Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ଯୋଜନାକୁ କ୍ୟାବିନେଟ ମଂଜୁରୀ, ଖର୍ଚ୍ଚ ହେବ ୧୨,୦୦୦ କୋଟି ଟଙ୍କା
ଜାତୀୟ ଖବର

ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ଯୋଜନାକୁ କ୍ୟାବିନେଟ ମଂଜୁରୀ, ଖର୍ଚ୍ଚ ହେବ ୧୨,୦୦୦ କୋଟି ଟଙ୍କା

September 29, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଅତ୍ୟାବଶ୍ୟକ ସାମଗ୍ରୀର ଯୋଗାଣ ଉପରେ ଜିଲ୍ଲାପାଳମାନଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା
ଅତ୍ୟାବଶ୍ୟକ ସାମଗ୍ରୀର ଯୋଗାଣ ଉପରେ ଜିଲ୍ଲାପାଳମାନଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା

ଭୁବନେଶ୍ବର: ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ (GAV) ଯୋଜନାରେ ଆଦର୍ଶ ବିଦ୍ୟାଳୟ ବିକାଶ ପାଇଁ ଓଡିଶା ସରକାର ଅନୁମୋଦନ କରିଛନ୍ତି। ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ (GAV) ଯୋଜନା ର ଲକ୍ଷ୍ୟ ହେଉଛି ଶିକ୍ଷା ଅଧିକାର (RTE) ଆଇନ, 2009 ର ଉଦ୍ଦେଶ୍ୟ ସହିତ ସମନ୍ୱୟ ରକ୍ଷା କରିବା ସହ ଅନ୍ତର୍ଭୁକ୍ତି ଶିକ୍ଷା ଓ ଗୁଣାତ୍ମକ ଶିକ୍ଷାକୁ ଗୁରୁତ୍ୱାରୋପ କରି ଗ୍ରାମ ପଞ୍ଚାୟତ ସ୍ତରରେ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା କରିବା।

ସୁଦୃଢ଼ ଭିତ୍ତିଭୂମି, ଅଭିନବ ଶିକ୍ଷାଗତ ଅଭ୍ୟାସ ଗ୍ରହଣ ଏବଂ ଗୋଷ୍ଠୀ ସମୁଦାୟର ସକ୍ରିୟ ସମ୍ପୃକ୍ତି ମାଧ୍ୟମରେ, ଏହି ଯୋଜନା ଶିକ୍ଷା ପ୍ରତି ସମାନ ପ୍ରବେଶ ଏବଂ ଛାତ୍ର ସମୁଦାୟର ସାମଗ୍ରିକ ବିକାଶକୁ ସୁନିଶ୍ଚିତ କରେ । ଏହି ପଦକ୍ଷେପ ଜାତୀୟ ଶିକ୍ଷା ନୀତି (NEP) 2020 ଏବଂ ନିପୁଣ (NIPUN) ଓଡ଼ିଶାର ଦୃଷ୍ଟିକୋଣ ସହିତ ସମନ୍ଵୟ ରକ୍ଷା କରି ସାମାଜିକ ଏବଂ ଶିକ୍ଷାଗତ ଭାବରେ ପିଲାମାନଙ୍କୁ ସଶକ୍ତ କରିବା ପାଇଁ ମୌଳିକ ସାକ୍ଷରତା ଏବଂ ସଂଖ୍ୟା (FLN) ଦକ୍ଷତା ବୃଦ୍ଧି ଉପରେ ମଧ୍ୟ ଗୁରୁତ୍ୱାରୋପ କରେ।

