Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

କାର କଂପାନୀ ମାଲିକ ଆନନ୍ଦ ମହିନ୍ଦ୍ରା କାହିଁକି ଚଲାଇଲେ ସାଇକେଲ ? ଜାଣନ୍ତୁ କାରଣ

ନୂଆଦିଲ୍ଲୀ: ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା କଂପାନୀର ମାଲିକ ଆନନ୍ଦ ମହିନ୍ଦ୍ରା ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ମୁଖ୍ୟତଃ ସେ ତାଙ୍କର ସୋସିଆଲ ମିଡିଆରେ ବେଶ ସକ୍ରିୟ ଥାଆନ୍ତି। ଏବେ ତାଙ୍କ ସୋସିଆଲ ମିଡିଆରେ ସେ ସାଇକେଲ ଚଲାଉଥିବାର ଦୃଶ୍ୟ ବେଶ ଭାଇରାଲ ହେବାରେ ଲାଗିଛି। ମନ୍ଦିନ୍ଦ୍ରା ଏକ ସାଇକେଲ ଚଲାଉଛନ୍ତି, ତାହାକୁ ଧରି ଛିଡା ହୋଇଛନ୍ତି, ତାହାକୁ ଭାଙ୍ଗି ଦେଉଛନ୍ତି ଏବଂ କାର ଡିକିରେ ଭର୍ତ୍ତି କରୁଛନ୍ତି।

ଏହି ଚାରୋଟି ଫଟୋ ପୋଷ୍ଟ କରି ସେ ଯାହା ଲେଖିଛନ୍ତି ତାହାକୁ ଯେକେହି ପଢିବା ସେ ପ୍ରଶଂସା କରିବ। ତାହା ହେଲା ମୁମ୍ବାଇର ଆଇଆଇଟି ଛାତ୍ରଛାତ୍ରୀଙ୍କ ଦ୍ବାରା ତିଆରି ଫୋଲ୍ଡେବୁଲ ସାଇକେଲକୁ ସେ ଚଳାଇ ପ୍ରଶଂସା କରିଛନ୍ତି। ବମ୍ବେ ଆଇଆଇଟି ଛାତ୍ରମାନେ ଏକ ସାଇକେଲ ତିଆରି କରିଛନ୍ତି, ଯାହାକୁ ସହଜରେ ଭାଙ୍ଗି କାର ଡିକିରେ ରଖିହେବ।

ଏହାକୁ ନିଜେ ଚଲାଇ, ତାହାକୁ ଭାଙ୍ଗି କାର ଡିକିରେ ରଖୁଛନ୍ତି ଆନନ୍ଦ ମହିନ୍ଦ୍ରା। ସେ ସେହି ପୋଷ୍ଟରେ ଲେଖିଛନ୍ତି ଯେ, “ଆଇଆଇଟି ବମ୍ବେର ଏକ ଦଳ ଆମକୁ ପୁଣି ଗର୍ବିତ କରିଛନ୍ତି। ସେମାନେ ଦୁନିଆରେ ପୂର୍ଣ୍ଣ ଆକାରର ଚକ ସହିତ ପ୍ରଥମ ଫୋଲଡେବଲ୍ ହୀରା ଫ୍ରେମ୍ ଇ-ବାଇକ୍ ସୃଷ୍ଟି କରିଛନ୍ତି। ଏହା ବାଇକକୁ ଅନ୍ୟ ଫୋଲଡେବଲ୍ ବାଇକ୍ ଅପେକ୍ଷା କେବଳ 35 ପ୍ରତିଶତ ଅଧିକ ଦକ୍ଷ ନୁହେଁ ବରଂ ଏହା ମଧ୍ୟମ ବେଗଠାରୁ ଅଧିକ ବେଗରେ ଯାଇଥାଏ।

କେବଳ ସେତିକି ନୁହେଁ, ସେ ଛାତ୍ରମାନଙ୍କୁ ପ୍ରଶଂସା କରିବା ସହିତ ଏହି ସାଇକେଲ ଆମଜନରେ ବିକ୍ରୀ ହେଉଛି ବୋଲି ମଧ୍ୟ ସେ ତାଙ୍କ ପୋଷ୍ଟରେ ଉଲ୍ଲେଖ କରିଛନ୍ତି। ଅର୍ଥାତ ଆନନ୍ଦ ମହିନ୍ଦ୍ରା ନିର୍ମାଣକାରୀ ଯୁବକଙ୍କୁ ପ୍ରଶଂସା କରିବା ସହିତ ସମର୍ଥନ ମଧ୍ୟ କରିଛନ୍ତି। ଏପରିକି ସେହି ବାଇକର ମାର୍କେଟିଂ ମଧ୍ୟ କରିଛନ୍ତି। ଯାହାକୁ ନେଇ ସୋସିଆଲ ମିଡିଆରେ ଏହା ବେଶ ଭାଇରାଲ ହେବାରେ ଲାଗିଛି।

