତୀୟ ଭାବରେ ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପ ପାଇଁ ଯୋଗ୍ୟତା ହାସଲ କରି ଇତିହାସ ସୃଷ୍ଟି କରିଛନ୍ତି। ସେପ୍ଟେମ୍ବର ୧୩ ରୁ ୨୧ ଯାଏଁ ଟୋକିଓରେ ଅନୁଷ୍ଠିତ ହେବାକୁ ଯାଉଥିବା ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପରେ ଭାରତକୁ ପ୍ରତିନିଧିତ୍ବ କରିବାକୁ ଯାଉଛନ୍ତି ଅନିମେଷ।

ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସରେ କରିଥିବା ପୋଷ୍ଟରେ ମହିନ୍ଦ୍ରା ଉଲ୍ଲେଖ କରିଛନ୍ତି “ମାତ୍ର ୨୨ ବର୍ଷ ବୟସରେ ଅନିମେଷ କୁଜୁର ଛତିଶଗଡ଼ର ଘୁଇଟାନଗର ଗାଁ ରୁ ଜାତୀୟ ଆକର୍ଷଣ ହେବା ଯାଏଁ ଦୌଡ ଅତିକ୍ରମ କରିଛନ୍ତି। ପୋଲିସ ଅଧିକାରୀଙ୍କ ସନ୍ତାନ ଭାବରେ ଏକ ଦୁର୍ଗମ ଆଦିବାସୀ ଗାଁ ରୁ ବାହାରି ଭାରତର ଦୌଡରେ ଜାତୀୟ ରେକର୍ଡ ଭଙ୍ଗ କରିବା ଯାଏଁ ତାଙ୍କ ଯାତ୍ରା ଅସାଧାରଣରୁ କମ ନୁହେଁ।

ତାଙ୍କ ଦୌଡ଼ ସମୟ ଭାରତରେ ରେକର୍ଡ ଭଙ୍ଗ କରିଥିଲେ ମଧ୍ୟ କିମ୍ବଦନ୍ତି ଉସେନ ବୋଲ୍ଟ ତଥା ୨୦୨୪ ଅଲିମ୍ପିକ ସ୍ବର୍ଣ୍ଣ ପଦକ ସମୟ ଠାରୁ ପଛରେ ରହିଛି। ଆଗାମୀ ଦିନରେ ଅନିମେଷ ୧୦ ସେକଣ୍ଡରୁ କମ ଦୌଡ଼ ସମୟ ହାସଲ କରିପାରନ୍ତି। ତେବେ ଅନିମେଷ ଭାରତକୁ ଅନ୍ତର୍ଜାତୀୟ ଦୌଡ଼କୁଦର ରାଡ଼ାରରେ ସ୍ଥାନ ଦେଇସାରିଛନ୍ତି। ଯଦି ତାଙ୍କର ଅଗ୍ରଗତି ଜାରି ରହେ ସେ ଅଲିମ୍ପିକ୍ସର ସେମିଫାଇନାଲ କିମ୍ବା ଫାଇନାଲରେ ସ୍ଥାନପାଇବାରେ ପ୍ରଥମ ଭାରତୀୟ ଧାବକ ହୋଇପାରିବେ, ଯାହା ନିଶ୍ଚୟ ଏକ ମାଇଲ୍ଖୁଣ୍ଟ ହେବ ଏବଂ ଭାରତୀୟ ଆଥଲେଟିକ୍ସକୁ ପ୍ରୋତ୍ସାହିତ କରିବା ସହିତ ଆମ ସମସ୍ତଙ୍କୁ ଗର୍ବିତ କରିବ।”

ଅନିମେଷ ସମ୍ପ୍ରତି ୧୦୦ ମିଟର, ୨୦୦ ମିଟର ଏବଂ ୪x୧୦୦ ରିଲେ ଦୌଡରେ ଜାତୀୟ ରେକର୍ଡଧାରୀ ରହିଛନ୍ତି ଏବଂ ଓଡିଶା ରିଲାଏନ୍ସ ଫାଉଣ୍ଡେସନ ହାଇ-ପରଫରମାନ୍ସ ସେଣ୍ଟରରେ ବିଶ୍ୱସ୍ତରର ଭିତ୍ତିଭୂମି, କୋଚିଙ୍ଗ ସୁବିଧା ପାଇବା ସହିତ ମୁଖ୍ୟ କୋଚ ମାର୍ଟିନ ଓଏନ୍ସଙ୍କ ଠାରୁ ପ୍ରଶିକ୍ଷଣ ଲାଭ କରୁଛନ୍ତି।

Anand Mahindra Mahindra & Mahindra ଆନନ୍ଦ ମହିନ୍ଦ୍ରା ରିଲାଏନ୍ସ ଫାଉଣ୍ଡେସନ
Share. Facebook Twitter LinkedIn Email WhatsApp Copy Link

Related Posts

ପଶ୍ଚିମ ଏସିଆର ଘଟଣାକ୍ରମ ପରିପ୍ରେକ୍ଷୀରେ ପ୍ରମୁଖ କ୍ଷେତ୍ରଗୁଡ଼ିକ ସମ୍ପର୍କରେ ସୂଚନା

March 15, 2026

ପଦ୍ମ ପୁରସ୍କାର -୨୦୨୭ ପାଇଁ ନାମାଙ୍କନ ଆରମ୍ଭ

March 15, 2026

ନିର୍ବାଚନ ଘୋଷଣାର ଏକ ଘଣ୍ଟା ପୂର୍ବରୁ ମମତା ବାନାର୍ଜୀଙ୍କ ଘୋଷଣା: କାର୍ଯ୍ୟାନୁଷ୍ଠାନ ନେବେ କି CEC?

March 15, 2026

ଇନ୍ଧନ ଯୋଗାଣ ଓ ଉତ୍ପାଦନ ବ୍ୟବସ୍ଥାକୁ ଦୃଢ଼ କରିବାରେ ଭାରତର ସଫଳତା

March 15, 2026
Latest News

ପଶ୍ଚିମ ଏସିଆର ଘଟଣାକ୍ରମ ପରିପ୍ରେକ୍ଷୀରେ ପ୍ରମୁଖ କ୍ଷେତ୍ରଗୁଡ଼ିକ ସମ୍ପର୍କରେ ସୂଚନା

March 15, 2026

ହାଇୱା ଦୂର୍ଘଟଣାରେ ଦୁଇ ଗୁରୁତର

March 15, 2026

ପଦ୍ମ ପୁରସ୍କାର -୨୦୨୭ ପାଇଁ ନାମାଙ୍କନ ଆରମ୍ଭ

March 15, 2026

ନିର୍ବାଚନ ଘୋଷଣାର ଏକ ଘଣ୍ଟା ପୂର୍ବରୁ ମମତା ବାନାର୍ଜୀଙ୍କ ଘୋଷଣା: କାର୍ଯ୍ୟାନୁଷ୍ଠାନ ନେବେ କି CEC?

March 15, 2026

ଉପର ମଣିନାଗ ପୀଠରେ ଏକବିଂଶତମ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ସମାପ୍ତ

March 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.