Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଆବୁଧାବିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ: ପ୍ରବାସୀ ଭାରତୀୟଙ୍କୁ କଲେ ସାକ୍ଷାତ, କହିଲେ….
ଜାତୀୟ ଖବର

ଆବୁଧାବିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ: ପ୍ରବାସୀ ଭାରତୀୟଙ୍କୁ କଲେ ସାକ୍ଷାତ, କହିଲେ….

September 10, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଆବୁଧାବିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଆବୁଧାବିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ: ପ୍ରବାସୀ ଭାରତୀୟଙ୍କୁ କଲେ ସାକ୍ଷାତ

ଆବୁଧାବିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ: ଭାରତ ଓ ୟୁଏଇ ମଧ୍ୟରେ ଶିକ୍ଷା କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗକୁ ମଜଭୂତ୍ କରିବା ଲକ୍ଷ୍ୟରେ ଦୁଇଦିନିଆ ୟୁଏଇ ଗସ୍ତରେ ଥିବା କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଇଆଇଟି ଦିଲ୍ଲୀ-ଆବୁଧାବୀ କ୍ୟାମ୍ପସ ପରିଦର୍ଶନ କରିବା ସହ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆବୁଧାବିରେ ଆଇଆଇଟି ଦିଲ୍ଲୀ କ୍ୟାମ୍ପସରେ ପହଞ୍ଚିବା ପରେ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ଆଇଆଇଟି ଦିଲ୍ଲୀ ଆବୁଧାବି କ୍ୟାମ୍ପସର ସମସାମୟିକ ରୂପରେଖ ଏବଂ ଭବିଷ୍ୟତରେ ଥିବା ଯୋଜନା ଉପରେ ଏକ ପ୍ରେଜେନଷ୍ଟେସନ ଉପସ୍ଥାପନ କରାଯାଇଥିଲା । ସେଠାରେ ବିଦେଶରେ ପ୍ରଥମ ଥର ପାଇଁ ଏହି କ୍ୟାମ୍ପସ ପରିସରରେ ଅଟଳ ଇନକ୍ୟୁବେସନ୍ ସେଣ୍ଟର ଉଦଘାଟନ କରିବା ସଙ୍ଗେସଙ୍ଗେ ପିଏଚଡି ଏବଂ ବି.ଟେକ୍ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ।

ଏହି ଅବସରରେ ଶ୍ରୀ ପ୍ରଧାନ କ୍ୟାମ୍ପସର ଛାତ୍ରଛାତ୍ରୀ ଏବଂ ଅଧ୍ୟାପକମାନଙ୍କ ସହିତ ଆଲୋଚନା କରିଥିଲେ । କ୍ୟାମ୍ପସର ବିକାଶ କାର୍ଯ୍ୟକୁ ପ୍ରଶଂସା କରିବା ସହ  ସେ କହିଥିଲେ ଆବୁଧାବୀରେ ପ୍ରତିଷ୍ଠିତ ଏହି କ୍ୟାମ୍ପସ ଆଇଆଇଟି ଦିଲ୍ଲୀର ଐତିହ୍ୟକୁ ପ୍ରତିଫଳିତ କରିଛି । ଜ୍ଞାନ ଓ ଗବେଷଣା ସହ ଭାରତ ଓ ୟୁଏଇ ମଧ୍ୟରେ ଶିକ୍ଷା ସହଯୋଗୀର ଏକ ଲାଇଟହାଉସ ଭାବେ ଉଭା ହୋଇଛି । ଏହି ଅନୁଷ୍ଠାନକୁ ଆସିବା ଅତ୍ୟନ୍ତ ସନ୍ତୋଷର ବିଷୟ ।

ଶ୍ରୀ ପ୍ରଧାନ ଆବୁଧାବିର ଶିକ୍ଷା ଏବଂ ଜ୍ଞାନ ବିଭାଗ (ଏଡିଇକେ)ର ଅଧ୍ୟକ୍ଷା ସାରା ମୁସଲ୍ଲମଙ୍କ ସହ ଶିକ୍ଷାଗତ ପ୍ରାଥମିକତା ଉପରେ ଆଲୋଚନା କରିଛନ୍ତି । ଆବୁଧାବିରେ ଆଇଆଇଟି ଦିଲ୍ଲୀ କ୍ୟାମ୍ପସ ପ୍ରତିଷ୍ଠା ସହ ୟୁଏଇରେ ଭାରତୀୟ ପାଠ୍ୟକ୍ରମ ଅନୁସରଣ କରୁଥିବା ବିଦ୍ୟାଳୟଗୁଡ଼ିକୁ ପ୍ରଦାନ କରାଯାଉଥିବା ସହଯୋଗ ପାଇଁ ତାଙ୍କୁ ଧନ୍ୟବାଦ ଜଣାଇଥିଲେ । ବୈଠକ କାଳରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଭାରତୀୟ ବିଦ୍ୟାଳୟ ଗୁଡ଼ିକରେ ସ୍ଥାପିତ ଅଟଳ ଟିଙ୍କରିଂ ଲ୍ୟାବର ସଫଳତା ଉପରେ ମତ ରଖିଥିଲେ । ଏହାସହ ୟୁଏଇରେ ଥିବା ଭାରତୀୟ ସ୍କୁଲ ଗୁଡ଼ିକରେ ଅଟଳ ଇନୋଭେସନ ଲ୍ୟାବର କ୍ରିୟାନ୍ୱୟନ ଉପରେ ମଧ୍ୟ ସେ କହିଥିଲେ ।