ଆନନ୍ଦ ମହିନ୍ଦ୍ରା ହେଉଛି ଭାରତର ଏପରି ଜଣେ ଶିଳ୍ପପତି ଯେ କି ନିଜ ପ୍ରଡକ୍ଟ ବ୍ୟତିତ ଅନ୍ୟ ଷ୍ଟାର୍ଟଅପକୁ ମଧ୍ୟ ଉତ୍ସାହିତ କରିଥାନ୍ତି। ପୂର୍ବରୁ ସେ ଏହିପରି ବିଭିନ୍ନ ଷ୍ଟାଟଅପକୁ ଉତ୍ସାହିତ କରି ପ୍ରଶଂସିତ ମଧ୍ୟ ହୋଇଛନ୍ତି। ମହିନ୍ଦ୍ରା ହେଉଛନ୍ତି ପ୍ରାୟ 17500 କୋଟି ଟଙ୍କା ବ୍ୟବସାୟର ମାଲିକ। ଯାହାଙ୍କ ପାଖରେ ଅଟୋମୋବାଇଲଠାରୁ ଆରମ୍ଭ କରି ରିଏଲ ଇଷ୍ଟେଟ, ଆଇଟି ପରି 22ଟି କଂପାନୀ।

ସେ କୋଟାକ ମହିନ୍ଦ୍ରା ବ୍ୟାଙ୍କର ମଧ୍ୟ ଛୋଟ ଅଂଶୀଦାର ରହିଛନ୍ତି। ସେ ପ୍ରଥମେ ଟ୍ରାକ୍ଟର ଆଣି ଭାରତରେ କୃଷି ଜଗତରେ ଏକ ବିପ୍ଲବ ସୃଷ୍ଟି କରିଥିଲେ। ଏହାପରେ କଂପାନୀର ସ୍କ୍ରର୍ପିଓ ମଧ୍ୟ ବଜାରରେ ବେଶ ଭଲ ବିକ୍ରି କରିଥିଲା। ଏହାପରେ ସେ ସ୍ପୋର୍ଟସ ୟୁଟିଲିଟି ଭେଇକଲ ବା ଏସୟୁଭି ବଜାରକୁ ଆଣି ଚହଳ ସୃଷ୍ଟି କରିଥିଲେ। ସେହିପରି ଜଣେ ବ୍ୟକ୍ତି ତାଙ୍କର ବ୍ୟକ୍ତିଗତ ଜୀବନରେ ବିଭିନ୍ନ ଷ୍ଟାର୍ଟଅପକୁ ସମର୍ଥନ ତଥା ପ୍ରଶଂସା କରି ସମସ୍ତଙ୍କ ପ୍ରିୟଭାଜନ ହୋଇପାରିଛନ୍ତି।

 

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ଆସିଲା ମହିନ୍ଦ୍ରା କଂପାନୀର ପ୍ରଥମ ଇଲେଟ୍ରିକ୍ କାର- XUV 400, ଜାଣନ୍ତୁ ଏହାର ମୂଲ୍ୟ କେତେ ?

ନୂଆଦିଲ୍ଲୀ: ଭାରତର ପ୍ରତିଷ୍ଠିତ କାର ନିର୍ମାତା କଂପାନୀ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ତାହାର ପ୍ରଥମ ଇଲେଟ୍ରିକ କାର ଘୋଷଣା କରିଛି। ଗତକାଲି ଏକ ଉତ୍ସବରେ କଂପାନୀ ଏହି କାରକୁ ସର୍ବ ସମ୍ମୁଖକୁ ଆଣିଛି। ଏହା ହେଉଛି ମହେନ୍ଦ୍ରା କଂପାନୀର ପ୍ରଥମ ଇଭି କାର। ଯାହା XUV 400 ନାମ ରହିଛି।

ମହିନ୍ଦ୍ରା XUV 400 ବୈଦ୍ୟୁତିକ ଏସୟୁଭି 39.4 କିଲୋୱାଟ ବ୍ୟାଟେରୀ ପ୍ୟାକ୍ ସହିତ ଯୋଡି ହୋଇଥିବା ଏକ ଶକ୍ତିଶାଳୀ ମୋଟର ଦ୍ୱାରା ଚାଳିତ। ଇଭି 310 Nm ର ଶ୍ରେଷ୍ଠ-ଶ୍ରେଣୀ ଟର୍କ ଆଉଟପୁଟ୍ ବିତରଣ କରେ ଯାହା SUV କୁ 0-100km / h ରୁ 8.3 ସେକେଣ୍ଡରେ ତ୍ୱରାନ୍ୱିତ କରିବାରେ ସାହାଯ୍ୟ କରେ। କାରର ସର୍ବୋଚ୍ଚ ବେଗ ଘଣ୍ଟା ପ୍ରତି 160 କିଲୋମିଟର ରହିଛି।