ତିନି ବର୍ଷ (୨୦୨୫-୨୬ ରୁ ୨୦୨୭-୨୮ ) ମଧ୍ୟରେ ପ୍ରଥମ ପର୍ଯ୍ୟାୟରେ ୨୨୦୦ ଗୋଟି ମଡେଲ ସ୍କୁଲ ନିର୍ମାଣ ପାଇଁ ମୋଟ ଆର୍ଥିକ ବ୍ୟୟ ଅଟକଳ ₹୧୨,୦୦୦ କୋଟି ଅଟେ । ପ୍ରତ୍ୟେକ ସ୍କୁଲ ପାଇଁ ଆନୁମାନିକ ଖର୍ଚ ପ୍ରାୟ ୫ କୋଟି ଟଙ୍କା ଆକଳନ କରାଯାଇଥିବା ବେଳେ, ପ୍ରତ୍ୟେକ ସ୍କୁଲ ପାଇଁ ବିସ୍ତୃତ ପ୍ରକଳ୍ପ ରିପୋର୍ଟ (DPR) ଆଧାରରେ ପ୍ରକୃତ ଖର୍ଚ୍ଚ ନିର୍ଣ୍ଣୟ କରାଯିବ।

ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ (GAV) ଯୋଜନା ଓଡ଼ିଶାରେ ଏକ ଅନ୍ତର୍ଭୁକ୍ତି ମୂଳକ ଏବଂ ଗୁଣାତ୍ମକ ଶିକ୍ଷା ଇକୋସିଷ୍ଟମ ଗଠନ କରିବା ଦିଗରେ ଏକ ପରିବର୍ତ୍ତନକାରୀ ପଦକ୍ଷେପ, ସମାନ ଶିକ୍ଷା ସୁଯୋଗ ଏବଂ ପ୍ରତ୍ୟେକ ପିଲାର ମୌଳିକ ସଶକ୍ତିକରଣ ପ୍ରତି ରାଜ୍ୟର ପ୍ରତିବଦ୍ଧତାକୁ ଆହୁରି ଦୃଢ଼ କରିବା ଦିଗ ରେ ଅଭିପ୍ରେତ।

World Food India 2025 Bags ₹1.02 Lakh Crore Investment Commitments

ଓଡିଶା କ୍ୟାବିନେଟ ବୈଠକ କ୍ୟାବିନେଟ ବୈଠକ ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ମୋହନ ମାଝୀ
Share. Facebook Twitter LinkedIn Email WhatsApp Copy Link

Related Posts

ଅଧା ହେଲା ପିଏମଙ୍କ କାରକେଡ ଗାଡି ସଂଖ୍ୟା

May 13, 2026

ଆଜିଠାରୁ ମହଙ୍ଗା ହେଲା ସୁନା ଓ ରୁପା

May 13, 2026

ଭୟଙ୍କର ସଡ଼କ ଦୁର୍ଘଟଣା: ଜଣେ ମୃତ, ଦୁଇ ଗୁରୁତର

May 13, 2026

ପ୍ରଥମ ୧୦ ଦିନରେ ଜାମ୍ମୁ-ଶ୍ରୀନଗର ବନ୍ଦେ ଭାରତ ଏକ୍ସପ୍ରେସ୍‌ରେ ଯାତ୍ରା କଲେ ପ୍ରାୟ ୪୫,୦୦୦ ଯାତ୍ରୀ

May 13, 2026
Latest News

ଅଧା ହେଲା ପିଏମଙ୍କ କାରକେଡ ଗାଡି ସଂଖ୍ୟା

May 13, 2026

ମୁଲାୟମ ସିଂହ ଯାଦବଙ୍କ ସାନ ପୁଅ ପ୍ରତୀକ ଯାଦବଙ୍କ ମୃତ୍ୟୁ

May 13, 2026

ଆଜିଠାରୁ ମହଙ୍ଗା ହେଲା ସୁନା ଓ ରୁପା

May 13, 2026

ଭୟଙ୍କର ସଡ଼କ ଦୁର୍ଘଟଣା: ଜଣେ ମୃତ, ଦୁଇ ଗୁରୁତର

May 13, 2026

ପ୍ରଥମ ୧୦ ଦିନରେ ଜାମ୍ମୁ-ଶ୍ରୀନଗର ବନ୍ଦେ ଭାରତ ଏକ୍ସପ୍ରେସ୍‌ରେ ଯାତ୍ରା କଲେ ପ୍ରାୟ ୪୫,୦୦୦ ଯାତ୍ରୀ

May 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.