ଶିକ୍ଷା କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗକୁ ଅଧିକ ବ୍ୟାପକ କରିବା ସହ ପ୍ରବାସୀ ଭାରତୀୟମାନଙ୍କର ଶିକ୍ଷାଗତ ଆବଶ୍ୟକତା ପୂରଣ କରିବା ପାଇଁ ୟୁଏଇରେ ଅଧିକ ଭାରତୀୟ ପାଠ୍ୟକ୍ରମ-ଭିତ୍ତିକ ବିଦ୍ୟାଳୟ ଖୋଲିବା ଉପରେ ବିଚାରବିମର୍ଶ ହୋଇଥିଲା । ସ୍କୁଲ ସ୍ତରରୁ ହିଁ ଷ୍ଟୁଡେଣ୍ଟ୍ ଏକ୍ସଚେଞ୍ଜକୁ ପ୍ରୋତ୍ସାହନ କରାଯିବା ଉପରେ ବୈଠକରେ ଗୁରୁତ୍ୱାରୋପ ଦିଆଯାଇଥିଲା । ଭାରତ ଓ ୟୁଏଇ ମଧ୍ୟରେ ଗୁଣାତ୍ମକ ଶିକ୍ଷାଗତ ସହଯୋଗକୁ ମଜବୁତ କରିବା ଏବଂ ଆମ ଦ୍ୱିପାକ୍ଷିକ ସମ୍ପର୍କର ସବୁଠାରୁ ଦୃଢ଼ ସ୍ତମ୍ଭ ଭାବରେ ଶିକ୍ଷାକୁ ପ୍ରତିଷ୍ଠା କରିବା ଦିଗରେ ଏଡିଇକେର ଅଧ୍ୟକ୍ଷଙ୍କ କାର୍ଯ୍ୟକୁ ଶ୍ରୀ ପ୍ରଧାନ ପ୍ରଶଂସା କରିଥିଲେ ।

ଏହି ଗସ୍ତକାଳରେ ଶ୍ରୀ ପ୍ରଧାନ ଶିକ୍ଷା, ନବସୃଜନ ଏବଂ ଜ୍ଞାନ ଆଦାନପ୍ରଦାନରେ ସହଭାଗୀତାକୁ ଆଗକୁ ବଢ଼ାଇବା ଲକ୍ଷ୍ୟରେ ୟୁଏଇର ପ୍ରମୁଖ ନେତୃତ୍ୱ, ମନ୍ତ୍ରୀ, ନୀତି ନିର୍ଦ୍ଧାରକ, ଶିକ୍ଷାବିତ୍ ଏବଂ ଭାରତ ଓ ୟୁଏଇ ଅନୁଷ୍ଠାନର ପ୍ରତିନିଧିମାନଙ୍କ ସହିତ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।

Read More in English- India–Japan Relations Get Boost as BCIC, Osaka Seal Landmark MoU

dharmendra pradhan ଆବୁଧାବିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଧର୍ମେନ୍ଦ୍ର ପ୍ରଧାନ
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଦିଲ୍ଲୀ ଏବଂ ବେଙ୍ଗାଲୁରୁ ମଧ୍ୟରେ WPL- 2026 ଫାଇନାଲ୍: କିଛି ସମୟ ପରେ ହେବ ମହାମୁକାବିଲା

February 5, 2026

“ଭାରତ ରୁଷରୁ ତେଲ କିଣିବ ନାହିଁ”: ଜାଣନ୍ତୁ ଟ୍ରମ୍ପଙ୍କ ଦାବି ଉପରେ ଭାରତ କ’ଣ କହିଲା?

February 5, 2026

ଆଗାମୀ ଦୁଇରୁ ତିନି ଦଶନ୍ଧି ମଧ୍ୟରେ ଭାରତ ୩୦ ଟ୍ରିଲିୟନ ଡଲାର ଅର୍ଥନୀତିରେ ପରିଣତ ହେବ: ମୁକେଶ ଅମ୍ବାନୀ

February 5, 2026

ପୁନର୍ବାର ହେବ ବିହାର ନିର୍ବାଚନ?: ସୁପ୍ରିମକୋର୍ଟରେ ଏହି ଅଭିଯୋଗ କଲା ପ୍ରଶାନ୍ତ କିଶୋରଙ୍କ ଜନସୁରାଜ

February 5, 2026
Latest News

ପୂର୍ବତଟ ରେଳପଥ ଓ ବ୍ୟାଙ୍କ ଅଫ୍ ଇଣ୍ଡିଆ ମଧ୍ୟରେ ଏମଓୟୁ ସ୍ୱାକ୍ଷର

February 5, 2026

ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର କର୍କଟ ନିରାକରଣ ଅଭିଯାନ

February 5, 2026

ଓୟୁଟିଆରରେ ଇଞ୍ଜିନିୟର୍ସ କପ୍‌: ସୋଆର ସଫଳତା

February 5, 2026

ଆଜି ଦିଲ୍ଲୀ ଏବଂ ବେଙ୍ଗାଲୁରୁ ମଧ୍ୟରେ WPL- 2026 ଫାଇନାଲ୍: କିଛି ସମୟ ପରେ ହେବ ମହାମୁକାବିଲା

February 5, 2026

“ଭାରତ ରୁଷରୁ ତେଲ କିଣିବ ନାହିଁ”: ଜାଣନ୍ତୁ ଟ୍ରମ୍ପଙ୍କ ଦାବି ଉପରେ ଭାରତ କ’ଣ କହିଲା?

February 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.