କଂପାନୀ ଦାବୀ କରିଛି ଯେ, ମହିନ୍ଦ୍ରା XUV 400 ବୈଦ୍ୟୁତିକ ଏସୟୁଭି ଗୋଟିଏ ଥର ଚାର୍ଜ କଲେ ଏହା 456 କିଲୋମିଟର ପର୍ଯ୍ୟନ୍ତ ଯାଇପାରିବ। ମହିନ୍ଦ୍ରା XUV 400 ଇଭିରେ ଛଅଟି ଏୟାରବ୍ୟାଗ ଏବଂ ୱାଟରପ୍ରୁଫ୍ ବ୍ୟାଟେରୀ ରହିଛି। ପ୍ରତ୍ୟେକ ଚକ ଉପରେ ଡିସ୍କ ବ୍ରେକ୍, ପଛ ଦୃଶ୍ୟ କ୍ୟାମେରା ଏବଂ ଅନ୍ୟାନ୍ୟ ମହିନ୍ଦ୍ରା ବୈଶିଷ୍ଟ୍ୟ ସହିତ ଆସିଛି।

ମହିନ୍ଦ୍ରା XUV 400 ନୂତନ ହେଡଲାଇଟ୍ ସହିତ ସଂପୂର୍ଣ୍ଣ ରୂପେ ନୂଆ ଡିଜାଇନ୍ ହୋଇ ଆସିଛି। ଏହି କାରରେ ଆଗରେ ଏକ ତମ୍ବାର ନିର୍ମିତ ଲୋଗୋ ଲଗାଯାଇଛି। କମ୍ପାନୀ ଅନୁଯାୟୀ, ଏହା ହେଉଛି ସର୍ବ ବୃହତ ସି-ସେଗମେଣ୍ଟ ଇ-ଏସୟୁଭି।

ମହିନ୍ଦ୍ରା XUV 400 ଇଲେକ୍ଟ୍ରିକ୍ SUVରେ ଭିତରେ 17.78cm ଟଚ୍ ସ୍କ୍ରିନ୍ ରହିଛି। ଏହା ଆଣ୍ଡ୍ରଏଡ୍ ଅଟୋ ଏବଂ ଆପଲ୍ କାର୍ପ୍ଲେ ପାଇଁ ପ୍ରଥମ ଇନ୍-ସେଗମେଣ୍ଟ୍ ଏକ୍ସକ୍ଲୁସିଭ୍ ଆପ୍ଲିକେସନ୍।  ଏହି କାରରେ ଏକ ବୃହତ ବୈଦ୍ୟୁତିକ ସନରୁଫ୍ ମଧ୍ୟ ଅଛି।

ନୂତନ ମହିନ୍ଦ୍ରା XUV 400 ଇଭି ଏସୟୁଭି ପାଇଁ ଟେଷ୍ଟ ଡ୍ରାଇଭ୍ ଡିସେମ୍ବର 2022 ରୁ ଆରମ୍ଭ ହେବ ଏବଂ ଜାନୁୟାରୀ 2023 ର ପ୍ରଥମ ସପ୍ତାହରୁ ଉଭୟ ମହିନ୍ଦ୍ରା ଡିଲରସିପ୍ ତଥା ଅନଲାଇନରେ ବୁକିଂ ଆରମ୍ଭ ହେବ। XUV400 ର ସାଧାରଣ ବିକ୍ରି ଜାନୁଆରୀ 2023 ଶେଷରୁ ଆରମ୍ଭ ହେବାର ସମ୍ଭାବନା ରହିଛି।

ପ୍ରଥମ ପର୍ଯ୍ୟାୟରେ 16 ଟି ସହରେ ଏହାର ବିକ୍ରି ଆରମ୍ଭ ହେବ ବୋଲି କଂପାନୀ ତରଫରୁ କୁହାଯାଇଛି। ସେଗୁଡିକ ହେଲା ମୁମ୍ବାଇ, ହାଇଦ୍ରାବାଦ, ଦିଲ୍ଲୀ ଏନସିଆର, ବେଙ୍ଗାଲୁରୁ, କୋଲକାତା, ଚେନ୍ନାଇ, ପୁଣେ, ଅହମ୍ମଦାବାଦ, ଗୋଆ, ଜୟପୁର, ସୁରଟ, ନାଗପୁର, ତ୍ରିଭେନ୍ଦମ, ନାଶିକ, ଚଣ୍ଡିଗଡ଼ ଏବଂ କୋଚି।

ତେବେ ଭାରତୀୟ ବଜାରରେ ଏହାର ମୂଲ୍ୟ କେତେ ହେବ ତାହା କଂପାନୀ ତରଫରୁ ପ୍ରକାଶ କରାଯାଇ ନାହିଁ। ତେବେ ଏହା ଜାନୁୟାରୀ ମାସରେ ପ୍ରକାଶ ହେବ ବୋଲି ଜଣାପଡିଛି।