ଭୁବନେଶ୍ବର: ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ (GAV) ଯୋଜନାରେ ଆଦର୍ଶ ବିଦ୍ୟାଳୟ ବିକାଶ ପାଇଁ ଓଡିଶା ସରକାର ଅନୁମୋଦନ କରିଛନ୍ତି। ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ (GAV) ଯୋଜନା ର ଲକ୍ଷ୍ୟ ହେଉଛି ଶିକ୍ଷା ଅଧିକାର (RTE) ଆଇନ, 2009 ର ଉଦ୍ଦେଶ୍ୟ ସହିତ ସମନ୍ୱୟ ରକ୍ଷା କରିବା ସହ ଅନ୍ତର୍ଭୁକ୍ତି ଶିକ୍ଷା ଓ ଗୁଣାତ୍ମକ ଶିକ୍ଷାକୁ ଗୁରୁତ୍ୱାରୋପ କରି ଗ୍ରାମ ପଞ୍ଚାୟତ ସ୍ତରରେ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା କରିବା।
ସୁଦୃଢ଼ ଭିତ୍ତିଭୂମି, ଅଭିନବ ଶିକ୍ଷାଗତ ଅଭ୍ୟାସ ଗ୍ରହଣ ଏବଂ ଗୋଷ୍ଠୀ ସମୁଦାୟର ସକ୍ରିୟ ସମ୍ପୃକ୍ତି ମାଧ୍ୟମରେ, ଏହି ଯୋଜନା ଶିକ୍ଷା ପ୍ରତି ସମାନ ପ୍ରବେଶ ଏବଂ ଛାତ୍ର ସମୁଦାୟର ସାମଗ୍ରିକ ବିକାଶକୁ ସୁନିଶ୍ଚିତ କରେ । ଏହି ପଦକ୍ଷେପ ଜାତୀୟ ଶିକ୍ଷା ନୀତି (NEP) 2020 ଏବଂ ନିପୁଣ (NIPUN) ଓଡ଼ିଶାର ଦୃଷ୍ଟିକୋଣ ସହିତ ସମନ୍ଵୟ ରକ୍ଷା କରି ସାମାଜିକ ଏବଂ ଶିକ୍ଷାଗତ ଭାବରେ ପିଲାମାନଙ୍କୁ ସଶକ୍ତ କରିବା ପାଇଁ ମୌଳିକ ସାକ୍ଷରତା ଏବଂ ସଂଖ୍ୟା (FLN) ଦକ୍ଷତା ବୃଦ୍ଧି ଉପରେ ମଧ୍ୟ ଗୁରୁତ୍ୱାରୋପ କରେ।
ତିନି ବର୍ଷ (୨୦୨୫-୨୬ ରୁ ୨୦୨୭-୨୮ ) ମଧ୍ୟରେ ପ୍ରଥମ ପର୍ଯ୍ୟାୟରେ ୨୨୦୦ ଗୋଟି ମଡେଲ ସ୍କୁଲ ନିର୍ମାଣ ପାଇଁ ମୋଟ ଆର୍ଥିକ ବ୍ୟୟ ଅଟକଳ ₹୧୨,୦୦୦ କୋଟି ଅଟେ । ପ୍ରତ୍ୟେକ ସ୍କୁଲ ପାଇଁ ଆନୁମାନିକ ଖର୍ଚ ପ୍ରାୟ ୫ କୋଟି ଟଙ୍କା ଆକଳନ କରାଯାଇଥିବା ବେଳେ, ପ୍ରତ୍ୟେକ ସ୍କୁଲ ପାଇଁ ବିସ୍ତୃତ ପ୍ରକଳ୍ପ ରିପୋର୍ଟ (DPR) ଆଧାରରେ ପ୍ରକୃତ ଖର୍ଚ୍ଚ ନିର୍ଣ୍ଣୟ କରାଯିବ।
ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ (GAV) ଯୋଜନା ଓଡ଼ିଶାରେ ଏକ ଅନ୍ତର୍ଭୁକ୍ତି ମୂଳକ ଏବଂ ଗୁଣାତ୍ମକ ଶିକ୍ଷା ଇକୋସିଷ୍ଟମ ଗଠନ କରିବା ଦିଗରେ ଏକ ପରିବର୍ତ୍ତନକାରୀ ପଦକ୍ଷେପ, ସମାନ ଶିକ୍ଷା ସୁଯୋଗ ଏବଂ ପ୍ରତ୍ୟେକ ପିଲାର ମୌଳିକ ସଶକ୍ତିକରଣ ପ୍ରତି ରାଜ୍ୟର ପ୍ରତିବଦ୍ଧତାକୁ ଆହୁରି ଦୃଢ଼ କରିବା ଦିଗ ରେ ଅଭିପ୍ରେତ।
World Food India 2025 Bags ₹1.02 Lakh Crore Investment Commitments